Posted inଖେଳ

ପ୍ରଥମ ଟେଷ୍ଟ: ପାକିସ୍ତାନ ୭ ଉଇକେଟରେ ବିଜୟୀ :ଫଓ୍ବାଦ ଆଲାମ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌

କରାଚୀ,୩୦।୧(ଏପି): ଦୁଇ ସ୍ପିନର ନୌମାନ ଅଲୀ ଓ ୟାସିର ଶାହାଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ପାକିସ୍ତାନ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୪ ଦିନରେ ୭ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପଦାର୍ପଣ କରିଥିବା ୩୪ ବର୍ଷୀୟ ବାମହାତୀ ସ୍ପିନର ନୌମାନ ଦ୍ୱିତୀୟ ଇନିଂସରେ ୫ ଓ ୟାସିର ୪ ଉଇକେଟ ଅକ୍ତିଆର କରି ଦକ୍ଷିଣ ଆଫ୍ରିକାକୁ ନିରାଶ କରିଥିଲେ। ମ୍ୟାଚରେ ଦୁଇ ସ୍ପିନର ମୋଟ ଉପରେ ୧୪ଟି ଉଇକେଟ ହାସଲ କରିଛନ୍ତି। ଉଭୟ ଇନିଂସରେ ଦକ୍ଷିଣ ଆଫ୍ରିକା ସ୍ପିନରଙ୍କ ବିପକ୍ଷରେ ସଂଘର୍ଷ କରିଥିବା ଦେଖାଯାଇଥିଲା। ଏଥିସହ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ୨୭ଟି ଟେଷ୍ଟ ଖେଳିଥିବା ବେଳେ ପଞ୍ଚମ ବିଜୟ ହାସଲ କରିଛି। ଶେଷଥର ପାଇଁ ଏହି ଭେନ୍ୟୁରେ ପାକିସ୍ତାନ ୨୦୦୭ରେ ବିଜୟ ହାସଲ କରିଥିଲା। ଏଥିସହ ବାବର ଆଜମ ନିଜ ନେତୃତ୍ୱରେ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଜିତାଇବାରେ ସଫଳ ହୋଇଛନ୍ତି। ଗତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସେ ଆହତ ହୋଇ ବାଦ୍‌ ପଡିଥିଲେ। ଏବେ ରାଓ୍ବଲପିଣ୍ଡିରେ ଫେବୃୟାରୀ ୮ ତାରିଖରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଟେଷ୍ଟ ସିରିଜ ପରେ ଦୁଇ ଦଳ ଲାହୋରରେ ୧୧ରୁ ୧୪ ତାରିଖ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳିବେ।
ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୬୯.୨ ଓଭରରେ ୨୨୦ ରନକରି ଅଲ୍‌ଆଉଟ ହୋଇଥିଲା। ଜବାବରେ ପାକିସ୍ତାନ ପ୍ରଥମ ଇନିଂସ ଆରମ୍ଭ କରି ୧୧୯.୨ ଓଭରରେ ୩୭୮ ରନ କରି ଅଲ୍‌ଆଉଟ ହେବା ସହ ୧୫୮ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ଶୁକ୍ରବାର ଚତୁର୍ଥ ଦିବସରେ ୧୦୦.୩ ଓଭରରେ ୨୪୫ ରନ କରି ଅଲଆଉଟ ହୋଇଥିଲା। ଫଳରେ ପାକିସ୍ତାନ ସମ୍ମୁଖରେ ୮୮ ରନର ଛୋଟିଆ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ପାକିସ୍ତାନ ଦ୍ୱିତୀୟ ଇନିଂସ ଆରମ୍ଭ କରି ଶୁକ୍ରବାର ଚତୁର୍ଥ ଦିବସରେ ୨୨.