Posted inଜାତୀୟ

୫ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହୋଇ ଘରକୁ ଫେରିଲେ ୧୨୧ ଆଦିବାସୀ…

ରାୟପୁର,୧୮।୭ : ଛତିଶଗଡର ଦନ୍ତେ ୱାଡା ଜିଲାରେ ବୁର୍କାପାଲ ମାଓବାଦୀ ଆକ୍ରମଣ ମାମଲାରେ ଏନଆଇଏ କୋର୍ଟ ୧୨୧ ଆଦିବାସୀଙ୍କୁ ଜେଲରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ପାଞ୍ଚ ବର୍ଷ ଧରି ସମସ୍ତ ଆଦିବାସୀ ଜେଲରେ ଥିଲେ। ୨୪ ଏପ୍ରିଲ ୨୦୦୭ରେ ସୁକମା ଜିଲ୍ଲାର ବୁର୍କାପାଲରେ ମାଓବାଦୀ ଆକ୍ରମଣ ମାମଲାରେ ଏହି ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହି ଆକ୍ରମଣରେ ୨୫ ସିଆର୍‌ପିଏଫ୍‌ ଯବାନ ଶହୀଦ୍‌ ହୋଇଥିଲେ। ଜଗଦଲପୁର ସେଣ୍ଟ୍ରାଲ ଜେଲ ଅଭିଯୁକ୍ତମାନେ ଖଲାସ ହୋଇ ଘରକୁ ଫେରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଏନଆଇଏ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସାମୂହିକ ଭାବେ ଗିରଫ ହୋଇଥିବା ଅଭିଯୁକ୍ତ ଆଦିବାସୀଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିବା କୋର୍ଟ କହିଛନ୍ତି। ଜେଲରୁ ବାହାରିଥିବା ଅଭିଯୁକ୍ତ କହିଛନ୍ତି ଯେ ଆମ ସମସ୍ତଙ୍କୁ ରାତିରେ ନିଦରୁ ଉଠାଇ ଘରୁ ପୋଲିସ ନେଇ ଆସିଥିଲେ।

ଜେଲରୁ ମୁକୁଳିବା ପରେ ସେମାନଙ୍କ ମଧ୍ୟରୁ କେତେକ ଦନ୍ତେ ୱାଡା ଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା ସୁକମା ଅଞ୍ଚଳର ଦୁର୍ଗମ ଗ୍ରାମକୁ ଫେରିବା ଆରମ୍ଭ କରିଛନ୍ତି। ଜେଲରେ ଥିବା ଆଦିବାସୀମାନଙ୍କର ଅନେକ ଲୋକ କେବଳ ସ୍ଥାନୀୟ ଭାଷା ଜାଣିଥିଲେ। କିନ୍ତୁ ଜେଲରେ ସେମାନେ ହିନ୍ଦୀ ଶିକ୍ଷା କରିଛନ୍ତି । ଗିରଫ ହୋଇଥିବା ସମୟରେ ଅଧିକାଂଶଙ୍କ ବୟସ ୨୦ ରୁ ୩୦ ବର୍ଷ ମଧ୍ୟରେ ଥିଲା। ସେମାନଙ୍କ ମଧ୍ୟରୁ କେତେକ ନବ ବିବାହିତ ମଧ୍ୟ ଥିଲେ। ମାତ୍ର ସେମାନଙ୍କୁ ବିନା କାରଣରେ ଜେଲରେ ରଖାଯାଇଥିଲା। ଅଭିଯୁକ୍ତ କହିଛନ୍ତି ଯେ ପାଞ୍ଚ ବର୍ଷ ଧରି ଜେଲରେ ରହିବା ସେମାନଙ୍କୁ ପଥରରେ ପରିଣତ କରିଛି। ଯେତେବେଳେ ସେମାନେ ଜେଲରୁ ବାହାରକୁ ଆସିଲେ ସେମାନଙ୍କ ମୁହଁରେ ବିଶେଷ ଖୁସି ନ ଥିଲା। ସେମାନଙ୍କ ମଧ୍ୟରୁ ଅନେକ କହିଥିଲେ ଯେ ସେମାନେ କେବେ ବି ଆମ୍ବୁସ ସାଇଟକୁ ଆସି ନଥିଲେ କିନ୍ତୁ ସେମାନଙ୍କୁ ଉଠାଇ ଜେଲରେ ଭର୍ତ୍ତି କରି ଦିଆଯାଇଥିଲା।

ଆଇନଜୀବୀ ବେଲା ଭାଟିଆ କହିଛନ୍ତି ଯେ ସେମାନଙ୍କ ନିରାପଦ ମୁକ୍ତି ପାଇଁ ପାଞ୍ଚ ବର୍ଷ ଲାଗିଛି। ତାଙ୍କ ଜୀବନର ପାଞ୍ଚ ବର୍ଷ ଜେଲରେ ସେମାନେ ବିତାଇଛନ୍ତି। ସେ କହିଥିଲେ ଯେ ତାଙ୍କ ଜୀବନର ପାଞ୍ଚ ବର୍ଷ ଏପରି ଅପରାଧ ପାଇଁ ଜେଲରେ ବିତିଛି ଯାହା ସେମାନେ କରିନାହାଁନ୍ତି। ପାଞ୍ଚ ବର୍ଷ ପରେ ସେମାନେ ଖଲାସ ହୋଇଛନ୍ତି। ଏନଆଇଏ କୋର୍ଟ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି। ଏହା ପରେ ବେଲା ପଚାରିଥିଲେ ଯେ ସାଧାରଣ ଗ୍ରାମବାସୀଙ୍କୁ ମାଓବାଦୀଙ୍କ ବିରୋଧୀ ଅପୋଶନରେ ଅପରାଧୀ ଷଡଯନ୍ତ୍ରରେ ଅଭିଯୁକ୍ତ କରାଯିବା ଉଚିତ ନୁହେଁ? ସେମାନେ ଗରିବ କୃଷକ। ବର୍ଷ ବର୍ଷ ଧରି ସେମାନଙ୍କ ପରିବାର ସମ୍ମୁଖୀନ ହୋଇଥିବା କଷ୍ଟକୁ ଆମେ କଳ୍ପନା କରିପାରିବା ନାହିଁ।

ହଜିଯାଇଥିବା ସମୟ କିମ୍ବା ରୋଜଗାର ପାଇଁ ରାଜ୍ୟ ସରକାର ସେମାନଙ୍କୁ କ୍ଷତିପୂରଣ ଦେବେ କି ବୋଲି ବେଲା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ପୋଲିସ ଏକ ଖରାପ ତଦନ୍ତ କରିଛି। ୭ ଆହତ ଯବାନଙ୍କୁ ସାକ୍ଷୀ କରାଯାଇ ନଥିଲା। ଏହା ବଦଳରେ ଗରିବ ଆଦିବାସୀଙ୍କୁ କୌଣସି ପ୍ରମାଣ ବିନା ଉଠାଇ ନିଆ ଯାଇ୍‌ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?