ଦୁଇ ବ୍ୟବସାୟୀଙ୍କୁ ମୁଣ୍ଡଜାମିନ ରଖି ନିର୍ଯାତନା: ଉଲଗ୍ନ କରି ରଡ୍‌ରେ ପିଟି ନଚାଉଥିଲେ

ଭୁବନେଶ୍ୱର,(ବ୍ୟୁରୋ)/ ବାରଙ୍ଗ, ୨୯।୮(ଡି.ଏନ୍‌.ଏ.): ଦୁଇ ବ୍ୟବସାୟୀଙ୍କୁ ଦୁଇଦିନ ମୁଣ୍ଡଜାମିନ ରଖି ଅକଥନୀୟ ନିର୍ଯାତନା ଦେଲେ। ଉଲଗ୍ନ କଲି ଲୁହା ରଡରେ ବାଡେଇବା ସହ ନାଚିବା ପାଇଁ ବାଧ୍ୟ କରୁଥିଲେ। ନ ନାଚିଲେ ଦେହରେ ମଦ ଢାଳି ସିଗାରେଟ ଚେଙ୍କ ଦେଉଥିଲେ। ଲୁହା ରଡ୍‌ ଓ ବେଲ୍ଟରେ ପିଟୁଥିଲେ। ଏଭଳି ନିର୍ଯାତନାର ଶିକାର ହୋଇଥିଲେ କେନ୍ଦ୍ରାପଡାର ପୂର୍ଣ୍ଣଚନ୍ଦ୍ର ସାହୁ ଓ କୋଲକାତା ଆସାନସୋଲ୍‌ର ଭିଗୁନାଥ ସିଂ। ପୂର୍ଣ୍ଣଚନ୍ଦ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚମଡ଼ା ବାହାରି ଯାଇଥିବାବେଳେ ଭିଗୁନାଥଙ୍କ ଶରୀରରେ ଗୁରୁତର ମାଡ଼ ଚିହ୍ନ ରହିଛି। ଭୁବନେଶ୍ୱରସ୍ଥିତ ଲାଇଭ୍‌ କଳିଙ୍ଗ ୱେବ୍‌ ପୋର୍ଟାଲ କାର୍ଯ୍ୟାଳୟରେ ଏହି ଲୋମଟାଙ୍କୁରା ଘଟଣା ଘଟିଥିବାବେଳେ ନନ୍ଦନକାନନ ଥାନା ପୋଲିସ ୫ଜଣ କର୍ମଚାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଚ୍ୟାନେଲ ସମ୍ପାଦିକା ପ୍ରିୟମ୍ବଦା ନାୟକ, ମହିଳା ସିକ୍ୟୁରିଟି ଗାର୍ଡ ମମତା ସାହୁ, ପୁରୁଷ ସିକ୍ୟୁରିଟି ଗାର୍ଡ ସାହିଲ ସୟଦ ଆଜନାମ ଅଲ୍ଲୀ, ସିକୁରିଟି ଇନ୍‌ଚାର୍ଜ ରାଜେଶ ବାରିକ, ସୋମୁ ଓରଫ ଅଭିରାମ ପାତ୍ର। ଏଥିସହ ପୋଲିସ ସେଠାରୁ ବନ୍ଧୁକ, ଖଣ୍ଡା, ଛୁରି, ଠେଙ୍ଗା ସହ ୭ କମ୍ପ୍ୟୁଟର, ୨ ଟଙ୍କା ଗଣିବା ମେଶିନ, ୨ କ୍ୟାମେରା, ପେନ୍‌ଡ୍ରାଇଭ୍‌, ୫ ମୋବାଇଲ ଫୋନ, ବ୍ୟାଙ୍କ ପାସ୍‌ବୁକ୍‌, ଚେକ୍‌ ବୁକ୍‌ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରି ଉକ୍ତ କାର୍ଯ୍ୟାଳୟକୁ ସିଲ୍‌ କରିଛି। ଆଇପିସି ଦଫା ୩୬୪(ଏ), ୩୦୭, ୫୦୬, ୩୪ ଓ ୨୫ ଆମର୍‌ସ ଆକ୍ଟରେ ମାମଲା (ନଂ.୯୩/୨୧) ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ମୁଖ୍ୟ ଅଭିଯୁକ୍ତ ତଥା ପୋର୍ଟାଲ ସିଇଓ ରଘୁନାଥ ସାହୁ ଓରଫ ରାଜ୍‌ ଫେରାର ହୋଇଯାଇଛନ୍ତି। ଏମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଓ ଏନେଇ ଅଧିକ ତଦନ୍ତ ଚାଲିଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ଓ ଭିଗୁନାଥ କେନ୍ଦୁଝର ବଡ଼ବିଲରେ ଖଣି ବ୍ୟବସାୟରେ ଗାଡି ଲଗାନ୍ତି। ତେବେ ଲାଇଭ୍‌ କଳିଙ୍ଗ ସିଇଓ ରାଜଙ୍କ ସହ ଭିଗୁନାଥଙ୍କର ପୂର୍ବଶତ୍ରୁତା ଥିଲା। ତେଣୁ ରଘୁନାଥ ମିଡିଆ ଜାଲରେ ଫସାଇବାକୁ ଯୋଜନା କରିଥିଲେ। ଗତ ୫ ତାରିଖରେ ଭିଗୁନାଥ ଓ ପୂର୍ଣ୍ଣଚନ୍ଦ୍ର ବ୍ୟବସାୟ ପାଇଁ ଫାଇନାନ୍ସ ଯୋଗାଡ଼ କରିବାକୁ ଭୁବନେଶ୍ୱର ଆସିଥିବାବେଳେ ଏନେଇ ରାଜ୍‌ ଖବର ପାଇଥିଲେ। ରାଜ୍‌ ଭିଗୁନାଥଙ୍କୁ ଫୋନ୍‌ କରି ଭୁବନେଶ୍ୱରରେ ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କ ସହ ପରିଚିତ ଅଛି, ତାଙ୍କ ସହ ଯୋଗାଯୋଗ କରାଇ ୫୦ ଲକ୍ଷ ଟଙ୍କା ଫାଇନାନ୍ସ କରାଇଦେବାକୁ ପ୍ରତିଶ୍ରୁତି ଦେଇ ଅଫିସକୁ ଡକାଇଥିଲେ। ଭିଗୁନାଥ ଓ ପୂର୍ଣ୍ଣଚନ୍ଦ୍ର ପହଞ୍ଚତ୍ବା ପରେ ରାଜ୍‌ ତାଙ୍କ କର୍ମଚାରୀଙ୍କ ସହ ମିଶି ଗୋଟିଏ ଘରେ ବନ୍ଦ କରିଦେଇ ୧୦ ଲକ୍ଷ ଟଙ୍କା ଦାବି କରି ବ୍ଲାକମେଲ୍‌ କରିଥିଲେ। ଏହାପରେ ସେମାନଙ୍କ ପାଖରେ ଥିବା ୩୦ହଜାର ଟଙ୍କା ନେଇଯିବା ପରେ ଆରମ୍ଭ ହୋଇଥିଲା ସଂଘବଦ୍ଧ ନିର୍ଯାତନା। ପରେ ଭିଗୁନାଥ ଫୋନ୍‌ କରିବାରୁ ତାଙ୍କ ସ୍ତ୍ରୀ ୨୮ ହଜାର ଟଙ୍କା ରାଜ୍‌ଙ୍କ ଆକାଉଣ୍ଟକୁ ପଠାଇଥିଲେ। ୭ ତାରିଖରେ ଭିଗୁନାଥ ଓ ରାଜ୍‌ଙ୍କ ମଧ୍ୟରେ ପରିଚୟ କରାଇଥିବା ଅନ୍ୟଜଣେ ବ୍ୟକ୍ତି ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ପୋଲିସରେ ଜଣାଇ ଦେବାକୁ କହି ଉଭୟଙ୍କୁ ଛାଡିଦେବାକୁ କହିବାରୁ ରାଜ୍‌ ଦୁହିଁଙ୍କୁ ଛାଡି ଦେଇଥିଲେ। ତେବେ ଭିଗୁନାଥଙ୍କ ବାପାଙ୍କ ଦେହ ଖରାପ ହୋଇଯିବାରୁ ସେ କୋଲକାତା ପଳାଇଥିଲେ। ଅନ୍ୟପକ୍ଷରେ ପୂର୍ଣ୍ଣଚନ୍ଦ୍ର ପରିବାର ଲୋକଙ୍କ ସହାୟତାରେ ଚିକିତ୍ସିତ ହେବା ପରେ ତଥ୍ୟ ପ୍ରମାଣ ସହ ଶୁକ୍ରବାର ଥାନାରେ ଅଭିଯୋଗ କରିଥିଲେ। ବିଳମ୍ବିତ ରାତିରେ ଏସିପି ପ୍ରକାଶଚନ୍ଦ୍ର ପାଲଙ୍କ ନେତୃତ୍ୱରେ ଚନ୍ଦ୍ରଶେଖରପୁର, ଚନ୍ଦକା, ଇନ୍‌ଫୋସିସ୍‌ ଓ ନନ୍ଦନକାନନ ଥାନା ପୋଲିସ ମିଳିତଭାବେ ଉକ୍ତ ପୋର୍ଟାଲ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଥିଲା। ତେବେ କୌଶଳକ୍ରମେ ଚ୍ୟାନେଲ ସିଇଓ ରାଜ୍‌ ଘର ପଛପଟ ଦେଇ ଖସି ପଳାଇଥିବାବେଳେ ଅନ୍ୟମାନେ ଧରାପଡିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭୬ ବର୍ଷରେ ମୁଖ୍ୟମନ୍ତ୍ରୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶନିବାର ଜନ୍ମଦିନ। ସେ ୭୬ ବର୍ଷରେ ପଦାର୍ପଣ କରିଛନ୍ତି। ଏ ନେଇ ତାଙ୍କୁ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କୁ...

ବିଦେଶୀ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ବିଏମ୍‌ସି

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ନୟାପଲ୍ଲୀ ଥାନା ଅଞ୍ଚଳର ରିଚି ରେଜେନ୍ସିରେ ଥିବା ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଯାତ୍ରୀ ନିବାସକୁ ପଠାଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)।...

୭ରୁ ଖୋଲିବ ସ୍କୁଲ, କଲେଜ

ଭୁବନେଶ୍ୱର,୩ା୨(ବ୍ୟୁରୋ): ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ସ୍କୁଲ ଖୋଲିବା ନେଇ ରାଜ୍ୟବାସୀ ଚିନ୍ତାରେ ଥିବା ବେଳେ ଆସନ୍ତା ୭ ତାରିଖରୁ ସମସ୍ତ ସ୍କୁଲ, କଲେଜ,...

ଫଟୋ ଦେଖାଇ ମୁହାଁମୁହିଁ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ବିଧାନସଭା ଗତ ୭ ଦିନ ଧରି ଅଚଳ ରହିଛି। ପୂର୍ବରୁ ବିରୋଧୀ ଦଳ ବିଧାନସଭାରେ ହଟ୍ଟଗୋଳ କରୁଥିଲେ।...

ଭୁବନେଶ୍ୱରରୁ ୨୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୪ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୧୭...

ଚାଉଳକୁ ନେଇ ବିଜେଡି, ଭାଜପା ନାଟକ କରୁଛନ୍ତି: କଂଗ୍ରେସ

ଭୁବନେଶ୍ୱର, ୯ା୨(ବ୍ୟୁରୋ):ଅରୁଆ ଓ ଉଷୁନା ଚାଉଳକୁ ନେଇ ରାଜନୀତି ଜୋର୍‌ ଧରିଛି। ସମ୍ପ୍ରତି ପଞ୍ଚାୟତ ନିର୍ବାଚନ ଥିବାରୁ ଅରୁଆ ଓ ଉଷୁନା ଚାଉଳକୁ ନେଇ ଉଭୟ...

କରୋନା ପାଇଁ ନରବଳି ଦେଲେ ପୂଜକ, କଟୁରି ଜବତ

ନରସିଂହପୁର,୨୮ା୫(ଡି.ଏନ୍‌.ଏ.): କଟକ ଜିଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ମା’ ବ୍ରାହ୍ମଣୀ ମନ୍ଦିରରେ ଜଣେ ପୂଜକ କରୋନା ପାଇଁ ନରବଳି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର...

ବନ୍ଧୁକ ଦେଖାଇ ଅପହରଣ ଘଟଣା: ୪ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ବଲାଙ୍ଗୀର ଅଫିସ,୧୯ା୭: ବନ୍ଧୁକ ଦେଖାଇ ଅପହରଣ ଓ ଡକାୟତି ଘଟଣାରେ ଟାଉନ ଥାନା ପୋଲିସ ୪ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ଗିରଫ...

Advertisement
Archives

Model This Week