୫ ଓଭରରେ ୩ ଉଇକେଟ ହରାଇ ୯୦ ରନ କରି ବିଜୟ ହାସଲ କରିଛି। ଏଥିସହ ପାକିସ୍ତାନ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ୧୦୯ ରନର ଲଢୁଆ ଶତକୀୟ ପାଳି ଖେଳିଥିବା ପାକିସ୍ତାନ ମିଡିଲଅର୍ଡର ବ୍ୟାଟ୍ସମ୍ୟାନ ଫଓ୍ବାଦ ଆଲାମ ପ୍ଲେୟର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ବିଜୟ ବେଳକୁ ଆଝାର ଅଲୀ ୩୧ ଓ ଫଓ୍ବାଦ ଆଲାମ ୪ ରନକରି ଅପରାଜିତ ରହିଥିଲେ। ଦୁଇ ଓପନର ଇମ୍ରାନ ବଟ୍ଟ ଓ ଅବିଦ ଅଲୀ ଯଥାକ୍ରମେ ୧୨ ଓ ୧୦ ରନକରି ଅନରିଚ୍‌ ନୋର୍ଜଙ୍କ ଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି ଅଧିନାୟକ ବାବର ଆଜମ ୩୦ରନ କରି କେଶବ ମହାରାଜଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ନୋର୍ଜ ୨ ଓ ମହାରାଜ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୮୭/୪ରୁ ଦକ୍ଷିଣ ଆଫ୍ରିକା ଖେଳ ଆରମ୍ଭ କରି ଶୁକ୍ରବାର ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ କ୍ୱିଣ୍ଟନ ଡିକକ୍‌ ବିନା ସ୍କୋରରୁ ଖେଳ ଆରମ୍ଭ କରି ମାତ୍ର ୨ ରନ କରି ଆଉଟ ହୋଇଥିଲେ। ସେହିପରି ନାଇଟ୍‌ ଓ୍ବାଚ୍‌ମ୍ୟାନ ମହାରାଜ ୨ ରନ୍‌ରୁ ଖେଳ ଆରମ୍ଭ କରି ଆଉ ଅଧିକ ରନ୍‌ ସଂଗ୍ରହ କରି ନ ପାରି ଚତୁର୍ଥ ଦିବସର ପ୍ରଥମ ବଲ୍‌ରେ ହିଁ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଟେମ୍ବା ବଭୁମା ୪୦ ଓ ଜର୍ଜ ଲିଣ୍ଡ ୧୧ ରନ କରି ଆଉଟ ହୋଇଥିବା ବେଳେ ବାକି ଟେଲ୍‌ ଏଣ୍ଡର ଦୁଇଅଙ୍କ ଛୁଇଁପାରି ନ ଥିଲେ। କାଗିସୋ ରାବାଡ଼ା ୧ ଓ ନୋର୍ଜ ଖାତା ଖୋଲିପାରି ନ ଥିଲେ। ଲୁନ୍‌ଗି ଏନ୍‌ଗିଡି ୩ ରନକରି ଅପରାଜିତ ରହିଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ନୌମାନ ଅଲୀ ସର୍ବାଧିକ ୫, ୟାସିର ଶାହା ୪ ଓ ହାସନ ଅଲୀ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୬୯.୨ ଓଭରରେ ୨୨୦ ଅଲ୍‌ଆଉଟ।
ପାକିସ୍ତାନ ପ୍ରଥମ ଇନିଂସ- ୧୧୯.୨ ଓଭରରେ ୩୭୮ ଅଲ୍‌ଆଉଟ
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ- ୧୦୦.୩ ଓଭରରେ ୨୪୫ ଅଲଆଉଟ
(ଏଡେନ ମାରକ୍ରମ- ୭୪, ରସି ଭାନ ଡର ଡୁସେନ- ୬୪, ଟେମ୍ବା ବଭୁମା- ୪୦, ଡିନ ଏଲଗାର- ୨୯, ୟାସିର ଶାହା- ୪/୭୯, ନୌମାନ ଅଲୀ- ୫/୩୫, ହାସନ ଅଲି- ୧/୬୧)।
ପାକିସ୍ତାନ ଦ୍ୱିତୀୟ ଇନିଂସ- ୨୨.୫ ଓଭରରେ ୯୦/୩
(ବାବର ଆଜମ- ୩୦, ଆଝାର ଅଲୀ- ୩୧*, ନୋର୍ଜ- ୨/୨୪, ମହାରାଜ- ୧/୧୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେବଳ କ୍ରୁଣାଳ ନୁହନ୍ତି, ହୀରାର ସଉକ ରଖନ୍ତି ଭାଇ ହାର୍ଦ୍ଦିକ ପାଣ୍ଡା: ଗୋଟିଏ ଘଣ୍ଟାର ମୂଲ୍ୟରେ କିଣିପାରିବେ ସୁଇମିଂ ପୁଲ ଥିବା ବଙ୍ଗଳା

ନୂଆଦିଲ୍ଲୀ,୧୩।୧୨: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର କ୍ରୁଣାଳ ପାଣ୍ଡ୍ୟାଙ୍କ ଭଳି ତାଙ୍କ ସାନ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ହୀରାର ସଉକ ରଖନ୍ତି। ହାର୍ଦ୍ଦିକ ନିଜର...

ଟି୨୦ରେ ବିରାଟ, ରୋହିତ୍‌ କରି ନ ଥିବା କୀର୍ତ୍ତିମାନ କଲେ ସୋଏବ ମଲିକ

ନୂଆଦିଲ୍ଲୀ, ୧୧।୧୦: ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ସିନିୟର ଖେଳାଳି ସୋଏବ ମଲିକ ଟି୨୦ରେ ଏମିତି ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି, ଯାହା...

ଭାରତର ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ଅଭିଯାନ ଏପ୍ରିଲ୍‌ରେ

ଲାଉସାନେ, ୧୦ା୭ (ପି.ଟି.)-ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ୱାରା ସଂଶୋଧିତ କାର୍ଯ୍ୟସୂଚୀ ଗୁରୁବାର ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଏପ୍ରିଲରେ ବିଦେଶରେ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ...

ଶ୍ରୀଲଙ୍କା-ଆଫଗାନିସ୍ତାନ ଉଦ୍‌ଘାଟନୀ ମ୍ୟାଚ୍‌

ଦୁବାଇ, ୨୬ା୮: ଏସିଆ କପ୍‌ ଟି୨୦ କ୍ରିକେଟ ଶନିବାରଠାରୁ ଆରମ୍ଭ ହେବ। ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଅନ୍ୟ ଥର ତୁଳନାରେ...

ରୁନିଙ୍କ ରେକର୍ଡ ଭାଙ୍ଗିଲେ କେନ୍‌

ନାପଲ୍ସ (ଇଟାଲୀ),୨୫ା୩ (ଏପି): ଇଂଲଣ୍ଡ ଜାତୀୟ ଦଳ ଫୁଟ୍‌ବଲ ତରଫରୁ ସବୁଠାରୁ ଅଧିକ ଗୋଲ୍‌ ସ୍କୋର କରିବାରେ ଓ୍ବେନ ରୁନିଙ୍କ ନାମରେ ରହିଥିବା ରେକର୍ଡକୁ ହ୍ୟାରି...

୯୬ ମିଟର ଛକା ମାରି ମ୍ୟାଚ୍‌ ଜିତାଇଲେ ଧୋନୀ, ପ୍ରଶଂସକ କହିଲେ…

ଶାରଜା,୧।୧୦: ଆଇପିଏଲ ୨୦୨୧ର ୪୪ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୬ଟି ଉଇକେଟରେ ପରାସ୍ତ କରିଛି।ଏହି ବିଜୟ ସହିତ ମହେନ୍ଦ୍ର ସିଂ ଧୋନୀଙ୍କ...

ଶୁଭମ ପ୍ରତୀକ ମିଶ୍ର ଚାମ୍ପିୟନ

ଭୁବନେଶ୍ୱର,୨୮ା୮(ସରୋଜ ଜେନା): କଳିଙ୍ଗ ନଗର ସ୍ଥିତ ଡିଏଭି ପବ୍ଲିକ୍‌ ସ୍କୁଲ ପରିସରରେ ଆୟୋଜିତ ୧୯ତମ ରାଜ୍ୟ ସ୍କୁଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ରେ ଶୁଭମ ପ୍ରତୀକ ମିଶ୍ର...

୪ଥରର ଚାମ୍ପିୟନ ଜର୍ମାନୀକୁ ହରାଇଲା ଜାପାନ

ଦୋହା,୨୩।୧୧: କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପ୍‌ ୨୦୨୨ରେ ଆଉ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ବୁଧବାର ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଜାପାନ ଚାରିଥର ବିଶ୍ୱକପ୍‌...

Advertisement
Archives

Model This Week