ସବାଇଘାସର ରାଖୀ

ଭୁବନେଶ୍ୱର,୧।୮(ବ୍ୟୁରୋ): ଆଉ ଗୋଟିଏ ଦିନ ପରେ ଭଉଣୀ-ଭାଇ ବନ୍ଧନର ପବିତ୍ର ପର୍ବ ‘ରାଖୀ ପୂର୍ଣ୍ଣିମା’। ଏଥିପାଇଁ ରାଖୀ ବଜାରରେ ଭିଡ଼ ଲାଗିବା କଥା। କିନ୍ତୁ କରୋନା ମହାମାରୀ ଯୋଗୁ ଏଥର ରାଖୀ ଦୋକାନ ଖୋଲିପାରିନାହିଁ। ତେଣୁ ପ୍ରତିବର୍ଷ ବଜାରକୁ ଆସୁଥିବା ଚାଇନା ରାଖୀ ପରିବର୍ତ୍ତେ ସ୍ବଦେଶୀ ରାଖୀ ପାଇଁ ଏଥର ସମସ୍ତେ ମନ ବଳାଉଛନ୍ତି। କିଏ ଘରେ ବସି ନିଜ ଭାଇ ପାଇଁ ରାଖୀ ତିଆରି କରୁଛି ତ ଆଉ କିଏ ରାଖୀ ତିଆରି କରି ଇ-କମର୍ସରେ ବିକୁଛି। ଏପରି ସ୍ଥିତିରେ ଓର୍‌ମାସ ଏକ ଅଭିନବ ପ୍ରୟାସ କରିଛି। ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ରାଖୀକୁ ଏହା ବଜାରରେ ବିକ୍ରି କରିବା ଆରମ୍ଭ କରିଛି। ଏଥିରେ ସବାଇ ଘାସରେ ତିଆରି ରାଖୀର ଚାହିଦା ବେଶ୍‌ ଅଧିକ ରହିଛି। ଚଳିତବର୍ଷ ପ୍ରଥମକରି ମାର୍କେଟରେ ବିକ୍ରି ହେଉଛି ‘ସବାଇ ଘାସ ରାଖୀ’। ମୟୂରଭଞ୍ଜ, ବାଲେଶ୍ୱର, ସୋନପୁର ଜିଲାରୁ ଏହି ରାଖୀ ଆସୁଛି। ବିଶେଷକରି ସବାଇ ଘାସ, କାଇଁଚ ଓ ତୁଳାରୁ ଏହି ରାଖୀ ପ୍ରସ୍ତୁତ କରାଯାଉଛି। ସେହିପରି ଧାନ, ଚାଉଳ, ମୁଗ, ବିରିରେ ମଧ୍ୟ ରାଖୀ ପ୍ରସ୍ତୁତ ହୋଇ ବିକ୍ରି ଚାଲିଛି। ଏଥିରେ ରସାୟନିକ ରଙ୍ଗ ପରିବର୍ତ୍ତେ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଉଛି। ରାଖୀ ତିଆରିରେ ୩ଶହରୁ ଅଧିକ ମହିଳା ଲାଗିଛନ୍ତି।
ଭୁବନେଶ୍ୱରର ବରମୁଣ୍ଡାସ୍ଥିତ ତ୍ରିଶକ୍ତି ମହିଳା ପରିଷଦକୁ ବିକ୍ରି ପାଇଁ ଏହି ଦାୟିତ୍ୱ ଦିଆଯାଇଛି। ଏହି ରାଖୀ ୧୫ରୁ ୩୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଦିନକୁ ପ୍ରାୟ ୨ରୁ ୩ଶହ ରାଖୀ ବିକାଯାଉଛି। ଏସ୍‌ଏଚ୍‌ଜି ମହିଳାଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟୀକରଣ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ମହିଳାଙ୍କୁ ଡିଜାଇନ୍‌ ଦିଆଯାଇ ବିଭିନ୍ନ ରାଖୀ ସହ ମାସ୍କ ମଧ୍ୟ ତିଆରି କରାଯାଉଛି। ଯଦ୍ୱାରା ଘରେ ବସି ମହିଳାମାନେ ରୋଜଗାର କରିପାରିବେ ବୋଲି ଓର୍‌ମାସ ଡେପୁଟି ସିଇଓ (ପ୍ରଦର୍ଶନୀ) ଜିତେନ୍ଦ୍ର ବାରିକ କହିଛନ୍ତି। ଲକ୍‌ଡାଉନରେ ସମସ୍ତେ ଘରେ ହାତ ବାନ୍ଧି ବସିଥିବାବେଳେ ଏହା ସମସ୍ତଙ୍କୁ ରୋଜଗାରର ବାଟ ଦେଖାଇଛି ବୋଲି ତ୍ରିଶକ୍ତି ମହିଳା ପରିଷଦର ସଦସ୍ୟା ରାଜଲକ୍ଷ୍ମୀ ଜଗଦେବରାୟ କହିଛନ୍ତି। ଲୋକଙ୍କ ଚାହିଦା ଅଧିକ ଥିବାରୁ ଆସନ୍ତା ବର୍ଷ ଅଧିକ ରାଖୀ ଆଣିବୁ। ଏଥର ରାଖୀ ବିକାରୁ ଲାଭାର୍ଥକୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ରିଲିଫ୍‌ ଫଣ୍ଡ୍‌କୁ ଦିଆଯିବ ପାଇଁ ପରିଷଦ ନିଷ୍ପତ୍ତି ନେଇଥିବା ରାଜଲକ୍ଷ୍ମୀ କହିଛନ୍ତି। ଜଣେ ଗ୍ରାହକ ମନସ୍ବିନୀ ପତି କହିଛନ୍ତି, ବର୍ତ୍ତମାନ ରାଖୀ ଦୋକାନ ଖୋଲା ହୋଇନାହିଁ। ତେଣୁ ମୁଁ ଅନ୍‌ଲାଇନ୍‌ରେ ରାଖୀ ଅର୍ଡର କରିଥିଲି ଯାହାର ଦାମ୍‌ ବହୁ ଅଧିକ ଥିଲା। ତାହା ଏପର୍ଯ୍ୟନ୍ତ ପହଞ୍ଚତ୍ନାହିଁ। କିନ୍ତୁ ଏଠାରେ ରାଖୀ ମିଳୁଥିବା ଜାଣିବା ପରେ ବହୁତ ଖୁସି ଲାଗିଲା। କମ୍‌ ଦାମ୍‌ରେ ମନ ପସନ୍ଦର ରାଖୀ ପାଇପାରିଲି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀରେ ଖବର ପ୍ରକାଶ ପରେ ବଡ଼ ପଦକ୍ଷେପ: ସିମନବାଡ଼ିରେ ଡ୍ରେନ ସଫେଇ, ଜେସିବିରେ ହଟିଲା ଅଳିଆ

ଦାରିଙ୍ଗବାଡ଼ି, ୫।୧୦ (ଅରୁଣ ସାହୁ): ଖବର ପ୍ରକାଶ ପରେ ତତ୍ପର ହୋଇଛି ପଞ୍ଚାୟତ ପ୍ରଶାସନ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଦୀର୍ଘଦିନ ଧରି…

ଏହି ୩ ଜଣଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ: ମିଳିବ ଏତିକି ଟଙ୍କାର ପୁରସ୍କାର

ଷ୍ଟକହୋମ,୫।୧୦: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାର୍ଲ ଡାଇସେରୋଥ, ପିଟର ହେଗେମାନ ଓ ଜର୍ଜ ନାଗେଲଙ୍କୁ ଫିଜିଓଲୋଜି ବା ମେଡିସିନ୍‌ରେ…

ଟିମ୍‌ଇଣ୍ଡିଆ ଉପରେ ICC ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଜିତିବା ସତ୍ତ୍ୱେ ବି…

ନୂଆଦିଲ୍ଲୀ,୫।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ହୋଇଛି ୩ ମ୍ୟାଚ୍‌ର ଦିନିକିଆ ସିରିଜ। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ତୃତୀୟ ମ୍ୟାଚକୁ ନେଇ ଅନ୍ତର୍ଜାତୀୟ…

ଭଞ୍ଜନଗର ସର୍କଲ ବିଦ୍ୟୁତ କର୍ମଚାରୀଙ୍କ ଧାରଣା: ଟାଟା ପାୱାରରେ ଛଟେଇ ଓ କର୍ମଚାରୀ ହ୍ରାସକୁ ବିରୋଧ

ଭଞ୍ଜନଗର, ୫।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟରତ ଠିକା ବିଦ୍ୟୁତ କର୍ମଚାରୀଙ୍କ ଛଟେଇ ଆଶଙ୍କା ଏବଂ କଣ୍ଟ୍ରୋଲ୍…

ନୋଟ୍ ନୁହେଁ, ଭୋଟ୍! ଛାତ୍ର ନିର୍ବାଚନରେ ଖର୍ଚ୍ଚ ସୀମା ୫ ହଜାର

ଭୁବନେଶ୍ୱର,୫।୧୦: କଲେଜ ଓ ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ ନେଇ ଆସିଲା କଡ଼ା ନିୟମ। ନିର୍ବାଚନ ଲଢ଼ୁଥିବା ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ନିର୍ବାଚନୀ…

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ…

‘ସ୍ବଚ୍ଛତାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଅଧ୍ୟକ୍ଷଙ୍କ ଆହ୍ବାନ’

ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସୋମବାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ…

ସୌମ୍ୟ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ: ସମ୍ପୃକ୍ତ ଝିଅମାନଙ୍କର ହେବ…

ଭୁବନେଶ୍ୱର,୫।୧୦: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?