ବର୍ଷକ ଆହାର ଛଡ଼ାଇ ନେଉଛନ୍ତି ବାର୍‌ହା ପଲ

କେନ୍ଦ୍ରାପଡ଼ା ଅଫିସ, ୧୦ା୧୨: ଚଳିତ ମାସ ଶେଷ ସପ୍ତାହରେ ଖରିଫ ଧାନ ବିକ୍ରି ପାଇଁ ସରକାରୀ ମଣ୍ଡି ଖୋଲିବ ା ଏଥିପାଇଁ କେନ୍ଦ୍ରାପଡ଼ା ଜିଲାରେ ଖରିଫ ଧାନ ଅମଳ ଆରମ୍ଭ ହୋଇଛି ା ତେବେ ଜାତୀୟ ଉଦ୍ୟାନ ନିକଟସ୍ଥ ମହାକାଳପଡ଼ା, ରାଜନଗର ଓ ରାଜକନିକା ବ୍ଲକ ଅଞ୍ଚଳର ଚାଷୀ ବାର୍‌ହା ଉପଦ୍ରବ କାରଣରୁ ଆଶାନୁରୂପକ ଫସଲ ଉପତ୍ାଦନ କରି ପାରିନାହାନ୍ତି ା ଲଗାଣ ବର୍ଷା ଓ ବନ୍ୟା ଦାଉରେ ଖରିଫ ଚାଷ ଆରମ୍ଭରୁ କ୍ଷତି କରିଥିବା ବେଳେ ଜଙ୍ଗଲୀ ବାର୍‌ହା ବର୍ଷକର ଆହାର ଛଡାଇ ନେଇଛନ୍ତି ା କ୍ଷେତରେ କେବଳ ନଡା ଗଛ ଛିଡା ହୋଇଛି ା ବନ ବିଭାଗ ପକ୍ଷରୁ ଚାଷ ଓ ସ୍ଥାନୀୟ ଅଧିବାସୀଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ନଜର ନ ଥିବା, ଜଙ୍ଗଲ ଶେଷ ମୁଣ୍ଡରେ ତାରବାଡ ଦେବା, ଚାଷୀଙ୍କୁ କ୍ଷତିପୂରଣ ଦେବା ଆଦି ଦାବି କରି ଶୁକ୍ରବାର ଏଡିଏମ୍‌ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ା
ଏ ସମ୍ପର୍କରେ ମହାକାଳପଡ଼ା ବ୍ଲକ ଜଗତିଜୋର ଗ୍ରାମର ପ୍ରଫୁଲ ସ୍ବାଇଁ କହିଛନ୍ତି, ବାର୍‌ହାଙ୍କ ଉପଦ୍ରବ ଏବେ ବଢ଼ିଚାଲିଛି ା ଗତ ମାସକ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବାର୍‌ହା ଆକ୍ରମଣ ଘଟଣା ନଜରକୁ ଆସିଛି ା ଏହି ଜଙ୍ଗଲୀ ପଶୁ ଆକ୍ରମଣ ଘଟଣା ପ୍ରତିବର୍ଷ ବଢ଼ି ଚାଲିଥିବାରୁ ନିକଟସ୍ଥ ଗ୍ରାମବାସୀ ଧାନ ଅମଳକୁ ନେଇ ଚିନ୍ତାରେ ଅଛନ୍ତି ା ବତୀଘର ଗ୍ରାମର ରମଣୀରଞ୍ଜନ ଦାସ କୁହନ୍ତି, ଭିତରକନିକା ଅଞ୍ଚଳରେ ବାର୍‌ହାଙ୍କ ସଂଖ୍ୟା ବଢ଼ିଛି ା ଏହି ସମୟରେ ପାଚିଲା ଧାନ ଖାଇବା ପାଇଁ ଜଙ୍ଗଲରୁ ବାହାରି କ୍ଷେତକୁ ପଶି ଆସୁଛନ୍ତି ା ବନବିଭାଗ ପକ୍ଷରୁ ସେହି ଜନ୍ତୁଙ୍କୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନି ା ଜଙ୍ଗଲ ନିକଟ ଗ୍ରାମ ସୀମାରେ ତାରବାଡ଼ ଘେରାଇବା, ବନବିଭାଗ ପକ୍ଷରୁ ପାଟ୍ରୋଲିଂ କରିବା ଓ ବନ୍ୟଜନ୍ତୁଙ୍କ ଆକ୍ରମଣ ଜନିତ ମୃତାହତ ବ୍ୟକ୍ତିଙ୍କୁ ସହାୟତା ଯୋଗାଇବା ପାଇଁ ସରକାରୀ ନିୟମ ରହିଥିଲେ ମଧ୍ୟ ଏହାର ସୁଫଳ ସ୍ଥାନୀୟ ଅଧିବାସୀଙ୍କୁ ମିଳୁନାହିଁ ା ଫଳରେ ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳର ବ୍ରାହ୍ମଣସାହି, ଡେରା, ଡାଙ୍ଗମାଳ, ହାତିନା, ଗୁପ୍ତି, ସାତଭାୟା, ଈଶ୍ୱରପୁର, କେରୁଆଁପାଳ, ତନ୍ତିଆପାଳ, ବତୀଘର ଆଦି ଅଞ୍ଚଳର ଚାଷୀ ବହୁ କ୍ଷତି ସହୁଛନ୍ତି ା ଏସମ୍ପର୍କରେ ଜମ୍ବୁ ରେଞ୍ଜର ଚିତ୍ତରଞ୍ଜନ ବେଉରା କୁହନ୍ତି, ନଭେମ୍ବରରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ଜଙ୍ଗଲୀ ବାର୍‌ହାଙ୍କ ପ୍ରଜନନ ସମୟ ା ଏହି ସମୟରେ ସେମାନେ ପ୍ରଚୁର ଖାଦ୍ୟ ଖାଇଥାଆନ୍ତି ା ଏଥିସହ ଏହି ସମୟରେ ସେମାନଙ୍କର ଆକ୍ରମଣ ପ୍ରବୃତ୍ତି ବୃଦ୍ଧି ପାଇଥାଏ ା ଜଙ୍ଗଲ ଆଖାପାଖ ଅଞ୍ଚଳରେ ପାଚିଲା ଧାନ ସହଜଲବ୍ଧ ଖାଦ୍ୟ ହୋଇଥିବାରୁ କ୍ଷେତକୁ ଚାଲିଆସିଥାନ୍ତି ା ବନବିଭାଗ ପକ୍ଷରୁ ଏସମ୍ପର୍କରେ ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରାଯାଉଛି ା ଏଥିରେ ସ୍ଥାନୀୟ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସହଯୋଗ ମିଳୁଛି ା ଜଙ୍ଗଲର ଆଖପାଖ ଗ୍ରାମଗୁଡ଼ିକରେ ବନ ବିଭାଗ ପକ୍ଷରୁ ରାତ୍ର ଜଗୁଆଳ ବ୍ୟବସ୍ଥା ହୋଇଛି ା ଗ୍ରାମ ନିକଟ ଜଙ୍ଗଲ ସୀମାରେ ତାରବାଡ଼ ହୋଇଛି ା ସମସ୍ତ ବନାଞ୍ଚଳକୁ ତାରବାଡ଼ ଘେରାଇବା ସମ୍ଭବ ନୁହେଁ ା ତେବେ କେତେକ ବାର୍‌ହା ଆକ୍ରମଣ ଘଟଣାର ଅନୁଧ୍ୟାନ ସମୟରେ ବନ୍ୟଜନ୍ତୁ ଶୀକାର ଘଟଣା ଜଣାପଡିଛି ା ଏପରିକି ବିଭାଗ ଏପରି ଶିକାରୀଙ୍କୁ ଗିରଫ କରୁଛି ା ରାତିରେ ଚାଷ କ୍ଷେତକୁ ସୁରକ୍ଷା ଦେବାକୁ ଯାଉଥିବା ଚାଷୀ ସାବଧାନତା ଅବଲମ୍ବନ କରନ୍ତୁ ବୋଲି ରେଞ୍ଜର ବେଉରା ପରାମର୍ଶ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?