ଆର୍ଥିକ ସ୍ଥିତି ଖରାପ ଯୋଗୁ ଗଣତନ୍ତ୍ର ଉପରେ ସଙ୍କଟ: ଶ୍ରୀଲଙ୍କା ନିର୍ବାଚନ ଘୁଞ୍ଚୁଛି…

କଲମ୍ବୋ,୧।୩ : ଶ୍ରୀଲଙ୍କା ସରକାର ଦେଶର ଖରାପ ଆର୍ଥିକ ସ୍ଥିତି ଯୋଗୁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୂରେଇ ରଖିବାକୁ ଚିନ୍ତା କରୁଛନ୍ତି। ଏବେ ଦେଶରେ ନିର୍ବାଚନକୁ ସ୍ଥଗିତ ରଖିବା ପ୍ରସଙ୍ଗ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ମାର୍ଚ୍ଚ ୯ ରେ ସ୍ଥାନୀୟ ନିର୍ବାଚନ ପାଇଁ ଭୋଟ ଦେବାର ଥିଲା। କିନ୍ତୁ ନିର୍ବାଚନ ଆୟୋଗ ଏହାକୁ ସ୍ଥଗିତ ରଖି କହିଛନ୍ତି ଯେ ଏଥିରେ ବାଲାଟ ପେପର ଛାପିବା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଟଙ୍କା ନାହିଁ।

ଶ୍ରୀଲଙ୍କା ଗଣମାଧ୍ୟମରେ ସାଧାରଣ ମୂଲ୍ୟାଙ୍କନ ହେଲା ଯେ ଏହି ନିର୍ବାଚନରେ ଶାସକ ଦଳ ଅପମାନଜନକ ପରାଜୟର ସମ୍ମୁଖୀନ ହେବେ। କିଛି ମହଲରୁ ଅଭିଯୋଗ ଆସିଛି ଯେ ଶାସକ ଦଳକୁ ଆଶ୍ୱସ୍ତି ଦେବା ପାଇଁ ନିର୍ବାଚନ ଆୟୋଗ ସମ୍ବଳ ଅଭାବର ବାହାନା କରୁଛନ୍ତି। ବର୍ତ୍ତମାନ ଶ୍ରୀଲଙ୍କା ସଂସଦରେ ବିରୋଧୀ ଦଳର ନେତା ସାଜିଥ ପ୍ରେମାଦାସଙ୍କ ନେତୃତ୍ୱରେ ଏକ ସାଂସଦ ଦଳ ଅର୍ଥ ସଚିବଙ୍କୁ ଡକାଇବାକୁ ବାଚସ୍ପତି ମହିନ୍ଦା ୟାପ ଆବେୱବର୍ଦ୍ଦେନାଙ୍କ ନିକଟରେ ଦାବି କରିଛନ୍ତି। ଏହି ସାଂସଦମାନେ ଏ ବାବଦରେ ଏକ ଚିଠି ଦାଖଲ କରିଛନ୍ତି।

ଏହି ଚିଠିରେ ନିର୍ବାଚନ ଆୟୋଗର ଅଧ୍ୟକ୍ଷ ନିମଲ ପୁଞ୍ଚିହେୱା ବାଚସ୍ପତିଙ୍କୁ ଲେଖିଥିବା ଚିଠି ସମ୍ପର୍କରେ ମଧ୍ୟ ସ୍ପଷ୍ଟୀକରଣ ଦିଆଯାଇଛି। କୁହାଯାଉଛି ଯେ ପୁଞ୍ଚିଭା ଫେବୃଆରୀ ୨୪ ରେ ବାଚସ୍ପତିଙ୍କୁ ଏହି ଚିଠି ଲେଖି ସ୍ଥାନୀୟ ନିର୍ବାଚନ ପାଇଁ ପାଣ୍ଠି ବ୍ୟବସ୍ଥା କରିବାକୁ କହିଥିଲେ। ଏହି ଚିଠି ପଠାଇବା ପୂର୍ବରୁ ନିର୍ବାଚନକୁ ସ୍ଥଗିତ ରଖିବା ଘୋଷଣା ହୋଇସାରିଛି।

ସଂସଦରେ ଦିଆଯାଇଥିବା ବିବୃତ୍ତିରେ ରାଷ୍ଟ୍ରପତି ରାନିଲବିକ୍ରମସିଂଘେ କହିଛନ୍ତି ଯେ ବର୍ତ୍ତମାନ ନିର୍ବାଚନ କରିବାକୁ ଟଙ୍କା ନାହିଁ। ସମସ୍ତ ଦଳ ଏହା ଉପରେ ଆଲୋଚନା କରି ସମାଧାନର ବାଟ ବାହାର କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଦୁଇ ବଡ଼ ପ୍ରତିଦ୍ୱନ୍ଦ୍ୱୀ, ଫଳାଫଳକୁ ଅପେକ୍ଷା

ଓ୍ବାଶିଂଟନ,୮ା୫: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିପବ୍ଲିକାନ ଏବଂ ଡେମୋକ୍ରାଟିକ୍‌ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ କରିବାକୁ ପ୍ରାଥମିକ ନିର୍ବାଚନ ଚାଲିଛି।...

ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର...

ସାରା ବିଶ୍ୱରୁ କରୋନା ଭ୍ୟାକ୍ସିନ ପ୍ରତ୍ୟାହାର କଲା ଆଷ୍ଟ୍ରାଜେନେକା

ଲଣ୍ଡନ,୮।୫: ବ୍ରିଟିଶ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା କରୋନା ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସାରା ବିଶ୍ୱରେ ଉତ୍ତେଜନା ପ୍ରକାଶ ପାଇବା ପରେ କମ୍ପାନୀ ଏହାର କରୋନା...

ହସ୍ପିଟାଲ ବେଡ୍‌ରେ ସ୍ତ୍ରୀଙ୍କ ଗଳାଚିପି ଦେଲେ ସ୍ବାମୀ: ଜାଣନ୍ତୁ ପଛରେ ରହିଛି କ’ଣ କାରଣ

ଓ୍ବାଶିଂଟନ,୮ା୫:ଆମେରିକାର ମିସୌରୀ ରାଜ୍ୟର କାନ୍‌ସାସ ସିଟିରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମେଡିକାଲ ବିଲ୍‌ ପୈଠ କରି ନ ପାରି ହସ୍ପିଟାଲ ବେଡ୍‌ରେ...

୫ମ ଥର ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ୍‌

ମସ୍କୋ,୮ା୫:ଭ୍ଲାଡିମିର୍‌ ପୁଟିନ୍‌ ରେକର୍ଡ ୫ମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇବା ସହ ନିଜର ରାଜନୈତିକ...

ନାଟୋକୁ ପୁଟିନଙ୍କ ଚେତାବନୀ- ଆମ ଉପରେ ଚାପ ପକାଇଲେ ବିନାଶ ଦେଖିବ…

ମସ୍କୋ,୭।୫: ରୁଷିଆ ରାଷ୍ଟ୍ରପତି ଭାବେ ୫ ଥର ଲାଗି ଭ୍ଲାଡିମିର ପୁଟିନ ଶପଥ ନେବା ସହ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ନିଜର ପ୍ରଥମ ସମ୍ବୋଧନରେ...

ହସ୍ପିଟାଲରେ ଛୁରାମାଡ ୨ ମୃତ, ୨୧ ଆହତ

ୟୁନାନ,୭।୫: ମଙ୍ଗଳବାର ଚାଇନାର ଦକ୍ଷିଣ-ପଶ୍ଚିମ ପ୍ରଦେଶର ୟୂନାନ ଡାକ୍ତରଖାନାରେ ଛୁରୀ ଆକ୍ରମଣରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ...

ଗାଜା ଯୁଦ୍ଧ କଭରେଜ ପାଇଁ ନ୍ୟୁୟର୍କ ଟାଇମ୍ସ, ରଏଟର୍ସକୁ ମିଳିଲା ପୁଲିତଜର ଆଓ୍ବାର୍ଡ

ନ୍ୟୁୟର୍କ,୭।୫: ସୋମବାରର ପୁଲିତଜର ପୁରସ୍କାରରେ ଗାଜା ଯୁଦ୍ଧକୁ ବିଶେଷ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଇସ୍ରାଏଲ, ହମାସର ସଂଘର୍ଷକୁ କଭର କରିଥିବା ଖବରଦାତାଙ୍କୁ ବିଶେଷ ପ୍ରଶଂସା କାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri