ପ୍ଲାଷ୍ଟିକ ବୋତଲରେ ଫୁଲବଗିଚା

ପୁରୀ ଅଫିସ, ୧।୮:  ପ୍ରତି ତାଙ୍କର ଆଗ୍ରହ ଥିଲା। ଆଉ ତାଙ୍କ ହାତରେ ଗଛ ଭଲ ହୁଏ ବୋଲି ମା’ କୁହନ୍ତି। ତେଣୁ ବର୍ଷାଦିନେ ତାଙ୍କ ଘରବାଡ଼ିିରେ ଯେଉଁ ଗଛ ଲଗାଯାଏ ତାକୁ ସେ ହିଁ ଲଗାଇଥାନ୍ତି। ଏବେବି ତାଙ୍କର ଏହି ଆଗ୍ରହ ଜାରି ରହିଛି। ରେଲୱେରେ କାମ କରୁଥିଲେ ବି ଫୁରସତ୍‌ ସମୟ ବାହାର କରି ଗଛ ଲଗାଉଛନ୍ତି। ସବୁଠୁ ବଡ଼ କଥା ହେଉଛି ବାହାରେ ଫିଙ୍ଗାଯାଉଥିବା ପ୍ଲାଷ୍ଟିକ ବୋତଲକୁ ବ୍ୟବହାର କରି ସେଥିରେ ବିଭିନ୍ନ ପ୍ରକାର ଗଛ ଲଗାଇଛନ୍ତି। ଏମିତି ଜଣେ ବୃକ୍ଷପ୍ରେମୀ ମଣିଷ ହେଉଛନ୍ତି କାମଦେବ ମହାରଣା। ପରିବେଶ ପ୍ରତି ତାଙ୍କର ଦୁର୍ବଳତା ଯୋଗୁ ଅନେକେ ତାଙ୍କୁ ନେଚର ମ୍ୟାନ୍‌ ବୋଲି ଡାକିଥାନ୍ତି। ଅସ୍ତରଙ୍ଗ ବଡ଼ଗୋଲା ଅଞ୍ଚଳର କାମଦେବ ରେଲ୍‌ଓ୍ବେରେ ଗେଟ୍‌ କିପର ଭାବେ କାମ କରୁଛନ୍ତି। ପୁରୀ ସିଦ୍ଧମହାବୀର ଲେଭଲ କ୍ରସିଂରେ କାର୍ଯ୍ୟରତ କାମଦେବ ଏହି ଲେଭଲ କ୍ରସିଂ ଅଫିସକୁ ସୌନ୍ଦର୍ଯ୍ୟପୂର୍ଣ୍ଣ କରିଦେଇଛନ୍ତି। ବାହାରେ ଫିଙ୍ଗାଯାଉଥିବା ସିଙ୍ଗଲ ୟୁଜ୍‌ଡ ପ୍ଲାଷ୍ଟିକ ବୋତଲକୁ ସେ ଗୋଟାଇ ଆଣି ସେଥିରେ ଫୁଲଗଛ ଲଗାଇ ବଗିଚା ଭଳି ସଜାଇଛନ୍ତି। କାମଦେବ କହିଛନ୍ତି, ଅନେକ ସମୟରେ ପାସେଞ୍ଜରମାନେ ଟ୍ରେନରେ ପାଣି ପିଇସାରି ଖାଲି ବୋତଲ ଫିଙ୍ଗି ଦେଇଥାନ୍ତି। ଏହି ବୋତଲକୁ କିପରି ବ୍ୟବହାର କରିହେବ ଚିନ୍ତା କରି ସେଥିରେ ଗଛ ଲଗାଇବାର ନିଜ ଆଗ୍ରହକୁ ସେ ସଫଳ କରିଛନ୍ତି। ବୋତଲକୁ କାଟି ସେଥିରେ ମାଟି, ଗୋଡ଼ି ଦେଇ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଇଛନ୍ତି। ଲୁହା ତାର ଦେଇ ଏହି ଗଛଗୁଡ଼ିକୁ ଗ୍ରୀଲରେ ଝୁଲାଇଛନ୍ତି। ସବୁଦିନ ଡ୍ୟୁଟିକୁ ଆସିବା ପରେ ପ୍ରଥମେ ଗଛଗୁଡ଼ିକରେ ପାଣି ଦେଇ ଯତ୍ନ ନିଅନ୍ତି। ଲେଭଲ କ୍ରସିଂ ଅଫିସକୁ ଏକ ବଗିଚାର ରୂପ ଦେଇଛନ୍ତି। ଏଥିରେ ତାଙ୍କୁ ସହକର୍ମୀମାନେ ବି ସହଯୋଗ କରନ୍ତି।
କାମଦେବଙ୍କ ମତରେ ବର୍ଜ୍ୟବସ୍ତୁର ଉଚିତ ବ୍ୟବହାର କରିପାରିଲେ ତାହା ପରିବେଶ ଅନୁକୂଳ ହୋଇପାରିବ। ବର୍ତ୍ତମାନ କରୋନା ଯୋଗୁ ବେଶି ଟ୍ରେନ୍‌ ଚଳାଚଳ କରୁ ନ ଥିବାରୁ ସେ ବିଭିନ୍ନ ଗଛ ଲଗାଇ ସେମାନଙ୍କ ଯତ୍ନ ନେବାରେ ସମୟ କାଟୁଛନ୍ତି। ଫନୀ ବାତ୍ୟାରେ ଏହି ଗେଟ୍‌ ଅଫିସ ଭାଙ୍ଗିଯାଇଥିଲା। ଏହା ପୁନଃ ନିର୍ମାଣ ହେବା ପରେ ସେଥିରେ ଗଛ ଲଗାଇବା ଆରମ୍ଭ କରିଥିଲେ। ଏବେ ବିଭିନ୍ନ ପ୍ରକାର ହ୍ୟାଙ୍ଗିଙ୍ଗ୍‌ ପ୍ଲାଣ୍ଟ ସହ ଗୋଲାପ, ମନ୍ଦାର ଆଦି ଗଛ ଲଗାଇଛନ୍ତି। ଏହାବ୍ୟତୀତ କ୍ରୋଟନ ଗଛ ବି ରହିଛି। କେବଳ ତାଙ୍କ ଅଫିସ ନୁହେଁ, ନିଜେ ରହୁଥିବା ପିକେଆର୍‌ଆଇଟି ଘରକୁ ବି ଏମିତି ଫୁଲ ଓ ଫଳ ଗଛରେ ସେ ସଜାଇଛନ୍ତି। କେବଳ ଗଛ ପ୍ରତି ତାଙ୍କର ଯେ ଭଲ ପାଇବା ରହିଛି ତା ନୁହେଁ, ସମୟ ପାଇଲେ ସେ କବିତା ଲେଖିଥାନ୍ତି। ଏକାଧିକ ସାହିତ୍ୟ ଆସର ଓ କବି ସମ୍ମିଳନୀରେ ଭାଗ ନେଇଥିବା କାମଦେବଙ୍କର ତିନୋଟି କବିତା ପୁସ୍ତକ (କବି, ଛାଇ ସହ ସବୁଦିନ ଓ କଫି ବଗିଚା) ମଧ୍ୟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୩ ଜଣଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ: ମିଳିବ ଏତିକି ଟଙ୍କାର ପୁରସ୍କାର

ଷ୍ଟକହୋମ,୫।୧୦: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାର୍ଲ ଡାଇସେରୋଥ, ପିଟର ହେଗେମାନ ଓ ଜର୍ଜ ନାଗେଲଙ୍କୁ ଫିଜିଓଲୋଜି ବା ମେଡିସିନ୍‌ରେ…

ଟିମ୍‌ଇଣ୍ଡିଆ ଉପରେ ICC ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଜିତିବା ସତ୍ତ୍ୱେ ବି…

ନୂଆଦିଲ୍ଲୀ,୫।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ହୋଇଛି ୩ ମ୍ୟାଚ୍‌ର ଦିନିକିଆ ସିରିଜ। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ତୃତୀୟ ମ୍ୟାଚକୁ ନେଇ ଅନ୍ତର୍ଜାତୀୟ…

ଭଞ୍ଜନଗର ସର୍କଲ ବିଦ୍ୟୁତ କର୍ମଚାରୀଙ୍କ ଧାରଣା: ଟାଟା ପାୱାରରେ ଛଟେଇ ଓ କର୍ମଚାରୀ ହ୍ରାସକୁ ବିରୋଧ

ଭଞ୍ଜନଗର, ୫।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟରତ ଠିକା ବିଦ୍ୟୁତ କର୍ମଚାରୀଙ୍କ ଛଟେଇ ଆଶଙ୍କା ଏବଂ କଣ୍ଟ୍ରୋଲ୍…

ନୋଟ୍ ନୁହେଁ, ଭୋଟ୍! ଛାତ୍ର ନିର୍ବାଚନରେ ଖର୍ଚ୍ଚ ସୀମା ୫ ହଜାର

ଭୁବନେଶ୍ୱର,୫।୧୦: କଲେଜ ଓ ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ ନେଇ ଆସିଲା କଡ଼ା ନିୟମ। ନିର୍ବାଚନ ଲଢ଼ୁଥିବା ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ନିର୍ବାଚନୀ…

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ…

‘ସ୍ବଚ୍ଛତାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଅଧ୍ୟକ୍ଷଙ୍କ ଆହ୍ବାନ’

ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସୋମବାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ…

ସୌମ୍ୟ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ: ସମ୍ପୃକ୍ତ ଝିଅମାନଙ୍କର ହେବ…

ଭୁବନେଶ୍ୱର,୫।୧୦: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ…

ଗାଁ ଭିତରେ ମଦ ବିକ୍ରିକୁ ବିରୋଧ, ଅବକାରୀ ଉପନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରି…

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୂନମାଠ ପଞ୍ଚାୟତ ଅଧିନସ୍ଥ ବିଜ ଖମନ ଗ୍ରାମ ଭିତରେ ଦେଶୀ ଓ ବିଦେଶୀ ମଦ ବେନିୟମ ଭାବେ ବିକ୍ରିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?