Posted inଫୁରସତ

କୁହୁଡ଼ିରୁ ପାଣି ‘ଫଗ୍‌ କ୍ୟାଚିଂ’, ମେଣ୍ଟୁଛି ଶୋଷ

ନୂଆଦିଲ୍ଲୀ: ଉତ୍ତର ଭାରତରେ ହାଡ଼ଭଙ୍ଗା ଶୀତ ପ୍ରକୋପ ସାଙ୍ଗକୁ ଆରମ୍ଭ ହୋଇଛି ଘନ କୁହୁଡ଼ି। ଶୀତଦିନେ ଦୁର୍ଘଟଣା ବୃଦ୍ଧି ପଛର ଅନ୍ୟତମ କାରଣ ‘ଫଗ୍‌’। ତେଣୁ କୁହୁଡ଼ି ଆଶଙ୍କାରେ ପାଣିପାଗ ବିଭାଗ ପକ୍ଷରୁ ଏବେ ଆଗୁଆ ସତର୍କ ସୂଚନା ଜାରି କରାଯାଉଛି। ହେଲେ ମରୁଭୂମିବାସୀଙ୍କ ଲାଗି କୁହୁଡ଼ି ସାଜିଛି ଆଶୀର୍ବାଦ। କୁହୁଡ଼ିକୁ ଜଳବୁନ୍ଦାରେ ରୂପାନ୍ତରିତ କରି ଏଠାକାର ଲୋକେ ମେଣ୍ଟାଉଛନ୍ତି ଦୈନନ୍ଦିନ ଆବଶ୍ୟକତା।

ପୃଥିବୀର ବୃହତ୍ତମ ମରୁଭୂମି ସାହାରାରେ ଅସହ୍ୟ ଗରମ ସାଙ୍ଗକୁ ଜଳକଷ୍ଟ ସାଧାରଣ କଥା। ଏହି ସମସ୍ୟାର ସମାଧାନ ଲାଗି ମରୁଭୂମିବାସୀ କୁହୁଡ଼ି ଉପରେ ନିର୍ଭର କରୁଛନ୍ତି। ସାହାରା ସହ ସଂଯୁକ୍ତ ମର୍‌କ୍କୋ ଭଳି ଦେଶରେ ବିକଶିତ ‘ଫଗ୍‌ କ୍ୟାଚିଂ’ ପଦ୍ଧତି ଶୋଷ ମେଣ୍ଟାଉଛି। ଏକ ବଡ଼ ଅଞ୍ଚଳରେ ସ୍ବତନ୍ତ୍ର ଧାତବ ଜାଲି, କପଡ଼ାର ଆଚ୍ଛାଦନ ବସାଇ କୁହୁଡ଼ିରୁ ଜଳବୁନ୍ଦା ସଂଗ୍ରହ କରି ପାଣିରେ ରୂପାନ୍ତରିତ କରାଯାଇଥାଏ। ଏଥିଲାଗି ରହିଛନ୍ତି ସ୍ବତନ୍ତ୍ର ଗୋଷ୍ଠୀ ‘ଫଗ୍‌ କ୍ୟାଚର’। ପେରୁ, ମର୍‌କୋ, ଘାନା ଭଳି ଜଳସଙ୍କଟ ଭୋଗୁଥିବା ଦେଶରେ ଏମାନଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ବେଲାବିଷ୍ଟାରେ ନଦୀ, ହ୍ରଦ କି ଗ୍ଲାସିୟର ନାହିଁ। ତେଣୁ ଏଠାରେ ବର୍ଷତମାମ ଜଳକଷ୍ଟର ସମ୍ମୁଖୀନ ହୋଇଥାନ୍ତି ଜନସାଧାରଣ। ଏହି ସମସ୍ୟାର ସମାଧାନ ଲାଗି ୨୦୦୬ରେ ‘ଫଗ୍‌ କ୍ୟାଚର’ କାମ କରିବା ଆରମ୍ଭ କରିଥିଲେ। ସେମାନଙ୍କ ଉଦ୍ୟମରେ ଜଳ ସମସ୍ୟାର ସମାଧାନ କିଛି ପରିମାଣରେ ହୋଇପାରିଛି।

କୁହୁଡ଼ିରୁ ଜଳ ସଂଗ୍ରହ କରିବାର ଟେକ୍‌ନିକ୍‌ ସର୍ବପ୍ରଥମେ ୧୯୬୯ରେ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହୋଇଥିଲା। ଏଥିଲାଗି ୧୪ ମାସର ଏକ ଅଧ୍ୟୟନ କରାଯାଇଥିଲା। ଏହାକୁ ଉପଯୋଗ କରି ଦୈନିକ ୧୧ ଲିଟର ପାଣି ସଂଗ୍ରହ କରାଯାଇପାରିଥିଲା। ସୂଚନାଯୋଗ୍ୟ, ପ୍ରତି ଘନମିଟର କୁହୁଡ଼ିରେ ଜଳର ମାତ୍ରା ୦.୫ ଗ୍ରାମ। ସଂଗୃହୀତ ଜଳରେଣୁ ପାଣିରେ ପରିଣତ ହେବା ପରେ ଏହାକୁ ବିଶୁଦ୍ଧ କରି ବ୍ୟବହାର କରାଯାଏ। ପେରୁ, ମର୍‌କୋ, ଘାନା, କାର୍ଲିଫର୍ନିଆ ସମେତ ଆଫ୍ରିକାର ଅନେକ ଦେଶରେ ‘ଫଗ୍‌ କ୍ୟାଚିଂ’ର ସଫଳ ପ୍ରୟୋଗ କରାଯାଇଛି। ସମୟକ୍ରମେ ଟେକ୍‌ନିକ୍‌ରେ ଉନ୍ନତି ହୋଇଛି।

କୁହୁଡ଼ି ହେଉଛି ଏକ ଜଳକଣା। ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଏହା ସୃଷ୍ଟି ହୋଇ ପବନ ସହାୟତାରେ ଆଗକୁ ଆଗକୁ ବଢ଼ିଚାଲେ। ଏଭଳି ଜଳବିନ୍ଦୁସମୂହ ଏକାଠି ହୋଇଯିବା ପରେ ପରିବେଶରେ ଧଳା ଆସ୍ତରଣ ସୃଷ୍ଟି ହୁଏ। ସହରରେ ପ୍ରଦୂଷଣ, ଧୂଳିଧୂଅଁା ଯୋଗୁ ଏହା ଅଧିକ ଘନ ହୋଇଯାଏ। ଫଳରେ ସାମ୍ନାରେ ଥିବା ସାମଗ୍ରୀ ସହଜରେ ଦୃଶ୍ୟମାନ ହୁଏନାହିଁ। ଭୌଗୋଳିକ ପରିସ୍ଥିତି ଅନୁଯାୟୀ କୁହୁଡ଼ି ଭିନ୍ନ ଭିନ୍ନ। ସମୁଦ୍ର ପୃଷ୍ଠରେ ସୃଷ୍ଟ କୁହୁଡ଼ି ‘ସି ଫଗ୍‌’। ଅନେକ ସମୟରେ କୁହୁଡ଼ି ଆରମ୍ଭ ହେବାର କିଛି ସମୟ ଭିତରେ ନିଷ୍ପ୍ରଭ ହୋଇଯାଏ। ପରିବେଶର ତାପମାତ୍ରା, ଜଳୀୟଅଂଶ ଧାରଣା କରିବା କ୍ଷମତା ଉପରେ ଏହା ନିର୍ଭର କରେ। ଅନୁକୂଳ ପରିବେଶ ମିଳିଲେ କୁହୁଡ଼ି ସମସ୍ୟା ସୃଷ୍ଟି କରେ। ଏହାର ଘନତା ବଢ଼େ। ଫଳରେ ଉଡ଼ାଜାହାଜ, ଟ୍ରେନ୍‌, ବସ୍‌ ପରିବହନ ଭଳି ଅତ୍ୟାବଶ୍ୟକ ସେବା ବାଧାପ୍ରାପ୍ତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଲା ମାଙ୍କଡ଼, ତା’ ପରେ ଯାହା କଲା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ ଅନେକ ଭିଡିଓ ଆଶ୍ଚର୍ଯ୍ୟ କରିଦେଉଥିବାବେଳେ ଆଉ କିଛି ଭିଡିଓ ହୃଦୟସ୍ପର୍ଶୀ। ଏବେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?