‘ଅଣ୍ଟାରେ ବଳ ଥିବା ଯାଏ ଖଟିବି’

ବାରିପଦା ଅଫିସ,୧୬ା୧୨-ଅନ୍ୟକୁ ହାତ ପତାଇବି ନାହିଁ, ଅଣ୍ଟାରେ ବଳ ଥିବା ଯାଏ ଖଟିବି। ଏହି ଦୃଢ ମନୋବଳ ଓ ଇଚ୍ଛା ଶକ୍ତି ହିଁ ତାଙ୍କ ବାର୍ଦ୍ଧକ୍ୟ ଆଗରେ ହାର ମାନିଛି । ଦୀର୍ଘ ଦିନର ବୃତ୍ତିକୁ ଆପଣାଇ ୮୦ ବର୍ଷ ବୟସରେ ରୋଜଗାର କରିବା ସହ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ମୟୂରଭଞ୍ଜ ଜିଲା ବାରିପଦା ନିକଟସ୍ଥ ଅସ୍ତିଆ ଗ୍ରାମର ସର୍ବେଶ୍ୱର ବେହେରା ।
ଦୁଇ ପୁଅ ଓ ଝିଅଙ୍କୁ ନେଇ ସର୍ବେଶ୍ୱରଙ୍କ ସଂସାର। ନିଜସ୍ବ ଖର୍ଚ୍ଚ ପାଇଁ ପୁଅ କିମ୍ବା ପଡ଼ୋଶୀଙ୍କଠାରେ ହାତ ପାତେଇବାକୁ ସେ ଇଚ୍ଛା ପ୍ରକାଶ କରନ୍ତି ନାହିଁ ା ସକାଳୁ ଉଠି ଏକ ସାଇକେଲରେ କିଛି ମାଛ ଧରି ବଜାରକୁ ବାହାରି ପଡ଼ନ୍ତି ା ବ୍ୟସ୍ତ ବହୁଳ ରାସ୍ତା ପାର୍ଶ୍ୱରେ ବସି ନିତିିଦିନ ମାଛ ବିକ୍ରି କରିଥାନ୍ତି ା ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷ ଧରି ମାଛ ବିକି ଆସୁଥିବାରୁ ଆଖପାଖ ଅଞ୍ଚଳରେ ସେ ବେଶ ପରିଚିତ ହୋଇପାରିଛନ୍ତି ା ସରକାରୀ ଅଫିସରଙ୍କଠାରୁ ଆରମ୍ଭ କରି ପଥଚାରୀମାନେ ତାଙ୍କଠାରୁ ମାଛ କିଣିଥାନ୍ତି ା କିଛି ତଟକା ମାଛ ବାରିପଦା ମାର୍କେଟରୁ କିଣି ଅଳ୍ପ ସମୟ ମଧ୍ୟରେ ବିକ୍ରି କରି ସେଥିରୁ ୪୦/୫୦ଟଙ୍କା ରୋଜଗାର କରିଥାନ୍ତି ା ଏହି ରୋଜଗାର ତାଙ୍କୁ ଆତ୍ମସନ୍ତୋଷ ଦେଇଥାଏ ବୋଲି ସେ କୁହନ୍ତି। ଏହି ରୋଜଗାର ତାଙ୍କ ହାତଖର୍ଚ୍ଚରେ ସହାୟକ ହୁଏ ା ତେବେ ୧୫ବର୍ଷ ବୟସରୁ ଅଦ୍ୟାବଧି ଏହି ବୃତ୍ତିକୁ ଆପଣାଇ ୫ପ୍ରାଣୀ କୁଟୁମ୍ବଙ୍କ ପେଟ ପୋଷି ଆସିଛନ୍ତି ା ପୁଅମାନେ ବଡ଼ ହୋଇଗଲା ପରେ ପରିବାର ବୋଝ ଆଉ ତାଙ୍କ ଉପରେ ପଡୁନାହିଁ ା ତେବେ ଘରେ ବସି ସମୟକୁ ଅତିବାହିତ ନ କରି ଦେହରେ ବଳ ଥିବା ଯାଏଁ ସେ ନିଜକୁ ନିୟୋଜିତ କରି ଅର୍ଥ ଉପାର୍ଜନ କରିବେ ବୋଲି ପ୍ରକାଶ କରିଛନ୍ତି ା ଏହା ଦ୍ୱାରା ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଉଥିବା ବେଳେ ସମାଜ ପାଇଁ ଏକ ବାର୍ତ୍ତା ବାଣ୍ଟିିଚାଲିଛନ୍ତି ା ବାର୍ଦ୍ଧକ୍ୟ ଭତ୍ତା ସହିତ ସେ ରାସନ ସାମଗ୍ରୀ ପାଉଥିବା ବେଳେ ଅଦ୍ୟାବଧି ଆବାସ ଯୋଜନାରେ ଘର ଖଣ୍ଡିକ ମିଳିପାରି ନାହିଁ ା ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣୁ ନ ଥିବା ସେ ଅଭିଯୋଗ କରିଛନ୍ତି। ତୁରନ୍ତ ଆବାସ ଯୋଜାନାରେ ତାଙ୍କୁ ଘର ଖଣ୍ଡିଏ ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?