Posted inଖେଳ

ଜୁନିୟର ହକି, ଏଚ୍‌ଆଇଏଲ୍‌ ଉପରେ ଫୋକସ

ଭୁବନେଶ୍ୱର, ୨୪ା୯: ନିଜ ହକି ଷ୍ଟିକ୍‌ ମାଧ୍ୟମରେ ଓଡ଼ିଶାକୁ ପୂର୍ବରୁ ଅନେକ ଥର ଗର୍ବିତ କରିଥିବା ଅଲିମ୍ପିଆନ ଦିଲୀପ ତିର୍କୀ ଏବେ କ୍ୟାରିୟରରେ ଏକ ନୂଆଫର୍ଦ୍ଦ ଯୋଡ଼ି ଗୌରବ ଆଣିଛନ୍ତି। ପ୍ରଥମ ଓଡ଼ିଆ ଭାବେ ହକି ଇଣ୍ଡିଆର ସଭାପତି ହୋଇଛନ୍ତି ପଦ୍ମଶ୍ରୀ ଦିଲୀପ। ନିଜ ସଫଳତାରେ ସ୍ବାଭାବିକ ଭାବେ ଗର୍ବ ଅନୁଭବ କରୁଛନ୍ତି ଏହି ପୂର୍ବତନ ଭାରତୀୟ ଅଧିନାୟକ। ଓଡ଼ିଶା ସରକାର କ୍ରମାଗତ ଭାବେ କ୍ରୀଡ଼ାକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ଓଡ଼ିଶା ଏବେ ଭାରତୀୟ ହକି ଦଳର ପ୍ରାୟୋଜକ। ହକି ବ୍ୟତୀତ ଅନ୍ୟ କ୍ରୀଡ଼ାଗୁଡ଼ିକୁ ମଧ୍ୟ ରାଜ୍ୟ ସରକାର ପ୍ରୋତ୍ସାହନ ଦେଇ ଆସୁଛନ୍ତି। ଏହାର ପ୍ରଭାବ ଅନ୍ୟ ରାଜ୍ୟଗୁଡ଼ିକ ଉପରେ ପଡ଼ିଛି। ଫଳସ୍ବରୂପ ଓଡ଼ିଶାର ଜଣେ ବ୍ୟକ୍ତି ହକି ଇଣ୍ଡିଆର ସର୍ବୋଚ୍ଚ ପଦ ଅଳଙ୍କୃତ କରିବା ସମ୍ଭବ ହୋଇପାରିଛି ବୋଲି ଧରିତ୍ରୀ ସହ କଥା ହେବାବେଳେ ନିଜ ପ୍ରଥମ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଦିଲୀପ। ”ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ। ତାଙ୍କ ଦୂରଦୃଷ୍ଟି ଯୋଗୁ ରାଜ୍ୟରେ ଏବେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଉପଲବ୍ଧ ହେବା ସହ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ମିଳୁଛି। ଏଥିରେ ଅନ୍ୟ ରାଜ୍ୟଗୁଡ଼ିକ ପ୍ରଭାବିତ ହୋଇଛନ୍ତି ବୋଲି ମୋର ଅନୁଭବ ହେଉଛି। ମୋ ବିପକ୍ଷରେ ଲଢ଼ିବାକୁ ପ୍ରାର୍ଥତ୍ପତ୍ର ଦାଖଲ କରି ଶେଷରେ ପ୍ରତ୍ୟାହାର କରିଥିବା ଉତ୍ତର ପ୍ରଦେଶର ରାକେଶ କାଟ୍ୟାଲ ଓ ଝାଡ଼ଖଣ୍ଡର ଭୋଳା ନାଥ ସିଂଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବାକୁ ଚାହିଁବି। କେବଳ ସେତିକି ନୁହେଁ, ଦେଶର ସମସ୍ତ ହକି ଆସୋସିଏଶନ ସେମାନଙ୍କର ସମର୍ଥନ ଦେବାରୁ ମୁଁ ନିର୍ବିବାଦରେ ସଭାପତି ହୋଇପାରିଛି। ତେଣୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବା ସବୁ ଆସୋସିଏଶନ ସଦସ୍ୟଙ୍କୁ ଅଶେଷ ଧନ୍ୟବାଦ। ଏବେ ମୋ ଉପରେ ଗୁରୁଦାୟିତ୍ୱ“ ବୋଲି ଦିଲୀପ ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ”ଖେଳାଳି ହୁଅନ୍ତୁ କି ପ୍ରଶାସକ ସେମାନଙ୍କ ପାଇଁ ସବୁବେଳେ ନୂଆ ଚ୍ୟାଲେଞ୍ଜ ଆସିଥାଏ। ତେଣୁ ଏହା ମୋ ପାଇଁ ଏକ ନୂଆ ଚ୍ୟାଲେଞ୍ଜ। ହକିରେ ଉତ୍‌ଥାନ ପତନ ଲାଗି ରହିଥାଏ। ଆମେ ଖେଳିବା ବେଳେ କେତେବେଳେ ଶୀର୍ଷସ୍ତରକୁ ଛୁଇଁଥିଲୁ ତ ଆଉ କେତେବେଳେ ଯନ୍ତ୍ରଣା ଅନୁଭବ କରିଥିଲୁ। ସେ ସବୁ ଅନୁଭୂତିକୁ ନେଇ ଜଣେ ପ୍ରଶାସକ ଭାବେ ମୁଁ ଆଗକୁ ବଢ଼ିବି। ହକିକୁ ଏକ ଭିନ୍ନ ସୋପାନକୁ ନେବା ମୋର ମୁଖ୍ୟ ଲକ୍ଷ୍ୟ ରହିବ। ନିର୍ବାଚିତ ସମସ୍ତ ସଦସ୍ୟଙ୍କୁ ନେଇ ଆଗକୁ ବଢ଼ିବାକୁ ଚେଷ୍ଟା କରିବି। ଜୁନିୟର ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନିଂ ପ୍ରୋଗ୍ରାମର ଆବଶ୍ୟକ ଅଛି। ବିଶେଷକରି ଡ୍ରାଗ୍‌ ଫ୍ଲିକର ଓ ଗୋଲକିପରଙ୍କ କ୍ଷେତ୍ରରେ ଏହା ବେଶି ପ୍ରଯୁଜ୍ୟ। ଫିଟ୍‌ନେସ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ର ପୁନଃ ପ୍ରଚଳନ ମଧ୍ୟ ଯୋଜନା ରହିଛି। ଆମେ ଗତ ଅଲିମ୍ପିକ୍ସ ହକିରେ ପୁରୁଷ ବିଭାଗରେ ବ୍ରୋଞ୍ଜ ପଦକ ପାଇଥିବାବେଳେ ମହିଳାରେ ୪ର୍ଥ ସ୍ଥାନ ଅଧିକାର କରିଥିଲୁ। ଆଗାମୀ ଦିନରେ କିପରି ଆହୁରି ଭଲ ଫଳ ମିଳିପାରିବ ତା’ ଉପରେ ଧ୍ୟାନ ଦିଆଯିବ“ ବୋଲି ଦିଲୀପ ପ୍ରକାଶ କରିଛନ୍ତି।

ହକି ଇଣ୍ଡିଆର ପ୍ରଥମ ଖେଳାଳି ସଭାପତି

ହକି ଇଣ୍ଡିଆର ସଭାପତି ନିର୍ବାଚିତ ହେବାରେ ଦିଲୀପ ତିର୍କୀ ପ୍ରଥମ ଖେଳାଳି। ପୂର୍ବରୁ କୌଣସି ଖେଳାଳି କେବେହେଲେ ସଭାପତି ହୋଇ ନ ଥିଲେ। ନିକଟରେ ପୂର୍ବତନ ଖେଳାଳି କଲ୍ୟାଣ ଚୌବେ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ)ର ସଭାପତି ହୋଇଥିଲେ। ସୌରଭ ଗାଙ୍ଗୁଲି ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଭାପତି ଅଛନ୍ତି। ପୂର୍ବତନ ଖେଳାଳି ଆଡିଲ ସୁମାରିଓ୍ବାଲା ମଧ୍ୟ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ର ସଭାପତି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri