ଜଳ ଅଭାବରୁ ନଷ୍ଟ ହେଉଛି ଚାରା

କେନ୍ଦୁଝର,୧୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ବନଖଣ୍ଡ ସଦର ରେଞ୍ଜ ଅଧୀନରେ ଥିବା ପଦ୍ମପୁର ମେଗା ନର୍ସରିରେ ହଜାର ସଂଖ୍ୟାରେ ବିଭିନ୍ନ କିସମର ଚାରା ଶୁଖି ନଷ୍ଟହେବାକୁ ବସିଛି। ଜିଲାରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଏ ନେଇ ପ୍ରତିକାର ବ୍ୟବସ୍ଥା ଯଥା ସେଡ୍‌ (ଘୋଡ଼ଣୀ) କରାଯାଇନାହିଁ। ଆବଶ୍ୟକ ମୁତାବକ ଜଳ ସିଞ୍ଚନ ମଧ୍ୟ ହେଉନାହିଁ। ଫଳରେ ଅନେକ ଚାରା ଉପର ଭାଗ ଶୁଖିଯାଇଛି। ଚଳିତ ବର୍ଷ ଜୁଲାଇରେ ହେବାକୁ ଥିବା ବନ ମହୋତ୍ସବରେ ଏହି ଚାରା ରୋପଣ କରାଗଲେ ଶୀଘ୍ର ବଢ଼ିବ ନାହିଁ ଏବଂ ବଞ୍ଚତ୍ବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି କରିଛି। ଜିଲା ବନ ବିଭାଗ ମୁଖ୍ୟାଳୟରୁ ମାତ୍ର ୧୨ କି.ମି. ଦୂରରେ ଏହି ନର୍ସରି ରହିଥିଲେ ମଧ୍ୟ ଏଥିପ୍ରତି ବିଭାଗର ଅବହେଳା ଯୋଗୁ ବ୍ୟାପକ ରାଜସ୍ବ କ୍ଷତି ହେବାକୁ ବସିଛି ବୋଲି ମତ ପ୍ରକାଶ ପାଉଛି।
ପ୍ରକାଶ ଯେ, ପ୍ରାୟ ୧୧ ହେକ୍ଟର ପରିମିତ ଏହି ମେଗା ନର୍ସରି ୨୦୧୪-୧୫ରେ ପ୍ରତିଷ୍ଠା ହୋଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ କାମ୍ପା ଅନୁଦାନରେ ୩ ଲକ୍ଷ ୯୦ ହଜାର, ଡିଏମ୍‌ଏଫ୍‌(ଜିଲା ଖଣିଜ ପାଣ୍ଠି)ରେ ୩୨ ହଜାର ୪୦୦, ଓଏମ୍‌ବିଏଡିସି ( ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ) ଅନୁଦାନରେ ୮୦ହଜାର ୨୯୫ ଏବଂ ଗ୍ରୀନ୍‌ ମହାନଦୀ ମିଶନରେ ୬୮ ହଜାର ୨୫୦ଟି ୧୮ ମାସିଆ ଚାରା ପ୍ରସ୍ତୁତ କରାଯାଇଛି। ଏନେଇ ମୋଟ ୧୧୭୦ ବେଡ୍‌ କରାଯାଇଛି। ମାତ୍ର ଜଳ ସମସ୍ୟା କାରଣରୁ ୨ ଓଳି ପାଣି ଦେବା ସମ୍ଭବପର ହେଉନାହିଁ। ଫଳରେ ହଜାର ସଂଖ୍ୟାରେ ଚାରା ପାଣି ଅଭାବରୁ ଶୁଖି ନଷ୍ଟହେବାକୁ ବସିଲାଣି। ଏଠାରେ ଜଳ ସମସ୍ୟା ରହିଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ଆବଶ୍ୟକତାଠାରୁ ୩ ଗୁଣ ଅଧିକ ଚାରା ସୃଷ୍ଟି କରାଯାଇଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି, ଏହି ନର୍ସରିରେ ୨ ଲକ୍ଷ ଚାରା ପାଇଁ ପାଣିର ବ୍ୟବସ୍ଥା ଥିବାବେଳେ ପାଖାପାଖି ୬ ଲକ୍ଷ ଚାରା ପ୍ରସ୍ତୁତ କରାଯାଉଛି। ନର୍ସରି ଭିତରେ ୫ଟି ବୋର୍‌ୱେଲ ଥିବାବେଳେ ୩ଟିରୁ କମ୍‌ ପାଣି ବାହାରୁଛି। ଖରାଦିନରେ ଜଳସ୍ତର କମୁଥିବାରୁ ମୋଟର ଘଣ୍ଟାଏ ଚାଲିଲେ ୨ ଘଣ୍ଟା ବନ୍ଦ ରହୁଛି। ନର୍ସରି ମଧ୍ୟରେ ଖୋଳାଯାଇଥିବା ପୋଖରୀ ମାର୍ଚ୍ଚ ମାସରେ ଶୁଖିଯାଉଛି। ବନ ବିଭାଗ ପକ୍ଷରୁ ବନାଯୋଡ଼ି ନିକଟ ମାଛକାନ୍ଦଣା ନାଳରୁ ପମ୍ପ ଦ୍ୱାରା ପାଣି ଉଠାଇ ପୋଖରୀରେ ଭର୍ତ୍ତି କରାଯାଉଛି। ମାଛକାନ୍ଦଣା ନାଳ ଉପରେ ସ୍ଥାନୀୟ ଲୋକେ ଏବଂ ଚାଷୀ ନିର୍ଭର କରୁଥିବାରୁ ଅଧିକ ପାଣି ଦେବାକୁ ଗ୍ରାମବାସୀ ଅମଙ୍ଗ ହେଉଛନ୍ତି। ୧୮ ମାସିଆ ଚାରା ଯଥା ଆମ୍ବ, ନିମ୍ବ, ପଣସ, ଜାମୁ, କରଞ୍ଜ, ଶିଶୁ, ତେନ୍ତୁଳି, ଅସନ, ଶାଳ ଆଦି ଚାରାର ଅଗ୍ରଭାଗ ଶୁଖିଯାଉଥିବାରୁ ବନୀକରଣ କରାଗଲେ ଏହି ଗଛ ବଞ୍ଚତ୍ବା ନେଇ ଆଶଙ୍କା ଦେଖାଯାଇଛି।
ହରେକୃଷ୍ଣ ମହାନ୍ତ କହିଛନ୍ତି, ଗୋଟିଏ ୧୮ ମାସିଆ ଚାରା ପ୍ରସ୍ତୁତ କରିବାକୁ ବନ ବିଭାଗର ୩୫ରୁ ୪୦ ଟଙ୍କା ଖର୍ଚ୍ଚ ହେଉଛି। ପାଣି ଅଭାବରୁ ଚାରା ନଷ୍ଟ ହେଉଥିବାରୁ ସରକାରଙ୍କ ବ୍ୟାପକ କ୍ଷତି ହେବ। ଫଳରେ ଯେଉଁ ଲକ୍ଷ୍ୟ ରଖି ଚାରା ସୃଷ୍ଟି କରାଯାଉଛି ତାହା ପୂରଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
କାମ କରୁଥିବା ଶ୍ରମିକ ଧନେଶ୍ୱର ମହାନ୍ତ କହିଛନ୍ତି, ମେ, ଜୁନ୍‌ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜଳସ୍ତର କମିଗଲାଣି। ଆବଶ୍ୟକ ଅନୁଯାୟୀ ବୋର୍‌ୱେଲରେ ପାଣି ଆସୁ ନ ଥିବାରୁ ଜଳ ସମସ୍ୟା ଉତ୍କଟ ହୋଇଛି। ବିକଳ୍ପ ବ୍ୟବସ୍ଥା ଭାବେ ଥିବା ପୋଖରୀ ମଧ୍ୟ ଶୁଖିଯାଇଛି। ଏଣୁ ବର୍ଷା ନ ହେଲେ ସବୁ ଗଛ ଶୁଖି ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ଏନେଇ ସଦର ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ କହିଛନ୍ତି, ପାଣି ଦିଆଯାଉଛି। କିନ୍ତୁ ପାଣି ଓ ମାଟି ମଧ୍ୟ ଗରମ ହୋଇଯାଉଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ବର୍ଷା ହେଲେ ସବୁ ଠିକ୍‌ ହୋଇଯିବ। ଆସନ୍ତା ମାସରେ ହେବାକୁ ଥିବା ବନ ମହୋତ୍ସବରେ ଏହାକୁ ବ୍ୟବହାର କରାଯିବ। ବହୁ ଗଛ ଶୁଖିଯାଉଛି। ତେବେ ଏହା ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?