ଧ୍ୟାନରତ ମନ

ନୀରବ ସଚେତନ ମନ ହେଉଛି ଧ୍ୟାନର ପ୍ରଥମ ପାହାଚ। ଅର୍ଥାତ୍‌ ମନରେ ଭାବନା ଚାଲି ନ ଥିବ କିନ୍ତୁ ଶରୀର ନୀରବ ନିଶ୍ଚଳ ରହିଥିବ। ଏହିପରି ଅବସ୍ଥା ରାତିରେ ଶୋଇବା ବେଳେ ଘଟିପାରେ। କିନ୍ତୁ ଦିନ ବେଳା ମଧ୍ୟ ଯଦି ଜଣେ କାମ କରିବା ପରେ କୌଣସି ଗୋଟିଏ ଜାଗାରେ ଚୁପ୍‌ଚାପ୍‌ ବସି ଖାଲି ଚାରିଆଡ଼କୁ ଲକ୍ଷ୍ୟକରି ଦେଖୁ କିନ୍ତୁ ମନରେ କୌଣସି ଭାବନା ଚାଲୁ ନ ଥାଏ। ସେମିତି ଅବସ୍ଥାକୁ ମଧ୍ୟ ଧ୍ୟାନର ଅବସ୍ଥା କହିହେବ।
ଉପରେ ଆମେ ଧ୍ୟାନ କାହାକୁ କୁହାଯାଏ ସେ କଥା କହିଲୁ। ରାତିରେ ଶୋଇବାକୁ ଯିବା ବେଳେ ଭଲକରି ମୁହଁ ହାତ ଗୋଡ଼ ଧୋଇନବ। ତା’ପରେ ବିଛଣାରେ ଗୋଟିଏ ଆରାମ ଲାଗୁଥିବା ଅବସ୍ଥାରେ ଶୋଇବ। ଆଉ ମନକୁ ଦେଖିବ, ଦିନସାରା ରହିଥିବା ଆଘାତ, ବିରକ୍ତି ଇତ୍ୟାଦି ସବୁ ସେଇ ମନ ଭିତରକୁ ଆସିବାକୁ ଆରମ୍ଭ କରିଦେବ। ସେତେବେଳେ ପୂରାପୂରି ଚେତ୍‌ ଥାଇ ଯଦି ସେସବୁ ଖାଲି ଦେଖିଯାଅ ତା’ ସଙ୍ଗେ କୌଣସି ରକମର ଯୁକ୍ତିତର୍କ ନ କରି କେବଳ ନୀରବ ରହ ତାକୁ ଲକ୍ଷ୍ୟକର ତେବେ ଦେଖିବ ଧୀରେ ଧୀରେ ମନ ଶାନ୍ତ ହୋଇଯାଉଛି। ଏହି ଅବସ୍ଥାରେ ସୁଖ ନିଦ୍ରା ହୁଏ। ଆଉ ସକାଳୁ ଜଣେ ଉଠିବ ତ ପୂରାପୂରି ଶାନ୍ତ ଧୀରସ୍ଥିର ମନ ନେଇ ଉଠିବ। କାରଣ ତା’ ମନରେ ସେତେବେଳେ ଗତଦିନର କୌଣସି ଭାବନା ଉଠିବ ନାହିଁ। ଏସବୁ ହେଉଛି ଧ୍ୟାନର ଅଂଶ। ଉପର ଲିଖିତ କଥାଗୁଡ଼ିକ ନିଜକୁ ନିଜେ ନିଜ ଭିତରେ ପରୀକ୍ଷା କରି ଦେଖ, ଆଉ ଜୀବନକୁ ଠିକ୍‌ ଭାବରେ ଚଲାଅ ଏହା ହେଉଛି ଏକ ବିଶେଷ ଶିକ୍ଷା ଏବଂ ଅସଲ ଧ୍ୟାନ।
ପ୍ରାୟ ସବୁ ମଣିଷ ଏଇ ଧ୍ୟାନ ପ୍ରହେଳିକା ପଛରେ ଧାଇଁଥାନ୍ତି। ସଂସାରରେ ଅନେକ ପ୍ରକାରର ଧ୍ୟାନ କଥା ବର୍ଣ୍ଣନା କରାଯାଇଛି। ଯେପରିକି ଜୈନ ଧ୍ୟାନ, ବୌଦ୍ଧ ଧ୍ୟାନ, ତିବ୍ବତୀୟ ଧ୍ୟାନ ଆଉ ତା’ଛଡ଼ା ଯେତେ ଯିଏ ନିଜକୁ ଗୁରୁ ବୋଲାଉଥିବା ବ୍ୟକ୍ତିଙ୍କଠାରୁ ଶିଖି ନିଜ ନିଜ ବାଟରେ ଧ୍ୟାନ କଥା କହନ୍ତି। ତେବେ ଏସବୁ ଧ୍ୟାନ ମନର ଉତ୍କର୍ଷ ଆଣିପାରେ ନାହିଁ। ମନକୁ ଏଇ ଜଞ୍ଜାଳପୂର୍ଣ୍ଣ ସଂସାରରୁ ଅଳ୍ପ କିଛି ସମୟ ପାଇଁ ନିବୃତ୍ତି ମିଳିବା ପ୍ରକୃତରେ ଧ୍ୟାନ ନୁହେଁ। କାରଣ ମଣିଷ ଭାବନାରୁ କିଛି ସମୟ ପାଇଁ ମୁକୁଳିବାକୁ ଯେଉଁ ପଦକୁ ବାରମ୍ବାର ଉଚ୍ଚାରଣ କରିବା କଥା ସେଥିରେ କୁହାଯାଇଛି ସେଇଟା ଏକାଗ୍ରତା, ଧ୍ୟାନ ନୁହେଁ। କାରଣ ମନକୁ ଭାବନାରୁ ଟାଣି ଆଣିବା ଏକାଗ୍ରତା ଅର୍ଥାତ୍‌ ମନର ସବୁ ଶକ୍ତିକୁ ଏକାନ୍ଦ୍ରୀଭୂତ କରି ଜୀବନଠୁ କିଛି ସମୟ ପାଇଁ ନିଜ ଭାବନାରୁ ମୁକ୍ତ ହେବା। କିନ୍ତୁ ଏଠି ଯାହାଙ୍କର ବକ୍ତବ୍ୟକୁ ଆମେ ଉପସ୍ଥାପନା କରିବାକୁ ଯାଉଛୁ, ସେ ହେଉଛନ୍ତି ଜିଡ୍ଡୁ କ୍ରିଷ୍ଣମୂର୍ତ୍ତି। ସେ କହନ୍ତି ଧ୍ୟାନ ସମୁଦାୟ ଜୀବନ ସହିତ ମିଶି ରହିଛି ଖାଲି ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ନୀରବ ରହି ନିଜକୁ ଦେଖିବା ବା ଉପଲବ୍ଧି କରିବା ଆଉ ସେଇ ଭାବନାରୁ ବାହାରି ଆସିବା। ଏଥିପାଇଁ କୌଣସି ନୀତିନିୟମର ଆବଶ୍ୟକତା ନାହିଁ। କେବଳ ତମେ କ’ଣ, ତମ ଭିତରେ କି ଭାବନା ଉଠୁଛି ତମେ ପ୍ରକୃତରେ କ’ଣ ତାକୁ ଯଦି ବିନା ବାଛବିଚାରରେ ବୁଝିଯାଅ ତେବେ ତମ ଭିତରେ ପ୍ରକୃତ ନିର୍ମଳ ପବିତ୍ର ଭାବ ଦେଖାଦେବ। ଦେଖ ଏ ସବୁଠି ତମେ ହେଉଛ ତମର ନିଜ ଗୁରୁ ଓ ଶିଷ୍ୟ ଉଭୟ। ନିଜ ଭିତରକୁ ଖାଲି ଦେଖ, ବୁଝ। ଜୀବନର ସ୍ରୋତକୁ ଉପଲବ୍ଧି କରିପାରିବ।
ମନ ପୂରାପୂରି ନୀରବ ରହିଥିବ ଏମିତିବି ଦିନ ଭିତରେ ଅନେକ ସମୟରେ କାମଦାମ ସାରି ଟିକେ କେଉଁଠି ବସିପଡ଼ୁ କି ଟିକେ ବିଛଣାରେ ଗଡ଼ିପଡ଼ୁ। ସେତେବେଳେ ବି ଆମ ମନ ସମ୍ପୂର୍ଣ୍ଣ ଚୁପ୍‌ ରହିଥିବା ଦରକାର। ତେବେ ଆମର ପୂରା ବିଶ୍ରାମ ହୁଏ। ତା’ ନ ହେଲେ ମନର କ୍ଳାନ୍ତି ଯାଏ ନାହିଁ। ଏହିପରି ପ୍ରତି ମୁହୂର୍ତ୍ତରେ ନିଜ ମନକୁ ଲକ୍ଷ୍ୟ କରିବା ଦରକାର। ଯେମିତି ସେ ବ୍ୟସ୍ତ ବିବ୍ରତ ହୋଇ ନ ରହେ। ଏପରି ନିଜକୁ ଖାଲି ଲକ୍ଷ୍ୟକରି ଦିନ କଟାଇବା ହେଉଛି ଧ୍ୟାନର ଅଂଶ। ଗୋଟାଏ କି ଦି’ଟା ଦିନରେ ମନକୁ ସେମିତି ଅବସ୍ଥାକୁ ଆଣିବା କଷ୍ଟକର। ସଦାବେଳେ ଯଦି ସଚେତ ରହିଥାଏ ଅର୍ଥାତ୍‌ ମନ କୁଆଡ଼େ ନେଇଯାଉଛି ତାକୁ ଦେଖିନିଏ ତେବେ ଚଟ୍‌କରି ପୁଣି ନୀରବତାକୁ ଫେରିଆସିବା ଦରକାର। ଏମିତି କରୁକରୁ ଦିନେ ନିଜେ ଦେଖିପାରିବ ତମ ମନରେ ଶୂନ୍ୟତା ଦୀର୍ଘ ସମୟ ଧରି ରହୁଛି। କାମ କଲାବେଳେ ତା’ ଉପରେ ମନକୁ ସମ୍ପୂର୍ଣ୍ଣ ଶକ୍ତି ଦେଇ ଦେଖୁଥିବା ଓ ବୁଝୁଥିବା ମନ ଧ୍ୟାନୀ ମନ, ଶାନ୍ତ ମନ। ଏପରି ଏକାନ୍ତ ବିଶାଳ ଏକ ମନ ଭିତରେ ହିଁ ସେଇ ଅପରିମେୟ ବା ଅପରିସୀମ ପ୍ରକାଶ ଲାଭକରେ।

ଆରତି ମହାନ୍ତି
ଶ୍ରୀରାମ ନଗର, ଭୁବନେଶ୍ୱର
ମୋ: ୯୬୯୨୦୯୮୦୫୪


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?