ଚୁକ୍ତି ପାଇଁ ଅଟକିଛି ଯୋଡ଼ା ଫ୍ଲାଏଓଭର କାମ

ଯୋଡା, ୧୬।୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଖଣିବହୁଳ ଯୋଡା ସହରରେ ଗତ ନଭେମ୍ବର ୧୨ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ଫ୍ଲାଏଓଭର ନିର୍ମାଣର ଶୁଭାରମ୍ଭ କରାଯାଇଥିଲା। ପ୍ରାୟ ୨୦୬.୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ୪.୮୭୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଫ୍ଲାଏଓଭର ଯୋଡା ସହର ଡିଏଭି ସ୍କୁଲ ନିକଟରୁ ଯୋଡା ସରକାରୀ ଡାକ୍ତରଖାନା ପର୍ଯ୍ୟନ୍ତ ନିର୍ମାଣ ହେବ। ହେଲେ ଏବେ ଏହି ଫ୍ଲାଏଓଭର ନିର୍ମାଣ ଅନିଶ୍ଚିତତା ଘେରରେ ରହିଛି। ଏହା କେବେ ଆରମ୍ଭ ହେବ ଏବଂ କେବେ ସମ୍ପୂର୍ଣ୍ଣ ହେବ ଏନେଇ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ସମ୍ପର୍କରେ ସବିଶେଷ ତଥ୍ୟରୁ ଜଣାପଡିଛି ଯେ, ଓଡିଶା ବ୍ରିଜ୍‌ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ(ଓବିସିସିଏଲ) ପକ୍ଷରୁ ଏହାର ନିର୍ମାଣ ପାଇଁ ଟେଣ୍ଡର କରାଯାଇଥିଲା, ଏହି ଟେଣ୍ଡରରେ ଗୁଜୁରାଟର ଏକ କମ୍ପାନି କାମ ହାତେଇଛିି। ହେଲେ ଟେଣ୍ଡରରେ କାର୍ଯ୍ୟ ହାତେଇଥିବା ଠିକା ସଂସ୍ଥା ସହିତ ଓବିସିସିଏଲର ନିର୍ମାଣ ଚୁକ୍ତି ଏଯାଏ ହୋଇନାହିଁ। ତେଣେ ଯୋଡାର ପିଡବ୍ଲ୍ୟୁଡି ଡାକ ବଙ୍ଗଳାରେ ଅସ୍ଥାୟୀ ଭାବେ ଓବିସିସିଏଲ ପକ୍ଷରୁ ଏକ କାର୍ଯ୍ୟାଳୟ କରାଯାଇ ଜଣେ କନିଷ୍ଠ ଯନ୍ତ୍ରୀ ଓ ଜଣେ କର୍ମଚାରୀ ଅବସ୍ଥାପିତ ଅଛନ୍ତି। କନିଷ୍ଠ ଯନ୍ତ୍ରୀ ଧନେଶ୍ୱର ମାଝୀଙ୍କୁ ପଚାରିବାରୁ ଫ୍ଲାଏଓଭରଟି ୧୨ ମିଟର ଚଉଡା ବିଶିଷ୍ଟ ହେବ, ଏହା ସହିତ ଫ୍ଲାଏଓଭର ତଳେ ଦୁଇଟି ସର୍ଭିସ୍‌ ରୋଡ ଉଭୟ ପାର୍ଶ୍ୱରେ ୫.୫ ମିଟର ଚଉଡ଼ାରେ ଦୁଇ ଗୋଟି ରାସ୍ତା ନିର୍ମାଣ ହେବ। ସର୍ଭିସ୍‌ ରୋଡର ଦୁଇ ପାର୍ଶ୍ୱରେ ୫.୫ ମିଟର ପରେ ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ହେବ ା ରାସ୍ତା ପ୍ରଶସ୍ତିକରଣ ପାଇଁ ଏବଂ ଆବଶ୍ୟକ ଜମିର ଅଧିଗ୍ରହଣ ପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ। ଏଥି ସହିତ ରାସ୍ତା କଡରେ ଥିବା ଟେଲିଫୋନ୍‌ ଖୁଣ୍ଟ, ଇଲେକ୍ଟ୍ରିକ୍‌ ଖୁଣ୍ଟ, ରାସ୍ତା କଡର ଗଛ ପ୍ରଭୃତିକୁ ହଟାଇବା ପାଇଁ ଓବିସିସିଏଲ ପକ୍ଷରୁ ନେସ୍କୋ, ଓପିଟିସିଏଲ, ବିଏସ୍‌ଏନଏଲ, ବନ ବିଭାଗ, ଯୋଡା ପୌରପାଳିକାକୁ ଚିଠି ଦିଆଯାଇଛି ବୋଲି ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ କହିଛନ୍ତି। ତେବେ ଏହି ଫ୍ଲାଏଓଭର ନିର୍ମାଣ ସମୟରେ ଏକ ଶିଳ୍ପ ପ୍ରତିଷ୍ଠାନ ଦ୍ୱାରା ମାଟି ତଳେ ଯାଇଥିବା କାରଖାନାର ସ୍ଲୋରି ପାଇପ୍‌ ଲାଇନ୍‌ ନିର୍ମାଣରେ ବ୍ୟାଘାତ ସୃଷ୍ଟି କରିବ ବୋଲି ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ପ୍ରକାଶ କରିଛନ୍ତି। ଓବିସିସିଏଲ୍‌ ଠାରୁ କାର୍ଯ୍ୟ ପାଇଥିବା ଗୁଜରାଟର ଏକ ଠିକା ସଂସ୍ଥାର ଚୁକ୍ତି ସ୍ବାକ୍ଷରିତ ହେବା ପରେ କାର୍ଯ୍ୟ ଆରମ୍ଭ ଓ ସମ୍ପୂର୍ଣ୍ଣ ସମୟର ସୀମା ନିର୍ଦ୍ଧାରଣ ହେବ ବୋଲି ଓବିସିସିଏଲ୍‌ର ଅସ୍ଥାୟୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ଫଟୋ-ଯୋଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri