ଆର୍ଥିକ ସ୍ଥିତି ଖରାପ ଯୋଗୁ ଗଣତନ୍ତ୍ର ଉପରେ ସଙ୍କଟ: ଶ୍ରୀଲଙ୍କା ନିର୍ବାଚନ ଘୁଞ୍ଚୁଛି…

କଲମ୍ବୋ,୧।୩ : ଶ୍ରୀଲଙ୍କା ସରକାର ଦେଶର ଖରାପ ଆର୍ଥିକ ସ୍ଥିତି ଯୋଗୁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୂରେଇ ରଖିବାକୁ ଚିନ୍ତା କରୁଛନ୍ତି। ଏବେ ଦେଶରେ ନିର୍ବାଚନକୁ ସ୍ଥଗିତ ରଖିବା ପ୍ରସଙ୍ଗ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ମାର୍ଚ୍ଚ ୯ ରେ ସ୍ଥାନୀୟ ନିର୍ବାଚନ ପାଇଁ ଭୋଟ ଦେବାର ଥିଲା। କିନ୍ତୁ ନିର୍ବାଚନ ଆୟୋଗ ଏହାକୁ ସ୍ଥଗିତ ରଖି କହିଛନ୍ତି ଯେ ଏଥିରେ ବାଲାଟ ପେପର ଛାପିବା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଟଙ୍କା ନାହିଁ।

ଶ୍ରୀଲଙ୍କା ଗଣମାଧ୍ୟମରେ ସାଧାରଣ ମୂଲ୍ୟାଙ୍କନ ହେଲା ଯେ ଏହି ନିର୍ବାଚନରେ ଶାସକ ଦଳ ଅପମାନଜନକ ପରାଜୟର ସମ୍ମୁଖୀନ ହେବେ। କିଛି ମହଲରୁ ଅଭିଯୋଗ ଆସିଛି ଯେ ଶାସକ ଦଳକୁ ଆଶ୍ୱସ୍ତି ଦେବା ପାଇଁ ନିର୍ବାଚନ ଆୟୋଗ ସମ୍ବଳ ଅଭାବର ବାହାନା କରୁଛନ୍ତି। ବର୍ତ୍ତମାନ ଶ୍ରୀଲଙ୍କା ସଂସଦରେ ବିରୋଧୀ ଦଳର ନେତା ସାଜିଥ ପ୍ରେମାଦାସଙ୍କ ନେତୃତ୍ୱରେ ଏକ ସାଂସଦ ଦଳ ଅର୍ଥ ସଚିବଙ୍କୁ ଡକାଇବାକୁ ବାଚସ୍ପତି ମହିନ୍ଦା ୟାପ ଆବେୱବର୍ଦ୍ଦେନାଙ୍କ ନିକଟରେ ଦାବି କରିଛନ୍ତି। ଏହି ସାଂସଦମାନେ ଏ ବାବଦରେ ଏକ ଚିଠି ଦାଖଲ କରିଛନ୍ତି।

ଏହି ଚିଠିରେ ନିର୍ବାଚନ ଆୟୋଗର ଅଧ୍ୟକ୍ଷ ନିମଲ ପୁଞ୍ଚିହେୱା ବାଚସ୍ପତିଙ୍କୁ ଲେଖିଥିବା ଚିଠି ସମ୍ପର୍କରେ ମଧ୍ୟ ସ୍ପଷ୍ଟୀକରଣ ଦିଆଯାଇଛି। କୁହାଯାଉଛି ଯେ ପୁଞ୍ଚିଭା ଫେବୃଆରୀ ୨୪ ରେ ବାଚସ୍ପତିଙ୍କୁ ଏହି ଚିଠି ଲେଖି ସ୍ଥାନୀୟ ନିର୍ବାଚନ ପାଇଁ ପାଣ୍ଠି ବ୍ୟବସ୍ଥା କରିବାକୁ କହିଥିଲେ। ଏହି ଚିଠି ପଠାଇବା ପୂର୍ବରୁ ନିର୍ବାଚନକୁ ସ୍ଥଗିତ ରଖିବା ଘୋଷଣା ହୋଇସାରିଛି।

ସଂସଦରେ ଦିଆଯାଇଥିବା ବିବୃତ୍ତିରେ ରାଷ୍ଟ୍ରପତି ରାନିଲବିକ୍ରମସିଂଘେ କହିଛନ୍ତି ଯେ ବର୍ତ୍ତମାନ ନିର୍ବାଚନ କରିବାକୁ ଟଙ୍କା ନାହିଁ। ସମସ୍ତ ଦଳ ଏହା ଉପରେ ଆଲୋଚନା କରି ସମାଧାନର ବାଟ ବାହାର କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

ଅମିତ ଶାହାଙ୍କୁ ଭେଟି ବଡ଼ ଦାବି କଲେଣି ତିନି ବିଦ୍ରୋହୀ ମୁସଲିମ ଟିଏମସି ଏମପି

ନୂଆଦିଲ୍ଲୀ,୬।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ (TMC) ବିରୋଧରେ ବିଦ୍ରୋହ କରିଥିବା ତିନି ଜଣ ଏମପି ଆବୁ ତାହିର ଖାନ, ୟୁସୁଫ ପଠାନ ଏବଂ ଖଲିଲୁର…

ରିଷିଡା ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ; ଛୁଟିରେ ଡାକ୍ତର, ରୋଗୀ ହନ୍ତସନ୍ତ

ରିଷିଡା, ୬।୮(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଆଜକୁ ପ୍ରାୟ ୨ମାସ ହେଲା ଛୁଟିରେ ରହିଛନ୍ତି । ଫଳରେ ରୋଗୀ…

ଗିଲଙ୍କୁ ନେଇ ବଢିଲା ଟିମ ଇଣ୍ଡିଆର ଟେନସନ! ଶ୍ରୀଲଙ୍କା ଟେଷ୍ଟ ସିରିଜ ପୂର୍ବରୁ…

ନୂଆଦିଲ୍ଲୀ,୬।୮: ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅଗଷ୍ଟ ୧୫ରୁ ଶ୍ରୀଲଙ୍କାରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ଏହା ପୂର୍ବରୁ, ‘ମେନ ଇନ…

ଧାମନଗରରେ ସ୍ବାସ୍ଥ୍ୟ ସମୀକ୍ଷା କଲେ ସ୍ବାସ୍ଥ୍ୟ ମନ୍ତ୍ରୀ, ବନ୍ୟା ବିପନ୍ନଙ୍କ ସହ କଲେ ଆଲୋଚନା

ଧାମନଗର,୬।୮( ସନ୍ତୋଷ କୁମାର ମହାପାତ୍ର): ଚଳିତ ବର୍ଷ ପ୍ରଥମ କରି ବନ୍ୟାରେ ଭଦ୍ରକ ଜିଲା ସମେତ ଧାମନଗର ଅଞ୍ଚଳରେ କ୍ଷୟକ୍ଷତି ହୋଇଥିଲା । ଏହି ବନ୍ୟାରେ ଲୋକଙ୍କ…

ନାବାଳିକା ମୃତ୍ୟୁ ଘଟଣା: ପ୍ରଶାସନିକ ଅବହେଳା ବିରୋଧରେ ଦାବିପତ୍ର ପ୍ରଦାନ କରି…

ଥୁଆମୂଳ ରାମପୁର,୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତ ବାର୍ସିକନା ଗ୍ରାମର କାଲୁଆ ମାଝୀଙ୍କ ୧୬ ବର୍ଷୀୟା ଝିଅ ମାଧୁରୀଙ୍କର ସାପ…

CJP ଆସନ୍ତା ମାସରେ ଆରମ୍ଭ କରିବ ଦେଶରେ ବଡ଼ ଅଭିଯାନ; ଜନସାଧାରଣଙ୍କ ସମସ୍ୟା ଶୁଣିବା ପାଇଁ ସେମାନଙ୍କ ପାଖରେ ପହଞ୍ଚିବ

ନୂଆଦିଲ୍ଲୀ,୬।୮: କକ୍ରୋଚ ଜନତା ପାର୍ଟି (CJP) ଆସନ୍ତା ମାସରେ ସାରା ଦେଶରେ ‘କ୍ୟା ବୋଲତି ପବ୍ଲିକ’ (ଜନସାଧାରଣ କ’ଣ କୁହନ୍ତି) ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri