ଅଦରକାରୀ ହୋଇଛି ଜାଗା ମିଶନ ଯୋଜନା

ବ୍ରହ୍ମପୁର ଅଫିସ୍‌, ୭ା୧୧: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୨ ନଂ. ୱାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସ୍ବଚ୍ଛ ବ୍ରହ୍ମପୁର ନେଇ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଏହି ୱାର୍ଡରେ ସ୍ବଚ୍ଛତା ଫେଲ ମାରିଛି। ଅନ୍ୟପଟେ ଉକ୍ତ ୱାର୍ଡର ଜାଗା ମିଶନ ନାମରେ ବିଏମ୍‌ସି ପକ୍ଷରୁ ଖାଲି ଜାଗାର ଉନ୍ନତୀକରଣ ସ୍ଥାନଟି ଅବହେଳିତ ଓ ଅଦରକାରୀ ଭାବେ ପଡି ରହିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ଏହି ୱାର୍ଡ ଆନନ୍ଦ ନଗରଠାରେ ରହିଥିବା ଏକ ଖୋଲା ଜାଗାଟିକୁ ବିଏମ୍‌ସି ପକ୍ଷରୁ ଡମ୍ପିଂ ୟାର୍ଡ କରାଯାଇଛି।

ନିକଟରେ ଏକ ଶିଶୁ ଖେଳିଥିବା ବେଳେ ଖୋଲା ନର୍ଦ୍ଦମାରେ ପଡି ଯିବାରୁ ଆହତ ହୋଇଥିଲା। ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଉଦ୍ୟମ କ୍ରମେ ଖୋଲା ନାଳ ଉପରେ କଂକ୍ରିଟ ପ୍ଲେଟ୍‌ ପକାଯାଇଥିଲା। କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ବିଏମସି କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ଆନ୍ତରିକତା ଦେଖାଇ ନ ଥିଲେ। ବର୍ତ୍ତମାନ ଏହି ସ୍ଥାନକୁ ସଫା ନ କରିବାରୁ ସମସ୍ତ ଅଳିଆ ଆବର୍ଜନା ନାଳ ମଧ୍ୟରେ ଜମି ରହୁଛି। ସାମାନ୍ୟ ବର୍ଷା ହେଲେ ଘର ମଧ୍ୟରେ ନର୍ଦ୍ଦମା ପାଣି ପଶିବା ସହ ରାସ୍ତା ଉପରେ ମଧ୍ୟ ପାଣି ଜମି ରହୁଛି। ଏହି ସ୍ଥାନଟିକୁ ସଫା କରା ନ ଯିବା କାରଣରୁ ଏଠାରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି।

ବିଏମ୍‌ସି ପକ୍ଷରୁ ଜାଗା ମିଶନ ଯୋଜନାରେ ୱାର୍ଡରେ ରହିଥିବା ୩୮୭୦ ବର୍ଗଫୁଟ ଖାଲି ଜାଗାର ଉନ୍ନତୀକରଣ କରାଯାଇଛି। ଜାଗାରେ ପେଭର ବ୍ଲକ ସମତଳୀକରଣ, ପିଲାମାନଙ୍କ ପାଇଁ ଖେଳ ପଡିଆ ନିର୍ମାଣ, ଚିତ୍ରକଳା ମାଧ୍ୟମରେ ସାୈନ୍ଦର୍ଯ୍ୟକରଣ, ଗଛଗୁଡିକରେ ବିଭିନ୍ନ ରଙ୍ଗର ଆଲୋକୀକରଣ ଦ୍ୱାରା ସାୈନ୍ଦର୍ଯ୍ୟକରଣ ଏବଂ ଗଛ ଚତୁଃପାର୍ଶ୍ୱରେ ପିଣ୍ଡି ନିର୍ମାଣ କରାଯାଇଥିବା ଫଳକରେ ଉଲ୍ଲେଖ ରହିଛି। କିନ୍ତୁ ଫଳକରେ ସୂଚନା ଅନୁଯାୟୀ କୌଣସି ଆଲୋକୀକରଣର ବ୍ୟବସ୍ଥା କରାଯାଇ ନାହିଁ। ଏଥିସହ ନିର୍ମିତ ଖେଳ ପଡିଆର ରକ୍ଷଣାବେକ୍ଷଣ ହେଉ ନ ଥିବା ବେଳେ ପିଲାଙ୍କ ଖେଳଣା ଭାଙ୍ଗିରୁଜି ପଡିଛି। ଏପରି କି ଉନ୍ନତୀକରଣ ଜାଗାରେ ରହିଥିବା ଚେୟାରଗୁଡିକ ମଧ୍ୟ ନଷ୍ଟ ହେବାକୁ ବସିଲାଣି। ବିଏମ୍‌ସି ପକ୍ଷରୁ ଉକ୍ତ ସ୍ଥାନରେ କାୈଣସି ସଫେଇ କରାଯାଉ ନାହିଁ। ଉକ୍ତ ସ୍ଥାନଟି ବର୍ତ୍ତମାନ ମାଟି କାଦୁଅ ମଧ୍ୟରେ ରହିଛି। ଉଚିତ ରକ୍ଷଣାବେକ୍ଷଣର ଅଭାବରୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ବାସିନ୍ଦା ଶୈଳନ୍ଦ୍ରି ପାତ୍ର କହିଛନ୍ତି, ଦୀର୍ଘ ଦିନ ଧରି ଏଭଳି ସମସ୍ୟା ଭୋଗି ଆସୁଛୁ, କେହି ବି ଅଭିଯୋଗ ଶୁଣୁ ନାହାନ୍ତି। ବର୍ତ୍ତମାନ ମଶାମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ଏଣୁ ସଫେଇ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉ। ନଚେତ ସଂକ୍ରମଣ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?