Posted inଫୁରସତ

ଗଣିତର ଏକ ପ୍ରଶ୍ନ ପାଇଁ ୨ ଘଣ୍ଟା ବିଳମ୍ବରେ ଉଡ଼ିଲା ବିମାନ, କାରଣ ଜାଣିଲେ…

ଦୀର୍ଘ ବାଟ ଯାତ୍ରା କରିବା ସମୟରେ ଲୋକଙ୍କ ମନୋରଞ୍ଜନ ପାଇଁ ଅନେକ ଜିନିଷ ରହିଥାଏ। ମାତ୍ର ବିମାନ ଯାତ୍ରା କରିବା ସମୟରେ ଜଣେ ଅର୍ଥନୈତିକ ଯେତେବେଳେ ଏକ ଗଣିତ ପ୍ରଶ୍ନ ସମାଧାନ କରୁଥିଲେ ସେତେବେଳେ ବଡ଼ ସମସ୍ୟା ଉଭା ହେଲା। ତାଙ୍କ ପାଖ ସିଟ୍‌ରେ ବସିଥିବା ମହିଳା କ୍ରୁ ମେମ୍ବରଙ୍କୁ ଏମିତି ଏକ କଥା କହିଲେ ଫଳରେ ବିମାନଟି ୨ ଘଣ୍ଟା ବିଳମ୍ବରେ ଉଡ଼ିଲା। ଜାଣନ୍ତୁ ଏ ସମ୍ପର୍କରେ….

ୟନିଭର୍ସିଟି ଅଫ୍‌ ପେନ୍‌ସିଲଭେନିଆର ଆସୋସିଏଟ୍‌ ପ୍ରଫେସର ଗୁଇଡୋ ମେଞ୍ଜିଓଙ୍କ ସହିତ ୨୦୧୬ରେ ହୋଇଥିବା ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। The Indigo Papillon-Online School of Metaphysics ଟୁଇଟର ପେଜ୍‌ରେ ଏହି ପୋଷ୍ଟଟି ଶେୟାର ହୋଇଛି। ଏଥିରେ କ୍ୟାପଶନ ଲେଖାହୋଇଛି, ଯଦି ସ୍କୁଲରେ ଗଣିତ ପ୍ରତି ଧ୍ୟାନ ଦେଇଥାନ୍ତେ, ତେବେ ଆଜି ଏହା ଏତେ ଭୟଙ୍କର ହୋଇ ନ ଥାନ୍ତା।

ପ୍ରଫେସର ଜଣକ ବିମାନରେ ଫିଲୋଡେଲ୍‌ଫିଆରୁ ନ୍ୟୁୟର୍କ ଯାଉଥିଲେ। ସେ କାନାଡାର ଓଣ୍ଟୋରିଓ କ୍ୱିନ୍ସ ୟୁନିଭର୍ସିଟିରେ ଭାଷଣ ଦେଉଥିଲେ। ମାତ୍ର ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଯୋଗୁ ପୂରା ବିମାନ ଉଡ଼ାଣରେ ବିଳମ୍ବ ହେଲା।

ଆମେରିକୀୟ ଏୟାରଲାଇନ୍ସର ମୁଖପାତ୍ର କେସି ନଟର୍ନ କହିଛନ୍ତି, ମେଞ୍ଜେିଓ ନିଜ ସିଟ୍‌ରେ ବସି ଗଣିତ ସମୀକରଣ ସମାଧାନ କରୁଥିଲେ। ଏହି ସମୟରେ ଜଣେ ମହିଳାଙ୍କୁ କିଛି ସନ୍ଦେହ ହେଲା। ସେ ମହିଳା କ୍ରୁ ମେମ୍ବରଙ୍କୁ କହିଥିଲେ ତାଙ୍କ ଦେହ ଭଲ ନାହିଁ। ବିମାନ ଉଡ଼ାଣ ଆରମ୍ଭ ହେବା ଠିକ୍‌୍‌ ପୂର୍ବରୁ ଏଜେଣ୍ଟମାନେ ଆସି ମେଞ୍ଜିଓଙ୍କୁ ଓହ୍ଲାଇବାକୁ କହିଥିଲେ। ଯଦିଓ ମେଞ୍ଜିଓ କିଛି ବୁଝି ପାରି ନ ଥିଲେ।

ମେଞ୍ଜିଓ ସମାଧାନ କରୁଥିବା ଗଣିତ ସମୀକରଣ ଦେଖି ମହିଳା ଭାବିଲେ ,ଡା ଏକ ଆତଙ୍କବାଦୀ ସଙ୍କେତ। ତେବେ ମେଞ୍ଜିଓ ସୁରକ୍ଷା ଅଧିକାରୀଙ୍କୁ କହିଥିଲେ ସେ କ’ଣ କରୁଥିଲେ। ପଚରାଉଚରା ଏବଂ ନିରାପତ୍ତା ମଧ୍ୟରେ ବିମାନଟି ଦୁଇ ଘଣ୍ଟାରୁ ଅଧିକ ବିଳମ୍ବରେ ଉଡ଼ାଣ କରିଥିଲା। ପାଇଲଟ୍‌ ଯେତେବେଳେ ଏକଥା ଜାଣିଲେ ସେ ଲଜ୍ଜା ଅନୁଭବ କଲେ।

ଅନ୍ୟପକ୍ଷରେ ରେଡିଟ୍‌ ବ୍ୟବହାରକାରୀମାନେ ଏହି ଅଜବ ପରିସ୍ଥିତି ଉପରେ କମେଣ୍ଟ କରି ଲେଖିଛନ୍ତି, ଏହା ଆଲଜେବ୍ରା, ଅଲ-କାଏଦା ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?