Posted inଫୁରସତ

ସ୍କର୍ଟ ପିନ୍ଧି ଅଫିସ୍‌ ଯାଆନ୍ତି ରୋବୋଟିକ ଇଞ୍ଜିନିୟର 

ଜର୍ମାନୀର ୬୩ ବର୍ଷୀୟ ମାର୍କ ବ୍ରାୟନ୍‌। ପେସାରେ ଜଣେ ରୋବୋଟିକ୍‌ ଇଞ୍ଜିନିୟର। ବଳିଷ୍ଠ ଶରୀର। ଦେଖିବାକୁ ବେଶ୍‌ ହ୍ୟାଣ୍ଡସମ୍‌ ଓ ସ୍ମାର୍ଟ। ହେଲେ ଅଫିସ୍‌କୁ ଗଲାବେଳେ ତାଙ୍କ ବ୍ୟକ୍ତିତ୍ୱ ବଦଳିଯାଏ। କାରଣ ଅଫିସ୍‌ ଲାଗି ରେଡି ହେବାବେଳେ ସେ ଆଲମାରୀରୁ ବାହାର କରନ୍ତି ତାଙ୍କର ସାର୍ଟ, ବ୍ଲେଜର୍‌ ଓ ସୁନ୍ଦର ସୁନ୍ଦର ଷ୍ଟାଇଲିସ୍‌ ସ୍କର୍ଟ। କେବେ ସେ ସାର୍ଟ ଉପରେ ବ୍ଲେଜର୍‌ ପିନ୍ଧି ତା’ସହ ସ୍କର୍ଟକୁ ପେୟାର୍‌ କରନ୍ତି ତ କେବେ ସେ ସାର୍ଟ ସହ ସ୍କର୍ଟ ପିନ୍ଧନ୍ତି। ଆଉ ତା’ସହ ପିନ୍ଧନ୍ତି ହାଈ ହିଲ୍ସ। ବଳିଷ୍ଠ ଚେହେରା ସାଙ୍ଗକୁ ତାଙ୍କର ଏଭଳି ପୋଷାକ ପରିପାଟି ତାଙ୍କୁ ବେଶ୍‌ ଅଜବ ଲୁକ୍‌ ଦିଏ। ତାଙ୍କର ଏଭଳି ଲୁକ୍‌କୁ ଦେଖି କିଏ ତାଙ୍କୁ ସମଲୈଙ୍ଗିକ ଭାବନ୍ତି ତ କିଏ କିନ୍ନର। କିନ୍ତୁ ସେ ନା ସମଲୈଙ୍ଗିକ ନା କିନ୍ନର। ସେ ତ ସୁଖି ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି ଓ ତିନି ସନ୍ତାନର ଜନକ ବି ଅଟନ୍ତି। ହେଲେ ଦୀର୍ଘ ୬ ବର୍ଷ ହେବ ସେ ସବୁଦିନ ଅଫିସ୍‌କୁ ଯିବାବେଳେ ସ୍କର୍ଟ ଓ ହାଇ ହିଲ୍ସ ପିନ୍ଧୁଛନ୍ତି। ଘରେ ଓ ଅନ୍ୟ ସ୍ଥାନରେ ସେ ପୁରୁଷଙ୍କ ପରି ସାମାନ୍ୟ କପଡା ପିନ୍ଧନ୍ତି। ହେଲେ କେବଳ ଅଫିସ୍‌କୁ ସେ ସ୍କର୍ଟ ଓ ହାଇ ହିଲ୍ସ ପିନ୍ଧନ୍ତି। ସେ କୁହନ୍ତି, ‘ମତେ ଏଭଳି ପୋଷାକ ପିନ୍ଧିବାକୁ ବହୁତ ଭଲ ଲାଗେ। ମୋ ମତରେ ତ ପୋଷାକର କିଛି ଲିଙ୍ଗ ନ ଥାଏ। ତେଣୁ କିଏ ବି କେଉଁ ପ୍ରକାରର ପୋଷାକ ପିନ୍ଧିପାରିବେ।’


Enter your email to get our daily news in your inbox.

All Right Reserved By Dharitri.Com

କୁମ୍ବୀରକୁ ଧରି ଫଟୋ ଉଠାଉଥିଲେ କିଛି ବ୍ୟକ୍ତି: ହଠାତ୍‌ ଘଟିଲା ଏମିତି, ଆଉ ତା’ପରେ ଦେଖନ୍ତୁ ଭିଡିଓ

ବିପଦପୂର୍ଣ୍ଣ ଜୀବଙ୍କ ନିକଟକୁ ଯିବାକୁ ଡର ଲାଗେ। ଲୋକମାନେ ଏପରି ଜୀବମାନଙ୍କ ଆଖପାଖକୁ ଯିବାକୁ ଥରନ୍ତି। ଏହିପରି ଜୀବମାନେ କ୍ଷଣିକ ମଧ୍ୟରେ ଲୋକଙ୍କ କ୍ଷତି କରନ୍ତି।...

ଯୌତୁକ ନା ବଜାର: ବିବାହରେ ଉପହାର ମିଳିଲା ଏତେ ଜିତିଷ, ରାଗିଗଲେ ଲୋକେ

ବିବାହରେ ଯୌତୁକ ଦେବା ପରମ୍ପରା ଦୀର୍ଘ ଦିନ ଧରି ଚାଲିଆସୁଛି। ଆଜି ବି ଲୋକମାନେ ଏହି ପରମ୍ପରାକୁ ପ୍ରୋତ୍ସାହିତ କରୁଥିବା ଦେଖାଯାଉଛି। ସୋସିଆଲ ମିଡିଆରେ ଏକ...

ମଦ୍ୟପ ଓ ଅପରାଧୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ବିଜ୍ଞାପନ ଦେଲା ଏହି କମ୍ପାନୀ

ହୋବାର୍ଟ,୨୯।୧୧: ଭଲ ଦରମା ସହ ମନ ମୁତାବକ ଚାକିରି ଖଣ୍ଡିଏ ମିଳିଲେ ବ୍ୟକ୍ତ ଯେକେଉଁଠି ଯିବାକୁ ଚାହିଁଥାଏ। ସମ୍ପ୍ରତି, ଏକ ଏଭଳି ଚାକିରିର ବିଜ୍ଞାପନ ସୋସିଆଲ...

କୋବି ପାଇଁ ମର୍ଡର! ବୃଦ୍ଧଙ୍କୁ ପିଟିପିଟି ହତ୍ୟା

ପାଟନା,୨୯।୧୧: ବିହାରର ମୋତିହାରି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। କୋବିକୁ ନେଇ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୋତିହାରିରର ଦୁଲମା ପଞ୍ଚାୟତର ଓ୍ବାର୍ଡ-୯ର...

ଇଣ୍ଟର୍ନଶିପରେ କମ୍ପାନୀ କରାଇଲା ଅଧିକ କାମ, ଚାଲିଗଲା ଯୁବକଙ୍କ ଜୀବନ

ବେଜିଂ,୨୯।୧୧: ଇଣ୍ଟର୍ନଶିପ ସମୟରେ ବ୍ୟକ୍ତି କୌଣସି କମ୍ପାନୀରେ କାମ ଶିଖିଥାଏ। ଶୀଘ୍ର କାମ ଶିଖିବା ପରେ ଉକ୍ତ ବ୍ୟକ୍ତିଙ୍କୁ କମ୍ପାନୀ ନିଯୁକ୍ତି ଦେଇ ପାରିବ ବୋଲି...

ଏହି ଦିଗକୁ ମୁହଁ କରି କରନ୍ତୁ ନାହିଁ ଭୋଜନ, ବାସ୍ତୁଶାସ୍ତ୍ରରେ କରାଯାଇଛି ମନା…

ଦିଗ ସମ୍ବନ୍ଧୀୟ ଅନେକ ଜିନିଷକୁ ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। କେଉଁ ଦିଗରେ କ’ଣ କରିବା ଉଚିତ ନୁହେଁ ଏବଂ କେଉଁ କାର୍ଯ୍ୟ କରିବା ଶୁଭ ଅଟେ...

ଆୟର୍ଲାଣ୍ଡରେ ସବୁଠୁ ଅଧିକ ଦରମା ପାଉଛନ୍ତି ଭାରତୀୟ ମହିଳା, ଆୟର୍ଲାଣ୍ଡର ମହିଳା ଅଛନ୍ତି ପଛରେ…

ଡବଲିନ,୨୯।୧୧: ଅଧିକ ଦରମା ପାଇବା ପାଇଁ ଭାରୀୟମାନେ ଦେଶ ବାହାରକୁ ଯାଉଛନ୍ତି। କେବଳ ପୁରୁଷ ନୁହେଁ ମହିଳମାନେ ମଧ୍ୟ ଦେଶ ବାହାରକୁ ଯାଇ ବିଭିନ୍ନ ପ୍ରକାର...

୨୪ ଥରରେ ଏମ୍‌ଏସ୍‌ସି ପାସ୍‌

ଭୋପାଳ: ଜଣେ ମଣିଷ କିଛି ହାସଲ କରିବାକୁ ଚାହିଁଲେ, ସେଥିପାଇଁ ତାଙ୍କୁ ବହୁତ ବାଧାବିଘ୍ନ ଦେଇ ଗତି କରିବାକୁ ପଡ଼ିଥାଏ। ଏହାପରେ ସେ ସଫଳତା ପାଇପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri