ଦାରିଙ୍ଗବାଡ଼ିରେ ଚଳିତବର୍ଷର ପ୍ରଥମ ତୁଷାରପାତ, ଶୀତ ଲହରୀ ଜାରି

ଦାରିଙ୍ଗବାଡ଼ି,୧୬ା୧୨(ଅରୁଣ ସାହୁ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୀତ ଲହରୀ ଜାରି ରହିଛି। ତାପମାତ୍ରା ହ୍ରାସ ପାଇବା ସହ ଚଳିତ ବର୍ଷ ପ୍ରଥମଥର ପାଇଁ ସୋମବାର ସକାଳେ ତୁଷାରପାତ ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ିର ବୁର୍ଜୁବାଡ଼ି ସମେତ ଶିବ ମନ୍ଦିର ସାହି, କିଲାବାଡ଼ି, ପ୍ଳିହେରି, କଫି ବଗିଚା, ବଏନ୍‌ ସାହି ସମେତ ଦୁର୍ଗମ ଗ୍ରାମଗୁଡ଼ିକରେ ତୁଷାରପାତ ହୋଇଛି। ଏହା ଦେଖିବାକୁ ସ୍ଥାନୀୟବାସିନ୍ଦାଙ୍କ ସମେତ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ଭିଡ଼ ହୋଇଛି। ତାପମାତ୍ରା ସର୍ବନିମ୍ନ ୭. ୫ ରହିଥିବା ବେଳେ ପ୍ରକୃତରେ ସରକାରୀ ରେକର୍ଡଠାରୁ ଆହୁରି କମ୍‌ ତାପମାତ୍ରା ଅଞ୍ଚଳରେ ରହିଥିବା ଆଶଙ୍କା କରାଯାଇଛି। ଦୀର୍ଘଦିନ ପରେ ଦାରିଙ୍ଗବାଡ଼ିର ବିଭିନ୍ନ ଅଞ୍ଚଳରେ କୁହୁଡ଼ି ହୋଇ ନ ଥିବା ବେଳେ ପାଗ ପୂରା ଶୁଖିଲା ରହିଛି। ଆଗକୁ ଶୀତ ଲହରୀ ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Mo Bus Accident: ୧୦୦ ମିଟର ଯାଏ ଘୋଷାଡ଼ି ନେଲା ମୋ’ ବସ୍‌, ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ, ୩ ଗୁରୁତର

ଭୁବନେଶ୍ୱର,୧୪।୨: ପୁଣି ମୋ’ ବସ୍‌ ନେଇଛି ଜୀବନ। ଶୁକ୍ରବାର ରାତିରେ ତମାଣ୍ଡୋ ଥାନା ଅଞ୍ଚଳର ଓଭରବ୍ରିଜ୍‌ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟି ସହ ୧୦୦...

ଉମା ଶଙ୍କର ବେହେରା ହେଲେ ଭଞ୍ଜନଗର ଉପ ଜିଲାପାଳ

ଭଞ୍ଜନଗର,୧୪।୨(ବାବୁଲା ପ୍ରଧାନ): ଭଞ୍ଜନଗର ତହସିଲଦାର ଉମା ଶଙ୍କର ବେହେରା ପ୍ରମୋଶନ ପାଇ ଭଞ୍ଜନଗର ଉପ ଜିଲାପାଳ ଭାବେ ନିଯୁକ୍ତି ପାଇଛନ୍ତି। ଏ ନେଇ ଶୁକ୍ରବାର ବିଜ୍ଞପ୍ତି...

ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ରାଇକିଆ,୧୪।୨: (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଠାରେ ଭାରତ ନିର୍ମାଣ ଆଜାଦି ସେବା ସଙ୍ଗଠନ ପକ୍ଷରୁ ଶୁକ୍ରବାର ସାରେ ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ...

ସୁପ୍ରିମକୋର୍ଟରେ ପୂର୍ବତନ CJIଙ୍କ ପୁଅ ଲଢ଼ିବେ ୟୁଟ୍ୟୁବର Ranveer Allahbadiaଙ୍କ କେସ୍‌, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୧୪।୨: କମେଡିଆନ ସମୟ ରାଇନାଙ୍କ ରିଆଲିଟି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ରେ ବିବାଦୀୟ ବୟାନ ଦେଇଥିବା ରଣବୀର ଆଲ୍ଲାହାବାଦିଆଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ମହାରାଷ୍ଟ୍ରରୁ...

ଆରପାରିରେ ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀ ଝିଅ

ପଟ୍ଟାଙ୍ଗି,୧୪ା୨(ଶରତ କୁମାର ଧଳ):କୋରାପୁଟ ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀଙ୍କ ତୃତୀୟ ଝିଅ ରାଜଲକ୍ଷ୍ମୀଙ୍କ ଗୁରୁବାର ବିଳମ୍ବିତ ରାତିରେ ବିଶାଖାପାଟଣାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ...

ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ରଖିଲେ ବିଧାୟକ

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ଗ୍ରାମରେ ରହିଥିବା ଅଷ୍ଟଶମ୍ଭୁ ମଧ୍ୟରେ  ଅନ୍ୟତମ ଶୈବପୀଠ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ବିକାଶ ପାଇଁ ଶୁକ୍ରବାର ବରଗଡ଼...

ଅଶୁଭ! ଭାଙ୍ଗିଲା ଶ୍ରୀମନ୍ଦିର ଉପରେ ଥିବା ଅକ୍ଷୟ ଦଣ୍ଡ

ପୁରୀ,୧୪।୨: ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ ଭାଙ୍ଗି ଯାଇଛି । jagannath temple ଚୁଡ଼ାରେ ଆଜି ଏହି ଘଟଣା ଘଟିଥିବା ଦେଖିବାକୁ ମିଳିଛି...

ଜାଣନ୍ତୁ କିଏ ହେଲେ ଭଞ୍ଜନଗର ବିଡିଓ , ମିଳିଲା ଦାୟିତ୍ୱ

ଭଞ୍ଜନଗର,୧୪ା୨(ବାବୁଲା ପ୍ରଧାନ): ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ବିଡିଓ ବଦଳି ତାଲିକା ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର ବିଡିଓ ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri