ଶୀତଦିନେ ବେଶ୍‌ ଉପକାରୀ ଫ୍ଲାକ୍ସ ସିଡ୍‌: ଏମିତି ଖାଆନ୍ତୁ…

ଫ୍ଲାକ୍ସ ସିଡ୍‌ ବା ଅଳସୀ ମଞ୍ଜିରେ ଭରିରହିଛି ଅନେକ ପୋଷକ ତତ୍ତ୍ୱ। ଏହାକୁ ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କଲେ, ବିଶେଷ କରି ଶୀତଦିନେ ଏହାକୁ ଖାଇଲେ ଥଣ୍ଡା, କାଶ, ଫ୍ଲୁ ଭଳି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ଜାଣିବା ଏହା ସମ୍ପର୍କରେ…

ଏହା ପୃଥିବୀର ସବୁଠୁ ପୁରୁଣା ଶସ୍ୟ ଭିତରୁ ଗୋଟିଏ। ବ୍ରାଉନ୍‌ ଏବଂ ଗୋଲ୍ଡେନ୍‌ ଦୁଇଟି ରଙ୍ଗରେ ମିଳୁଥିବା ଏହି ଶସ୍ୟରେ ଭରି ରହିଛି ପ୍ରୋଟିନ୍‌, ଫାଇବର୍‌, ଓମେଗା-୩ ଫ୍ୟାଟି ଏସିଡ୍‌, ଭିଟାମିନ୍‌ ଏବଂ ମିନେରାଲ୍‌ ଭଳି ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ଭରିରହିଛି।
ଏହାକୁ ପ୍ରତିଦିନ ଖାଇଲେ ମେଦବହୁଳତା ଏବଂ ମଧୁମେହ ରୋଗ ହେବାକୁ ଦିଏ ନାହିଁ।
ଏଥିରେ ଅଧିକ ପରିମାଣରେ ଲିଗ୍‌ନାନ୍‌ସ୍‌ ରହିଛି ଯାହାକି କ୍ୟାନ୍ସର ଭଳି ମାରାତ୍ମକ ରୋଗଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ। ଅନ୍ୟ ଖାଦ୍ୟ ତୁଳନାରେ ଏହା ୭୫-୮୦୦ ଗୁଣ ଅଧିକ ଲିଗ୍‌ନାନ୍‌ସ୍‌ ଶରୀରକୁ ଯୋଗାଇଥାଏ। ଯାହାକି ଶରୀରରେ ଥିବା ଫ୍ୟାଟ୍‌କୁ କମ୍‌ କରିବାରେ ସାହାଯ୍ୟ କରିଥାଏ।
ଏଥିରେ ଆଣ୍ଟିଇନ୍‌ଫ୍ଲାମେଟାରି ଗୁଣ ରହିଛି ଯାହାକି ଶୀତଦିନେ ଉପୁଜୁଥିବା ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ୟାଠୁ ଦୂରେଇ ରଖିଥାଏ।
ଶୀତଦିନେ ଅନେକଙ୍କଠାରେ ବଦହଜମି କିମ୍ବା କୋଷ୍ଟକାଠିନ୍ୟ ଭଳି ସମସ୍ୟା ଦେଖାଦେଇଥାଏ। ଫ୍ଲାକ୍‌ ସିଡ୍‌ରେ ଅଧିକ ପରିମାଣରେ ଫାଇବର ଥିବାରୁ ଏହାକୁ ଖାଇଲେ ହଜମଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।
ଏହା ଶୀତଦିନେ ହେଉଥିବା କାଶ, ଗଳା ଯନ୍ତ୍ରଣା ଆଦିକୁ ଦୂର କରିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ରୁପି ସମସ୍ୟା ରହୁଛି କି….ଆପଣାନ୍ତୁ ଏହି ଉପାୟ

ଶୀତଦିନେ କେଶ ଝଡିବା ସମସ୍ୟା ଅଧିକ ହୋଇଥାଏ। ଏହାର ମୁଖ୍ୟ କାରଣ ହେଉଛି ରୁପି। ବାୟୁମଣ୍ଡଳରେ ଥଣ୍ଡାର ପ୍ରଭାବ ଯୋଗୁଁ କେଶମୂଳ ଅଧିକ ଶୁଷ୍କ ହୋଇ...

ସ୍ବାମୀ ନୀରବ ରହୁଥିଲେ କେମିତି କରିବେ ହ୍ୟାଣ୍ଡେଲ୍‌…ଜାଣିନିଅନ୍ତୁ କିଛି ଟିପ୍ସ

ବେଳେବେଳେ ଚୁପ୍‌ ରହିଲେ ହିଁ ଅନେକ ସମସ୍ୟାର ସମାଧାନ ହୋଇଥାଏ। ହେଲେ ଦାମ୍ପତ୍ୟରେ ଏହି ପରିସ୍ଥିତି ସମ୍ପର୍କରେ ଦୂରତା ସୃଷ୍ଟି କରେ। ତେଣୁ ସ୍ବାମୀ ଯଦି...

ପିଲାମାନେ ଅଳସୁଆ ଥିଲେ କେମିତି କରିବେ ଆକ୍ଟିଭ୍…ଜାଣନ୍ତୁ କିଛି ଟିପ୍ସ

ଶୀତଦିନେ ପିଲାଙ୍କର ଖେଳାବୁଲା ଓ ଫିଜିକାଲ୍‌ ଆକ୍ଟିଭିଟି କମ୍‌ ହୋଇଥାଏ। ବାହାରକୁ ଗଲେ ଥଣ୍ଡା ହେବାର ଆଶଙ୍କା ରହିଥାଏ ଆଉ ଘରେ ରହିଲେ ସେମାନେ ଅଳସୁଆ...

ପ୍ରତ୍ୟେହ ଖାଆନ୍ତୁ ୭/୮ କିସ୍‌ମିସ୍‌: ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ସୁଗାର୍‌ ଲେଭଲ୍‌ଠାରୁ…

କିସ୍‌ମିସ୍‌ ଖାଇବା ଦ୍ୱାରା ବି ଶରୀରକୁ ଅନେକ ଉପକାର ମିଳିଥାଏ। ଯେମିତିକି: ଏହା ଆଖି ପାଇଁ ବହୁତ ଉପକାରୀ। କୁହାଯାଏ, ପ୍ରତିଦିନ ୭/୮ଟି କିସ୍‌ମିସ୍‌ ଖାଇବା...

ବେଡ୍‌ରୁମ୍‌ରେ ଭୁଲ୍‌ରେ ବି ରଖନ୍ତୁ ନାହିଁ ଏସବୁ ଜିନିଷ, ଖୁସିର ସଂସାରରେ ବଢ଼ିଯିବ ମନୋମାଳିନ୍ୟ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଜାଣତରେ ହେଉ କି ଅଜାଣତରେ ଆମେ ବେଳେବେଳେ ଏମିତି କିଛି ଜିନିଷ ବେଡ୍‌ରୁମ୍‌ରେ ରଖି ଦେଇଥାଉ; ଯାହା ପରବର୍ତ୍ତୀ ସମୟରେ ନକାରାତ୍ମକ ଊର୍ଜ୍ଜା...

୧୨ ବର୍ଷ ପରେ ଏଥର ମକର ସଂକ୍ରାନ୍ତିରେ ସୃଷ୍ଟି ହେବ ବଡ଼ ଯୋଗ, ଚମକିବ ଏହି ୩ ରାଶିର ଭାଗ୍ୟ

ସୂର୍ଯ୍ୟ ପ୍ରତି ମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି। କିନ୍ତୁ ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରନ୍ତି, ସେତେବେଳେ ମକର...

ଆତ୍ମା ଶରୀର ଛାଡିବା ସମୟରେ କେଉଁବାଟେ ଦେଇ ଯାଏ? ପୂଣ୍ୟ କରିଥିବା ବ୍ୟକ୍ତିଙ୍କ ଏହି ଅଙ୍ଗରୁ ଛାଡେ ପ୍ରାଣ!

ଗରୁଣ ପୁରାଣ ମୃତ୍ୟୁ ଏବଂ ଆତ୍ମା ସହିତ ଜଡିତ ଗୁପ୍ତ କଥା ପ୍ରକାଶ କରେ। ଗରୁଡ଼ ପୁରାଣ ଅନୁସାରେ, ଶରୀରର ନଅଟି ଦ୍ୱାର ଅଛି ।...

ନିଃଶବ୍ଦ ବ୍ୟାଧି ଫ୍ୟାଟି ଲିଭର

ଅନିୟମିତ ଦିନଚର୍ଯ୍ୟା, ଖାଦ୍ୟାଭାସର ବେନିୟମ ଏବଂ ଶରୀର ଚର୍ଚ୍ଚାରେ ଅଭାବ ଯୋଗୁ ଜାତ ହୁଏ ବେଶ୍‌ କିଛି ଅସୁସ୍ଥତା। ଏହିସବୁ ଅସୁସ୍ଥତା ମଧ୍ୟରେ ‘ଫ୍ୟାଟି ଲିଭର’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri