ଫ୍ଲାଏଆଶ୍‌ ଇଟା ନିମ୍ନମାନର

କୁଜଙ୍ଗ,୨୫।୯ (ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକରେ ଗଢି ଉଠିଥିବା ଫ୍ଲାଏଆଶ୍‌ ଇଟା କାରଖାନା ମାଲିକମାନେ ବିଭିନ୍ନ ଉପାୟରେ ଗରିବ ଜନସାଧାରଣଙ୍କୁ ଠକି ଚାଲିଛନ୍ତି। ଏଥିନିମନ୍ତେ ସାଧାରଣ ଜନତା ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁନାହାନ୍ତି। ପ୍ରକାଶ ଯେ, ଫ୍ଲାଏଆଶ୍‌ ଇଟା କାରଖାନା ମାଲିକମାନେ ଲୁଣା ଓ ପୋତେଇ ବାଲି ବ୍ୟବହାର କରୁଥିବା ବେଳେ ନିମ୍ନମାନର ସିମେଣ୍ଟ, ଜିପ୍‌ସମ ଓ ପାଉଁଶ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ଇଟାର ମାନ ଦୁର୍ବଳ ହେଉଥିବାରୁ ଖୁବ୍‌କମ୍‌ ଦିନରେ ନଷ୍ଟ ହୋଇଯାଉଛି। ଜଣେ ଗରିବ ଲୋକ ପ୍ରଧାନମନ୍ତ୍ରୀ ଆବାସ ଅବା ବିଜୁ ପକ୍କାଘର ଯୋଜନାରେ ଘରଖଣ୍ଡେ କରୁଥିଲେ ବି ତାହାର ଆୟୁଷ କମିଯାଉଛି। ଅନ୍ୟପଟେ ୧୦ ଇଞ୍ଚ ଇଟା ପରିବର୍ତ୍ତେ ୯ ଇଞ୍ଚ ବା ସାଢେ ୮ ଇଞ୍ଚର ଇଟାଦେଇ ଗ୍ରାହକମାନଙ୍କୁ ଠକାଯାଉଛି। ଅପରପକ୍ଷେ କାରଖାନାରେ ଇଟାର ମୂଲ୍ୟସୂଚୀ ପ୍ରଦର୍ଶିତ କରାଯାଉନାହିଁ। ଇଟା କାରଖାନା ମାଲିକମାନେ ବ୍ୟବହାର କରୁଥିବା ଲୁଣାବାଲିକୁ ଚୋରାରେ ଆଣୁଛନ୍ତି। ଏଭଳି ଶତାଧିକ ଟ୍ରିପ୍‌ ବାଲି ଆଣି କାରଖାନା ପରିସର ବାହାରେ ଯଥା କେନାଲ ବନ୍ଧ କଡ଼ ଓ ବିଭିନ୍ନ ସ୍ଥାନରେ ଜମାକରି ରଖିଛନ୍ତି ା ସେମାନେ ବାଲି କେଉଁ ସଇରାତରୁ ଆଣିଛନ୍ତି ତାହାର ପ୍ରମାଣ ମଧ୍ୟ ଦେଇପାରୁନାହାନ୍ତି। ଅନ୍ୟପଟେ ସରକାରୀ ସଂସ୍ଥାରେ ବ୍ୟବହାର କରିବା ପୂର୍ବରୁ ମାନ ନିର୍ଦ୍ଧାରଣ କରାଯାଉନାହିଁ ବୋଲି ମାଟି ସୁରକ୍ଷା ମଞ୍ଚ ସଂଯୋଜକ ହୃଷୀକେଶ ନାଥ ଅଭିଯୋଗ କରିଛନ୍ତି। ଜଗତ୍‌ସିଂହପୁର ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ଡିଜେଲ ଅଭାବରୁ ଚାଲିଲାନି ଜେନେରେଟର: ମରିଗଲେ ଫାର୍ମର ସମସ୍ତ କୁକୁଡ଼ା

ମାଲକାନଗିରି,୧୭।୫(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲାରେ ଡିଜେଲ ଅଭାବ ଏବେ ଗୁରୁତର ସମସ୍ୟା ହୋଇଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ପରେ ଜେନେରେଟର ଚାଲି ନ ଥିବାରୁ ଏକ…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri