ଫିଟ୍‌ନେସ୍‌ ମନ୍ତ୍ର

କାର୍ଯ୍ୟବ୍ୟସ୍ତତା ଭିତରେ ନିଜକୁ ଅଣଦେଖା କରିବା କାରଣରୁ ଅଧିକାଂଶ ମହିଳା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଫିଟ୍‌ନେସ୍‌ ଲାଗି ଅଳ୍ପ ବୟସରୁ ହିଁ କେତେକ କଥା ପ୍ରତି ଯନତ୍ଶୀଳ ହେବା ଆବଶ୍ୟକ। ଜାଣି ରଖନ୍ତୁ ସେ ସମ୍ପର୍କରେ…

ପ୍ରତିଦିନ ୩୦ମିନିଟ୍‌ ଶାରୀରିକ ବ୍ୟାୟାମ କରନ୍ତୁ। ଏହାଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ, ମାଂସପେଷୀ ମଜ୍‌ଭୁତ ହୋଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ସେହିପରି ଶ୍ୱାସ କ୍ରିୟା ଠିକ୍‌ ରଖିବା, ହୃତ୍‌ପିଣ୍ଡକୁ ମଜ୍‌ଭୁତ କରିବା ଲାଗି ୧୦ ମିନିଟ୍‌ ବ୍ରିଦିଂ ଏକ୍ସରସାଇ୍‌ କରନ୍ତୁ(ସକାଳେ ୫ମି. ଏବଂ ସଂଧ୍ୟା ୫ମି.)।
ଦୈନିକ ୧୦-୧୫ ଗ୍ଲାସ ପାଣି ପିଅନ୍ତୁ।
ଶର୍କରା ଯୁକ୍ତ ଖାଦ୍ୟ ବା ମିଠା ଏବଂ ଚର୍ବିଯୁକ୍ତ ଖାଦ୍ୟ ଯଥା ସମ୍ଭବ କମ୍‌ ଖାଆନ୍ତୁ। ଏହା ପରିବର୍ତ୍ତେ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ। ଏହାସହ ଫାଇବର, କାର୍ବୋହାଇଡ୍ରେଟ୍‌ ଯୁକ୍ତ ଖାଦ୍ୟକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।
ଚା କିମ୍ବା କଫି ପିଇବାର ଅଭ୍ୟାସ ଥିଲେ ଏହା ବଦଳରେ ଗ୍ରୀନ୍‌ ଟି ପିଇବା ଉପକାରୀ।
କାମର ଚାପ, ମାନସିକ ଅବସାଦ ଆଦି ଥିଲେ ନିଜକୁ ସେଥିରୁ ମୁକାଳିବା ଲାଗି ମନ ପସନ୍ଦର ମ୍ୟୁଜିକ୍‌ ଶୁଣନ୍ତୁ, ବହି ପଢନ୍ତୁ, ଫିଲ୍ମ ଦେଖନ୍ତୁ। କାରଣ ମନ ଖୁସି ରହିଲେ ଶରୀର ସୁସ୍ଥ ରହିଥାଏ।
ଯେତେ କାମ ଥିଲେ ସୁଦ୍ଧା ସକାଳ ଜଳଖିଆ ଖାଇବାରେ ଆଦୌ ଅବହେଳା କରନ୍ତୁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତିଦିନ ଆବଶ୍ୟକ ନିଦ୍ରା ଗ୍ରହଣ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri