ଶୀତ ମହୋତ୍ସବ ପାଇଁ ବସିଲା ପ୍ରଥମ ବୈଠକ: ମୁଖ୍ୟମନ୍ତ୍ରୀଙ୍କୁ ଅତିଥି ଭାବେ କରାଯିବ ନିମନ୍ତ୍ରଣ, ଜାଣନ୍ତୁ କ’ଣ ସବୁ ହେଲା ଆଲୋଚନା

ଦାରିଙ୍ଗବାଡି, ୬।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ଗୁରୁବାର ଅପରାହ୍ନରେ ଶୀତ ମହୋତ୍ସବ ନ ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶୀତ ମହୋତ୍ସବ କମିଟିର ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମର ପ୍ରଧାନ, ତହସିଲଦାର ଧୀରୋଜ ପାତ୍ର, ଆଇଆଇଆସି ଜୟନ୍ତ କୁମାର ସେଠି, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଜାକେଶ ସାମନ୍ତରାୟ, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, ଜିଲାପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହିଥିଲେ। ଗତ ଶୀତ ମହୋତ୍ସବ ଭଳି ଚଳିତ ବର୍ଷ ଏହି ମହୋତ୍ସବକୁ ଆହୁରି ଆଡମ୍ବର ଭାବେ ପାଳନ କରାଯିବାକୁ ପ୍ରାଥମିକ ଭାବେ ଆଲୋଚନାରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ଶୀତ ମହୋତ୍ସବ ଗତ ୨୦୧୫ରେ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ଭାବେ ଆରମ୍ଭ ହୋଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଏହା ଆଉ ରାଜ୍ୟସ୍ତରୀୟ ଭାବେ ପାଳନ କରାଯାଇପାରିନଥିଲା । ତେଣୁ ବ୍ଲକ, ଜିଲା ଏବଂ ସ୍ଥାନୀୟ ବିଭିନ୍ନ ସଂଗଠନର ପ୍ରଚେଷ୍ଟାରେ ଏହି ମହୋତ୍ସବ ପାଳନ କରି ଆସୁଛି । ଏହା ଆରମ୍ଭ ହେବାର ଏକ ଦଶନ୍ଧି ବିତିଯାଇଛି । ତେଣୁ ଚଳିତ ବର୍ଷ ଏହି ମହୋତ୍ସବକୁ ପୁଣି ରାଜ୍ୟସ୍ତରୀୟ ମାନ୍ୟତା ଦେବାକୁ ବୈଠକରେ ସରକାରଙ୍କୁ ଅବଗତ କରାଇବାକୁ ନିଷ୍ପତ୍ତି ହୋଇଛି। ଦୀର୍ଘ ବର୍ଷ ହେଲା ଏହି ଦିବସପାଳନ କରାଯାଉଥିବାରୁ ଏହା ରାଜ୍ୟସ୍ତରୀୟ ମାନ୍ୟତା ପାଇବାର ଅଧିକାର ବୋଲି ବରିଷ୍ଠ ନାଗରିକ ସଙ୍ଘର ସଭାପତି ରମେଶ ଚନ୍ଦ୍ର ସାହୁ କହିଥିଲେ। ସେହିପରି ଏହି ମହୋତ୍ସବରେ ପ୍ରଥମ ଦିନ ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମୁଖ୍ୟ ଅତିଥିଭାବେ ନିମନ୍ତ୍ରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ଏହି ଶୀତ ମହୋତ୍ସବରେ କ’ଣ ତ୍ରୁଟି ରହିଛି ଓ ତାକୁ କିଭଳି ସଂଶୋଧନ କରାଯାଇପାରିବ ସେନେଇ ଆଲୋଚନା କରାଯାଇଛି । ସେହିପରି ଶୀତ ମହୋତ୍ସବ ପୂର୍ବରୁ ଦାରିଙ୍ଗବାଡିର ପରିବେଶ ଓ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଞ୍ଚଳର କଳାକାରଙ୍କୁ ଅଗ୍ରାଧିକାର ଦିଆଯିବାକୁ ଆଲୋଚନା ହୋଇଛି। ଏହାସହ ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ କଳାକାରଙ୍କୁ ଆଣିବାକୁ ଆଲୋଚନା କରାଯାଇଛି। ସେହିପରି ଏହି ମହୋତ୍ସବ ପାଇଁ ଆବଶ୍ୟକ ଅନୁଦାନ ପାଇଁ ଜିଲାଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଅନୁଦାନ ପାଇଁ ନିବେଦନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ୨୦୨୫/୨୦୨୬ ବର୍ଷ ଏହି ମହୋତ୍ସବ ପାଳନ ପାଇଁ ଆସନ୍ତା ଜାନୁଆରୀରେ ପୂର୍ବ ନିର୍ଦ୍ଧାରିତ ଦିନରେ କରାଯିବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ,ଯୁବନେତା ହରେନ କୁମାର ସାହୁଙ୍କ ସମେତ ମିଟୁ ସାହୁ, ଆଇନଜୀି ପ୍ରଦୀପ ସାହୁ, ଲେଙ୍କା ପ୍ରଧାନ,ଜୟ ପଡ୍ରା, ପତିତପାବନ ରାଉତ, ଦିଲୀପ ସାହୁ, ସନ୍ତୋଷ ସାହୁ, ପ୍ରଭାକର ସାହୁ, ମଣ୍ଟୁ ସାହୁ, ସବୁଜ ବୈଦ୍ୟ ସଂଗଠନର ସମ୍ପାଦକ ଦିନବନ୍ଧୁ ମହାରଣା, ପ୍ରଶାନ୍ତ ସାହୁ, ଅରୁଣ ପ୍ରଧାନ, ମୁନା ସାହୁ,ଜାଗୃତିର ରତିକାନ୍ତ ପଟ୍ଟନାୟକ, ଅନ୍ତରଙ୍ଗ ଯୁବ ମହାସଙ୍ଘର ଧନେଶ୍ୱର ସାହୁ ଉପସ୍ଥିତ ଥିଲେ।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?