ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି

ଖୋର୍ଦ୍ଧା ଅଫିସ, ୩ା୯:ରାଜୁଆ ଓ ଦୟା ଆଣିଛି ଦୁଃଖ। ଏହି ଦୁଇ ନଦୀରେ ଘାଇ ସୃଷ୍ଟି ହୋଇ ବନ୍ୟାଜଳ ଖୋର୍ଦ୍ଧା ଜିଲାର ଖୋର୍ଦ୍ଧା, ଜଟଣୀ, ବାଲିଅନ୍ତା, ବାଲିପାଟଣା ଓ ବେଗୁନିଆ ବ୍ଲକରେ ପ୍ରବେଶ କରି ବ୍ୟାପକ କ୍ଷତି ଘଟାଇଛି। ଖୋର୍ଦ୍ଧା ବ୍ଲକର ଓରବରସିଂ, ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତର ଅବସ୍ଥା ଶୋଚନୀୟ ହୋଇପଡ଼ିିଛି। ୩ ପଞ୍ଚାୟତର ୧୫ରୁ ଊର୍ଦ୍ଧ୍ୱ ଗ୍ରାମରେ ୧୦ ହଜାରରୁ ଊର୍ଦ୍ଧ୍ୱ ଗ୍ରାମବାସୀ ପ୍ରଭାବିତ ହୋଇଥିବାବେଳେ ୭ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି।
ଗାଁ ଦାଣ୍ଡରେ ପାଣି ସୁଅ: ବିଭିନ୍ନ ଗାଁ ଦାଣ୍ଡରେ ଅଣ୍ଟାଏ ଉଚ୍ଚର ପାଣିସୁଅ ଚାଲିଛି। ଡଙ୍ଗା ନ ହେଲେ ଯାତାୟତ କରିବା ଅସମ୍ଭବ ହୋଇପଡ଼ିଛି। ଘରେ ପାଣି ପଶି ଆସବାବପତ୍ର ସବୁ ନଷ୍ଟ ହୋଇଛି।
ଶିଶୁ ଓ ଗର୍ଭବତୀଙ୍କ ସମସ୍ୟା: ଓରବରସିଂ ପଞ୍ଚାୟତର ଓରମି, ହିରିମୂଳ, ଡିହଖଳା, ଧବଳପୁର, ବଳପୁର, ନରଣଗଡ଼ ପଞ୍ଚାୟତର ନରଣଗଡ଼, ମାନପୁର ଏବଂ ବ୍ରଜ ମୋହନପୁର ପଞ୍ଚାୟତର ଶରଧାପୁର ପ୍ରଭୃତି ଅଞ୍ଚଳରେ ଦୁର୍ଦ୍ଦଶା ବଢିବାରେ ଲାଗିଛି। ପିଲା ଛୁଆ, ବୃଦ୍ଧାବୃଦ୍ଧ, ରୋଗୀ ଓ ଗର୍ଭବତୀଙ୍କ ସମସ୍ୟା ଦ୍ୱିଗଣିତ ହୋଇଛି।
ଶୁଖିଲା ଖାଦ୍ୟକୁ ଭରସା: ବିପନ୍ନଙ୍କ ପାଇଁ ରନ୍ଧାଖାଦ୍ୟ ସ୍ବପ୍ନ ପାଲଟିଛି। ଘରେ ପାଣି ପଶି ଡାଲି, ଚାଉଳ ସବୁ ଓଦା ହୋଇଯାଇଥିବାରୁ ରୋଷେଇ ସମ୍ଭବ ହେଉନାହିଁ। ଯେନତେନ ପ୍ରକାରେ ଚୁଡ଼ା, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ଖାଇ କଷ୍ଟେମଷ୍ଟେ ରହିବାକୁ ପଡୁଛି। ରୋଷଇ ଲାଗି କୌଣସି ସାଧନ ନ ଥିବା କେତେଜଣ ମହିଳା କହିଛନ୍ତି।
ପାଣି ପାଇଁ ଡହଳବିକଳ: ପାନୀୟଜଳ ସମସ୍ୟା ବିପନ୍ନଙ୍କ ମୁଣ୍ଡବ୍ୟଥା ବଢାଇଛି। ବିଶୁଦ୍ଧ ପାଣି ମୁନ୍ଦେ ପାଇବା ଲାଗି ସେମାନେ ଏବେ ଡହଳ ବିକଳ ହେଉଛନ୍ତି। ପର୍ଯ୍ୟାପ୍ତ ମାତ୍ରାରେ ପାଣିଟ୍ୟାଙ୍କର ଗ୍ରାମକୁ ଆସୁନାହିଁ। ଲୋକେ ପାଉଚ ପାଣି ପିଇ ଶୋଷ ମେଣ୍ଟାଉଛନ୍ତି। ରିଲିଫ ସାମଗ୍ରୀ ଓ ପାଣି ଲାଗି ଏକପ୍ରକାର ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।
ପ୍ରଶାସନର ଦେଖାନାହିଁ : ଗ୍ରାମର ଏକାଧିକ ଯୁବକ ପାଳି କରି କାହାର କୌଣସି ଅସୁବିଧା ହେଲେ, ସହଯୋଗ ଲାଗି ଗାଁ ଦାଣ୍ଡରେ ଜଗି ରହିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ରନ୍ଧାଖାଦ୍ୟ ଏବଂ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ ଲାଗି ଗ୍ରାମବାସୀ ଦାବି କରିଛନ୍ତି। କିଛି ଚୁଡ଼ା, ଚିନି, ବିସ୍କୁଟ ଧରାଇ ଦେଇ ପ୍ରଶାସନ ଆଉ ଦେଖା ଦେଉନାହିଁ ବୋଲି ଶରଧାପୁର ଗ୍ରାମବାସୀ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି।
ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି: ଏ ନେଇ ଜିଲାପାଳ ସନତ ମହାନ୍ତି କହିଛନ୍ତି ବନ୍ୟାଞ୍ଚଳ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି। ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯିବା ବ୍ୟବସ୍ଥା କରିବା ସହ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଗୋରୁଙ୍କ ପ୍ରତିଷେଧକ ଚିକିତ୍ସା ଲାଗି ବ୍ୟବସ୍ଥା କରାଯାଇଛି। ସମସ୍ତ ପ୍ରକାର ସହଯୋଗ ଲାଗି ପ୍ରଶାସନ ପ୍ରସ୍ତୁତ ରହିଛି। ଲୋକଙ୍କ ଯାତାୟତ ଦୃଷ୍ଟରୁ ବୋଟିଂ ବ୍ୟବସ୍ଥା ଏବଂ ଉଦ୍ଧାର କାର୍ଯ୍ୟ ଲାଗି ଅଗ୍ନିଶମ ଟିମ ମୁତୟନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଗରଙ୍କ ଲେଖନୀ ଦେଉଛି ବୃକ୍ଷକୁ ସୁରକ୍ଷା

କେନ୍ଦ୍ରାପଡ଼ା ଅଫିସ, ୩ା୩: ବହି ଛପା ହେବା ପାଇଁ କାଗଜ ଆବଶ୍ୟକ। କାଗଜ ପାଇଁ ଗଛ ବଳି ପଡୁଛି। ଗଛ ନଷ୍ଟ ଅର୍ଥ ପ୍ରାକୃତିକ ବିପର୍ଯ୍ୟୟକୁ...

ଏବର୍ଷ ବନ୍ଦ ହୋଇପାରେ ଖଣ୍ଡଗିରି ମାଘ ମେଳା

ଭୁବନେଶ୍ୱର,୨୯।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏବେ ତଳମୁହାଁ। କିଛି ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହିବା ପରେ ଏବେ ସଂକ୍ରମଣ ସଂଖ୍ୟା...

‘ମୋ ବସ୍‌’ ଯାତ୍ରୀ ସଂଖ୍ୟା ଲକ୍ଷେ ଛୁଇଁଲା

ଭୁବନେଶ୍ୱର,୧୬।୧୦(ବ୍ୟୁରେ): ଗୋଟିଏ ଦିନରେ ‘ମୋ ବସ୍‌’ ଯାତ୍ରୀ ସଂଖ୍ୟା ଏକ ଲକ୍ଷ ଛୁଇଁଲା। ସୋମବାର ‘ମୋ ବସ୍‌’ରେ ୧୦୧୮୮୧ ଜଣ ଯାତ୍ରୀ ଯାତ୍ରା କରିଥିଲେ। ଯାହା...

ତହସିଲ ଅଫିସ ସମ୍ମୁଖରେ ଆନ୍ଦୋଳନ

କୋକସରା, ୧୮।୧୧ (ଡି.ଏନ.ଏ)- ଦେଶରେ ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୋଧରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବୁଧବାର ଦେଶବ୍ୟାପି ଆନ୍ଦୋଳନ ଜାରି...

ଓଲିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ

ଭବାନୀପାଟଣା,୫।୮(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ପିପଲା ଗ୍ରାମ ନିକଟରେ ଶୁକ୍ରବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ୩୦ରୁ ଊଦ୍ଧର୍‌ବ...

୭୦ ବର୍ଷରେ ମତୋ ଗଜଲକ୍ଷ୍ମୀ ପୂଜା

ଚାନ୍ଦବାଲି, ୧୫।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି। ପୂଜା ପାଇଁ ସମଗ୍ର ଅଞ୍ଚଳ...

କୋଭିଡ଼ ଯୋଦ୍ଧାଙ୍କ ମନୋବଳ ବଢ଼ାଇଲେ ବିଧାୟକ

ଭୋଗରାଇ, ୩୧।୫(ଡି.ଏନ.ଏ.)-ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ଓ ଜଳେଶ୍ୱରରେ କୋଭିଡ଼ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଦେବା ସହ ସେମାନଙ୍କର ମନୋବଳକୁ ଦୃଢ଼ କରିବା ଉଦ୍ଦେଶ୍ୟରେ...

ଲୁଣା ନଦୀରୁ ମୃତ ଥଣ୍ଟିଆ କୁମ୍ଭୀର ଉଦ୍ଧାର

ମହାକାଳପଡ଼ା,୫|୪(ଡି.ଏନ୍.ଏ.)- କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜୟଚନ୍ଦ୍ରପୁର ଗ୍ରାମ ନିକଟ ଲୁଣା ନଦୀ ଗାଧୁଆ ତୁଠରୁ ଚାରି ଫୁଟ ଲମ୍ବର ମୃତ ଥଣ୍ଟିଆ କୁମ୍ଭୀରକୁ ଲୋକେ...

Advertisement
Archives

Model This Week