ଚୁଡ଼ାରେ ରଙ୍ଗ: ମାଲଗୋଦାମରେ ଚଢ଼ାଉ

କଟକ,୨୦ା୬ (କାର୍ତ୍ତିକ ସାହୁ)ସାଧାରଣ ଲୋକଠୁ ଆରମ୍ଭ କରି ସବୁବର୍ଗର ଲୋକଙ୍କ ଦ୍ୱାରା ଚୁଡ଼ା ଏକ ସହଜ, ସରଳ ତଥା ଗ୍ରହଣୀୟ ଖାଦ୍ୟ। ମାତ୍ର ସେହି ଚୁଡ଼ାରେ ଅପମିଶ୍ରଣ ହେଉଛି। ଏହାକୁ ନେଇ ପ୍ରଶାସନିକ ସ୍ତରରେ ତନାଘନା ଆରମ୍ଭ ହୋଇଛି। ଉପକୂଳ ଜିଲାର ମିଲ୍‌ଗୁଡ଼ିକରୁ ରଙ୍ଗିନ ଚୁଡ଼ା ଆମଦାନୀ ହେଉଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ କଟକ ମହାନଗର ନିଗମ (ସିଏମ୍‌ସି) ଅଧିକାରୀମାନେ ବୁଧବାର ଅପରାହ୍ନରେ ମାଲଗୋଦାମରେ ଚଢ଼ାଉ କରି ୩ଟି ଚୂଡା ଗୋଦାମରୁ ନମୁନା ସଂଗ୍ରହ କରିଛନ୍ତି। ଏହି ନମୁନା ଯାଞ୍ଚ ପାଇଁ ଭୁବନେଶ୍ୱର ରାମମନ୍ଦିର ନିକଟରେ ଥିବା ରାଜ୍ୟ ଫୁଡ୍‌ ସେଫ୍ଟି ଲାବରେଟୋରିକୁ ପଠାଯାଇଛି।
ସୂଚନା ଅନୁସାରେ, ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳର ଭୁବନ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର ଜିଲାର ଚୁଡ଼ା ମିଲ୍‌ଗୁଡ଼ିକରେ ଧଳାଚୁଡ଼ାରେ ସବୁଜ ଏବଂ ନାଲି ରଙ୍ଗ ମିଶାଯାଉଥିବା ବ୍ୟବସାୟୀମାନେ ଅଭିଯୋଗ କରିଥିଲେ। ଏହି ରିପୋର୍ଟ ଆଧାରରେ ସିଏମ୍‌ସି ଅଧିକାରୀମାନେ ମାଲଗୋଦାମରେ ପହଞ୍ଚି ଯାଞ୍ଚ କରିଥିଲେ। ସିଏମ୍‌ସି ଫୁଡ୍‌ ସେଫ୍ଟି ଅଧିକାରୀ ତଥା ନୋଡାଲ ଅଫିସର ଡା. ସତ୍ୟବ୍ରତ ମହାପାତ୍ର, ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା, ମିଟନ ଶାହା ପ୍ରମୁଖ ଯାଞ୍ଚରେ ସାମିଲ ହୋଇଥିଲେ। ହେଲେ ସିଏମ୍‌ସିର ଏହି ପ୍ରକାର ଯାଞ୍ଚକୁ ନେଇ ମାଲଗୋଦାମ ବଣିକ ସଂଘ କ୍ଷୋଭ ପ୍ରକାଶ କରିଛି। ଉପକୂଳ ଜିଲାରେ ଥିବା ମିଲ୍‌ରେ ଚୂଡ଼ାରେ ରଙ୍ଗ ଦିଆଯାଉଥିବା ସନ୍ଦେହ କରାଯାଉଥିବାବେଳେ ପ୍ରଶାସନ ସେଠାରେ ଚଢ଼ାଉ ନ କରି ମାଲଗୋଦାମରେ ବ୍ୟବସାୟୀଙ୍କୁ ନିର୍ଯାତନା ଦେଉଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଡା. ମହାପାତ୍ର କହିଛନ୍ତି, ଚୁଡ଼ାରେ ନାଲି ଓ ସବୁଜ ରଙ୍ଗ ମିଶୁଥିବା ଯେଉଁ ଅଭିଯୋଗ ଆସିଥିଲା ତାହାର ସତ୍ୟାସତ୍ୟ ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର ଆନ୍ଦୋଳନ ସ୍ଥଗିତ, ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଆଜିଠୁ…

ଭୁବନେଶ୍ୱର,୪ା୭: ରାଜ୍ୟରେ ଚାଲିଥିବା ଡାକ୍ତରମାନଙ୍କ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶନିବାରଠାରୁ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ମନ୍ତ୍ରୀ…

Parliament Monsoon Session: ଜୁଲାଇ ୨୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ, ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ,୪।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବ। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ X ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଭାରତ ସରକାରଙ୍କ…

‘କକ୍ରୋଚ ଜନତା ପାର୍ଟି’ର ପ୍ରତିବାଦକୁ ସମର୍ଥନ କଲେ ମହୁଆ ମୋଇତ୍ରା

ନୂଆଦିଲ୍ଲୀ,୪।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଶୁକ୍ରବାର ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦରେ ଯୋଗ ଦେଇ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ସ୍ବର ଉଠାଇଥିଲେ। ଶିକ୍ଷା…

IND vs ENG 2nd T20: ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ? ତାଙ୍କୁ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ,୪।୭: ବୈଭବ ସୂର୍ଯ୍ୟବଂଶୀ କେବେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବେ? ଏହି ପ୍ରଶ୍ନ ବର୍ତ୍ତମାନ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ। ବୈଭବ ନିକଟରେ ଏକ ଇନଷ୍ଟାଗ୍ରାମ…

ଚର୍ଚ୍ଚା ସୃଷ୍ଟି କଲାଣି ବୈଭବ ସୂର୍ଯ୍ୟବଂଶୀଙ୍କ ‘New Chapter’ ଷ୍ଟୋରୀ, ଏହା ଡେବ୍ୟୁର ଏକ ସଙ୍କେତ ନା ଏକ ନୂଆ ସରପ୍ରାଇଜ? ଜାଣନ୍ତୁ…

ନୂଆଦିଲ୍ଲୀ,୪।୭: ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଭାରତର ପ୍ରତିଭାବାନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କେବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ। ଏହି ଶନିବାର ମାଞ୍ଚେଷ୍ଟରରେ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ସୁନା-ରୁପା ଅଳଙ୍କାର ଜବତ, ୪ ଡକାୟତଙ୍କୁ ଗିରଫ କରି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ମାସ ହେବ ଚୋରି, ଡକାୟତି ବଢ଼ିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।…

ମହଙ୍ଗା ମାଡ଼ରୁ ରକ୍ଷା ନାହିଁ; ସାଇତି ରଖନ୍ତୁ ଟମାଟୋ, ପୁଣି ବଢ଼ିଲା ଦର…

ନୂଆଦିଲ୍ଲୀ,୪ା୭: ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଟମାଟୋ ପୁଣି ଥରେ ଲୋକଙ୍କ ବଜେଟ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି। ଦେଶର ଅନେକ ରାଜ୍ୟରେ ଏହାର…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri