ହୁମୁରି ତାମ୍ପରା ସମେତ ୫ ଜଳାଶୟ ପ୍ରଦୂଷିତ

ଛତ୍ରପୁର,୭ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଥିବା ହୁମୁରି ତାମ୍ପରା ସମେତ ୫ ଜଳାଶୟ ପ୍ରଦୂଷିତ ରହିଛି। ସେଥିମଧ୍ୟରେ ଛତ୍ରପୁର ବ୍ଲକ ହୁମୁରି ତାମ୍ପରା ହ୍ରଦ(୩୩୭.୮୫୭ ଏକର), ଭଞ୍ଜନଗର ଇନ୍ଦ୍ରଗୁଡା ଗ୍ରାମରେ ଥିବା ଦହ ଜଳଭଣ୍ଡାର,(୯୬.୭୧ଏକର), ଭଞ୍ଜନଗର ଜିଲୁଣ୍ଡି ପୋଖରୀ (୧୫.୨୩ ଏକର), ଖଲ୍ଲିକୋଟ ବ୍ଲକ ବଡପଲ୍ଲୀ କେନ୍ଦ୍ରଘାଇ ପୋଖରୀ (୨୭.୨୭୯ ଏକର) ଓ ଚିକିଟି ଚାନ୍ଦପୁରରେ ଥିବା ଜଗନ୍ନାଥ ସାଗର (୨୦.୮୯୫ ଏକର) ରହିଛି । ଫଳରେ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ନିର୍ଦ୍ଦେଶନାମା ଉକ୍ତ ଜଳାଶୟରେ କାର୍ଯ୍ୟକାରୀ ହୋଇପାରୁନି । ହୁମୁରି ତାମ୍ପରା ସମେତ ୫ ଜଳାଶୟର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ଏନଜିଟିର ଓଏନଂ-୩୨୫/୧୫ ନିର୍ଦ୍ଦେଶର ଅନୁପାଳନ କରିବା ଜରୁରୀ ହୋଇପଡିଛି ।

ବିଭିନ୍ନ ପ୍ରକାର ବ୍ୟବହାର ଲାଗି ଏନଜିଟି ନିୟମ ପୂରଣ କରିପାରୁ ନ ଥିବା ଜଣାପଡିଛି । ଉକ୍ତ ଜଳାଶୟଗୁଡିକ ସଫା ରହିବା ପରିବଶେ ସୁରକ୍ଷା ସହ ଏନ୍‌ଜିଟିର ନିର୍ଦ୍ଦେଶକୁ ଅନୁପାଳନ ପାଇଁ ଗୁରୁତ୍ୱ ରହିଛି । ଏଗୁଡିକର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କଠାରୁ ଏକ ଚିଠି ଜିଲାପାଳଙ୍କୁ (ନଂ-୨୭୯୪୧/୫ା୧୧ା୨୧) ଆସିଛି। ତାମ୍ପରା ସମେତ ୫ ଜଳାଶୟର ପୁନରୁଦ୍ଧାର ଓ ରକ୍ଷା ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ମୁଖ୍ୟଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ବୈଠକ ସହ ନିଜେ ଯାଇ ଏହାର ଯାଞ୍ଚ କରି ଆକ୍ସନପ୍ଲାନ ପ୍ରସ୍ତୁତ କରିବାକୁ ଚିଠିରେ କୁହାଯାଇଛିା ପ୍ରତି ଜଳାଶୟ ପାଇଁ ପୃଥକ୍‌ ଆକ୍ସନପ୍ଲାନ ପ୍ରସ୍ତୁତ କରି ୧୫ ତାରିଖ ସୁଦ୍ଧା ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛିା ଜଳାଶୟ କେତେ ଏକର ଅଛି, କେତେ ଲୋକ ଏହାକୁ ବ୍ୟବହାର କରୁଛନ୍ତି, କ୍ୱାଲିଟି ଟେଷ୍ଟ, ଟ୍ରିଟ୍‌ମେଣ୍ଟ ପ୍ଲାନ୍‌, ପ୍ରଦୂଷଣର କାରଣ ଓ କେଉଁ ସମୟସୀମା ମଧ୍ୟରେ ଏହାର ପୁନରୁଦ୍ଧାର କାର୍ଯ୍ୟ ସରିବ ସେ ଉପରେ ଆକ୍ସନ
ରିପୋର୍ଟରେ ଦର୍ଶାଇବାକୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଶ୍ମଶାନରେ ଚାରାରୋପଣ: ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ଶ୍ମଶାନରେ ସୋମବାର ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri