ୟୁରୋପରେ ଜଳପ୍ରଳୟ

ବର୍ଲିନ, ୧୭।୭: କୋଭିଡ୍‌ ମହାମାରୀ ସହ ଯୁଝୁଥିବା ଜର୍ମାନୀ ଓ ବେଲ୍‌ଜିୟମ୍‌ ସମେତ ପଶ୍ଚିମ ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ମାଡ଼ିଆସିଛି ଆଉ ଏକ ବିପତ୍ତି। ରେକର୍ଡ ବର୍ଷା ଅନେକ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆଣିଛି। କିଲ୍‌ ଓ ଆହର ଭଳି ନଈଗୁଡ଼ିକର ଉଛୁଳା ପାଣି ଗାଁ ଓ ସହରକୁ ମାଡ଼ି ତାଣ୍ଡବ ରଚିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ଝଡ଼ର ତୀବ୍ରତା ନାହିଁ ନ ଥିବା ସ୍ଥିତି ଉପୁଜାଇଛି। ବିଶାଳକାୟ ବୃକ୍ଷଗୁଡ଼ିକ ଉପୁଡ଼ିପଡ଼ିଥିବାବେଳେ ଘରଦ୍ୱାର, ମୋବାଇଲ୍‌ ଟାଓ୍ବାର ଧରାଶାୟୀ ହୋଇଯାଇଛି। ରାସ୍ତାଘାଟ ଦେଖାଯାଉନାହିଁ। କାର୍‌ଗୁଡ଼ିକ ପାଣିରେ ଭାସୁଛି। କେଉଁଠି ପୂରା ଗାଁ ନିଶ୍ଚିହ୍ନ ହୋଇଯାଇଛି ତ ଆଉ କେଉଁଠି ଆମତ୍ୀୟସ୍ବଜନଙ୍କୁ ଖୋଜି ବୁଲୁଛନ୍ତି ପ୍ରଭାବିତ ଲୋକେ। ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ଶତାଧିକ ନିଖୋଜ ଓ ଲକ୍ଷାଧିକ ଉଦ୍‌ବାସ୍ତୁ ହୋଇଯାଇଛନ୍ତି। ନେଦରଲାଣ୍ଡସ ପ୍ରଧାନମନ୍ତ୍ରୀ ମାର୍କ ଟୁଟ୍ଟେ ଏହାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ଆକସ୍ମିକ ପ୍ରଳୟ ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଉଛି।
ପଶ୍ଚିମ ୟୁରୋପୀୟ ଦେଶରେ ବର୍ଷା ବହୁବର୍ଷର ରେକର୍ଡ ଭାଙ୍ଗିଛି। ଜର୍ମାନୀ, ବେଲ୍‌ଜିୟମ, ନେଦରଲାଣ୍ଡସ୍‌ ସମେତ ବିଭିନ୍ନ ଦେଶରେ ଲଗାଣ ବର୍ଷା ପରେ ନଦୀଗୁଡ଼ିକ ଫୁଲିବାରେ ଲାଗିଛି। ପ୍ରବଳ ବର୍ଷା ଓ ବନ୍ୟାରେ ଅନୂ୍ୟନ ୧୨୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ନିଖୋଜ ହୋଇଯାଇଛନ୍ତି। ଅନେକ ଦଶନ୍ଧି ଧରି ୟୁରୋପରେ ଏଭଳି ଭୟଙ୍କର ବନ୍ୟା ଦେଖିବାକୁ ମିଳି ନ ଥିଲା। ଭୀଷଣ ବର୍ଷା ଯୋଗୁ ନଦୀଗୁଡ଼ିକ ଉଛୁଳି ଅନେକ ସହର ଭିତରେ ବନ୍ୟାପାଣି ପଶିବାରେ ଲାଗିଛି। ଗ୍ରାମାଞ୍ଚଳରେ ମଧ୍ୟ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି। ଅନେକ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ବହୁ ସଂଖ୍ୟକ ଘର ଭୁଶୁଡ଼ି ପଡ଼ିଛି। ବନ୍ୟାପ୍ଳାବିତ ଅଞ୍ଚଳରେ ସେନା ଏବଂ ଏମର୍ଜେନ୍ସି କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଜର୍ମାନୀରେ ମୃତକଙ୍କ ସଂଖ୍ୟା ୧୦୦ରୁ ଅଧିକ ହେବ ବୋଲି ଚାନ୍‌ସେଲର ଆଞ୍ଜେଲା ମର୍କେଲ କହିଛନ୍ତି। ସେପଟେ ବେଲ୍‌ଜିୟମରେ ୨୨ ଜଣଙ୍କ ଜୀବନ ଯାଇଥିବା ଗଣମାଧ୍ୟମ ସୂତ୍ରରୁ ଖବର ମିଳିଛି । ସେହିପରି ନେଦରଲାଣ୍ଡସ, ଲକ୍ସମ୍‌ବର୍ଗ ଓ ସୁଇଜରଲାଣ୍ଡରେ ମଧ୍ୟ ବନ୍ୟା ଯୋଗୁ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଜର୍ମାନୀର ରାଇନଲେନ୍‌-ବେଲାଟିନେଟ ଏବଂ ନର୍ଥ ରାଇନ-ଓ୍ବେଷ୍ଟଫାଲିୟା ସର୍ବାଧିକ ପ୍ରଭାବିତ ହୋଇଛି। ପଶ୍ଚିମ ଜର୍ମାନୀର ହାରଓ୍ବେଲର ଜିଲାରେ ୧୩୦୦ ଲୋକ ନିଖୋଜ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ମୋବାଇଲ ନେଟ୍‌ଓ୍ବର୍କ ବନ୍ଦ ହୋଇଯିବା କାରଣରୁ ଟେଲି ଯୋଗାଯୋଗ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ପ୍ରାୟ ୭୦୦ ଜନସଂଖ୍ୟା ବିଶିଷ୍ଟ ସୋଲ୍ଡ ଗାଁ ବନ୍ୟାରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ସିନଜିଗ୍‌ସ୍ଥିତ ଏକ କେୟାର ହୋମ୍‌ରେ ଭିନ୍ନକ୍ଷମମାନେ ରାତିରେ ଶୋଇଥିବାବେଳେ ହଠାତ ପାଣି ମାଡ଼ିଆସିଥିଲା। ଫଳରେ ସେଠାରେ ଆଶ୍ରୟ ନେଇଥିବା ୩୫ ଜଣଙ୍କ ମଧ୍ୟରୁ ୧୨ ଭିନ୍ନକ୍ଷମଙ୍କ ଜୀବନ ଯାଇଛି। ବୈଜ୍ଞାନିକଙ୍କ ମତରେ ଜଳବାୟୁ ପରିବର୍ତ୍ତନ କାରଣରୁ ଆଗାମୀ ଦିନରେ ଏହାଠାରୁ ଆହୁରି ପ୍ରବଳ ବର୍ଷା ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶାରୀରିକ ସମ୍ପର୍କ ନ ରଖିଲେ ମାରିଦେବି ସ୍ବାମୀକୁ, ଧମକ ଦେଇ ବିବାହିତା ମହିଳାଙ୍କୁ…

ଦେବଗଡ, ୨୯।୭ (ଶଶାଙ୍କ ଶେଖର ଝାଙ୍କର): ବିଭିନ୍ନ ଧମକ ଚମକ ଦେଇ ଜନୈକା ବିବାହିତା ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଦେବଗଡ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ…

ସାର-ବିହନ ବିକ୍ରି ଅନିୟମିତତା: ୯ ଡିଲରଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଚାଲିଛି। ତେବେ ଚାଷ କାର୍ଯ୍ୟ ଆରମ୍ଭରୁ ସାର, ବିହନ ବିକ୍ରିରେ କଳାବଜାର ସମେତ ବିଭିନ୍ନ ଅନିୟମିତତା ଚାଷୀମାନଙ୍କୁ ଚିନ୍ତାରେ…

ପ୍ରକାଶ ପାଇଲା ସମ୍ବଲପୁର, ପୁରୀ ମେୟର ପଦର ସଂରକ୍ଷଣ ଚିଠା

ଭୁବନେଶ୍ୱର,୨୯ା୭(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ବିତ କରାଯାଇଛି। ଏନେଇ ନିକଟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ…

ଧର୍ମେନ୍ଦ୍ରଙ୍କୁ ସ୍ବାଗତ କଲେ ଭାଜପାର ଏସବୁ ନେତା: ବିରୋଧୀ କହିଲେ ବରାଦିଆ

ଭୁବନେଶ୍ୱର,୨୯।୭ (ସୁନିତ୍‌ ମିଶ୍ର):ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କକ୍‌ରୋଚ୍‌ ଜନତା ପାର୍ଟି(ସିଜେପି)ର ପ୍ରବଳ ବିରୋଧ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର…

ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ: ଦେଲେ ଏତିକି ଟଙ୍କା ପୁରସ୍କାର ରାଶ

ଭୁବନେଶ୍ୱର, ୨୯ା୭ (ବନ୍ଦନା ସେଠୀ): ଇଣ୍ଡିଆନ ଆଇଡଲ ସିଜିନ-୧୬ର ବିଜେତା ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ତାଙ୍କ ସରକାରୀ ବାସଭବନରେ…

କୁତ୍ରିମ ସୂର୍ଯ୍ୟ ନିର୍ମାଣ ପାଇଁ ଚାଇନା ହେଉଛି ସଜବାଜ: ବିଶ୍ୱର ସର୍ବବୃହତ୍‌ ଚୁମ୍ବକ ପ୍ରସ୍ତୁତି ଶେଷ

ବେଜିଂ,୨୯ା୭:ଚାଇନା ଏହାର ‘କୃତ୍ରିମ ସୂର୍ଯ୍ୟ’ ନିର୍ମାଣ କାର୍ଯ୍ୟକ୍ରମ ପାଇଁ ବିଶ୍ୱର ସର୍ବବୃହତ୍‌ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍‌ ଚୁମ୍ବକ ତିଆରି ଓ ପରୀକ୍ଷା ଶେଷ କରିଛି। ଆଣବିକ ଫ୍ୟୁଜନ୍‌ ଜରିଆରେ…

ସ୍କୁଲ ମଧ୍ୟାହ୍ନଭୋଜନରେ ମଲା ଅସରପା, ଝିଟିପିଟି

ମହାକାଳପଡ଼ା, ୨୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତ ବଡ଼ତୋଟା ଛପାଲି ଅମ୍ବିକା ସୁନ୍ଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ମଲା ଅସରପା…

ପାର୍କିଂ ଶୁଳ୍କକୁ ନେଇ ଗୋଷ୍ଠୀ ସଂଘର୍ଷ, ପଇସା ମାଗିବାରୁ ୩ ଯୁବକ…

ଛତ୍ରପୁର, ୨୮।୭ (ଦିଲ୍ଲୀପ ସାମଲ/ ଦ୍ୱାରକା ପଟ୍ଟନାୟକ) : ସ୍ଥାନୀୟ ତାମ୍ପରା ବୋଟିଂ କ୍ଲବ ନିକଟ ପାର୍କିଂରେ ପଇସାକୁ କେନ୍ଦ୍ର କରି ଯୁବକଙ୍କ ଭିତରେ ବଚ୍‌ସାରୁ ଗଣ୍ଡଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri