Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ଠାକୁରଙ୍କ ପାଖେ ମିଠା ଭୋଗ ଲଗାଇଥିଲି: ଡା. ସିଦ୍ଧାର୍ଥ ଷଡ଼ଙ୍ଗୀ

ପ୍ରଥମେ ମୋ ପାଠପଢ଼ା ଆରମ୍ଭ ହୋଇଥିଲା ଚଣ୍ଡିଗଡ଼ରୁ। କାରଣ ବାପା ପ୍ରଫେସର ଡା. ରମାରମଣ ଷଡ଼ଙ୍ଗୀ ସେତେବେଳେ ପିଜିଆଇ ଚଣ୍ଡିଗଡ଼ରେ ହାର୍ଟ ସର୍ଜରିରେ ଏମ୍‌ସିଏଚ୍‌ (ସୁପର ପିଜି) କରୁଥିଲେ ଏବଂ ମା’ ପ୍ରଫେସର ଡା. ସରୋଜିନୀ ଷଡ଼ଙ୍ଗୀ ବି ସେହିଠାରେ ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗରେ ପୋଷ୍ଟ ଗ୍ରାଜୁଏଟ୍‌ କରୁଥିଲେ। ତେଣୁ ମୁଁ ଓ ମୋ ସାନ ଭଉଣୀ ସୋନାଲି ସେଠାରେ ପଢ଼ୁଥିଲୁ। ବାପାମା’ ଯେବେ ଏସ୍‌ସିବି ମେଡିକାଲ କଲେଜରେ ଜଏନ୍‌ କଲେ ମୁଁ ସେତେବେଳେ କଟକ ଷ୍ଟୁଆର୍ଟ ସ୍କୁଲରେ ପଢ଼ିଲି। ଷ୍ଟାଣ୍ଡାର୍ଡ -୯ରେ ପଢ଼ିଲାବେଳେ ବାପା ନ୍ୟୁଜିଲାଣ୍ଡର ଡୁନେଡିନ ହସ୍ପିଟାଲରେ ଓପନହାର୍ଟ ସର୍ଜରିରେ ଉଚ୍ଚତର ତାଲିମ ନେବା ପାଇଁ ଯାଇଥାନ୍ତି। ଫେରିଲାବେଳକୁ ମୋ ପାଇଁ ଗୋଟିଏ ଭିଡିଓ କ୍ୟାମେରା ଆଣିଥାନ୍ତି। ନ୍ୟୁଜିଲାଣ୍ଡରୁ ଫେରିବାର ଅଳ୍ପ କିଛିଦିନ ପରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କର ହାତ ଓ ପାପୁଲି ସମ୍ପୂର୍ଣ୍ଣ କଟିଯାଇଥିବାରୁ ବାପା ଓ ଅନ୍ୟ ଡାକ୍ତରମାନେ ମିଶି ସେଇ କଟାହାତକୁ ଦୀର୍ଘ ୧୪ଘଣ୍ଟା ପରିଶ୍ରମ କରି ଯୋଡିଥିଲେ। ମୁଁ ସେ ସବୁକୁ ଭିଡିଓ କ୍ୟାମେରାରେ ରେକର୍ଡିଂ କରିଥିଲି ଏବଂ ତାହା ହିଁ ମତେ ଜଣେ ହାର୍ଟ ସର୍ଜନ ହେବା ପାଇଁ ପ୍ରେରଣା ଯୋଗାଇଥିଲା। ତେବେ ଷ୍ଟୁଆର୍ଟ ସ୍କୁଲରୁ ଆଇସିଏସ୍‌ଇ ପାସ୍‌ କରି ରେଭେନ୍‌ସା କଲେଜରେ ପଢିଲି ଏବଂ ପରେ ଏସ୍‌ସିବି ମେଡିକାଲ କଲେଜରେ ପଢିଲି। ହାଉସ୍‌ମେନ୍‌ଶିପ୍‌ ଆରମ୍ଭ କଲାବେଳେ ହିଁ ୫୦୦୦ ଟଙ୍କା ଷ୍ଟାଇପେଣ୍ଡ ମିଳିଲା; ଯାହାକି ଥିଲା ମୋ ପ୍ରଥମ ରୋଜଗାର। ସବୁ ଟଙ୍କା ନେଇ ମା’ଙ୍କୁ ଦେଲି। ମା’ ଟଙ୍କା ଫେରାଇ ଦେଇ କହିଲେ, ଠାକୁରଙ୍କ ପାଖେ ଭୋଗ ଲଗାଇଦେ। ତେଣୁ ମିଠା କିଣି ପ୍ରଥମେ ଘର ଠାକୁର ଏବଂ ପରେ ଚଣ୍ଡୀ ମନ୍ଦିରକୁ ଯାଇ ଭୋଗ ଲଗାଇଥିଲି। ତା’ପରେ ବାପାଙ୍କ ପାଇଁ ଗୋଟେ ନୂଆ ଶାର୍ଟ ଓ ମା’ଙ୍କ ପାଇଁ ସବୁଜ ରଙ୍ଗର ସିଲ୍କ ଶାଢି ଏବଂ ଭଉଣୀ ପାଇଁ ହଳେ ଡ୍ରେସ୍‌ କିଣିଥିଲି। ଏବେ ବି ମା’ ସେହି ଶାଢିଟିକୁ ସାଇତି ରଖିଛନ୍ତି। ତେବେ ଏହି ଘଟଣାର କିଛି ଦିନ ପରେ ମୁଁ ଅଲ୍‌ ଇଣ୍ଡିଆ ପିଜି ପାଇ ଗ୍ରାଣ୍ଟମେଡିକାଲ କଲେଜ ମୁମ୍ବାଇରେ ଜେନେରାଲ ସର୍ଜରିରେ ଏମ୍‌ଏସ୍‌ ଓ ପିଜିଆଇ ଚଣ୍ଡୀଗଡ଼ରେ ହୃଦ୍‌ବକ୍ଷ ଶଲ୍ୟ ବିଭାଗରେ ଏମ୍‌ସିଏଚ୍‌ କଲି। ଏହାବାଦ୍‌ ଆମେରିକା ରଚେଷ୍ଟରର ମେୟୋକ୍ଲିନିକ୍‌ରୁ କାର୍ଡିଆକ୍‌ ସର୍ଜରି, ଚିକାଗୋର ‘ରସ୍‌ ୟୁନିଭର୍ସିଟି’ କାର୍ଡିଆକ୍‌ ସେଣ୍ଟରରେ ଥୋରାସିକ୍‌ ସର୍ଜରି, ୱାଶିଂଟନ୍‌ ୟୁନିଭର୍ସିଟି ସ୍କୁଲ ଅଫ୍‌ ମେଡିସିନ୍‌ରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଏବଂ ମେକାନିକାଲ ସର୍କୁଲେଟରି ସପୋର୍ଟ ସିଷ୍ଟମରେ ଫେଲୋଶିପ୍‌ ବି କରିଛି। ଆଉ ଏବେ ଇଲିନୋଇସର ପିଓରିଆଠାସ୍ଥିତ ଓଏସ୍‌ଏଫ୍‌ ହେଲ୍‌ଥ କେୟାର ହାର୍ଟ ଇନଷ୍ଟିଚ୍ୟୁଟ୍‌ରେ କନସଲ୍‌ଟାଣ୍ଟ କାର୍ଡିଆକ୍‌ ସର୍ଜନ ଭାବରେ ଓପନ୍‌ ହାର୍ଟ ସର୍ଜରି ଓ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ତଥା ଇଲିନୋଇସ ଯୁନିଭର୍ସିଟିର ଡିପାର୍ଟମେଣ୍ଟ ଅଫ୍‌ ସର୍ଜରିର ଆସିଷ୍ଟାଣ୍ଟ ପ୍ରଫେସର ଓ ଇକ୍‌ମୋ ଥେରାପିର ସର୍ଜିକାଲ ଡାଇରେକ୍ଟର ଅଛି। ସୂଚନାଯୋଗ୍ୟ, ଆମ ଟିମ୍‌ ଗତ ଦେଢବର୍ଷ ଭିତରେ ସଫଳତାର ସହ ୧୪ଟି ହୃଦ୍‌ ପ୍ରତିରୋପଣ କରି ଇଲିନୋଇସ୍‌ ଡିପାର୍ଟମେଣ୍ଟ ଅଫ୍‌ ପବ୍ଲିକ ହେଲ୍‌ଥ (ଆଇଡିପିଏଚ୍‌) ତଥା ଆମେରିକାର ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ସ୍ବତନ୍ତ୍ର ସ୍ବୀକୃତି ପ୍ରାପ୍ତ କରିଛି। ସେଠାକାର ଅର୍ଡର ଅଫ୍‌ ଦି ସେଣ୍ଟ ଫ୍ରାନ୍ସିସ ମେଡିକାଲ ସେଣ୍ଟର (ଓଏସ୍‌ଏଫ୍‌) ଅଧୀନରେ ମୁଁ କରିଥିବା ହୃଦ୍‌ ପ୍ରତିରୋପଣକୁ ଆମେରିକାନ୍‌ ସୋସାଇଟି ଅଫ୍‌ ଥୋରାସିକ୍‌ ସର୍ଜନ (ଏସ୍‌ଟିଏସ୍‌) ପକ୍ଷରୁ ‘ଥ୍ରୀ ଷ୍ଟାର’ ରେଟିଂ ମିଳିଛି; ଯାହା ପ୍ରତିରୋପଣ ଅସ୍ତ୍ରୋପଚାର କ୍ଷେତ୍ରରେ ସର୍ବଶ୍ରେଷ୍ଠ ସ୍ବୀକୃତି। ଏଥିସହ ଇକ୍‌ମୋ ଚିକିତ୍ସା ମାଧ୍ୟମରେ ପ୍ରାୟ ଏକଶହ କରୋନା ରୋଗୀଙ୍କୁ ଆରୋଗ୍ୟ କରିଥିଲି। ଯାହା ମତେ ଆତ୍ମସନ୍ତୋଷ ଦେଇଛି। ତେବେ ବାପା,ମା’ଙ୍କ ସହିତ ପତ୍ନୀ ଡା. ଶିଖା ଷଡ଼ଙ୍ଗୀ (ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ) ମୋତେ ପ୍ରେରଣା ଦେଇ ଆସିଛନ୍ତି। ଜୀବନରେ ଅନେକ ଟଙ୍କା ରୋଜଗାର କରିଛି ସତ, ହେଲେ ପ୍ରଥମ ରୋଜଗାରର ମଧୁର ଅନୁଭବ ଟିକକ ଏବେବି ଅଭୁଲା ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?