କେନ୍ଦୁଝର,୧୧।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଶନିବାର ଘନ କୁହୁଡ଼ି ଦେଖାଯାଇଛି। ଘନ କୁହୁଡ଼ି ଯୋଗୁ ସକାଳ ୧୦ଟା ପର୍ଯ୍ୟନ୍ତ କେତେକ ଅଞ୍ଚଳରେ ଯାତାୟାତ ବ୍ୟାହତ ହୋଇଥିଲା। ସକାଳ ପ୍ରାୟ ୫ ଟାରୁ କୁହୁଡି ଚାରିଆଡ଼େ ବ୍ୟାପିଥିଲା। ଫଳରେ କେନ୍ଦୁଝର ମୁଖ୍ୟାଳୟ ସମେତ ଏନ୍ଏଚ ୨୦ ଓ ୪୯ରେ ଅତି ପାଖରୁ ମଧ୍ୟ ଦୃଶ୍ୟମାନନ ହେବାରୁ ଅନେକ ଗାଡ଼ି ଅଟକି ରହିଥିଲା। ସେହିପରି ସକାଳୁ ଲୋକେ ଘରୁ ବାହାରି ପାରି ନ ଥିଲେ। ବହୁ ଦୋକାନ ବଜାର ବିଳମ୍ବରେ ଖୋଲିଥିଲା। ଅନେକ ସ୍ଥାନରେ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟିଥିବା ଜଣା ପଡ଼ିଛି।