Posted inଖେଳ

ଫୋଡେନ୍‌, ଖାଡିଜା ଶ୍ରେଷ୍ଠ ଖେଳାଳି

ମାଞ୍ଚେଷ୍ଟର,୨୨ା୮(ପି.ଟି.): ପ୍ରଫେଶନାଲ ଫୁଟବଲର୍ସ ଆସୋସିଏଶନ (ପିଏଫ୍‌ଏ) ପକ୍ଷରୁ ବୁଧବାର ଇଂଲିଶ ସକ୍କରର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି। ମାଞ୍ଚେଷ୍ଟର ସିଟି ପକ୍ଷରୁ ଖେଳୁଥିବା ଫିଲ ଫୋଡେନ ପୁରୁଷ ବର୍ଗରେ ଓ ମହିଳା ବର୍ଗରେ ଖାଡିଜା ଶ’ଙ୍କୁ ସମ୍ମାନିତ କରାଯାଇଛି। ଫୋଡେନ୍‌ ଚଳିତ ସିଜନରେ ୧୯ଟି ଗୋଲ ସ୍କୋର କରିଥିଲେ। ମାଞ୍ଚେଷ୍ଟର ସିଟି ପକ୍ଷରୁ ୧୯ ଗୋଲ ସ୍କୋର କରିବା ସହ କ୍ରମାଗତ ଚତୁର୍ଥ ଥର ପ୍ରିମିୟର ଲିଗ୍‌ ଟାଇଟଲ ବିଜୟୀ କରିଥିଲେ। ଏହା ସହିତ ସେ ୮ଟି ଗୋଲରେ ଆସିଷ୍ଟ ମଧ୍ୟ କରିଥିଲେ। ଅନ୍ୟ ପକ୍ଷରେ ଜାମାଇକା ପକ୍ଷରୁ ଖେଳୁଥିବା ଖାଡିଜା ଶ’ ଚମତ୍କାର ପ୍ରଦର୍ଶନ କରି ଚଳିତ ସିଜନର ଓମେନ୍ସ ସୁପର ଲିଗ୍‌ରେ ୨୧ ଗୋଲ ସ୍କୋର କରିଥିଲେ। ଗୋଲ ବ୍ୟବଧାନରେ ପଛୁଆ ରହିଥିବା ସିଟି ଅଳ୍ପକେ ଟାଇଟଲ ହାସଲରୁ ବଞ୍ଚିତ ହୋଇଥିଲା। ଚେଲ୍‌ସୀ ଓମେନ୍ସ ସୁପର ଲିଗ୍‌ ବିଜୟୀ ହୋଇଥିଲା। ପ୍ରଫେଶନାଲ ଖେଳାଳିଙ୍କ ଭୋଟ ଜରିଆରେ ଉଭୟଙ୍କୁ ଏହି ପୁରସ୍କାର ମିଳିଥିଲା।
ସେହିପରି କ୍ରିଟିକ୍‌ମାନଙ୍କ ପକ୍ଷରୁ ମଧ୍ୟ ଉଭୟଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି। ଚେଲ୍‌ସୀର ଆଟାକିଂ ମିଡଫିଲ୍ଡର କୋଲ୍‌ ପାଲମରଙ୍କୁ ଶ୍ରେଷ୍ଠ ଯୁବ ଖେଳାଳି ଭାବରେ ସମ୍ମାନିତ କରାଯାଇଛି। ମାଞ୍ଚେଷ୍ଟର ୟୁନାଇଟେଡ୍‌ ମହିଳା ଦଳର ମିଡଫିଲ୍ଡର ଗ୍ରେସ୍‌ କ୍ଲିଣ୍ଟନଙ୍କୁ ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର ମିଳିଛି। ପାଲ୍‌ମର ଚେଲ୍‌ସୀ ପକ୍ଷରୁ ୨୨ଟି ଗୋଲ୍‌ ସ୍କୋର କରିଥିବା ବେଳେ ୧୧ଟି ଆସିଷ୍ଟ କରିଛନ୍ତି। ଦ୍ୱିତୀୟ ଚେଲ୍‌ସୀ ଖେଳାଳି ଭାବରେ ସେ ଏହି ସଫଳତା ହାସଲ କରିଛନ୍ତି। ୨୦୨୩ରେ ଚେଲ୍‌ସୀ ପକ୍ଷରୁ ଖେଳୁଥିବା ଏର୍ଲିଙ୍ଗ ହାଲାଣ୍ଡ ଏହି ପୁରସ୍କାର ହାସଲ କରିଥିଲେ। ଅନ୍ୟ ପକ୍ଷରେ ଗ୍ରେସ୍‌ କ୍ଲିଣ୍ଟନ ବର୍ତ୍ତମାନ ଟଟ୍ଟେନହାମ୍‌ ପକ୍ଷରୁ ଲୋନରେ ଖେଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri