ଭଦ୍ରକରେ ବନ୍ୟା,୧୧୩ ଗାଁ ପ୍ରଭାବିତ

ଭଦ୍ରକ ଅଫିସ, ୨୮ା୮- ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଭଦ୍ରକ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଖୁଆପଦାଠାରେ ଏହି ନଦୀର ବିପଦ ସଙ୍କେତ ୧୭.୮୩ ରହିଥିବା ବେଳେ ଗୁରୁବାର ଅପରାହ୍ନ ୫ଟା ସୁଦ୍ଧା ଜଳସ୍ତର ୨୦.୦୨ ମିଟରକୁ ବୃଦ୍ଧି ପାଇଛି। ଫଳରେ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୯ଟି ପଞ୍ଚାୟତର ୪୧ଟି ଗାଁ ଓ ଧାମନଗର ବ୍ଲକର ୨୦ଟି ପଞ୍ଚାୟତର ୭୨ଟି ଗାଁ ପ୍ରଭାବିତ ହୋଇଛି। ମୁଖ୍ୟତଃ ବୈତରଣୀ ନଦୀକୂଳିଆ ଗାଁ ଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଧାମନଗରରୁ ଯାଜପୁର ଯୋଗାଯୋଗ କରୁଥିବା ଦୋବଲ ପୋଲ ଉପରେ ପ୍ରାୟ ୫ ଫୁଟରୁ ଊର୍ଦ୍ଧ୍ୱ ପାଣି ପ୍ରବାହିତ ହେଉଛି। ଭଣ୍ଡାରିପୋଖରୀରୁ ଯାଜପୁର ଟାଉନ ଯୋଗାଯୋଗ କରୁଥିବା ଶରତାପୋଲ ଉପରେ ପ୍ରାୟ ୮ ଫୁଟ ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଦୋବଲ ଘୋଷରା ନିକଟରେ ୩ଫୁଟରୁ ଊର୍ଦ୍ଧ୍ୱ ପାଣି ପ୍ରବାହିତ ହେଉଛି। ମୁଖ୍ୟତଃ ଭଣ୍ଡାରିପୋଖରୀ କଣ୍ଟିଘାଇ ଓ ବାଲିପୋଖରୀ ଏସ୍‌କେପ ଦ୍ୱାରା ବନ୍ୟାଜଳ ପ୍ରବେଶ କରି ଜନବସତିକୁ ପାଣି ମାଡ଼ିଚାଲିଛି।
ଜଳ ଘେରରେ ଥିବା ପ୍ରାୟ ୭୦ ଜଣ ଆସନ୍ନ ପ୍ରସବା, ବୃଦ୍ଧା ଓ ଶିଶୁଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି। କିଛି ସ୍ଥାନରେ ରନ୍ଧାଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ଘରେ ପାଣି ପଶିଯାଇଥିବାରୁ କିଛି ଲୋକଙ୍କ ଘରେ ଚୁଲି ଜଳିପାରୁନାହିଁ। ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। କରୋନା ଯୋଗୁ ଘରକୁ ଫେରିଆସିଥିବା ଲୋକେ ପରିବାର ପ୍ରତିପୋଷଣ ପାଇଁ ବିଭିନ୍ନ ପନିପରିବା ଚାଷ ସହିତ ଧାନ ଚାଷ କରିଥିଲେ କିନ୍ତୁ ଏହି ବନ୍ୟା ଜୀବିକା ବୁଡ଼ାଇ ଦେଲା ବୋଲି ପ୍ରତିକ୍ରିୟା ରଖିଛନ୍ତି ବହୁ ଚାଷୀ। ଧାମନଗର, ଭଣ୍ଡାରିପୋଖରୀ ପୋଲିସ, ଅଗ୍ନିଶମ କର୍ମଚାରୀ, ଓଡ୍ରାଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପ୍ରବାବିତ ଅଞ୍ଚଳରେ ମୁତୟନ ହୋଇ ରହିଛନ୍ତି। ଧାମନଗର କାଞ୍ଜିଆପାଳ ଓ ପଙ୍ଗଟାଘାଟ ନିକଟରୁ ଓଡ୍ରାଫ୍‌ ଟିମ୍‌ ଭାସିଯାଉଥିବା ୩ ଜଣଙ୍କୁ ଉଦ୍ଧାର କରି ଆଣିଥିବା ଜଣାପଡ଼ିଛି। ସେହିଭଳି ଧାମନଗର ଓ ଭଣ୍ଡାରିପୋଖରୀ ବନ୍ୟାର ସ୍ଥାୟୀ ପ୍ରତିକାର ହେଉ ନ ଥିବାରୁ ବର୍ଷ ବର୍ଷ ଧରି ଲୋକେ ବନ୍ୟା କଷ୍ଟ ଭୋଗୁଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସ ଦୋବଲ ଗେଙ୍ଗୁଟି ପୋଲରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?