ଚୁକ୍ତି ପାଇଁ ଅଟକିଛି ଯୋଡ଼ା ଫ୍ଲାଏଓଭର କାମ

ଯୋଡା, ୧୬।୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଖଣିବହୁଳ ଯୋଡା ସହରରେ ଗତ ନଭେମ୍ବର ୧୨ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ଫ୍ଲାଏଓଭର ନିର୍ମାଣର ଶୁଭାରମ୍ଭ କରାଯାଇଥିଲା। ପ୍ରାୟ ୨୦୬.୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ୪.୮୭୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଫ୍ଲାଏଓଭର ଯୋଡା ସହର ଡିଏଭି ସ୍କୁଲ ନିକଟରୁ ଯୋଡା ସରକାରୀ ଡାକ୍ତରଖାନା ପର୍ଯ୍ୟନ୍ତ ନିର୍ମାଣ ହେବ। ହେଲେ ଏବେ ଏହି ଫ୍ଲାଏଓଭର ନିର୍ମାଣ ଅନିଶ୍ଚିତତା ଘେରରେ ରହିଛି। ଏହା କେବେ ଆରମ୍ଭ ହେବ ଏବଂ କେବେ ସମ୍ପୂର୍ଣ୍ଣ ହେବ ଏନେଇ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ସମ୍ପର୍କରେ ସବିଶେଷ ତଥ୍ୟରୁ ଜଣାପଡିଛି ଯେ, ଓଡିଶା ବ୍ରିଜ୍‌ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ(ଓବିସିସିଏଲ) ପକ୍ଷରୁ ଏହାର ନିର୍ମାଣ ପାଇଁ ଟେଣ୍ଡର କରାଯାଇଥିଲା, ଏହି ଟେଣ୍ଡରରେ ଗୁଜୁରାଟର ଏକ କମ୍ପାନି କାମ ହାତେଇଛିି। ହେଲେ ଟେଣ୍ଡରରେ କାର୍ଯ୍ୟ ହାତେଇଥିବା ଠିକା ସଂସ୍ଥା ସହିତ ଓବିସିସିଏଲର ନିର୍ମାଣ ଚୁକ୍ତି ଏଯାଏ ହୋଇନାହିଁ। ତେଣେ ଯୋଡାର ପିଡବ୍ଲ୍ୟୁଡି ଡାକ ବଙ୍ଗଳାରେ ଅସ୍ଥାୟୀ ଭାବେ ଓବିସିସିଏଲ ପକ୍ଷରୁ ଏକ କାର୍ଯ୍ୟାଳୟ କରାଯାଇ ଜଣେ କନିଷ୍ଠ ଯନ୍ତ୍ରୀ ଓ ଜଣେ କର୍ମଚାରୀ ଅବସ୍ଥାପିତ ଅଛନ୍ତି। କନିଷ୍ଠ ଯନ୍ତ୍ରୀ ଧନେଶ୍ୱର ମାଝୀଙ୍କୁ ପଚାରିବାରୁ ଫ୍ଲାଏଓଭରଟି ୧୨ ମିଟର ଚଉଡା ବିଶିଷ୍ଟ ହେବ, ଏହା ସହିତ ଫ୍ଲାଏଓଭର ତଳେ ଦୁଇଟି ସର୍ଭିସ୍‌ ରୋଡ ଉଭୟ ପାର୍ଶ୍ୱରେ ୫.୫ ମିଟର ଚଉଡ଼ାରେ ଦୁଇ ଗୋଟି ରାସ୍ତା ନିର୍ମାଣ ହେବ। ସର୍ଭିସ୍‌ ରୋଡର ଦୁଇ ପାର୍ଶ୍ୱରେ ୫.୫ ମିଟର ପରେ ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ହେବ ା ରାସ୍ତା ପ୍ରଶସ୍ତିକରଣ ପାଇଁ ଏବଂ ଆବଶ୍ୟକ ଜମିର ଅଧିଗ୍ରହଣ ପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ। ଏଥି ସହିତ ରାସ୍ତା କଡରେ ଥିବା ଟେଲିଫୋନ୍‌ ଖୁଣ୍ଟ, ଇଲେକ୍ଟ୍ରିକ୍‌ ଖୁଣ୍ଟ, ରାସ୍ତା କଡର ଗଛ ପ୍ରଭୃତିକୁ ହଟାଇବା ପାଇଁ ଓବିସିସିଏଲ ପକ୍ଷରୁ ନେସ୍କୋ, ଓପିଟିସିଏଲ, ବିଏସ୍‌ଏନଏଲ, ବନ ବିଭାଗ, ଯୋଡା ପୌରପାଳିକାକୁ ଚିଠି ଦିଆଯାଇଛି ବୋଲି ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ କହିଛନ୍ତି। ତେବେ ଏହି ଫ୍ଲାଏଓଭର ନିର୍ମାଣ ସମୟରେ ଏକ ଶିଳ୍ପ ପ୍ରତିଷ୍ଠାନ ଦ୍ୱାରା ମାଟି ତଳେ ଯାଇଥିବା କାରଖାନାର ସ୍ଲୋରି ପାଇପ୍‌ ଲାଇନ୍‌ ନିର୍ମାଣରେ ବ୍ୟାଘାତ ସୃଷ୍ଟି କରିବ ବୋଲି ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ପ୍ରକାଶ କରିଛନ୍ତି। ଓବିସିସିଏଲ୍‌ ଠାରୁ କାର୍ଯ୍ୟ ପାଇଥିବା ଗୁଜରାଟର ଏକ ଠିକା ସଂସ୍ଥାର ଚୁକ୍ତି ସ୍ବାକ୍ଷରିତ ହେବା ପରେ କାର୍ଯ୍ୟ ଆରମ୍ଭ ଓ ସମ୍ପୂର୍ଣ୍ଣ ସମୟର ସୀମା ନିର୍ଦ୍ଧାରଣ ହେବ ବୋଲି ଓବିସିସିଏଲ୍‌ର ଅସ୍ଥାୟୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ଫଟୋ-ଯୋଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?