Posted inଖେଳ

ଭାରତରେ ମହିଳା ଏସିଆନ କପ୍‌ ଫୁଟ୍‌ବଲ

ନୂଆଦିଲ୍ଲୀ,୨୯।୧(ପି.ଟି.): ୨୦୨୨ରେ ମହିଳା ଏସିଆନ କପ୍‌ ଫୁଟବଲ ଭାରତରେ ଆୟୋଜନ ହେବ। ଏହି ମେଗା ଇଭେଣ୍ଟ ଜାନୁୟାରୀ ୨୦ ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ ୬ ତାରିଖରେ ଶେଷ ହେବ ବୋଲି ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ତରଫରୁ ସୂଚନା ଦିଆଯାଇଛି। ଟୁର୍ନାମେଣ୍ଟରେ ମୋଟ ୧୨ଟି ଦଳ ଅଂଶଗ୍ରହଣ କରିବେ। ଗତ ସଂସ୍କରଣରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଏଥର ଆଉ ୪ଟି ଦଳକୁ ସାମିଲ କରାଯାଇଛି। ଦଳଗୁଡିକୁ ୩ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ୧୮ ଦିନ ମଧ୍ୟରେ ଟୁର୍ନାମେଣ୍ଟରେ ମୋଟ ୨୫ଟି ମ୍ୟାଚ ଖେଳାଯିବ। ୮ଟି ଦଳ ନୂଆକରି ଆରମ୍ଭ କରାଯାଇଥିବା କ୍ୱାର୍ଟରଫାଇନାଲକୁ ଉନ୍ନୀତ ହେବେ।
୨୦୨୩ ଫିଫା ମହିଳା ବିଶ୍ୱକପ୍‌ ପାଇଁ ଏହି ଟୁର୍ନାମେଣ୍ଟ କ୍ୱାଲିଫାଇଙ୍ଗ୍‌ ଇଭେଣ୍ଟ ଭାବେ ପରିଗଣିତ ହେବ। ବିଶ୍ୱକପ୍‌ରେ ଏଥର ଅଷ୍ଟ୍ରେଲିଆକୁ ବାଦ୍‌ ଦେଲେ ୫ଟି ଏସୀୟ ଦଳ ସାମିଲ ରହିବେ। ବିଶ୍ୱକପ୍‌ରେ ମୋଟ ଉପରେ ୩୨ଟି ଦଳ ଅଂଶଗ୍ରହଣ କରିବେ। ୨୦୨୨ ଏଏଫ୍‌ସି ମହିଳା ଏସିଆନ୍‌ କପ୍‌ ପାଇଁ ସେପ୍ଟେମ୍ବର ୧୩ରୁ ୨୫ ତାରିଖ ମଧ୍ୟରେ କ୍ୱାଲିଫାୟର୍ସ ଟୁର୍ନାମେଣ୍ଟ ଖେଳାଯିବ। ଗତ ସଂସ୍କରଣରେ ଶୀର୍ଷରେ ଥିବା ପ୍ରଥମ ୩ଟି ଦଳ (ଜାପାନ, ଅଷ୍ଟ୍ରେଲିଆ ଓ ଚାଇନା) , ଆୟୋଜକ ଭାରତ ବ୍ୟତୀତ ଆଉ ୮ଟି ଦଳ ଟୁର୍ନାମେଣ୍ଟରେ ଭାଗ ନେବେ। ଆୟୋଜକ ହିସାବରେ ଭାରତ ସିଧାସଳଖ ଏହି ଟୁର୍ନାମେଣ୍ଟ ଖେଳିବ। ଏହି ଟୁର୍ନାମେଣ୍ଟକୁ ବାଦ୍‌ ଦେଲେ ଭାରତ ଆସନ୍ତାବର୍ଷ ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ମଧ୍ୟ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଭାରତ ମଧ୍ୟ ପୂର୍ବରୁ ୨୦୧୬ରେ ଏଏଫ୍‌ସି ୧୬ ବର୍ଷରୁକମ୍‌ ଚାମ୍ପିୟନଶିପ୍‌ ଓ ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ୨୦୧୭ରେ ସଫଳତାର ସହ ଆୟୋଜନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri