Posted inଫୁରସତ

ଗଣିତର ଏକ ପ୍ରଶ୍ନ ପାଇଁ ୨ ଘଣ୍ଟା ବିଳମ୍ବରେ ଉଡ଼ିଲା ବିମାନ, କାରଣ ଜାଣିଲେ…

ଦୀର୍ଘ ବାଟ ଯାତ୍ରା କରିବା ସମୟରେ ଲୋକଙ୍କ ମନୋରଞ୍ଜନ ପାଇଁ ଅନେକ ଜିନିଷ ରହିଥାଏ। ମାତ୍ର ବିମାନ ଯାତ୍ରା କରିବା ସମୟରେ ଜଣେ ଅର୍ଥନୈତିକ ଯେତେବେଳେ ଏକ ଗଣିତ ପ୍ରଶ୍ନ ସମାଧାନ କରୁଥିଲେ ସେତେବେଳେ ବଡ଼ ସମସ୍ୟା ଉଭା ହେଲା। ତାଙ୍କ ପାଖ ସିଟ୍‌ରେ ବସିଥିବା ମହିଳା କ୍ରୁ ମେମ୍ବରଙ୍କୁ ଏମିତି ଏକ କଥା କହିଲେ ଫଳରେ ବିମାନଟି ୨ ଘଣ୍ଟା ବିଳମ୍ବରେ ଉଡ଼ିଲା। ଜାଣନ୍ତୁ ଏ ସମ୍ପର୍କରେ….

ୟନିଭର୍ସିଟି ଅଫ୍‌ ପେନ୍‌ସିଲଭେନିଆର ଆସୋସିଏଟ୍‌ ପ୍ରଫେସର ଗୁଇଡୋ ମେଞ୍ଜିଓଙ୍କ ସହିତ ୨୦୧୬ରେ ହୋଇଥିବା ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। The Indigo Papillon-Online School of Metaphysics ଟୁଇଟର ପେଜ୍‌ରେ ଏହି ପୋଷ୍ଟଟି ଶେୟାର ହୋଇଛି। ଏଥିରେ କ୍ୟାପଶନ ଲେଖାହୋଇଛି, ଯଦି ସ୍କୁଲରେ ଗଣିତ ପ୍ରତି ଧ୍ୟାନ ଦେଇଥାନ୍ତେ, ତେବେ ଆଜି ଏହା ଏତେ ଭୟଙ୍କର ହୋଇ ନ ଥାନ୍ତା।

ପ୍ରଫେସର ଜଣକ ବିମାନରେ ଫିଲୋଡେଲ୍‌ଫିଆରୁ ନ୍ୟୁୟର୍କ ଯାଉଥିଲେ। ସେ କାନାଡାର ଓଣ୍ଟୋରିଓ କ୍ୱିନ୍ସ ୟୁନିଭର୍ସିଟିରେ ଭାଷଣ ଦେଉଥିଲେ। ମାତ୍ର ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଯୋଗୁ ପୂରା ବିମାନ ଉଡ଼ାଣରେ ବିଳମ୍ବ ହେଲା।

ଆମେରିକୀୟ ଏୟାରଲାଇନ୍ସର ମୁଖପାତ୍ର କେସି ନଟର୍ନ କହିଛନ୍ତି, ମେଞ୍ଜେିଓ ନିଜ ସିଟ୍‌ରେ ବସି ଗଣିତ ସମୀକରଣ ସମାଧାନ କରୁଥିଲେ। ଏହି ସମୟରେ ଜଣେ ମହିଳାଙ୍କୁ କିଛି ସନ୍ଦେହ ହେଲା। ସେ ମହିଳା କ୍ରୁ ମେମ୍ବରଙ୍କୁ କହିଥିଲେ ତାଙ୍କ ଦେହ ଭଲ ନାହିଁ। ବିମାନ ଉଡ଼ାଣ ଆରମ୍ଭ ହେବା ଠିକ୍‌୍‌ ପୂର୍ବରୁ ଏଜେଣ୍ଟମାନେ ଆସି ମେଞ୍ଜିଓଙ୍କୁ ଓହ୍ଲାଇବାକୁ କହିଥିଲେ। ଯଦିଓ ମେଞ୍ଜିଓ କିଛି ବୁଝି ପାରି ନ ଥିଲେ।

ମେଞ୍ଜିଓ ସମାଧାନ କରୁଥିବା ଗଣିତ ସମୀକରଣ ଦେଖି ମହିଳା ଭାବିଲେ ,ଡା ଏକ ଆତଙ୍କବାଦୀ ସଙ୍କେତ। ତେବେ ମେଞ୍ଜିଓ ସୁରକ୍ଷା ଅଧିକାରୀଙ୍କୁ କହିଥିଲେ ସେ କ’ଣ କରୁଥିଲେ। ପଚରାଉଚରା ଏବଂ ନିରାପତ୍ତା ମଧ୍ୟରେ ବିମାନଟି ଦୁଇ ଘଣ୍ଟାରୁ ଅଧିକ ବିଳମ୍ବରେ ଉଡ଼ାଣ କରିଥିଲା। ପାଇଲଟ୍‌ ଯେତେବେଳେ ଏକଥା ଜାଣିଲେ ସେ ଲଜ୍ଜା ଅନୁଭବ କଲେ।

ଅନ୍ୟପକ୍ଷରେ ରେଡିଟ୍‌ ବ୍ୟବହାରକାରୀମାନେ ଏହି ଅଜବ ପରିସ୍ଥିତି ଉପରେ କମେଣ୍ଟ କରି ଲେଖିଛନ୍ତି, ଏହା ଆଲଜେବ୍ରା, ଅଲ-କାଏଦା ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri