ଖୋଲା ଆକାଶ ତଳେ ବିପନ୍ନ

ପୁରୀ ଅଫିସ/କଣାସ(ସ୍ବ.ପ୍ର.),୩ା୯:ପୁରୀ ଜିଲାରେ ବନ୍ୟା ପରିସ୍ଥିତି ସ୍ଥିର ରହିଛି। ଜିଲାର ପ୍ରମୁଖ ନଦୀରେ ଯଦିଓ ବନ୍ୟା ପାଣି ଏତେଟା ବଢୁନାହିିଁ କିନ୍ତୁ ସ୍ଥିତିରେ କୌଣସି ସୁଧାର ଆସିନାହିିଁ। କାରଣ ପୂର୍ଣ୍ଣିିମା ଯୋଗୁ ସମୁଦ୍ର ପାଣି ଟାଣୁନି। ତେଣୁ ବିଭିନ୍ନ ଅଞ୍ଚଳରୁ ବନ୍ୟାପାଣି ଖସୁ ନ ଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ବିଶେଷକରି କଣାସ ଓ ଡେଲାଙ୍ଗ ବ୍ଲକରେ ସ୍ଥିତି ବେଶ୍‌ ଗମ୍ଭୀର ଥିବାବେଳେ ପୁରୀ ସଦର, ପିପିଲି ଏବଂ ନିମାପଡ଼ା ଅଞ୍ଚଳରେ ବି ଲୋକେ ସମସ୍ୟାରେ ରହିଛନ୍ତି। କଣାସ ବ୍ଲକର ବହୁ ପରିବାର ଘର ଛାଡ଼ିି ନଦୀବନ୍ଧରେ ଖୋଲା ଆକାଶ ତଳେ ଆଶ୍ରୟ ନେଇଥିବା ବେଳେ ବର୍ଷା ଭୟ ଦେଖାଉଛି।
କଣାସ ବ୍ଲକ ପାଣ୍ଡିଆକେରା ପଞ୍ଚାୟତର ଚାରିପଟେ ଘେରିବନ୍ଧ ରହିଥିବାରୁ ବନ୍ୟାଜଳ ବାହାରି ପାରିନାହିିଁ। ଫଳରେ ନୂଆସାହି, ବାଙ୍କତଳ, ଶିମିଳିପାଟଣା, ଘରଛିଆ, ପାଣ୍ଡିଆକେରା ପ୍ରଭୃତି ଗଁାର ଶହ ଶହ ଘରେ ବନ୍ୟାପାଣି ଲହଡ଼ିି ଭାଙ୍ଗୁଛି। ତେବେ ଜୀବନ ବଞ୍ଚାଇବା ପାଇଁ କିଏ ଛାତ ଉପରେ ତ ଆଉ କିଏ ନଦୀବନ୍ଧରେ ଆଶ୍ରୟ ନେଇଥିବା ବେଳେ ବର୍ଷା ଦାଉ ସାଧିଛି। ମଙ୍ଗଳବାର ରାତିରେ ବର୍ଷା ଯୋଗୁ ବିପନ୍ନମାନଙ୍କ ଅବସ୍ଥା ଆହୁରି ଦୟନୀୟ ହୋଇପଡ଼ିଛି। ନଦୀବନ୍ଧରେ ଥିବା ଲୋକେ ବର୍ଷାରେ ଭିଜିଛନ୍ତି। ଘରଛିଆ ଏବଂ ଶିମିଳିପାଟଣାରେ ଡଙ୍ଗା ନ ମିଳିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଦୟା ନଦୀର ଦକ୍ଷିଣ ପାର୍ଶ୍ୱରେ ପାଣି ବନ୍ଧ ଡେଉଁଛି। ଫଳରେ ଜଙ୍କିଆ, ମାଳିସାହି, ହରଷପଡ଼ା, କରମଳା, ଖଣ୍ଡହତା, ବିଜିପୁର ଲୋକେ ଚିନ୍ତିତ ହୋଇପଡ଼ିିଛନ୍ତି। ଡେଲାଙ୍ଗରେ ମଧ୍ୟ ସ୍ଥିତି ସଙ୍ଗିନ ରହିଛି। ଲୁଣା ନଦୀର ବନ୍ୟା ପାଣି ମାଡ଼ିି ବହୁ ଗଁା ଜଳମଗ୍ନ ହୋଇଯାଇଛି। ଡେଲାଙ୍ଗ-କଣାସ ଓ ଡେଲାଙ୍ଗ-ଜଟଣୀ ରାସ୍ତାର ବିଭିନ୍ନ ସ୍ଥାନରେ ପାଣି ଚାଲୁଥିବାରୁ ଯାତାୟାତରେ ବାଧା ଉପୁଜିଛି। ଲୋକେ ବି ଦୟନୀୟ ସ୍ଥିତିରେ ରହିଛନ୍ତି। ବୁଧବାର ଅନେକ ରାଜନେତା ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କଣାସର କେତେକ ଗଁାକୁ ଯାଇ ବିପନ୍ନଙ୍କୁ ରିଲିଫ ବାଣ୍ଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri