ପ୍ରଥମେ ଟୋକନ୍‌, ପରେ ଜଗା ଦର୍ଶନ

ପୁରୀ ଅଫିସ,୧୮ା୧୨: କରୋନା କଟକଣା ଯୋଗୁ ଦୀର୍ଘ ୯ମାସ ହେଲା ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଛି। ତେବେ ପ୍ରଶାସନର ନିଷ୍ପତ୍ତି କ୍ରମେ କୋଭିଡ କଟକଣା ପାଳନ କରାଯାଇ ଅସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସୁଯୋଗ ମିଳିବ। ମାତ୍ର ଏହି ଦର୍ଶନ ସ୍ବାଭାବିକ ଦର୍ଶନଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ ବୋଲି ଗୁରୁବାର ପୁରୀ ଟ୍ରାଫିକ୍‌ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୁରୀ ସହରର ସମସ୍ତ ୩୨ଟି ୱାର୍ଡର ଲୋକଙ୍କୁ ପର୍ଯ୍ୟାୟ କ୍ରମେ ଦର୍ଶନ ସୁବିଧା ମିଳିବ। ପୁରୀ ପୌରାଞ୍ଚଳ ପକ୍ଷରୁ ଏନେଇ ଘୋଷଣା କରାଯିବ। ପ୍ରତି ୱାର୍ଡ ଏବଂ ୱାର୍ଡ ଅନ୍ତର୍ଗତ ସାହିଗୁଡିକ ପାଇଁ ସ୍ବତନ୍ତ୍ର କାଉଣ୍ଟର ବ୍ୟବସ୍ଥା କରାଯିବ। ଯେଉଁ ବ୍ୟକ୍ତି ଯେଉଁ ସାହିର ଅଟନ୍ତି, ସେମାନେ ଉକ୍ତ କାଉଣ୍ଟରରେ ପହଞ୍ଚି ନିଜ ଟୋକନ୍‌ ଗ୍ରହଣ କରିବେ। ଜଗନ୍ନାଥ ବଲ୍ଲଭରେ ଟୋକନ୍‌ ବଣ୍ଟନ ହେବ। ପରିବାରର ଯେ କୌଣସି ସଦସ୍ୟ ଜଗନ୍ନାଥ ବଲ୍ଲଭଠାରେ ପହଞ୍ଚି ଧାର୍ଯ୍ୟ ତାରିଖରେ ଟୋକନ୍‌ ସଂଗ୍ରହ କରିବେ। ଟୋକନ୍‌ ନେବା ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପରିଚୟପତ୍ର ଦେଖାଇବାକୁ ପଡ଼ିିବ। କେହି ବି ବ୍ୟକ୍ତି ନିଜର ସମ୍ପୂର୍ଣ୍ଣ ପରିବାର ପାଇଁ ଟୋକନ୍‌ ଆଣିପାରିବେ। ନିର୍ଦ୍ଧାରିତ ତାରିଖରେ ଟୋକନ୍‌ ସଂଗ୍ରହ ନ କଲେ ସମ୍ପୃୃକ୍ତ ୱାର୍ଡର ଲୋକେ ଜଗନ୍ନାଥ ଦର୍ଶନରୁ ବଞ୍ଚିତ ହେବେ। ସେହିଭଳି ଜଗନ୍ନାଥ ମନ୍ଦିର ପ୍ରବେଶ ପୂର୍ବରୁ ରାଜାନଗର ପାଖ ମୁଖ୍ୟ ବ୍ୟାରିକେଡ୍‌ରେ ଟୋକନ୍‌ ସମେତ ଆଧାରକାର୍ଡ କିମ୍ବା ଅନ୍ୟ ଯେକୌଣସି ପରିଚୟପତ୍ର ଯାଞ୍ଚ କରାଯାଇ ଛଡ଼ାଯିବ। ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ପୁରୀ ବାସିନ୍ଦାଙ୍କ ନାମ ପଞ୍ଜୀକରଣ ସହ ସାନିଟାଇଜ୍‌ର ସୁବିଧା ମଧ୍ୟ ଉପଲବ୍ଧ ହେବ।
ସାଧାରଣତଃ ପୁରୀ ଲୋକେ ଜଗନ୍ନାଥ ଦର୍ଶନ ପାଇଁ ଧାଡ଼ିକରି ଠିଆ ହେବାରେ ଅଧିକ ସମୟ ନଷ୍ଟ ହେବାରୁ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା। ପୂର୍ବ ଦ୍ୱାରକୁ ବାଦ୍‌ ଦେଇ ପୁରୀ ସହର ବାସିନ୍ଦା ଯେକୌଣସି ଦ୍ୱାର ଦେଇ ମନ୍ଦିର ପ୍ରବେଶ କରୁଥିଲେ। ମାତ୍ର ଏବେ ଏଭଳି ନୂଆ ପ୍ରକାର ବ୍ୟବସ୍ଥା ଲାଗୁ ହେବା ପରେ ସାଧାରଣରେ ନାନା ମତ ପ୍ରକାଶ ପାଇଛି। ପୁରୀ ସଂଗ୍ରାମ କ୍ଲବ ଲେନ୍‌ ବାସିନ୍ଦା ଶଶାଙ୍କ ନାୟକ ପ୍ରଶାସନର ଏଭଳି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ୩ ତାରିଖ ପରେ ସମସ୍ତଙ୍କ ପାଇଁ ମନ୍ଦିର ଖୋଲିବା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି। ତେଣୁ ଏଭଳି କୌଣସି ପ୍ରାବଧାନର ଆବଶ୍ୟକତା ନାହିଁ। କେବଳ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ନିୟମରେ କାହିଁକି ଦର୍ଶନ ହେବ। ଯଦି ଏଭଳି ହୁଏ ତେବେ ପୁରୀ ବାସିନ୍ଦା ଜଗନ୍ନାଥ ଦର୍ଶନ ପାଇଁ ୩ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବେ। ଜଗନ୍ନାଥ ବଲ୍ଲଭଠାରୁ ଟୋକନ୍‌ ନେଇ ସିଂହଦ୍ୱାର ଦେଇ ମନ୍ଦିର ପ୍ରବେଶ କରିବା ଅପେକ୍ଷା ୩ ତାରିଖ ପରେ ଜଗନ୍ନାଥ ଦର୍ଶନ କଲେ କୌଣସି ବିଶେଷ ଅସୁବିଧା ହେବ ନାହିଁ। ଅନ୍ୟପକ୍ଷରେ ବଡଶଙ୍ଖରେ ରହୁଥିବା ଅଭିଷେକ ସାହୁ ପୌରାଞ୍ଚଳର ଏଭଳି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, କୋଭିଡ୍‌ ଯୋଗୁ ମନ୍ଦିର ଦୀର୍ଘ ୯ମାସ ବନ୍ଦ ରହିବା ପରେ ଏବେ ଖୋଲୁଛି। ଏଣୁ ଲୋକେ ଜଗନ୍ନାଥ ଦର୍ଶନ ପାଇଁ ଆଗ୍ରହୀ ହେବା ସ୍ବାଭାବିକ। ଗାଇଡ୍‌ଲାଇନ ମାନି ପୁରୀବାସୀଙ୍କୁ ମନ୍ଦିରକୁ ପ୍ରବେଶ ନ କରାଇଲେ କୋଭିଡ୍‌ ସଂକ୍ରମଣ ହେବାର ଆଶଙ୍କା ବଢିବ।


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri