ଦୁଇ ବ୍ୟବସାୟୀଙ୍କୁ ମୁଣ୍ଡଜାମିନ ରଖି ନିର୍ଯାତନା: ଉଲଗ୍ନ କରି ରଡ୍‌ରେ ପିଟି ନଚାଉଥିଲେ

ଭୁବନେଶ୍ୱର,(ବ୍ୟୁରୋ)/ ବାରଙ୍ଗ, ୨୯।୮(ଡି.ଏନ୍‌.ଏ.): ଦୁଇ ବ୍ୟବସାୟୀଙ୍କୁ ଦୁଇଦିନ ମୁଣ୍ଡଜାମିନ ରଖି ଅକଥନୀୟ ନିର୍ଯାତନା ଦେଲେ। ଉଲଗ୍ନ କଲି ଲୁହା ରଡରେ ବାଡେଇବା ସହ ନାଚିବା ପାଇଁ ବାଧ୍ୟ କରୁଥିଲେ। ନ ନାଚିଲେ ଦେହରେ ମଦ ଢାଳି ସିଗାରେଟ ଚେଙ୍କ ଦେଉଥିଲେ। ଲୁହା ରଡ୍‌ ଓ ବେଲ୍ଟରେ ପିଟୁଥିଲେ। ଏଭଳି ନିର୍ଯାତନାର ଶିକାର ହୋଇଥିଲେ କେନ୍ଦ୍ରାପଡାର ପୂର୍ଣ୍ଣଚନ୍ଦ୍ର ସାହୁ ଓ କୋଲକାତା ଆସାନସୋଲ୍‌ର ଭିଗୁନାଥ ସିଂ। ପୂର୍ଣ୍ଣଚନ୍ଦ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚମଡ଼ା ବାହାରି ଯାଇଥିବାବେଳେ ଭିଗୁନାଥଙ୍କ ଶରୀରରେ ଗୁରୁତର ମାଡ଼ ଚିହ୍ନ ରହିଛି। ଭୁବନେଶ୍ୱରସ୍ଥିତ ଲାଇଭ୍‌ କଳିଙ୍ଗ ୱେବ୍‌ ପୋର୍ଟାଲ କାର୍ଯ୍ୟାଳୟରେ ଏହି ଲୋମଟାଙ୍କୁରା ଘଟଣା ଘଟିଥିବାବେଳେ ନନ୍ଦନକାନନ ଥାନା ପୋଲିସ ୫ଜଣ କର୍ମଚାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଚ୍ୟାନେଲ ସମ୍ପାଦିକା ପ୍ରିୟମ୍ବଦା ନାୟକ, ମହିଳା ସିକ୍ୟୁରିଟି ଗାର୍ଡ ମମତା ସାହୁ, ପୁରୁଷ ସିକ୍ୟୁରିଟି ଗାର୍ଡ ସାହିଲ ସୟଦ ଆଜନାମ ଅଲ୍ଲୀ, ସିକୁରିଟି ଇନ୍‌ଚାର୍ଜ ରାଜେଶ ବାରିକ, ସୋମୁ ଓରଫ ଅଭିରାମ ପାତ୍ର। ଏଥିସହ ପୋଲିସ ସେଠାରୁ ବନ୍ଧୁକ, ଖଣ୍ଡା, ଛୁରି, ଠେଙ୍ଗା ସହ ୭ କମ୍ପ୍ୟୁଟର, ୨ ଟଙ୍କା ଗଣିବା ମେଶିନ, ୨ କ୍ୟାମେରା, ପେନ୍‌ଡ୍ରାଇଭ୍‌, ୫ ମୋବାଇଲ ଫୋନ, ବ୍ୟାଙ୍କ ପାସ୍‌ବୁକ୍‌, ଚେକ୍‌ ବୁକ୍‌ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରି ଉକ୍ତ କାର୍ଯ୍ୟାଳୟକୁ ସିଲ୍‌ କରିଛି। ଆଇପିସି ଦଫା ୩୬୪(ଏ), ୩୦୭, ୫୦୬, ୩୪ ଓ ୨୫ ଆମର୍‌ସ ଆକ୍ଟରେ ମାମଲା (ନଂ.୯୩/୨୧) ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ମୁଖ୍ୟ ଅଭିଯୁକ୍ତ ତଥା ପୋର୍ଟାଲ ସିଇଓ ରଘୁନାଥ ସାହୁ ଓରଫ ରାଜ୍‌ ଫେରାର ହୋଇଯାଇଛନ୍ତି। ଏମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଓ ଏନେଇ ଅଧିକ ତଦନ୍ତ ଚାଲିଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ଓ ଭିଗୁନାଥ କେନ୍ଦୁଝର ବଡ଼ବିଲରେ ଖଣି ବ୍ୟବସାୟରେ ଗାଡି ଲଗାନ୍ତି। ତେବେ ଲାଇଭ୍‌ କଳିଙ୍ଗ ସିଇଓ ରାଜଙ୍କ ସହ ଭିଗୁନାଥଙ୍କର ପୂର୍ବଶତ୍ରୁତା ଥିଲା। ତେଣୁ ରଘୁନାଥ ମିଡିଆ ଜାଲରେ ଫସାଇବାକୁ ଯୋଜନା କରିଥିଲେ। ଗତ ୫ ତାରିଖରେ ଭିଗୁନାଥ ଓ ପୂର୍ଣ୍ଣଚନ୍ଦ୍ର ବ୍ୟବସାୟ ପାଇଁ ଫାଇନାନ୍ସ ଯୋଗାଡ଼ କରିବାକୁ ଭୁବନେଶ୍ୱର ଆସିଥିବାବେଳେ ଏନେଇ ରାଜ୍‌ ଖବର ପାଇଥିଲେ। ରାଜ୍‌ ଭିଗୁନାଥଙ୍କୁ ଫୋନ୍‌ କରି ଭୁବନେଶ୍ୱରରେ ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କ ସହ ପରିଚିତ ଅଛି, ତାଙ୍କ ସହ ଯୋଗାଯୋଗ କରାଇ ୫୦ ଲକ୍ଷ ଟଙ୍କା ଫାଇନାନ୍ସ କରାଇଦେବାକୁ ପ୍ରତିଶ୍ରୁତି ଦେଇ ଅଫିସକୁ ଡକାଇଥିଲେ। ଭିଗୁନାଥ ଓ ପୂର୍ଣ୍ଣଚନ୍ଦ୍ର ପହଞ୍ଚତ୍ବା ପରେ ରାଜ୍‌ ତାଙ୍କ କର୍ମଚାରୀଙ୍କ ସହ ମିଶି ଗୋଟିଏ ଘରେ ବନ୍ଦ କରିଦେଇ ୧୦ ଲକ୍ଷ ଟଙ୍କା ଦାବି କରି ବ୍ଲାକମେଲ୍‌ କରିଥିଲେ। ଏହାପରେ ସେମାନଙ୍କ ପାଖରେ ଥିବା ୩୦ହଜାର ଟଙ୍କା ନେଇଯିବା ପରେ ଆରମ୍ଭ ହୋଇଥିଲା ସଂଘବଦ୍ଧ ନିର୍ଯାତନା। ପରେ ଭିଗୁନାଥ ଫୋନ୍‌ କରିବାରୁ ତାଙ୍କ ସ୍ତ୍ରୀ ୨୮ ହଜାର ଟଙ୍କା ରାଜ୍‌ଙ୍କ ଆକାଉଣ୍ଟକୁ ପଠାଇଥିଲେ। ୭ ତାରିଖରେ ଭିଗୁନାଥ ଓ ରାଜ୍‌ଙ୍କ ମଧ୍ୟରେ ପରିଚୟ କରାଇଥିବା ଅନ୍ୟଜଣେ ବ୍ୟକ୍ତି ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ପୋଲିସରେ ଜଣାଇ ଦେବାକୁ କହି ଉଭୟଙ୍କୁ ଛାଡିଦେବାକୁ କହିବାରୁ ରାଜ୍‌ ଦୁହିଁଙ୍କୁ ଛାଡି ଦେଇଥିଲେ। ତେବେ ଭିଗୁନାଥଙ୍କ ବାପାଙ୍କ ଦେହ ଖରାପ ହୋଇଯିବାରୁ ସେ କୋଲକାତା ପଳାଇଥିଲେ। ଅନ୍ୟପକ୍ଷରେ ପୂର୍ଣ୍ଣଚନ୍ଦ୍ର ପରିବାର ଲୋକଙ୍କ ସହାୟତାରେ ଚିକିତ୍ସିତ ହେବା ପରେ ତଥ୍ୟ ପ୍ରମାଣ ସହ ଶୁକ୍ରବାର ଥାନାରେ ଅଭିଯୋଗ କରିଥିଲେ। ବିଳମ୍ବିତ ରାତିରେ ଏସିପି ପ୍ରକାଶଚନ୍ଦ୍ର ପାଲଙ୍କ ନେତୃତ୍ୱରେ ଚନ୍ଦ୍ରଶେଖରପୁର, ଚନ୍ଦକା, ଇନ୍‌ଫୋସିସ୍‌ ଓ ନନ୍ଦନକାନନ ଥାନା ପୋଲିସ ମିଳିତଭାବେ ଉକ୍ତ ପୋର୍ଟାଲ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଥିଲା। ତେବେ କୌଶଳକ୍ରମେ ଚ୍ୟାନେଲ ସିଇଓ ରାଜ୍‌ ଘର ପଛପଟ ଦେଇ ଖସି ପଳାଇଥିବାବେଳେ ଅନ୍ୟମାନେ ଧରାପଡିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାତ୍କାର ମାମଲା: ଗପ ଶୁଣାଉଛି ପୋଲିସ

ଭୁବନେଶ୍ୱର,୪।୧୦ (ତ୍ରିନାଥ ମହାନ୍ତି): ନୟାପଲ୍ଲୀ ବେହେରାସାହି ବନ୍ଧୁକ ମୁନରେ ବଳାକତ୍ାର ମାମଲାରେ ଅଭିଯୁକ୍ତ ସନ୍ତୋଷ ପଣ୍ଡା ଓରଫ ଶ୍ରୀଧରଙ୍କୁ ପୋଲିସ ଗୁଳି କରିିବା ଘଟଣା ଏବେ ସାଧାରଣରେ…

ନୟାପଲ୍ଲୀ ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୩ା୧୦: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଯୁବତୀ ବଳାତ୍କାର ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?