ବୈତରଣୀ, କାଣୀ ନଦୀରେ ବନ୍ୟା

ଯାଜପୁର ଅଫିସ/ଝୁମ୍ପୁରୀ (ଡି.ଏନ୍‌.ଏ.),୧୫ା୮: ଯାଜପୁର ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଘୁଚାପଜନିତ ବର୍ଷା ଯୋଗୁ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀ ଫୁଲିବାରେ ଲାଗିଛି। ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ବୈତରଣୀ ନଦୀର ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୬ ମିଟର ସ୍ଥଳେ ୩୬.୬୨ ମିଟର ଓ ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ସ୍ଥଳେ ରାତି ୮ଟା ସୁଦ୍ଧା ୧୮.୦୬ ମିଟର ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଛି। ସେହିପରି ବଲ୍ଲଭିଘାଟରେ ବିପଦସଙ୍କେତ ୧୩.୩୪ ମିଟର ସ୍ଥଳେ ୧୨.୩୯ ମିଟର ଏବଂ ଦଶରଥପୁରଠାରେ ବିପଦସଙ୍କେତ ୯.୫୨ ମିଟର ସ୍ଥଳେ ୧୦.୬୦ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏଥିଯୋଗୁ ଜିଲାର ଦଶରଥପୁର ବ୍ଲକ ଅଞ୍ଚଳର ନଦୀ ତଟବାସୀ ଆତଙ୍କିତ ହୋଇ ପଡିଛନ୍ତି ।
ବର୍ଷା ଲାଗି ରହିଥିବାରୁ ବୈତରଣୀ ଓ କାଣୀ ନଦୀର ବନ୍ୟାଜଳ ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଦଶରଥପୁରର ୭ ପଞ୍ଚାୟତ କସପା, ମଲ୍ଲିକାପୁର, ଦୁଦୁରାଅଣ୍ଟା, ଦତ୍ତପୁର, କୟଁା, ଜୟନ୍ତରା ଓ କଟିକଟା ପଞ୍ଚାୟତର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଗ୍ରାମ ପାଣିଘେରରେ ରହିଛି। ଗତବର୍ଷ କଣ୍ଟପଡ଼ା ନିକଟରେ ହୋଇଥିବା ୮୦ ଫୁଟ୍‌ର ଘାଇ ମୁକୁଳା ଥିବାରୁ ଏହି ଘାଇ ମଧ୍ୟଦେଇ କାଣୀ ନଦୀରେ ବନ୍ୟାଜଳ ପ୍ରବେଶ କରିଛି। ଫଳରେ ବ୍ଲକ୍‌ର ୫ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଥିବାବେଳେ ବହୁ ଫସଲ ଓ ପନିପରିବା କ୍ଷତି ହୋଇସାରିଛି। କଣ୍ଟପଡ଼ା ଘାଇ ପାଣିରେ ଦଶରଥପୁର ଆଦର୍ଶ ବିଦ୍ୟାଳୟ, ଜୟନ୍ତରା ପଞ୍ଚାୟତର ମହାପାତ୍ର ସାହି ଓ କଟିକଟା ପଞ୍ଚାୟତର କାପୁଡ଼ିଆ ସାହି, ମାଝୀ ସାହି ପାଣି ଘେରରେ ରହିଛି ା ରବିବାର ବନ୍ୟା ପରିସ୍ଥିତି ସ୍ଥିତି ପରଖିବାକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦଶରଥପୁର ବ୍ଲକ୍‌ ଗସ୍ତ କରିବା ସହ କାଣୀ ନଦୀ ପ୍ରଭାବିତ କଣ୍ଟପଡ଼ା, ମଲ୍ଲିକାପୁର, କସପା ପ୍ରଭୃତି ଅଞ୍ଚଳ ପରିଦର୍ଶନ କରିଥିଲେ। ବିଧାୟକ ସ୍ଥିତି ସମୀକ୍ଷା କରି ଅଧିକାରୀମାନଙ୍କୁ ବନ୍ୟା ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରାହ୍ନରେ ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଧନେଶ୍ୱର ସାମଲ, ଯାଜପୁର ଡ୍ରେନେଜ୍‌ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଦିଲୀପ ନନ୍ଦନ ମହାପାତ୍ର ପ୍ରମୁଖ ବନ୍ୟା ପ୍ରଭାବିତ ମଲ୍ଲିକାପୁର, କସପା ପଞ୍ଚାୟତ ଗସ୍ତକରି କାଣୀ ନଦୀର ବିଭିନ୍ନ ଦୁର୍ବଳ ସ୍ଥାନ ପରିଦର୍ଶନ କରିଛନ୍ତି। ଏଥିସହ ବନ୍ୟା ଉପରେ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖାଯିବା ସହ ବନ୍ଧର ସୁରକ୍ଷା ପାଇଁ ରାତିଦିନ ସଜାଗ ରହିବାକୁ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ଲକ ଅଧୀନ ବୈତରଣୀ ନଦୀ ଓ କାଣୀ ନଦୀର କେତେକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ସେଠାରେ ବାଲିବସ୍ତା ପକାଯାଇଥିବା ଦେଖାଯାଇଛି। ସୋମବାର ସକାଳ ସୁଦ୍ଧା ବୈତରଣୀ ନଦୀରେ ପୁନଃ ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗ ତରଫରୁ ନଦୀର ବିଭିନ୍ନ ସ୍ଥାନରେ ରାତ୍ରି ପାଟ୍ରୋଲିଂ ବ୍ୟବସ୍ଥା କରାଯିବା ସହିତ ସମ୍ଭାବ୍ୟ ବିପଦକୁ ସାମ୍‌ନା କରିବାକୁ ବିଭାଗ ପ୍ରସ୍ତୁତ ରହିଛି ବୋଲି ବିଭାଗୀୟ ଯନ୍ତ୍ରୀ ଅରୁଣ କୁମାର ତ୍ରିପାଠୀ ଆମ ପ୍ରତିନିଧିଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri