ପ୍ରଥମ ଦେଖାରେ ଶଟ୍‌ଲେସ୍‌ ସଲମାନଙ୍କୁ ଦେଖି ହସ ରୋକି ପାରି ନ ଥିଲେ କଟ୍ରିନା, ସ୍ତବ୍ଧ ହୋଇଯାଇଥିଲେ…

ବମ୍ବେ: ବଲିଉଡ୍‌ର ଅନ୍ୟତମ ହିଟ୍‌ଯୋଡିଙ୍କ ମଧ୍ୟରୁ ସଲମାନ ଖାନ-କଟ୍ରିନା ଅନ୍ୟତମ। ଉଭୟ ରିଲ୍‌ ଏବଂ ରିଅଲ୍‌ ଲାଇଫ୍‌ରେ ରୋମାନ୍ସ କରିଥିବା କଥା ସମସ୍ତେ ଜାଣନ୍ତି। ରିଲ୍‌ରେ ପ୍ରେମ ଏବେ ବି ଜାରି ରହିଥିବା ବେଳେ ରିଅଲ୍‌ ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହାସତ୍ତ୍ୱେ କଟ୍ରିନାଙ୍କୁ ଜଣେ ଭଲ ବନ୍ଧୁ ଭାବେ ଦେଖନ୍ତି ସଲମାନ୍‌।

ପରଦାରେ ସଲମାନ-କଟ୍ରିନା ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ‘ଯୁବରାଜ, ମେନେ ପ୍ୟାର କ୍ୟୁ କିଆ, ଏକ ଥା ଟାଇଗର, ଟାଇଗର ଜିନ୍ଦା ହେ ଏବଂ ଭାରତ’ ଭଳି ଫିଲ୍ମରେ ଉଭୟଙ୍କ ଯୋଡ଼ିକୁ ଦର୍ଶକ ଶହେରୁ ଶହେ ମାର୍କ ଦେଇଥିଲେ। ସ୍କ୍ରିନ୍‌ରେ ରୋମାଣ୍ଟିକ ଭାବେ ଉଭୟଙ୍କ ଭେଟ ହେଉଥିବା ବେଳେ ବାସ୍ତବରେ ସେମାନଙ୍କ ଭେଟ ସିନେମା କାହାଣୀଠାରୁ କମ୍‌ ନୁହେଁ।

କଟ୍ରିନା ସଲମାନଙ୍କୁ ଭେଟିବା ପଛରେ କାରଣଟି ହେଲେ ଭଉଣୀ ଅଲବୀରା। କଟ୍ରିନା ଅଲବୀରାଙ୍କ ଭଲ ବନ୍ଧୁ। ସଲମାନଙ୍କ ଜନ୍ମଦିନ ପାର୍ଟିରେ କଟ୍ରିନା ନିମନ୍ତ୍ରିତ ଅତିଥି ଥିଲେ। ହେଲେ ସଲମାନ ତାହା ଜାଣି ନ ଥିଲେ। କଟ୍ରିନା ଘରେ ପହଞ୍ଚିବା ପରେ ସଲମାନ ଗାଧୋଉଥିଲେ। ସେ ଅପେକ୍ଷା କରିଥିବା ବେଳେ ବାଥରୁମ୍‌ରୁ ଶଟ୍‌ଲେସ୍‌ ଅବସ୍ଥାରେ ବାହାରୁଥିବା ଦେଖି ହସ ରୋକିପାରି ନ ଥିଲେ। ଅପରପକ୍ଷେ କଟ୍ରିନାଙ୍କୁ ଦେଖି ସ୍ତବ୍ଧ ହୋଇଯାଇଥିଲେ ସଲମାନ। କାରଣ ସେ ବେଶ୍‌ ସୁନ୍ଦର ଲାଗୁଥିଲେ। ଏହାପରେ କଟ୍ରିନାଙ୍କୁ ଫିଲ୍ମ ଦୁନିଆକୁ ଆଣିବାକୁ ସେ ନିଶ୍ଚିତ କରିଥିଲେ। ଶେଷରେ ତାହା ହିଁ ହୋଇଥିଲା। ଉଭୟ ଏକାଧିକ ଫିଲ୍ମରେ କାମ କରିଥିବା ବେଳେ ଆଗାମୀ ଦିନରେ ଅନେକ ଫିଲ୍ମ ଆସିବାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri