କୁହୁଡ଼ି ଓ ଦୁର୍ଘଟଣା

ଶୀତ ସକାଳର ଥଣ୍ଡା, କୁହୁଡ଼ି। ତୀର୍ଯ୍ୟକ୍‌ ସୂର୍ଯ୍ୟ କିରଣରେ ଝଲସୁଥିବା ଘାସ ଆଉ ପତ୍ରରେ କାକରବିନ୍ଦୁ ଭାରି ମନୋରମ! ଶୀତବସ୍ତ୍ର ପିନ୍ଧି ଏହି ପାଗର ମଜାନେବାକୁ ବି ଅନେକଙ୍କଠାରେ କ୍ରେଜ୍‌ କହିଲେ ନ ସରେ। ହେଲେ କେବେ ଏହି କୁହୁଡ଼ି ଗାଡିମୋଟର ଚଳାଚଳରେ ବାଧା ସୃଷ୍ଟି କରେ ତ ପୁଣି କେବେ ଏହା ପାଲଟେ ଦୁର୍ଘଟଣାର କାରଣ …

ବର୍ତ୍ତମାନ ବୃଦ୍ଧି ପାଉଥିବା ଗାଡ଼ିମୋଟର, କଳ କାରଖାନା ସଂଖ୍ୟା ସାଙ୍ଗକୁ ଜଙ୍ଗଲ କ୍ଷୟ ଯୋଗୁ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି ଏବଂ ଏହାର ତାପମାତ୍ରା ମଧ୍ୟ ଅହେତୁକ ଭାବେ ବଢୁଛି। ଫଳରେ ବାୟୁମଣ୍ଡଳରେ ସାଧାରଣଠାରୁ ଯଥେଷ୍ଟ ଅଧିକ ପରିମାଣରେ ଜଳୀୟବାଷ୍ପ ରହୁଛି, ଯାହାକି ଶୀତଦିନେ ଥଣ୍ଡା ହେବା ଦ୍ୱାରା ଘନୀଭୂତ ହେବା ସହ ଛୋଟ ଛୋଟ ଜଳକଣାରେ ପରିଣତ ହୋଇ କୁହୁଡ଼ି ଆକାରରେ ଭୂପୃଷ୍ଠ ନିକଟରେ ଭାସି ବୁଲୁଛି। ବାୟୁପ୍ରଦୂଷଣ ହେତୁ ଧୂଆଁମିଶା ଘନକୁହୁଡ଼ି ବା ସ୍ମଗ ସୃଷ୍ଟି ହେଉଛି ା ଏହି ଘନ କୁହୁଡ଼ି ଯୋଗୁ ଆଲୋକ ସଂକେତରେ ଚଳାଚଳ କରୁଥିବା ବିମାନ ଓ ରେଳଗାଡ଼ିରେ ବିଳମ୍ବ ଘଟୁଛି। କେବଳ ଏତିକି ନୁହେଁ, ଅଧିକ ସମୟ ପର୍ଯ୍ୟନ୍ତ ରାସ୍ତାଘାଟ ଭଲଭାବେ ଦେଖାଯାଉ ନ ଥିବାରୁ ଗାଡ଼ିମୋଟର ଦୁର୍ଘଟଣା ବୃଦ୍ଧିପାଉଛି ା
କୁହୁଡ଼ି ସମୟରେ ଯାନବାହନ ଚଳାଚଳକୁ ସୁରକ୍ଷିତ କରିବା ଲାଗି କେତୋଟି ବିଷୟ ପ୍ରତି ସଜାଗ ହେବା ନିହାତି ଜରୁରୀ। ଜାଣିରଖନ୍ତୁ ସେ ସମ୍ପର୍କରେ…
– ଅଧିକ କୁହୁଡ଼ିରେ ସକାଳ ସମୟରେ ବି ସୂର୍ଯ୍ୟକିରଣ ଢାଙ୍କି ହୋଇ ରାସ୍ତାଘାଟ ଅନ୍ଧାରିଆ ଲାଗିଥାଏ। ତେଣୁ ଗାଡ଼ି ଚଲାଇବା ସମୟରେ ଅଧିକ କୁହୁଡ଼ି ସ୍ଥାନରେ କୁହୁଡ଼ିଜନିତ ଦୁର୍ଘଟଣା ହ୍ରାସ କରିବା ଲାଗି ବର୍ତ୍ତମାନ ଗାଡ଼ିଗୁଡିକରେ ଦିଆଯାଉଥିବା ସ୍ପେଶାଲ ଫଗ୍‌ ଲାଇଟ୍‌ (ହଳଦିଆ ଆଲୁଅ) ବ୍ୟବହାର କରିବାକୁ ଆଦୌ ଭୁଲନ୍ତୁ ନାହିଁ।
