ପ୍ରଥମେ ଖାରଜ, ପରେ ମଞ୍ଜୁର

ଯାଜପୁର ରୋଡ୍‌, ୧୮ା୧୦ (ଡି.ଏନ.ଏ.):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ କୋପଣ୍ଡ ମୌଜାର ଏକ ଚାଷଜମିକୁ ଘରବାଡ଼ି ଜମିରେ ପରିବର୍ତ୍ତନ କରିବାକୁ ବ୍ୟାପକ ଅନିୟମିତତା ଏବଂ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି। ପ୍ରଥମେ ଖାରଜ ଏବଂ ପରେ ମୋଟା ଅଙ୍କର ଅର୍ଥ ନିଆଯାଇ ମାମଲାକୁ ମଞ୍ଜୁର କରାଯାଇଥିବା ଯାଜପୁର ରୋଡର ଜଣେ ଓକିଲ କିଶୋର ଚନ୍ଦ୍ର ସେନାପତି ମୁଖ୍ୟମନ୍ତ୍ରୀ, କଟକ କେନ୍ଦ୍ରାଞ୍ଚଳ ଆରଡିସି, ରାଜ୍ୟ ରାଜସ୍ବ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଅଭିଯୋଗ ଆଧାରରେ ଆରଡିସିଙ୍କ କାର୍ଯ୍ୟାଳୟରୁ ୧୪ା୧୦ା୨୦୨୨ରେ ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ତଦନ୍ତ କରି ଫେରି ଯାଇଥିବା ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ ବ୍ୟାସନଗର ତହସିଲ ଅନ୍ତର୍ଗତ କୋପଣ୍ଡ ମୌଜାର ଖାତା ନମ୍ବର ୫୪୨/୬୯୩, ପ୍ଲଟ ନମ୍ବର ୧୭୦୯, କିସମ ଶାରଦ-୨, ୦.୨୬୫ ଡେସିମିଲ ଜମିକୁ ଘରବାଡ଼ି ଜମି ଭାବେ ପରିବର୍ତ୍ତନ କରିବାକୁ ୨୮ା୧୨ା୨୦୨୧ରେ ଆବେଦନ ହୋଇଥିଲା। ଏନେଇ ବ୍ୟାସନଗର ତହସିଲରେ ୯୧୪୩/ ୨୦୨୧ରେ ଏକ ମ୍ୟୁଟେଶନ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଉପରେ କଣ୍ଟାଝରି ରାଜସ୍ବ ନିରୀକ୍ଷକ କାଟେ ପୂର୍ତ୍ତି ୧୪ା୩ା୨୦୨୨ରେ ତଦନ୍ତ କରି ସର୍ବସାଧାରଣ ଚଳାଚଳ ନିମନ୍ତେ ପ୍ଲଟ ନମ୍ବର-୧୫୩୨(କିସମ-ଆଡି) ଉପରେ ଥିବା ମୋରମ ରାସ୍ତା ଉକ୍ତ ପ୍ଲଟକୁ ସଂଯୋଗ କରୁଛି। ତେଣୁ ଉକ୍ତ ମାମଲାର କିସମ ପରିବର୍ତ୍ତନ ପାଇଁ ବିଚାର ନିମନ୍ତେ ତହସିଲଦାରଙ୍କ ନିକଟରେ ସେ ରିପୋର୍ଟ ଦାଖଲ କରିଥିଲେ। ୧୮ା୪ା୨୦୨୨ରେ ତହସିଲଦାର ଉକ୍ତ ମାମଲାର ବିଚାର କରି ଜମି ସ୍ଥାନକୁ ଚଳାଚଳ ରାସ୍ତା ନ ଥିବା ଦର୍ଶାଇ ତାକୁ ଖାରଜ କରି ଦେଇଥିଲେ। ଏହାପରେ ୧୩ା୬ା୨୦୨୨ରେ ବିଭିନ୍ନ କାରଣ ଦର୍ଶାଇ ପୁଣି ସେହି ଜମି ପରିବର୍ତ୍ତନ ମାମଲାକୁ ମଞ୍ଜୁର କରିଥିଲେ। ଅଭିଯୋଗକାରୀ ସେନାପତି ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ଜମି ପରିବର୍ତ୍ତନ ମାମଲାକୁ ତହସିଲଦାର ଯଦି ଥରେ ଖାରଜ କରି ଦେଇଛନ୍ତି, ତେବେ ସେହି ଅଧିକାରୀଙ୍କ ଆଉ ଉକ୍ତ ମାମଲାକୁ ମଞ୍ଜୁର କରିବାର ଅଧିକାର ନାହିଁ। ଏହାସହ ସମ୍ପୃକ୍ତ ତହସିଲଦାର ୮(ଏ) ଓଏଲ୍‌ଆର୍‌ ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରିଛନ୍ତି। ଜମି ମ୍ୟାପ୍‌ରେ ଉକ୍ତ ଜମିକୁ ରାସ୍ତା ନ ଥିବାରୁ ତହସିଲଦାର ଚାଷ ଜମିକୁ ଘରବାଡ଼ି ଜମିରେ ପରିବର୍ତ୍ତନ କରି ପାରିବେ ନାହିଁ। ଏହିପରି ଭାବରେ ବ୍ୟାସନଗର ତହସିଲ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କଠାରୁ ଲାଞ୍ଚ ନେବାକୁ ଏକାଧିକ ମ୍ୟୁଟେଶନ ମାମଲାକୁ ଖାରଜ କରାଯାଇଛି। ୨୦ା୪ା୨୦୨୨ ରୁ ୨୮ା୪ା୨୦୨୨ ମଧ୍ୟରେ କମ୍ପ୍ୟୁଟରରେ ବୈଷୟିକ ତ୍ରୁଟି ଦର୍ଶାଇ ଏଭଳି କରାଯାଇଥିବା ଅଭିଯୋଗରେ କୁହାଯାଇଛି। ଆରଡିସି ପକ୍ଷରୁ ଏହି ମାମଲାର ତଦନ୍ତ କରାଯାଇଥିବାବେଳେ କେବେ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ସମୟ ହିଁ କହିବ ବୋଲି ଅଭିଯୋଗକାରୀ କହିଛନ୍ତି। ଏ ସଂକ୍ରାନ୍ତରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବରକୁ ସୋମବାର ସନ୍ଧ୍ୟା ସମୟରେ ଏକାଧିକ ଥର ଫୋନ କଲ କରିଥିଲେ ବି ସେ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri