ହୁମୁରି ତାମ୍ପରା ସମେତ ୫ ଜଳାଶୟ ପ୍ରଦୂଷିତ

ଛତ୍ରପୁର,୭ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଥିବା ହୁମୁରି ତାମ୍ପରା ସମେତ ୫ ଜଳାଶୟ ପ୍ରଦୂଷିତ ରହିଛି। ସେଥିମଧ୍ୟରେ ଛତ୍ରପୁର ବ୍ଲକ ହୁମୁରି ତାମ୍ପରା ହ୍ରଦ(୩୩୭.୮୫୭ ଏକର), ଭଞ୍ଜନଗର ଇନ୍ଦ୍ରଗୁଡା ଗ୍ରାମରେ ଥିବା ଦହ ଜଳଭଣ୍ଡାର,(୯୬.୭୧ଏକର), ଭଞ୍ଜନଗର ଜିଲୁଣ୍ଡି ପୋଖରୀ (୧୫.୨୩ ଏକର), ଖଲ୍ଲିକୋଟ ବ୍ଲକ ବଡପଲ୍ଲୀ କେନ୍ଦ୍ରଘାଇ ପୋଖରୀ (୨୭.୨୭୯ ଏକର) ଓ ଚିକିଟି ଚାନ୍ଦପୁରରେ ଥିବା ଜଗନ୍ନାଥ ସାଗର (୨୦.୮୯୫ ଏକର) ରହିଛି । ଫଳରେ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ନିର୍ଦ୍ଦେଶନାମା ଉକ୍ତ ଜଳାଶୟରେ କାର୍ଯ୍ୟକାରୀ ହୋଇପାରୁନି । ହୁମୁରି ତାମ୍ପରା ସମେତ ୫ ଜଳାଶୟର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ଏନଜିଟିର ଓଏନଂ-୩୨୫/୧୫ ନିର୍ଦ୍ଦେଶର ଅନୁପାଳନ କରିବା ଜରୁରୀ ହୋଇପଡିଛି ।

ବିଭିନ୍ନ ପ୍ରକାର ବ୍ୟବହାର ଲାଗି ଏନଜିଟି ନିୟମ ପୂରଣ କରିପାରୁ ନ ଥିବା ଜଣାପଡିଛି । ଉକ୍ତ ଜଳାଶୟଗୁଡିକ ସଫା ରହିବା ପରିବଶେ ସୁରକ୍ଷା ସହ ଏନ୍‌ଜିଟିର ନିର୍ଦ୍ଦେଶକୁ ଅନୁପାଳନ ପାଇଁ ଗୁରୁତ୍ୱ ରହିଛି । ଏଗୁଡିକର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କଠାରୁ ଏକ ଚିଠି ଜିଲାପାଳଙ୍କୁ (ନଂ-୨୭୯୪୧/୫ା୧୧ା୨୧) ଆସିଛି। ତାମ୍ପରା ସମେତ ୫ ଜଳାଶୟର ପୁନରୁଦ୍ଧାର ଓ ରକ୍ଷା ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ମୁଖ୍ୟଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ବୈଠକ ସହ ନିଜେ ଯାଇ ଏହାର ଯାଞ୍ଚ କରି ଆକ୍ସନପ୍ଲାନ ପ୍ରସ୍ତୁତ କରିବାକୁ ଚିଠିରେ କୁହାଯାଇଛିା ପ୍ରତି ଜଳାଶୟ ପାଇଁ ପୃଥକ୍‌ ଆକ୍ସନପ୍ଲାନ ପ୍ରସ୍ତୁତ କରି ୧୫ ତାରିଖ ସୁଦ୍ଧା ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛିା ଜଳାଶୟ କେତେ ଏକର ଅଛି, କେତେ ଲୋକ ଏହାକୁ ବ୍ୟବହାର କରୁଛନ୍ତି, କ୍ୱାଲିଟି ଟେଷ୍ଟ, ଟ୍ରିଟ୍‌ମେଣ୍ଟ ପ୍ଲାନ୍‌, ପ୍ରଦୂଷଣର କାରଣ ଓ କେଉଁ ସମୟସୀମା ମଧ୍ୟରେ ଏହାର ପୁନରୁଦ୍ଧାର କାର୍ଯ୍ୟ ସରିବ ସେ ଉପରେ ଆକ୍ସନ
ରିପୋର୍ଟରେ ଦର୍ଶାଇବାକୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri