ୟୁରୋପରେ ଜଳପ୍ରଳୟ

ବର୍ଲିନ, ୧୭।୭: କୋଭିଡ୍‌ ମହାମାରୀ ସହ ଯୁଝୁଥିବା ଜର୍ମାନୀ ଓ ବେଲ୍‌ଜିୟମ୍‌ ସମେତ ପଶ୍ଚିମ ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ମାଡ଼ିଆସିଛି ଆଉ ଏକ ବିପତ୍ତି। ରେକର୍ଡ ବର୍ଷା ଅନେକ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆଣିଛି। କିଲ୍‌ ଓ ଆହର ଭଳି ନଈଗୁଡ଼ିକର ଉଛୁଳା ପାଣି ଗାଁ ଓ ସହରକୁ ମାଡ଼ି ତାଣ୍ଡବ ରଚିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ଝଡ଼ର ତୀବ୍ରତା ନାହିଁ ନ ଥିବା ସ୍ଥିତି ଉପୁଜାଇଛି। ବିଶାଳକାୟ ବୃକ୍ଷଗୁଡ଼ିକ ଉପୁଡ଼ିପଡ଼ିଥିବାବେଳେ ଘରଦ୍ୱାର, ମୋବାଇଲ୍‌ ଟାଓ୍ବାର ଧରାଶାୟୀ ହୋଇଯାଇଛି। ରାସ୍ତାଘାଟ ଦେଖାଯାଉନାହିଁ। କାର୍‌ଗୁଡ଼ିକ ପାଣିରେ ଭାସୁଛି। କେଉଁଠି ପୂରା ଗାଁ ନିଶ୍ଚିହ୍ନ ହୋଇଯାଇଛି ତ ଆଉ କେଉଁଠି ଆମତ୍ୀୟସ୍ବଜନଙ୍କୁ ଖୋଜି ବୁଲୁଛନ୍ତି ପ୍ରଭାବିତ ଲୋକେ। ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ଶତାଧିକ ନିଖୋଜ ଓ ଲକ୍ଷାଧିକ ଉଦ୍‌ବାସ୍ତୁ ହୋଇଯାଇଛନ୍ତି। ନେଦରଲାଣ୍ଡସ ପ୍ରଧାନମନ୍ତ୍ରୀ ମାର୍କ ଟୁଟ୍ଟେ ଏହାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ଆକସ୍ମିକ ପ୍ରଳୟ ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଉଛି।
ପଶ୍ଚିମ ୟୁରୋପୀୟ ଦେଶରେ ବର୍ଷା ବହୁବର୍ଷର ରେକର୍ଡ ଭାଙ୍ଗିଛି। ଜର୍ମାନୀ, ବେଲ୍‌ଜିୟମ, ନେଦରଲାଣ୍ଡସ୍‌ ସମେତ ବିଭିନ୍ନ ଦେଶରେ ଲଗାଣ ବର୍ଷା ପରେ ନଦୀଗୁଡ଼ିକ ଫୁଲିବାରେ ଲାଗିଛି। ପ୍ରବଳ ବର୍ଷା ଓ ବନ୍ୟାରେ ଅନୂ୍ୟନ ୧୨୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ନିଖୋଜ ହୋଇଯାଇଛନ୍ତି। ଅନେକ ଦଶନ୍ଧି ଧରି ୟୁରୋପରେ ଏଭଳି ଭୟଙ୍କର ବନ୍ୟା ଦେଖିବାକୁ ମିଳି ନ ଥିଲା। ଭୀଷଣ ବର୍ଷା ଯୋଗୁ ନଦୀଗୁଡ଼ିକ ଉଛୁଳି ଅନେକ ସହର ଭିତରେ ବନ୍ୟାପାଣି ପଶିବାରେ ଲାଗିଛି। ଗ୍ରାମାଞ୍ଚଳରେ ମଧ୍ୟ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି। ଅନେକ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ବହୁ ସଂଖ୍ୟକ ଘର ଭୁଶୁଡ଼ି ପଡ଼ିଛି। ବନ୍ୟାପ୍ଳାବିତ ଅଞ୍ଚଳରେ ସେନା ଏବଂ ଏମର୍ଜେନ୍ସି କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଜର୍ମାନୀରେ ମୃତକଙ୍କ ସଂଖ୍ୟା ୧୦୦ରୁ ଅଧିକ ହେବ ବୋଲି ଚାନ୍‌ସେଲର ଆଞ୍ଜେଲା ମର୍କେଲ କହିଛନ୍ତି। ସେପଟେ ବେଲ୍‌ଜିୟମରେ ୨୨ ଜଣଙ୍କ ଜୀବନ ଯାଇଥିବା ଗଣମାଧ୍ୟମ ସୂତ୍ରରୁ ଖବର ମିଳିଛି । ସେହିପରି ନେଦରଲାଣ୍ଡସ, ଲକ୍ସମ୍‌ବର୍ଗ ଓ ସୁଇଜରଲାଣ୍ଡରେ ମଧ୍ୟ ବନ୍ୟା ଯୋଗୁ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଜର୍ମାନୀର ରାଇନଲେନ୍‌-ବେଲାଟିନେଟ ଏବଂ ନର୍ଥ ରାଇନ-ଓ୍ବେଷ୍ଟଫାଲିୟା ସର୍ବାଧିକ ପ୍ରଭାବିତ ହୋଇଛି। ପଶ୍ଚିମ ଜର୍ମାନୀର ହାରଓ୍ବେଲର ଜିଲାରେ ୧୩୦୦ ଲୋକ ନିଖୋଜ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ମୋବାଇଲ ନେଟ୍‌ଓ୍ବର୍କ ବନ୍ଦ ହୋଇଯିବା କାରଣରୁ ଟେଲି ଯୋଗାଯୋଗ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ପ୍ରାୟ ୭୦୦ ଜନସଂଖ୍ୟା ବିଶିଷ୍ଟ ସୋଲ୍ଡ ଗାଁ ବନ୍ୟାରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ସିନଜିଗ୍‌ସ୍ଥିତ ଏକ କେୟାର ହୋମ୍‌ରେ ଭିନ୍ନକ୍ଷମମାନେ ରାତିରେ ଶୋଇଥିବାବେଳେ ହଠାତ ପାଣି ମାଡ଼ିଆସିଥିଲା। ଫଳରେ ସେଠାରେ ଆଶ୍ରୟ ନେଇଥିବା ୩୫ ଜଣଙ୍କ ମଧ୍ୟରୁ ୧୨ ଭିନ୍ନକ୍ଷମଙ୍କ ଜୀବନ ଯାଇଛି। ବୈଜ୍ଞାନିକଙ୍କ ମତରେ ଜଳବାୟୁ ପରିବର୍ତ୍ତନ କାରଣରୁ ଆଗାମୀ ଦିନରେ ଏହାଠାରୁ ଆହୁରି ପ୍ରବଳ ବର୍ଷା ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଦୁଇ ବଡ଼ ପ୍ରତିଦ୍ୱନ୍ଦ୍ୱୀ, ଫଳାଫଳକୁ ଅପେକ୍ଷା

ଓ୍ବାଶିଂଟନ,୮ା୫: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିପବ୍ଲିକାନ ଏବଂ ଡେମୋକ୍ରାଟିକ୍‌ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ କରିବାକୁ ପ୍ରାଥମିକ ନିର୍ବାଚନ ଚାଲିଛି।...

ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର...

ସାରା ବିଶ୍ୱରୁ କରୋନା ଭ୍ୟାକ୍ସିନ ପ୍ରତ୍ୟାହାର କଲା ଆଷ୍ଟ୍ରାଜେନେକା

ଲଣ୍ଡନ,୮।୫: ବ୍ରିଟିଶ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା କରୋନା ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସାରା ବିଶ୍ୱରେ ଉତ୍ତେଜନା ପ୍ରକାଶ ପାଇବା ପରେ କମ୍ପାନୀ ଏହାର କରୋନା...

ହସ୍ପିଟାଲ ବେଡ୍‌ରେ ସ୍ତ୍ରୀଙ୍କ ଗଳାଚିପି ଦେଲେ ସ୍ବାମୀ: ଜାଣନ୍ତୁ ପଛରେ ରହିଛି କ’ଣ କାରଣ

ଓ୍ବାଶିଂଟନ,୮ା୫:ଆମେରିକାର ମିସୌରୀ ରାଜ୍ୟର କାନ୍‌ସାସ ସିଟିରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମେଡିକାଲ ବିଲ୍‌ ପୈଠ କରି ନ ପାରି ହସ୍ପିଟାଲ ବେଡ୍‌ରେ...

୫ମ ଥର ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ୍‌

ମସ୍କୋ,୮ା୫:ଭ୍ଲାଡିମିର୍‌ ପୁଟିନ୍‌ ରେକର୍ଡ ୫ମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇବା ସହ ନିଜର ରାଜନୈତିକ...

ନାଟୋକୁ ପୁଟିନଙ୍କ ଚେତାବନୀ- ଆମ ଉପରେ ଚାପ ପକାଇଲେ ବିନାଶ ଦେଖିବ…

ମସ୍କୋ,୭।୫: ରୁଷିଆ ରାଷ୍ଟ୍ରପତି ଭାବେ ୫ ଥର ଲାଗି ଭ୍ଲାଡିମିର ପୁଟିନ ଶପଥ ନେବା ସହ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ନିଜର ପ୍ରଥମ ସମ୍ବୋଧନରେ...

ହସ୍ପିଟାଲରେ ଛୁରାମାଡ ୨ ମୃତ, ୨୧ ଆହତ

ୟୁନାନ,୭।୫: ମଙ୍ଗଳବାର ଚାଇନାର ଦକ୍ଷିଣ-ପଶ୍ଚିମ ପ୍ରଦେଶର ୟୂନାନ ଡାକ୍ତରଖାନାରେ ଛୁରୀ ଆକ୍ରମଣରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ...

ଗାଜା ଯୁଦ୍ଧ କଭରେଜ ପାଇଁ ନ୍ୟୁୟର୍କ ଟାଇମ୍ସ, ରଏଟର୍ସକୁ ମିଳିଲା ପୁଲିତଜର ଆଓ୍ବାର୍ଡ

ନ୍ୟୁୟର୍କ,୭।୫: ସୋମବାରର ପୁଲିତଜର ପୁରସ୍କାରରେ ଗାଜା ଯୁଦ୍ଧକୁ ବିଶେଷ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଇସ୍ରାଏଲ, ହମାସର ସଂଘର୍ଷକୁ କଭର କରିଥିବା ଖବରଦାତାଙ୍କୁ ବିଶେଷ ପ୍ରଶଂସା କାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri