Posted inଖେଳ

ପ୍ରଥମ ଟେଷ୍ଟ: ପାକିସ୍ତାନ ୭ ଉଇକେଟରେ ବିଜୟୀ :ଫଓ୍ବାଦ ଆଲାମ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌

କରାଚୀ,୩୦।୧(ଏପି): ଦୁଇ ସ୍ପିନର ନୌମାନ ଅଲୀ ଓ ୟାସିର ଶାହାଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ପାକିସ୍ତାନ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୪ ଦିନରେ ୭ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପଦାର୍ପଣ କରିଥିବା ୩୪ ବର୍ଷୀୟ ବାମହାତୀ ସ୍ପିନର ନୌମାନ ଦ୍ୱିତୀୟ ଇନିଂସରେ ୫ ଓ ୟାସିର ୪ ଉଇକେଟ ଅକ୍ତିଆର କରି ଦକ୍ଷିଣ ଆଫ୍ରିକାକୁ ନିରାଶ କରିଥିଲେ। ମ୍ୟାଚରେ ଦୁଇ ସ୍ପିନର ମୋଟ ଉପରେ ୧୪ଟି ଉଇକେଟ ହାସଲ କରିଛନ୍ତି। ଉଭୟ ଇନିଂସରେ ଦକ୍ଷିଣ ଆଫ୍ରିକା ସ୍ପିନରଙ୍କ ବିପକ୍ଷରେ ସଂଘର୍ଷ କରିଥିବା ଦେଖାଯାଇଥିଲା। ଏଥିସହ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ୨୭ଟି ଟେଷ୍ଟ ଖେଳିଥିବା ବେଳେ ପଞ୍ଚମ ବିଜୟ ହାସଲ କରିଛି। ଶେଷଥର ପାଇଁ ଏହି ଭେନ୍ୟୁରେ ପାକିସ୍ତାନ ୨୦୦୭ରେ ବିଜୟ ହାସଲ କରିଥିଲା। ଏଥିସହ ବାବର ଆଜମ ନିଜ ନେତୃତ୍ୱରେ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଜିତାଇବାରେ ସଫଳ ହୋଇଛନ୍ତି। ଗତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସେ ଆହତ ହୋଇ ବାଦ୍‌ ପଡିଥିଲେ। ଏବେ ରାଓ୍ବଲପିଣ୍ଡିରେ ଫେବୃୟାରୀ ୮ ତାରିଖରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଟେଷ୍ଟ ସିରିଜ ପରେ ଦୁଇ ଦଳ ଲାହୋରରେ ୧୧ରୁ ୧୪ ତାରିଖ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳିବେ।
ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୬୯.୨ ଓଭରରେ ୨୨୦ ରନକରି ଅଲ୍‌ଆଉଟ ହୋଇଥିଲା। ଜବାବରେ ପାକିସ୍ତାନ ପ୍ରଥମ ଇନିଂସ ଆରମ୍ଭ କରି ୧୧୯.୨ ଓଭରରେ ୩୭୮ ରନ କରି ଅଲ୍‌ଆଉଟ ହେବା ସହ ୧୫୮ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ଶୁକ୍ରବାର ଚତୁର୍ଥ ଦିବସରେ ୧୦୦.୩ ଓଭରରେ ୨୪୫ ରନ କରି ଅଲଆଉଟ ହୋଇଥିଲା। ଫଳରେ ପାକିସ୍ତାନ ସମ୍ମୁଖରେ ୮୮ ରନର ଛୋଟିଆ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ପାକିସ୍ତାନ ଦ୍ୱିତୀୟ ଇନିଂସ ଆରମ୍ଭ କରି ଶୁକ୍ରବାର ଚତୁର୍ଥ ଦିବସରେ ୨୨.୫ ଓଭରରେ ୩ ଉଇକେଟ ହରାଇ ୯୦ ରନ କରି ବିଜୟ ହାସଲ କରିଛି। ଏଥିସହ ପାକିସ୍ତାନ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ୧୦୯ ରନର ଲଢୁଆ ଶତକୀୟ ପାଳି ଖେଳିଥିବା ପାକିସ୍ତାନ ମିଡିଲଅର୍ଡର ବ୍ୟାଟ୍ସମ୍ୟାନ ଫଓ୍ବାଦ ଆଲାମ ପ୍ଲେୟର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ବିଜୟ ବେଳକୁ ଆଝାର ଅଲୀ ୩୧ ଓ ଫଓ୍ବାଦ ଆଲାମ ୪ ରନକରି ଅପରାଜିତ ରହିଥିଲେ। ଦୁଇ ଓପନର ଇମ୍ରାନ ବଟ୍ଟ ଓ ଅବିଦ ଅଲୀ ଯଥାକ୍ରମେ ୧୨ ଓ ୧୦ ରନକରି ଅନରିଚ୍‌ ନୋର୍ଜଙ୍କ ଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି ଅଧିନାୟକ ବାବର ଆଜମ ୩୦ରନ କରି କେଶବ ମହାରାଜଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ନୋର୍ଜ ୨ ଓ ମହାରାଜ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୮୭/୪ରୁ ଦକ୍ଷିଣ ଆଫ୍ରିକା ଖେଳ ଆରମ୍ଭ କରି ଶୁକ୍ରବାର ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ କ୍ୱିଣ୍ଟନ ଡିକକ୍‌ ବିନା ସ୍କୋରରୁ ଖେଳ ଆରମ୍ଭ କରି ମାତ୍ର ୨ ରନ କରି ଆଉଟ ହୋଇଥିଲେ। ସେହିପରି ନାଇଟ୍‌ ଓ୍ବାଚ୍‌ମ୍ୟାନ ମହାରାଜ ୨ ରନ୍‌ରୁ ଖେଳ ଆରମ୍ଭ କରି ଆଉ ଅଧିକ ରନ୍‌ ସଂଗ୍ରହ କରି ନ ପାରି ଚତୁର୍ଥ ଦିବସର ପ୍ରଥମ ବଲ୍‌ରେ ହିଁ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଟେମ୍ବା ବଭୁମା ୪୦ ଓ ଜର୍ଜ ଲିଣ୍ଡ ୧୧ ରନ କରି ଆଉଟ ହୋଇଥିବା ବେଳେ ବାକି ଟେଲ୍‌ ଏଣ୍ଡର ଦୁଇଅଙ୍କ ଛୁଇଁପାରି ନ ଥିଲେ। କାଗିସୋ ରାବାଡ଼ା ୧ ଓ ନୋର୍ଜ ଖାତା ଖୋଲିପାରି ନ ଥିଲେ। ଲୁନ୍‌ଗି ଏନ୍‌ଗିଡି ୩ ରନକରି ଅପରାଜିତ ରହିଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ନୌମାନ ଅଲୀ ସର୍ବାଧିକ ୫, ୟାସିର ଶାହା ୪ ଓ ହାସନ ଅଲୀ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୬୯.୨ ଓଭରରେ ୨୨୦ ଅଲ୍‌ଆଉଟ।
ପାକିସ୍ତାନ ପ୍ରଥମ ଇନିଂସ- ୧୧୯.୨ ଓଭରରେ ୩୭୮ ଅଲ୍‌ଆଉଟ
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ- ୧୦୦.୩ ଓଭରରେ ୨୪୫ ଅଲଆଉଟ
(ଏଡେନ ମାରକ୍ରମ- ୭୪, ରସି ଭାନ ଡର ଡୁସେନ- ୬୪, ଟେମ୍ବା ବଭୁମା- ୪୦, ଡିନ ଏଲଗାର- ୨୯, ୟାସିର ଶାହା- ୪/୭୯, ନୌମାନ ଅଲୀ- ୫/୩୫, ହାସନ ଅଲି- ୧/୬୧)।
ପାକିସ୍ତାନ ଦ୍ୱିତୀୟ ଇନିଂସ- ୨୨.୫ ଓଭରରେ ୯୦/୩
(ବାବର ଆଜମ- ୩୦, ଆଝାର ଅଲୀ- ୩୧*, ନୋର୍ଜ- ୨/୨୪, ମହାରାଜ- ୧/୧୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କ ସହ ଧୋକା! ଦେଶକୁ ଫେରି କହିଲେ- ମୋଠାରୁ ଛଡ଼ାଇ ନିଆଗଲା…

ନୂଆଦିଲ୍ଲୀ,୨୫।୯: ୨୦୨୬ ଏସିଆନ ଗେମ୍ସରେ ଭାରତୀୟ ମିକ୍ସଡ ମାର୍ଶାଲ ଆଟର୍‌ସ (MMA) ଖେଳାଳି ସୁଚିକା ତାରିୟାଲ ଇତିହାସ ରଚିଛନ୍ତି। ମହିଳା ଟ୍ରାଡିସନାଲ ୬୦ କେଜି ବର୍ଗରେ ବ୍ରୋଞ୍ଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?