ପାକିସ୍ତାନରେ ଲଗାଣ ବର୍ଷା ଯୋଗୁ ୩ ଶିଶୁଙ୍କ ସମେତ ୬ ମୃତ

ଇସଲାମାବାଦ,୬ ।୭: ଦକ୍ଷିଣ-ପଶ୍ଚିମ ପାକିସ୍ତାନ ସମେତ ଦେଶର ଅଧିକାଂଶ ଭାଗରେ ଲଗାଣ ବର୍ଷା ଫଳରେ ୩ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘର ଛାତ ଭୁଷୁଡି ଯିବାରୁ ଏମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ମହିଳା ବି ରହିଛନ୍ତି । ଏହାସହ ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନରେ ହଠାତ୍ ଆସିଥିବା ବନ୍ୟାରେ ବି କେତେଜଣ ନିଖୋଜ ହୋଇଯାଇଥିବା କୁହାଯାଉଛି ।
ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନର ଦୁର୍ଗମ ଅଞ୍ଚଳରେ ରାତିରେ ଆସିଥିବା ବନ୍ୟାରେ ଅଧିକାଂଶ ଲୋକ ନିଖୋଜ ହୋଇଯାଇଥିବାରୁ ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି କୁହାଯାଉଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୋମବାରଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ମଙ୍ଗଳବାର ବି ଜାରି ରହିଥିଲା । ଏଥିରେ ବାଲୁଚିସ୍ତାନର ଅଧିକାଂଶ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବହୁଲୋକ ପାଣି ଘେର ମଧ୍ୟରେ ରହିଛନ୍ତି । ଜୁନ ମାସରୁ ହେଉଥିବା ବର୍ଷାରେ ପାକିସ୍ତାନରେ ଏପର୍ଯ୍ୟନ୍ତ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜୁମ୍‌ ଆପ୍‌ରେ ବୈଠକ ପରେ ଶାରୀରିକ ସମ୍ପର୍କ ରଖି ଧରାପଡିଲେ ସରକାରୀ ଅଧିକାରୀ!

ମନିଲା,୨୮।୮: କରୋନା ମହାମାରୀ ପାଇଁ ଏବେ ସାରା ବିଶ୍ୱରେ ଜୁମ୍‌ ଆପ୍‌ ଖୁବ୍‌ ଲୋକପ୍ରିୟ ହୋଇଛି। ଅଫିସର ମିଟିଂ ହେଉ କି ପିଲାମାନଙ୍କର ଅନ୍‌ଲାଇନ୍‌ ପାଠପଢା।...

ଗ୍ଲାକ୍ସୋ ୪୦ ବର୍ଷ ଧରି ଜେନେଟେକ ଔଷଧର କର୍କଟ ବିପଦ ସମ୍ପର୍କରେ ତଥ୍ୟ ଲୁଚାଇ ଥିଲା, ବିକ୍ରୟ ଉପରେ ଏଫଡିଏର ପ୍ରତିବନ୍ଧକ…

ଲଣ୍ଡନ,୧୬।୨ : ବ୍ରିଟେନର ପ୍ରସିଦ୍ଧ ଫାର୍ମାସ୍ୟୁଟିକାଲ କମ୍ପାନୀ ଗ୍ଲାକ୍ସୋ ସାରା ବିଶ୍ୱରେ ଅଲସର ଏବଂ ଗ୍ୟାସରୁ ମୁକ୍ତି ପ୍ରଦାନ ନାମରେ କର୍କଟ ଭଳି ଗୁରୁତର ରୋଗର...

ନେପାଳରେ ଚିହ୍ନଟ ହେଲେ ପ୍ରଥମ କୋରୋନା ଭାଇରସ ରୋଗୀ

କାଠମାଣ୍ଡୁ,୨୪।୧: ଚାଇନାର ଉହାନ ସହରରୁ ଆସିଥିବା ଜଣେ ଛାତ୍ରଙ୍କ ନିକଟରେ କୋରୋନା ଭାଇରସ ପଜିଟିଭ ଥିବା ଚିହ୍ନଟ ହୋଇଛି। ନେପାଳ ସ୍ବାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।...

ଇସ୍ରାଏଲ୍‌ ଆକ୍ରମଣରେ ଗାଜା ଟାଓ୍ବାର ଧ୍ୱଂସ

ଗାଜା ସିଟି, ୧୬।୫: ଗାଜା ସିଟିର ଦୁଇଟି ସ୍ଥାନରେ ଶନିବାର ଇସ୍ରାଏଲ୍‌ ବିମାନ ଆକ୍ରମଣ କରିଛି। ଏଥିରେ ଏକ ସୁଉଚ୍ଚ ଟାଓ୍ବାର ଧ୍ୱଂସ ହୋଇଯାଇଛି। ଉକ୍ତ...

ପାକିସ୍ତାନରେ ୫୮ ସ୍କୁଲ ଏବଂ ୩୦ ହସ୍ପିଟାଲ ନିର୍ମାଣ କରିବ ଚାଇନା

ଇସଲାମାବାଦ୍‌/ବେଜିଂ,୨୮।୧୦: ପାକିସ୍ତାନରେ ଚାଇନା ୫୮ ସ୍କୁଲ ଏବଂ ୩୦ ହସ୍ପିଟାଲ ନିର୍ମାଣ କରିବ। ପାକିସ୍ତାନର ଖାଇବର ପସ୍ତୁତଖ୍ବା ପ୍ରଦେଶରେ ଏହି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ।...

ଫିଫା ବିଶ୍ୱକପ ପ୍ରଶଂସକ ଗ୍ରାମରେ ଅଗ୍ନିକାଣ୍ଡ…

ଦୋହା,୨୬।୧୧ : କତାରରେ ଖେଳାଯାଉଥିବା ଫିଫା ବିଶ୍ୱକପ୍ର ପ୍ରଶଂସକ ଗ୍ରାମରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିଛି। କତାରର ବିଶ୍ୱକପ ସିଟି ଲୁସେଲରେ ଏହି ଘଟଣା...

ଆର୍କଟିକ୍‌ ଅଞ୍ଚଳରେ ମହାବିନାଶକ ଅସ୍ତ୍ରଶସ୍ତ୍ର ଠୁଳ କରୁଛି ରୁଷିଆ

ମସ୍କୋ,୬।୪: ଆମେରିକା ସହିତ ବୃଦ୍ଧି ପାଉଥିବା ବିବାଦକୁ ଦୃଷ୍ଟିରେ ରଖି ରୁଷିଆ ଆର୍କଟିକ୍‌ ଅଞ୍ଚଳରେ ମହାବିନାଶକ ଅସ୍ତ୍ରଶସ୍ତ୍ର ଠୁଳ କରୁଛି । ସାଟେଲାଇଟ୍‌ ଦ୍ୱାରା ଉତ୍ତୋଳିତ...

୧୫୪ କୋଟି ପିଲାଙ୍କ ପାଠପଢ଼ା ପ୍ରଭାବିତ

ଜାତିସଂଘ,୨୩ା୪: କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ବିଶ୍ୱବ୍ୟାପୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାରୁ ୧୫୪ କୋଟିରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ ହୋଇଛି। ଏପରି ହେଲେ ଆଗାମୀ ଦିନରେ...

Advertisement
Archives

Model This Week