Posted inଖେଳ

ଜୁନିୟର ହକି, ଏଚ୍‌ଆଇଏଲ୍‌ ଉପରେ ଫୋକସ

ଭୁବନେଶ୍ୱର, ୨୪ା୯: ନିଜ ହକି ଷ୍ଟିକ୍‌ ମାଧ୍ୟମରେ ଓଡ଼ିଶାକୁ ପୂର୍ବରୁ ଅନେକ ଥର ଗର୍ବିତ କରିଥିବା ଅଲିମ୍ପିଆନ ଦିଲୀପ ତିର୍କୀ ଏବେ କ୍ୟାରିୟରରେ ଏକ ନୂଆଫର୍ଦ୍ଦ ଯୋଡ଼ି ଗୌରବ ଆଣିଛନ୍ତି। ପ୍ରଥମ ଓଡ଼ିଆ ଭାବେ ହକି ଇଣ୍ଡିଆର ସଭାପତି ହୋଇଛନ୍ତି ପଦ୍ମଶ୍ରୀ ଦିଲୀପ। ନିଜ ସଫଳତାରେ ସ୍ବାଭାବିକ ଭାବେ ଗର୍ବ ଅନୁଭବ କରୁଛନ୍ତି ଏହି ପୂର୍ବତନ ଭାରତୀୟ ଅଧିନାୟକ। ଓଡ଼ିଶା ସରକାର କ୍ରମାଗତ ଭାବେ କ୍ରୀଡ଼ାକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ଓଡ଼ିଶା ଏବେ ଭାରତୀୟ ହକି ଦଳର ପ୍ରାୟୋଜକ। ହକି ବ୍ୟତୀତ ଅନ୍ୟ କ୍ରୀଡ଼ାଗୁଡ଼ିକୁ ମଧ୍ୟ ରାଜ୍ୟ ସରକାର ପ୍ରୋତ୍ସାହନ ଦେଇ ଆସୁଛନ୍ତି। ଏହାର ପ୍ରଭାବ ଅନ୍ୟ ରାଜ୍ୟଗୁଡ଼ିକ ଉପରେ ପଡ଼ିଛି। ଫଳସ୍ବରୂପ ଓଡ଼ିଶାର ଜଣେ ବ୍ୟକ୍ତି ହକି ଇଣ୍ଡିଆର ସର୍ବୋଚ୍ଚ ପଦ ଅଳଙ୍କୃତ କରିବା ସମ୍ଭବ ହୋଇପାରିଛି ବୋଲି ଧରିତ୍ରୀ ସହ କଥା ହେବାବେଳେ ନିଜ ପ୍ରଥମ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଦିଲୀପ। ”ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ। ତାଙ୍କ ଦୂରଦୃଷ୍ଟି ଯୋଗୁ ରାଜ୍ୟରେ ଏବେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଉପଲବ୍ଧ ହେବା ସହ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ମିଳୁଛି। ଏଥିରେ ଅନ୍ୟ ରାଜ୍ୟଗୁଡ଼ିକ ପ୍ରଭାବିତ ହୋଇଛନ୍ତି ବୋଲି ମୋର ଅନୁଭବ ହେଉଛି। ମୋ ବିପକ୍ଷରେ ଲଢ଼ିବାକୁ ପ୍ରାର୍ଥତ୍ପତ୍ର ଦାଖଲ କରି ଶେଷରେ ପ୍ରତ୍ୟାହାର କରିଥିବା ଉତ୍ତର ପ୍ରଦେଶର ରାକେଶ କାଟ୍ୟାଲ ଓ ଝାଡ଼ଖଣ୍ଡର ଭୋଳା ନାଥ ସିଂଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବାକୁ ଚାହିଁବି। କେବଳ ସେତିକି ନୁହେଁ, ଦେଶର ସମସ୍ତ ହକି ଆସୋସିଏଶନ ସେମାନଙ୍କର ସମର୍ଥନ ଦେବାରୁ ମୁଁ ନିର୍ବିବାଦରେ ସଭାପତି ହୋଇପାରିଛି। ତେଣୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବା ସବୁ ଆସୋସିଏଶନ ସଦସ୍ୟଙ୍କୁ ଅଶେଷ ଧନ୍ୟବାଦ। ଏବେ ମୋ ଉପରେ ଗୁରୁଦାୟିତ୍ୱ“ ବୋଲି ଦିଲୀପ ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ”ଖେଳାଳି ହୁଅନ୍ତୁ କି ପ୍ରଶାସକ ସେମାନଙ୍କ ପାଇଁ ସବୁବେଳେ ନୂଆ ଚ୍ୟାଲେଞ୍ଜ ଆସିଥାଏ। ତେଣୁ ଏହା ମୋ ପାଇଁ ଏକ ନୂଆ ଚ୍ୟାଲେଞ୍ଜ। ହକିରେ ଉତ୍‌ଥାନ ପତନ ଲାଗି ରହିଥାଏ। ଆମେ ଖେଳିବା ବେଳେ କେତେବେଳେ ଶୀର୍ଷସ୍ତରକୁ ଛୁଇଁଥିଲୁ ତ ଆଉ କେତେବେଳେ ଯନ୍ତ୍ରଣା ଅନୁଭବ କରିଥିଲୁ। ସେ ସବୁ ଅନୁଭୂତିକୁ ନେଇ ଜଣେ ପ୍ରଶାସକ ଭାବେ ମୁଁ ଆଗକୁ ବଢ଼ିବି। ହକିକୁ ଏକ ଭିନ୍ନ ସୋପାନକୁ ନେବା ମୋର ମୁଖ୍ୟ ଲକ୍ଷ୍ୟ ରହିବ। ନିର୍ବାଚିତ ସମସ୍ତ ସଦସ୍ୟଙ୍କୁ ନେଇ ଆଗକୁ ବଢ଼ିବାକୁ ଚେଷ୍ଟା କରିବି। ଜୁନିୟର ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନିଂ ପ୍ରୋଗ୍ରାମର ଆବଶ୍ୟକ ଅଛି। ବିଶେଷକରି ଡ୍ରାଗ୍‌ ଫ୍ଲିକର ଓ ଗୋଲକିପରଙ୍କ କ୍ଷେତ୍ରରେ ଏହା ବେଶି ପ୍ରଯୁଜ୍ୟ। ଫିଟ୍‌ନେସ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ର ପୁନଃ ପ୍ରଚଳନ ମଧ୍ୟ ଯୋଜନା ରହିଛି। ଆମେ ଗତ ଅଲିମ୍ପିକ୍ସ ହକିରେ ପୁରୁଷ ବିଭାଗରେ ବ୍ରୋଞ୍ଜ ପଦକ ପାଇଥିବାବେଳେ ମହିଳାରେ ୪ର୍ଥ ସ୍ଥାନ ଅଧିକାର କରିଥିଲୁ। ଆଗାମୀ ଦିନରେ କିପରି ଆହୁରି ଭଲ ଫଳ ମିଳିପାରିବ ତା’ ଉପରେ ଧ୍ୟାନ ଦିଆଯିବ“ ବୋଲି ଦିଲୀପ ପ୍ରକାଶ କରିଛନ୍ତି।

ହକି ଇଣ୍ଡିଆର ପ୍ରଥମ ଖେଳାଳି ସଭାପତି

ହକି ଇଣ୍ଡିଆର ସଭାପତି ନିର୍ବାଚିତ ହେବାରେ ଦିଲୀପ ତିର୍କୀ ପ୍ରଥମ ଖେଳାଳି। ପୂର୍ବରୁ କୌଣସି ଖେଳାଳି କେବେହେଲେ ସଭାପତି ହୋଇ ନ ଥିଲେ। ନିକଟରେ ପୂର୍ବତନ ଖେଳାଳି କଲ୍ୟାଣ ଚୌବେ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ)ର ସଭାପତି ହୋଇଥିଲେ। ସୌରଭ ଗାଙ୍ଗୁଲି ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଭାପତି ଅଛନ୍ତି। ପୂର୍ବତନ ଖେଳାଳି ଆଡିଲ ସୁମାରିଓ୍ବାଲା ମଧ୍ୟ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ର ସଭାପତି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?