Posted inଫୁରସତ

କୁହୁଡ଼ିରୁ ପାଣି ‘ଫଗ୍‌ କ୍ୟାଚିଂ’, ମେଣ୍ଟୁଛି ଶୋଷ

ନୂଆଦିଲ୍ଲୀ: ଉତ୍ତର ଭାରତରେ ହାଡ଼ଭଙ୍ଗା ଶୀତ ପ୍ରକୋପ ସାଙ୍ଗକୁ ଆରମ୍ଭ ହୋଇଛି ଘନ କୁହୁଡ଼ି। ଶୀତଦିନେ ଦୁର୍ଘଟଣା ବୃଦ୍ଧି ପଛର ଅନ୍ୟତମ କାରଣ ‘ଫଗ୍‌’। ତେଣୁ କୁହୁଡ଼ି ଆଶଙ୍କାରେ ପାଣିପାଗ ବିଭାଗ ପକ୍ଷରୁ ଏବେ ଆଗୁଆ ସତର୍କ ସୂଚନା ଜାରି କରାଯାଉଛି। ହେଲେ ମରୁଭୂମିବାସୀଙ୍କ ଲାଗି କୁହୁଡ଼ି ସାଜିଛି ଆଶୀର୍ବାଦ। କୁହୁଡ଼ିକୁ ଜଳବୁନ୍ଦାରେ ରୂପାନ୍ତରିତ କରି ଏଠାକାର ଲୋକେ ମେଣ୍ଟାଉଛନ୍ତି ଦୈନନ୍ଦିନ ଆବଶ୍ୟକତା।

ପୃଥିବୀର ବୃହତ୍ତମ ମରୁଭୂମି ସାହାରାରେ ଅସହ୍ୟ ଗରମ ସାଙ୍ଗକୁ ଜଳକଷ୍ଟ ସାଧାରଣ କଥା। ଏହି ସମସ୍ୟାର ସମାଧାନ ଲାଗି ମରୁଭୂମିବାସୀ କୁହୁଡ଼ି ଉପରେ ନିର୍ଭର କରୁଛନ୍ତି। ସାହାରା ସହ ସଂଯୁକ୍ତ ମର୍‌କ୍କୋ ଭଳି ଦେଶରେ ବିକଶିତ ‘ଫଗ୍‌ କ୍ୟାଚିଂ’ ପଦ୍ଧତି ଶୋଷ ମେଣ୍ଟାଉଛି। ଏକ ବଡ଼ ଅଞ୍ଚଳରେ ସ୍ବତନ୍ତ୍ର ଧାତବ ଜାଲି, କପଡ଼ାର ଆଚ୍ଛାଦନ ବସାଇ କୁହୁଡ଼ିରୁ ଜଳବୁନ୍ଦା ସଂଗ୍ରହ କରି ପାଣିରେ ରୂପାନ୍ତରିତ କରାଯାଇଥାଏ। ଏଥିଲାଗି ରହିଛନ୍ତି ସ୍ବତନ୍ତ୍ର ଗୋଷ୍ଠୀ ‘ଫଗ୍‌ କ୍ୟାଚର’। ପେରୁ, ମର୍‌କୋ, ଘାନା ଭଳି ଜଳସଙ୍କଟ ଭୋଗୁଥିବା ଦେଶରେ ଏମାନଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ବେଲାବିଷ୍ଟାରେ ନଦୀ, ହ୍ରଦ କି ଗ୍ଲାସିୟର ନାହିଁ। ତେଣୁ ଏଠାରେ ବର୍ଷତମାମ ଜଳକଷ୍ଟର ସମ୍ମୁଖୀନ ହୋଇଥାନ୍ତି ଜନସାଧାରଣ। ଏହି ସମସ୍ୟାର ସମାଧାନ ଲାଗି ୨୦୦୬ରେ ‘ଫଗ୍‌ କ୍ୟାଚର’ କାମ କରିବା ଆରମ୍ଭ କରିଥିଲେ। ସେମାନଙ୍କ ଉଦ୍ୟମରେ ଜଳ ସମସ୍ୟାର ସମାଧାନ କିଛି ପରିମାଣରେ ହୋଇପାରିଛି।

କୁହୁଡ଼ିରୁ ଜଳ ସଂଗ୍ରହ କରିବାର ଟେକ୍‌ନିକ୍‌ ସର୍ବପ୍ରଥମେ ୧୯୬୯ରେ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହୋଇଥିଲା। ଏଥିଲାଗି ୧୪ ମାସର ଏକ ଅଧ୍ୟୟନ କରାଯାଇଥିଲା। ଏହାକୁ ଉପଯୋଗ କରି ଦୈନିକ ୧୧ ଲିଟର ପାଣି ସଂଗ୍ରହ କରାଯାଇପାରିଥିଲା। ସୂଚନାଯୋଗ୍ୟ, ପ୍ରତି ଘନମିଟର କୁହୁଡ଼ିରେ ଜଳର ମାତ୍ରା ୦.୫ ଗ୍ରାମ। ସଂଗୃହୀତ ଜଳରେଣୁ ପାଣିରେ ପରିଣତ ହେବା ପରେ ଏହାକୁ ବିଶୁଦ୍ଧ କରି ବ୍ୟବହାର କରାଯାଏ। ପେରୁ, ମର୍‌କୋ, ଘାନା, କାର୍ଲିଫର୍ନିଆ ସମେତ ଆଫ୍ରିକାର ଅନେକ ଦେଶରେ ‘ଫଗ୍‌ କ୍ୟାଚିଂ’ର ସଫଳ ପ୍ରୟୋଗ କରାଯାଇଛି। ସମୟକ୍ରମେ ଟେକ୍‌ନିକ୍‌ରେ ଉନ୍ନତି ହୋଇଛି।

କୁହୁଡ଼ି ହେଉଛି ଏକ ଜଳକଣା। ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଏହା ସୃଷ୍ଟି ହୋଇ ପବନ ସହାୟତାରେ ଆଗକୁ ଆଗକୁ ବଢ଼ିଚାଲେ। ଏଭଳି ଜଳବିନ୍ଦୁସମୂହ ଏକାଠି ହୋଇଯିବା ପରେ ପରିବେଶରେ ଧଳା ଆସ୍ତରଣ ସୃଷ୍ଟି ହୁଏ। ସହରରେ ପ୍ରଦୂଷଣ, ଧୂଳିଧୂଅଁା ଯୋଗୁ ଏହା ଅଧିକ ଘନ ହୋଇଯାଏ। ଫଳରେ ସାମ୍ନାରେ ଥିବା ସାମଗ୍ରୀ ସହଜରେ ଦୃଶ୍ୟମାନ ହୁଏନାହିଁ। ଭୌଗୋଳିକ ପରିସ୍ଥିତି ଅନୁଯାୟୀ କୁହୁଡ଼ି ଭିନ୍ନ ଭିନ୍ନ। ସମୁଦ୍ର ପୃଷ୍ଠରେ ସୃଷ୍ଟ କୁହୁଡ଼ି ‘ସି ଫଗ୍‌’। ଅନେକ ସମୟରେ କୁହୁଡ଼ି ଆରମ୍ଭ ହେବାର କିଛି ସମୟ ଭିତରେ ନିଷ୍ପ୍ରଭ ହୋଇଯାଏ। ପରିବେଶର ତାପମାତ୍ରା, ଜଳୀୟଅଂଶ ଧାରଣା କରିବା କ୍ଷମତା ଉପରେ ଏହା ନିର୍ଭର କରେ। ଅନୁକୂଳ ପରିବେଶ ମିଳିଲେ କୁହୁଡ଼ି ସମସ୍ୟା ସୃଷ୍ଟି କରେ। ଏହାର ଘନତା ବଢ଼େ। ଫଳରେ ଉଡ଼ାଜାହାଜ, ଟ୍ରେନ୍‌, ବସ୍‌ ପରିବହନ ଭଳି ଅତ୍ୟାବଶ୍ୟକ ସେବା ବାଧାପ୍ରାପ୍ତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଭୁଲ୍‌ରେ ବି ଗୁଗଲ୍‌ରେ ଏସବୁ କରନ୍ତୁନି ସର୍ଚ୍ଚ, ହୋଇପାରେ ଜେଲ

ଗୁଗଲ୍‌ ଏମିତି ଏକ ପ୍ଲାଟର୍ଫମ ଯାହା ବିନା ଆଜିକାଲି ସମୟରେ ସବୁକିଛି ଅଧୁରା। ଯେକୌଣସି ବିଷୟରେ ଜାଣିବାକୁ ଚାହୁଁଥିଲେ ଲୋକେ ସଙ୍ଗେ ସଙ୍ଗେ ଗୁଗଲ୍‌ର ସହାୟତା...

ବୃକ୍ଷ ହିଁ ଜୀବନ

ଗଛ ଲଗାଇବା ହେଉ କି ପରିବେଶ ସଫାସୁତରା ରଖିବା, ଏହିସବୁ କାମ ହିଁ ତାଙ୍କୁ ଆନନ୍ଦ ଦେଇଥାଏ। ଏଇଥିରୁ ହିଁ ସେ ପାଇଥାନ୍ତି ଆତ୍ମତୃପ୍ତି… ଦିନକୁ...

ମା’ ଛିଡ଼ା ହୋଇଥିବା ବେଳେ ଛୁଆ ହାତୀ କଲା ଏମିତି, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ବିନା ହେଲ୍‌ମେଟ୍‌ରେ ଯିବାକୁ ବସିଥିଲେ, ଟ୍ରାଫିକ୍‌ ପୋଲିସ ନୁହେଁ ହାତୀ ଦେଲା ପାନେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ରାକ୍ଷୀରେ ଦିଅନ୍ତୁ ଏପରି ଗିଫ୍ଟ ଖୁସି ହୋଇଯିବେ ଭଉଣୀ

ଭଉଣୀ ଭାଇର ପବିତ୍ର ସମ୍ପର୍କକୁ ସୁଦୃଢ଼ କରିଥାଏ ରାକ୍ଷୀ। ତେବେ ଏହି ରାକ୍ଷୀପୂର୍ଣ୍ଣିମାକୁ ସବୁ ଭାଇଭଉଣୀ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ରକ୍ଷାବନ୍ଧନ ଆସିଗଲେ ବଜାରରେ...

ଖବର ପଢି କାନ୍ଦି ପକାଇଲେ ପ୍ରଥମ କିନ୍ନର ନ୍ୟୁଜ ଆଙ୍କର

ଢାକା,୯।୩: ବାଂଲାଦେଶର ପ୍ରଥମ କିନ୍ନର ନ୍ୟୁଜ ଆଙ୍କର ତଶ୍ନୁଭା ଆନନ ଶିଶିର ମହିଳା ଦିବସରେ ପ୍ରଥମଥର ନ୍ୟୁଜ୍‌ ପଢିଛନ୍ତି। ବୋଇଶାଖୀ ନ୍ୟୁଜ ଚ୍ୟାନେଲରେ ୩ ମିନିଟ୍‌ର...

୫୦ ଫୁଟ ଉଚ୍ଚର ପାଣି ଟାଙ୍କି ଉପରେ ଚଢ଼ି ନିଶାରେ ଡ୍ୟାନ୍ସ କଲେ ଯୁବକ, ଆଉ ତା’ ପରେ…

ଉତ୍ତରପ୍ରଦେଶର ପ୍ରତାପଗଡ଼ ସଦର ତହସିଲ ଗେଟ୍‌ ନିକଟରେ ଥିବା ଏକ ପାଣିଟାଙ୍କି ଉପରେ ଚଢ଼ି ଜଣେ ଯୁବକ ଏମିତି ଡ୍ୟାନ୍ସ କରିଛନ୍ତି ଯାହା ଏବେ ସୋସିଆଲ...

ଏହି ଦେଶରେ କେବଳ ଶୋଇବା ପାଇଁ ମିଳିଥାଏ ଚାକିରି

ଯେକୌଣସି ମଣିଷ ପାଇଁ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ନିହାତି ଆବଶ୍ୟକ। ଏହି ଆବଶ୍ୟକତା ପୂରଣ କରିବାକୁ ଲୋକଙ୍କୁ ଚାକିରି କରିବା ଦରକାର। ରୋଜଗାରର ସନ୍ଧାନରେ...

Advertisement
Archives

Model This Week