– ସକାଳ ଏବଂ ସନ୍ଧ୍ୟା ସମୟରେ ବାହାରକୁ ଯାଉଥିଲେ କୁହୁଡ଼ି ପ୍ରତି ସତର୍କ ରୁହନ୍ତୁ। ଗାଡ଼ି ଚଲାଇବା ବେଳେ ସ୍ପିଡ୍‌ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ। ଅନ୍ୟ ଗାଡ଼ିଗୁଡିକଠାରୁ ଆବଶ୍ୟକ ଦୂରତା ରକ୍ଷା କରନ୍ତୁ। ବିଶେଷକରି ଟର୍ନିଂ ବା ବୁଲାଣି ସ୍ଥାନରେ ଗାଡ଼ି ଧୀରେ ଚଲାନ୍ତୁ ଏବଂ ଲମ୍ବା ହର୍ନ ଦିଅନ୍ତୁ। କାରଣ ଏଭଳି ସ୍ଥାନରେ ସାମାନ୍ୟ ଅସତର୍କତା ଯୋଗୁ ଦୁର୍ଘଟଣା ହେବାର ଆଶଙ୍କା ବେଶୀ।
– କୁହୁଡ଼ିରେ ରାସ୍ତା ଉପରେ ଚାଲୁଥିବା ପଶୁ ବିଶେଷକରି ଧଳା ବାଛୁରୀ, ଗାଈ, କୁକୁର ଆଦି ସହଜରେ ଦେଖାଯାଇ ନ ଥା’ନ୍ତି। ଏଣୁ ଦୁର୍ଘଟଣାର ଆଶଙ୍କା ବଢ଼ିଥାଏ। ତେଣୁ ଗାଡ଼ିର ସ୍ପିଡ୍‌ ନିୟନ୍ତ୍ରଣରେ ରଖିବା ନିତାନ୍ତ ଆବଶ୍ୟକ।
– କୁହୁଡ଼ିରେ ଦୁଇଚକିଆ ଗାଡ଼ିରେ ଯାତାୟାତ କରିବା ବେଳେ ବାରମ୍ବାର ହେଲ୍‌ମେଟ୍‌ ଗ୍ଲାସ୍‌ରେ କୁହୁଡ଼ି ଲାଗି ଅସ୍ପଷ୍ଟ ହୋଇଯାଏ। ତେଣୁ ଦେଖିବାରେ କଷ୍ଟ ହୋଇଥାଏ ଏବଂ ଦୁର୍ଘଟଣାର ଆଶଙ୍କା ବୃଦ୍ଧିପାଇଥାଏ। ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ସହ ମଝିରେ ମଝିରେ ଏହାକୁ କଟନ୍‌ କପଡ଼ାରେ ପୋଛନ୍ତୁ। ସେହିପରି କାର୍‌ ବ୍ୟବହାର କରୁଥିଲେ କୁହୁଡ଼ି ସମୟରେ ଡିଫ୍ରଷ୍ଟର ବ୍ୟବହାର କରନ୍ତୁ। କାରଣ କୁହୁଡ଼ି ଗାଡ଼ିର ଓ୍ବିଣ୍ଡସିଲ୍ଡରେ ଜମା ହେବା ଦ୍ୱାରା ଦେଖାଯିବା କଷ୍ଟ ହୋଇଥାଏ। ଆବଶ୍ୟକ ସ୍ଥଳେ ଓ୍ବାଇପର ମଧ୍ୟ ବ୍ୟବହାର କରନ୍ତୁ।
– କୁହୁଡ଼ିରେ ଗାଡ଼ି ଚଲାଉଥିବା ସମୟରେ ମୋବାଇଲ୍‌ରେ ଆଦୌ କଥା ହୁଅନ୍ତୁ ନାହିଁ। ଏପରିକି ଇୟରଫୋନ୍‌ କିମ୍ବା ବ୍ଲୁଟୁଥ୍‌ ବ୍ୟବହାର କରିବା ମଧ୍ୟ ବିପଜ୍ଜନକ। ଏହାଦ୍ୱାରା ନା କେବଳ ଆପଣ ଅନ୍ୟମନସ୍କ ହେବା କିମ୍ବା ପଛ ଗାଡ଼ିଗୁଡିକର ହର୍ନ ନ ଶୁଣି ପାରିବା କାରଣରୁ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ବରଂ କୁହୁଡ଼ି ସଂସ୍ପର୍ଶରେ ଆସି ମୋବାଇଲ୍‌ ଖରାପ ହେବାର ମଧ୍ୟ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri