ପ୍ରଥମେ ଟୋକନ୍‌, ପରେ ଜଗା ଦର୍ଶନ

ପୁରୀ ଅଫିସ,୧୮ା୧୨: କରୋନା କଟକଣା ଯୋଗୁ ଦୀର୍ଘ ୯ମାସ ହେଲା ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଛି। ତେବେ ପ୍ରଶାସନର ନିଷ୍ପତ୍ତି କ୍ରମେ କୋଭିଡ କଟକଣା ପାଳନ କରାଯାଇ ଅସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସୁଯୋଗ ମିଳିବ। ମାତ୍ର ଏହି ଦର୍ଶନ ସ୍ବାଭାବିକ ଦର୍ଶନଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ ବୋଲି ଗୁରୁବାର ପୁରୀ ଟ୍ରାଫିକ୍‌ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୁରୀ ସହରର ସମସ୍ତ ୩୨ଟି ୱାର୍ଡର ଲୋକଙ୍କୁ ପର୍ଯ୍ୟାୟ କ୍ରମେ ଦର୍ଶନ ସୁବିଧା ମିଳିବ। ପୁରୀ ପୌରାଞ୍ଚଳ ପକ୍ଷରୁ ଏନେଇ ଘୋଷଣା କରାଯିବ। ପ୍ରତି ୱାର୍ଡ ଏବଂ ୱାର୍ଡ ଅନ୍ତର୍ଗତ ସାହିଗୁଡିକ ପାଇଁ ସ୍ବତନ୍ତ୍ର କାଉଣ୍ଟର ବ୍ୟବସ୍ଥା କରାଯିବ। ଯେଉଁ ବ୍ୟକ୍ତି ଯେଉଁ ସାହିର ଅଟନ୍ତି, ସେମାନେ ଉକ୍ତ କାଉଣ୍ଟରରେ ପହଞ୍ଚି ନିଜ ଟୋକନ୍‌ ଗ୍ରହଣ କରିବେ। ଜଗନ୍ନାଥ ବଲ୍ଲଭରେ ଟୋକନ୍‌ ବଣ୍ଟନ ହେବ। ପରିବାରର ଯେ କୌଣସି ସଦସ୍ୟ ଜଗନ୍ନାଥ ବଲ୍ଲଭଠାରେ ପହଞ୍ଚି ଧାର୍ଯ୍ୟ ତାରିଖରେ ଟୋକନ୍‌ ସଂଗ୍ରହ କରିବେ। ଟୋକନ୍‌ ନେବା ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପରିଚୟପତ୍ର ଦେଖାଇବାକୁ ପଡ଼ିିବ। କେହି ବି ବ୍ୟକ୍ତି ନିଜର ସମ୍ପୂର୍ଣ୍ଣ ପରିବାର ପାଇଁ ଟୋକନ୍‌ ଆଣିପାରିବେ। ନିର୍ଦ୍ଧାରିତ ତାରିଖରେ ଟୋକନ୍‌ ସଂଗ୍ରହ ନ କଲେ ସମ୍ପୃୃକ୍ତ ୱାର୍ଡର ଲୋକେ ଜଗନ୍ନାଥ ଦର୍ଶନରୁ ବଞ୍ଚିତ ହେବେ। ସେହିଭଳି ଜଗନ୍ନାଥ ମନ୍ଦିର ପ୍ରବେଶ ପୂର୍ବରୁ ରାଜାନଗର ପାଖ ମୁଖ୍ୟ ବ୍ୟାରିକେଡ୍‌ରେ ଟୋକନ୍‌ ସମେତ ଆଧାରକାର୍ଡ କିମ୍ବା ଅନ୍ୟ ଯେକୌଣସି ପରିଚୟପତ୍ର ଯାଞ୍ଚ କରାଯାଇ ଛଡ଼ାଯିବ। ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ପୁରୀ ବାସିନ୍ଦାଙ୍କ ନାମ ପଞ୍ଜୀକରଣ ସହ ସାନିଟାଇଜ୍‌ର ସୁବିଧା ମଧ୍ୟ ଉପଲବ୍ଧ ହେବ।
ସାଧାରଣତଃ ପୁରୀ ଲୋକେ ଜଗନ୍ନାଥ ଦର୍ଶନ ପାଇଁ ଧାଡ଼ିକରି ଠିଆ ହେବାରେ ଅଧିକ ସମୟ ନଷ୍ଟ ହେବାରୁ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା। ପୂର୍ବ ଦ୍ୱାରକୁ ବାଦ୍‌ ଦେଇ ପୁରୀ ସହର ବାସିନ୍ଦା ଯେକୌଣସି ଦ୍ୱାର ଦେଇ ମନ୍ଦିର ପ୍ରବେଶ କରୁଥିଲେ। ମାତ୍ର ଏବେ ଏଭଳି ନୂଆ ପ୍ରକାର ବ୍ୟବସ୍ଥା ଲାଗୁ ହେବା ପରେ ସାଧାରଣରେ ନାନା ମତ ପ୍ରକାଶ ପାଇଛି। ପୁରୀ ସଂଗ୍ରାମ କ୍ଲବ ଲେନ୍‌ ବାସିନ୍ଦା ଶଶାଙ୍କ ନାୟକ ପ୍ରଶାସନର ଏଭଳି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ୩ ତାରିଖ ପରେ ସମସ୍ତଙ୍କ ପାଇଁ ମନ୍ଦିର ଖୋଲିବା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି। ତେଣୁ ଏଭଳି କୌଣସି ପ୍ରାବଧାନର ଆବଶ୍ୟକତା ନାହିଁ। କେବଳ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ନିୟମରେ କାହିଁକି ଦର୍ଶନ ହେବ। ଯଦି ଏଭଳି ହୁଏ ତେବେ ପୁରୀ ବାସିନ୍ଦା ଜଗନ୍ନାଥ ଦର୍ଶନ ପାଇଁ ୩ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବେ। ଜଗନ୍ନାଥ ବଲ୍ଲଭଠାରୁ ଟୋକନ୍‌ ନେଇ ସିଂହଦ୍ୱାର ଦେଇ ମନ୍ଦିର ପ୍ରବେଶ କରିବା ଅପେକ୍ଷା ୩ ତାରିଖ ପରେ ଜଗନ୍ନାଥ ଦର୍ଶନ କଲେ କୌଣସି ବିଶେଷ ଅସୁବିଧା ହେବ ନାହିଁ। ଅନ୍ୟପକ୍ଷରେ ବଡଶଙ୍ଖରେ ରହୁଥିବା ଅଭିଷେକ ସାହୁ ପୌରାଞ୍ଚଳର ଏଭଳି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, କୋଭିଡ୍‌ ଯୋଗୁ ମନ୍ଦିର ଦୀର୍ଘ ୯ମାସ ବନ୍ଦ ରହିବା ପରେ ଏବେ ଖୋଲୁଛି। ଏଣୁ ଲୋକେ ଜଗନ୍ନାଥ ଦର୍ଶନ ପାଇଁ ଆଗ୍ରହୀ ହେବା ସ୍ବାଭାବିକ। ଗାଇଡ୍‌ଲାଇନ ମାନି ପୁରୀବାସୀଙ୍କୁ ମନ୍ଦିରକୁ ପ୍ରବେଶ ନ କରାଇଲେ କୋଭିଡ୍‌ ସଂକ୍ରମଣ ହେବାର ଆଶଙ୍କା ବଢିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ, ପ୍ରଥମେ ଶିବସେନା-ଏନସିପି ପରେ ଏବେ TMC…

ନୂଆଦିଲ୍ଲୀ,୧୮।୯: ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ଅନ୍ତରୀଣ ଭାବେ ଫ୍ରିଜ୍‌ କରିବା ପରେ ଭାରତୀୟ ନିର୍ବାଚନ କମିଶନ (ECI)କୁ ନେଇ ରାଜନୈତିକ ବିବାଦ…

ସୁରକ୍ଷାକର୍ମୀଙ୍କ ସାମ୍ନାରେ ହାତ ଯୋଡ଼ିଲେ ସଲମାନ; ଗଣେଶ ଦର୍ଶନ ପରେ…

ମୁମ୍ବାଇ: ବଲିଉଡର ‘ଭାଇଜାନ’ ସଲମାନ ଖାନ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା, କିନ୍ତୁ ସମ୍ପ୍ରତି ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

ଡିଜିପି ଚୟନ: ୨୨ ଶୁଣାଣିକୁ ଅପେକ୍ଷା

ଭୁବନେଶ୍ୱର,୧୮ା୯(ସୁନିତ୍‌ ମିଶ୍ର): ଓଡ଼ିଶା ଡିଜିପି ଚୟନ ନେଇ ଆସନ୍ତା ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗୁରୁବାର ଏହି ବାବଦରେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାର…

ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

ଲଣ୍ଡନ,୧୮ା୯: ‘ଜଳ ହିଁ ଜୀବନ’। ପୃଥିବୀରେ ସମସ୍ତ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଭୂପୃଷ୍ଠରେ ନୁହେଁ, ପୃଥିବୀର ଭୂଗର୍ଭୀୟ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?