ଦିଗପହଣ୍ଡିରେ ପ୍ରବଳ ବର୍ଷା: ପୁଣି ଖୋଲାଗଲା ଘୋଡ଼ାହାଡ଼ ଡ୍ୟାମ୍‌ର ୩ ଗେଟ୍, ଫାସିଗୁଡ଼ାରେ ମନ୍ଦିରରେ ଫସିଥିବା ୧୫ ଜଣଙ୍କୁ…

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ବନ୍ୟା ବିଭୀଷିକା ଦେଖାଦେଇଛି। ଦିଗପହଣ୍ଡିରେ ୩୬୫ ମିଲିମିଟର ଏବଂ ଘୋଡ଼ାହାଡ଼ ଡ୍ୟାମ୍‌ ଅଞ୍ଚଳରେ ୪୩୬ ମିଲିମିଟର ରେକର୍ଡ ପରିମାଣର ବର୍ଷା ହୋଇଛି। ଜଳସ୍ତର ବୃଦ୍ଧି ପାଇବାରୁ ଘୋଡ଼ାହାଡ଼ ଡ୍ୟାମ୍‌ର ସମୁଦାୟ ୬ଟି ମୁଖ୍ୟ ଫାଟକ ମଧ୍ୟରୁ ପର୍ଯ୍ୟାୟକ୍ରମେ ୫ଟି ଗେଟ୍ ଖୋଲାଯାଇ ନଦୀ ଗର୍ଭକୁ ବନ୍ୟାଜଳ ଛଡ଼ାଯାଉଛି। ଡ୍ୟାମ୍‌ରୁ ଘଣ୍ଟା ପ୍ରତି ୩୫୦ କ୍ୟୁମେକ୍ ପାଣି ନିଷ୍କାସିତ ହେଉଥିବା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଗଙ୍ଗାଧର ଦାସ ସୂଚନା ଦେଇଛନ୍ତି।

ଘୋଡ଼ାହାଡ଼ ନଦୀରେ ବନ୍ୟା ଯୋଗୁଁ ତିଳେଶ୍ୱର, ଆମ୍ବଗାଁ, ପାଟପୁର, ମହାନଳା, ଜୟନଗର, ଉସ୍ତା ଜଗନ୍ନାଥପୁର, ଜଲମରା, ଆଡ଼ପଡ଼ା, ଖଲିଙ୍ଗି, କଇଠବେଢ଼ା, କୁରୁଳା, ଏରେଣ୍ଡ୍ରା ଓ ପଥରପୁଞ୍ଜି ଆଦି ଗାଁଗୁଡ଼ିକରେ ପୋଖରୀ ହିଡ଼ ଭାଙ୍ଗି ବନ୍ୟାପାଣି ପଶିଯାଇଛି। ସେହିପରି ସାନଖେମୁଣ୍ଡି ବ୍ଲକର ନରସିଂହଗଡ଼, ସିଙ୍ଗପୁର, ପାଟପୁର, ଜିଉରା, ଗୌତମୀ, ୨ୟ ଧର୍ମପୁର, ମଳାଭଞ୍ଜା ଓ ଖୋଲଡି ଆଦି ଗ୍ରାମର ଶହ ଶହ ଏକର ଚାଷଜମି, ଧାନଗଛ ଓ ପନିପରିବା ଚାଷ ଜଳମଗ୍ନ ହୋଇଯାଇଛି। ସ୍ଥିତି ଅନୁଧ୍ୟାନ ପାଇଁ ବ୍ରହ୍ମପୁର ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ରବିନ୍ଦ୍ର ନାଥ ସେଠୀ, ଅଧିକ୍ଷଣ ଯନ୍ତ୍ରୀ ଇଂ. ସୁବ୍ରତ ପଟ୍ଟନାୟକ ଓ ଦିଗପହଣ୍ଡି ଆଇଆଇସି କିଶୋର କୁମାର ସାମଲ ଡ୍ୟାମ୍‌ ପରିଦର୍ଶନ କରିଛନ୍ତି।

ଅନ୍ୟପଟେ, ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମରେ ଗୋପାଳଗଣ୍ଡ ତପ୍ତପାଣି ଖାରି ନାଳର ପାଣି ମାଡ଼ିଆସିବାରୁ ବୁଧବାର ସନ୍ଧ୍ୟାରେ ଭାଗବତ ମନ୍ଦିରକୁ ହବିଷାନ୍ନ ଖାଇବାକୁ ଯାଇଥିବା ୧୪ ଜଣ ମହିଳା ଓ ଜଣେ ପୂଜକଙ୍କ ସମେତ ୧୬ ଜଣ ଜଳବନ୍ଦୀ ହୋଇପଡ଼ିଥିଲେ। ପ୍ରଖର ସ୍ରୋତ ଯୋଗୁ ବୁଧବାର ରାତିରେ ଓଡ଼୍ରାଫ୍ (ODRAF) ଟିମ୍ ମାତ୍ର ଜଣେ ମହିଳାଙ୍କୁ ଉଦ୍ଧାର କରିବା ପରେ ଅନ୍ୟମାନଙ୍କୁ ଉଦ୍ଧାର ନକରି ଫେରିଯାଇଥିଲା। ଗୁରୁବାର ସକାଳେ ପୁନର୍ବାର ଉଦ୍ଧାର ପାଇଁ ଆସିଥିବା ଓଡ଼୍ରାଫ୍ ବୋଟ୍‌ର ମୋଟର ଖରାପ ହୋଇଯିବାରୁ ଏବଂ ଅଗ୍ନିଶମ ବାହିନୀ ସଫଳ ନହେବାରୁ ପ୍ରଶାସନିକ ଉଦ୍ୟମ ବିଫଳ ହୋଇଥିଲା। ତହସିଲଦାର ସନ୍ତୋଷ କୁମାର ସାହୁ ଓ ବିଡ଼ିଓ ଅନାମିକା ପାଣ୍ଡେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଶେଷରେ ବିଳମ୍ବିତ ସନ୍ଧ୍ୟାରେ ପ୍ରାୟ ୨୪ ଘଣ୍ଟା ପରେ, ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଜୀବନକୁ ବାଜି ଲଗାଇ ଦଉଡ଼ି ସାହାଯ୍ୟରେ ମନ୍ଦିରରେ ଫସିଥିବା ସମସ୍ତ ୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ନଦୀକୁ ନଯିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ କରାଯାଇଛି। ଏହାସହ ଡ୍ୟାମ୍‌ରୁ ଗେଟ୍ ଦେଇ କୁମ୍ଭୀର ନଦୀକୁ ଆସିବାର ଭୟ ଥିବାରୁ ସାବଧାନ ରହିବାକୁ ପ୍ରଶାସନ ଚେତାବନୀ ଦେଇଛି। ବର୍ତ୍ତମାନ ଡ୍ୟାମ୍‌ରେ ୯୬ ପ୍ରତିଶତ (୧୧୬.୯୦ ମିଟର) ଜଳ ଗଚ୍ଛିତ ଥିବା ବେଳେ ୯୦ ପ୍ରତିଶତ ପାଣି ରଖି ବାକି ଉଦ୍‌ବୃତ୍ତ ଜଳ ନିଷ୍କାସନ କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ…

‘ଧରିତ୍ରୀ’ ଖବରର ପ୍ରଭାବ: ତାଲିଯୋଡ଼ି ବ୍ରିଜ୍‌ ଧୋଇଯାଇଥିବା ଦୁର୍ଗମ ଗାଁରେ ପହଞ୍ଚି ସ୍ଥିତି ପରଖିଲେ IIC, ଶୁଖିଲା ଖାଦ୍ୟ ବାଣ୍ଟି…

ଦାରିଙ୍ଗବାଡ଼ି, ୨୯।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ୩ଟି ଗାଁକୁ ସଂଯୋଗ କରୁଥିବା ତାଲିଯୋଡ଼ି ନଦୀର ବ୍ରିଜ୍‌ ଧୋଇ ହୋଇଯିବା ଘଟଣା…

ବାତ୍ୟା ଅର୍ଣ୍ଣବ ପ୍ରଭାବ, ଉପୁଡ଼ି ପଡ଼ିଲା ଗଛ, ଛିଣ୍ଡିଲା ବିଦ୍ୟୁତ୍‌ ତାର

ଲାଞ୍ଜିଗଡ଼, ୨୯ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁତ…

ତପ୍ତପାଣି ଘାଟିରେ ପ୍ରଳୟଙ୍କରୀ ରୂପ: ପାହାଡ଼ ଧସି ଭାସିଗଲା କଲଭର୍ଟ, ୩୨୬ ନମ୍ବର NHରେ ଗାଡ଼ି ଚଳାଚଳ ଠପ୍

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ଯୋଗୁ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ବେଲଗଡ଼ ନିକଟରେ ଥିବା ଏକ କଲଭର୍ଟ ପାହାଡ଼ିଆ ପାଣିର ପ୍ରବଳ…

ସମୁଦ୍ରକୁ ଶଙ୍ଖେ: ଶ୍ରୀବଣା ଗ୍ରାମରେ ଭୋକରେ ଛଟପଟ ବନ୍ୟା ବିପନ୍ନ, ପ୍ରଶାସନିକ ଅବହେଳା ଭିତରେ ସହାୟତା…

ଗଞ୍ଜାମ,୨୯।୧୦ (ବିଦ୍ୟାଧର ସାହୁ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସମଗ୍ର ବ୍ଲକର ପ୍ରାୟ ୧୫ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ମଲାଡ଼ ପଞ୍ଚାୟତର ଶ୍ରୀବଣା ଗ୍ରାମ ବେଶ୍ କ୍ଷତିଗ୍ରସ୍ତ…

ଇଚ୍ଛାପୁର ବ୍ରିଜ୍‌ରେ ବନ୍ୟାଜଳ: ଛତ୍ରପୁର ଷ୍ଟେଶନରେ ଅଟକିଲା ଯଶୋବନ୍ଦପୁର-ହାୱଡ଼ା ଟ୍ରେନ୍, ଫସିଲେ ହଜାର ହଜାର…

ଛତ୍ରପୁର, ୨୯।୧୦ (ଦିଲ୍ଲୀପ ସାମଲ): ଇଚ୍ଛାପୁର ବ୍ରିଜ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁ ରେଳ ଚଳାଚଳ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବରେ ଯଶୋବନ୍ଦପୁର-ହାୱଡ଼ା…

ହାତୀମୁଣ୍ଡା-ତାମାଙ୍ଗି ରାସ୍ତାରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ; ସ୍ଥିତି ପରଖିଲା…

ଦାରିଙ୍ଗବାଡ଼ି, ୨୯।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ହାତୀମୁଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?