ପ୍ରଥମ ଦେଖାରେ ଶଟ୍‌ଲେସ୍‌ ସଲମାନଙ୍କୁ ଦେଖି ହସ ରୋକି ପାରି ନ ଥିଲେ କଟ୍ରିନା, ସ୍ତବ୍ଧ ହୋଇଯାଇଥିଲେ…

ବମ୍ବେ: ବଲିଉଡ୍‌ର ଅନ୍ୟତମ ହିଟ୍‌ଯୋଡିଙ୍କ ମଧ୍ୟରୁ ସଲମାନ ଖାନ-କଟ୍ରିନା ଅନ୍ୟତମ। ଉଭୟ ରିଲ୍‌ ଏବଂ ରିଅଲ୍‌ ଲାଇଫ୍‌ରେ ରୋମାନ୍ସ କରିଥିବା କଥା ସମସ୍ତେ ଜାଣନ୍ତି। ରିଲ୍‌ରେ ପ୍ରେମ ଏବେ ବି ଜାରି ରହିଥିବା ବେଳେ ରିଅଲ୍‌ ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହାସତ୍ତ୍ୱେ କଟ୍ରିନାଙ୍କୁ ଜଣେ ଭଲ ବନ୍ଧୁ ଭାବେ ଦେଖନ୍ତି ସଲମାନ୍‌।

ପରଦାରେ ସଲମାନ-କଟ୍ରିନା ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ‘ଯୁବରାଜ, ମେନେ ପ୍ୟାର କ୍ୟୁ କିଆ, ଏକ ଥା ଟାଇଗର, ଟାଇଗର ଜିନ୍ଦା ହେ ଏବଂ ଭାରତ’ ଭଳି ଫିଲ୍ମରେ ଉଭୟଙ୍କ ଯୋଡ଼ିକୁ ଦର୍ଶକ ଶହେରୁ ଶହେ ମାର୍କ ଦେଇଥିଲେ। ସ୍କ୍ରିନ୍‌ରେ ରୋମାଣ୍ଟିକ ଭାବେ ଉଭୟଙ୍କ ଭେଟ ହେଉଥିବା ବେଳେ ବାସ୍ତବରେ ସେମାନଙ୍କ ଭେଟ ସିନେମା କାହାଣୀଠାରୁ କମ୍‌ ନୁହେଁ।

କଟ୍ରିନା ସଲମାନଙ୍କୁ ଭେଟିବା ପଛରେ କାରଣଟି ହେଲେ ଭଉଣୀ ଅଲବୀରା। କଟ୍ରିନା ଅଲବୀରାଙ୍କ ଭଲ ବନ୍ଧୁ। ସଲମାନଙ୍କ ଜନ୍ମଦିନ ପାର୍ଟିରେ କଟ୍ରିନା ନିମନ୍ତ୍ରିତ ଅତିଥି ଥିଲେ। ହେଲେ ସଲମାନ ତାହା ଜାଣି ନ ଥିଲେ। କଟ୍ରିନା ଘରେ ପହଞ୍ଚିବା ପରେ ସଲମାନ ଗାଧୋଉଥିଲେ। ସେ ଅପେକ୍ଷା କରିଥିବା ବେଳେ ବାଥରୁମ୍‌ରୁ ଶଟ୍‌ଲେସ୍‌ ଅବସ୍ଥାରେ ବାହାରୁଥିବା ଦେଖି ହସ ରୋକିପାରି ନ ଥିଲେ। ଅପରପକ୍ଷେ କଟ୍ରିନାଙ୍କୁ ଦେଖି ସ୍ତବ୍ଧ ହୋଇଯାଇଥିଲେ ସଲମାନ। କାରଣ ସେ ବେଶ୍‌ ସୁନ୍ଦର ଲାଗୁଥିଲେ। ଏହାପରେ କଟ୍ରିନାଙ୍କୁ ଫିଲ୍ମ ଦୁନିଆକୁ ଆଣିବାକୁ ସେ ନିଶ୍ଚିତ କରିଥିଲେ। ଶେଷରେ ତାହା ହିଁ ହୋଇଥିଲା। ଉଭୟ ଏକାଧିକ ଫିଲ୍ମରେ କାମ କରିଥିବା ବେଳେ ଆଗାମୀ ଦିନରେ ଅନେକ ଫିଲ୍ମ ଆସିବାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri