ପ୍ରଥମ ରୋଜଗାର: ବାପାଙ୍କ ପୁରୁଣା ସାଇକେଲକୁ ମରାମତି କରିଥିଲି

ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କଣ୍ଟିଗଡ଼ିଆ ଗାଁରେ ମୋ ଜନ୍ମ। ଆର୍ଥିକ ଦୁରବସ୍ଥା ଯୋଗୁ ମୋ ବାପା ଗୋପୀନାଥ ଜେନା ଉଚ୍ଚଶିକ୍ଷା ଲାଭ କରିପାରି ନ ଥିଲେ। ଯେତିକି ପଢିଥିଲେ ସେଥିରେ ଟ୍ୟୁଶନ କରି ମୋତେ ଆଉ ମୋ ସାନଭାଇକୁ ମଣିଷ କରିବାକୁ ସେ ତାଙ୍କ ଚେଷ୍ଟା ଜାରି ରଖିଥିଲେ। ଆମେ କେମିତି ସରକାରୀ ଶିକ୍ଷକ ଚାକିରି ପାଉ ସେଇଟା ହିଁ ଥିଲା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ସେଥିପାଇଁ ଗାଁ ହାଇସ୍କୁଲ୍‌ରୁ ମାଟ୍ରିକ ଏବଂ ବାବା ଭୈରବାନନ୍ଦ ମହାବିଦ୍ୟାଳୟରୁ ଯୁକ୍ତ୨ ପାସ୍‌ କରିବା ପରେ ବାପା ମୋ ନଁା ଛତିଆଠାରେ ଥିବା ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟରେ ଲେଖାଇ ଦେଇଥିଲେ। ସଂସ୍କୃତରେ ବାପାଙ୍କର ଯେହେତୁ ଭଲ ଜ୍ଞାନ ଥିଲା ସେଥିପାଇଁ ସେ ଚାହୁଁଥିଲେ ମୁଁ ବି ସଂସ୍କୃତ ଅନର୍ସରେ ଗ୍ରାଜୁଏଶନ୍‌ ପାସ୍‌ କରେ। କିନ୍ତୁ ଆଡ୍‌ମିଶନର ଦୁଇମାସ ପରେ ସିଟି ଟ୍ରେନିଂ ପାଇଁ ଆବେଦନ ଫର୍ମ ବାହାରିବାରୁ ବାପା ସେଥିରେ ମୋର ଆପ୍ଲାଏ କରିଦେଲେ। ଯୋଗକୁ ପ୍ରଥମ ସିଲେକ୍‌ଶନ୍‌ରେ ମୋ ନଁା ଖୋର୍ଦ୍ଧା ଶିକ୍ଷକ ତାଲିମ ପ୍ରତିଷ୍ଠାନ ପାଇଁ ଆସିଯିବାରୁ ମୁଁ ଛତିଆ କଲେଜରୁ ଟି.ସି. ନେଇ ଖୋର୍ଦ୍ଧାରେ ଥିବା ଜୟୀ ରାଜଗୁରୁ ଛାତ୍ରାବାସରେ ରହି ପଢିଲି। ଛାତ୍ରାବାସରେ ରହିବା, ଖାଇବା ଖର୍ଚ୍ଚ ସାଙ୍ଗକୁ ମୋ ହାତଖର୍ଚ୍ଚ ପାଇଁ ବାପାଙ୍କୁ ପ୍ରତିମାସରେ ପ୍ରାୟ ଦୁଇ ହଜାର ଟଙ୍କା ଦେବାକୁ ପଡୁଥିଲା। ସ୍ବଳ୍ପ ରୋଜଗାରରେ ଘରକଥା ବୁଝିବା ସହ ମୋତେ ମଣିଷ କରିବା ପାଇଁ ବାପାଙ୍କୁ ଯେ କେତେ କଷ୍ଟ ସହିବାକୁ ପଡୁଥିଲା ତାହା ମୁଁ ଠିକ୍‌ ବୁଝି ପାରୁଥିଲି। ନିଜ ପାଇଁ ନୂଆ ପୋଷାକ କି ପାଦକୁ ହଳେ ଚପଲ ନ କିଣି ସେ ମୋ ପାଇଁ ସବୁ ସୁବିଧା ଖଞ୍ଜି ଦେଉଥିଲେ; ଯେମିତି ମୋର କିଛି ଅସୁବିଧା ନ ହେବ। ଯାହାହେଉ ତାଙ୍କରି ଆଶୀର୍ବାଦରୁ ଫାଷ୍ଟ କ୍ଲାସ୍‌ରେ ସିଟି ପାସ୍‌ କରି ମୁଁ ଘରକୁ ଫେରିଲି। ଚାକିରି ବାହାରି ନ ଥିବାରୁ ମୋ ସମୟ ଯେମିତି ଅଯଥାରେ ନ କଟୁ ସେଥିଯୋଗୁ ବାପା ମୋ ଲାଗି ଟ୍ୟୁଶନ ବୁଝି ଦେଇଥିଲେ। ୪ର୍ଥ ଶ୍ରେଣୀରେ ପଢୁଥିବା ଛାତ୍ରଟିକୁ ମାସେ ଟ୍ୟୁଶନ କରିବା ପରେ ୫୦୦ ଟଙ୍କା ପାରିଶ୍ରମିକ ପାଇଥିଲି; ଯାହାକି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ଘରେ ବାପାଙ୍କର ଗୋଟେ ପୁରୁଣା ସାଇକେଲ୍‌ ଥିଲା; ଯାହାକୁ ମୁଁ ବହୁବାର ଚଲେଇଛି। ସାଇକେଲ୍‌ଟି କେବଳ ବାପାଙ୍କର ଟ୍ୟୁଶନ ଯିବାଆସିବାରେ ବ୍ୟବହାର ହେଉ ନ ଥିଲା ଘରର ସଉଦାପତ୍ର ହେଉ କି ରୋଷେଇ ପାଇଁ ଜାଳ ସଂଗ୍ରହ କରିବା ହେଉ ସବୁ ମୂଳରେ ସେହି ସାଇକେଲର ଭୂମିକା ଯଥେଷ୍ଟ ରହୁଥିଲା। ସେହି ସାଇକେଲ୍‌ଟି ଭାଙ୍ଗି ଯାଇଥିବାର ଦେଖି ମୋ ମନ କଷ୍ଟ ହେଲା। ସଙ୍ଗେ ସଙ୍ଗେ ସାଇକେଲ୍‌କୁ ଧରି ମେକାନିକ୍‌ ପାଖକୁ ଗଲି। ସାଇକେଲ୍‌କୁ ଦେଖି ସେ ନୂଆ ଟିଉ, ଟାୟାର୍‌ ସହ ଯାହା ଯାହା ପାଟର୍‌ସ ଲେଖିଦେଲା ସବୁ କିଣି ଆଣି ତାକୁ ଦେଇ ଅଏଲିଙ୍ଗ୍‌ କରିବାକୁ କହିଦେଲି। ଅଏଲିଙ୍ଗ୍‌ ପରେ ମୁଁ ନିଜେ ବାଲି କାଗଜରେ ଘସି ନୀଳ ରଙ୍ଗ ଦେବା ଦ୍ୱାରା ସାଇକେଲଟି ପୁଣି ନୂଆ ଦେଖାଗଲା। ବାପା ଭାରି ଖୁସି ହେଲେ। ଏମିତି କିଛିଦିନ ଯିବା ପରେ ୨୦୧୧ ମସିହା ମାର୍ଚ୍ଚ ୨୩ରେ ଧର୍ମଶାଳା ବ୍ଲକର ଡିହ ନରସିଂହପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସହାୟକ ଭାବେ ମୋତେ ନିଯୁକ୍ତି ମିଳିଲା। ଚାକିରିର ପ୍ରଥମ ଦରମା ୩୫୨୦ଟଙ୍କାକୁ ବାପାଙ୍କ ହାତରେ ଦେଇଥିଲି। ବାପା ତାକୁ ଗାଁ ଶିବମନ୍ଦିର କାମରେ ଲଗାଇଥିଲେ। କିଛିଦିନ ଚାକିରି କରିବା ପରେ ଡିଷ୍ଟାନ୍ସରେ ଭୁବନେଶ୍ୱରସ୍ଥ ଡିଡିସିଇରେ ସଂସ୍କୃତ ଅନର୍ସ ରଖି ଯୁକ୍ତ ତିନ ପଢି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲି। ତା’ପରେ ପୁରୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ସାହିତ୍ୟ ଆଚାର୍ଯ୍ୟ ଅର୍ଥାତ୍‌ ସଂସ୍କୃତରେ ପିଜି କରି ସେଥିରେ ମଧ୍ୟ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲି। ବର୍ତ୍ତମାନ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶଙ୍ଖ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ରୂପେ କାର୍ଯ୍ୟରତ। ଶିକ୍ଷକତା ବାଦ୍‌ ମୁଁ ଶିଶୁ ଗପ, ଶିଶୁ କବିତା, ପ୍ରବନ୍ଧ, ସ୍ତମ୍ଭ, ଭଜନ ତଥା ଗାଁରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ନାଟକର ଟାଇଟଲ୍‌ ଗୀତ ବି ଲେଖାଲେଖି କରିଥାଏ। ଦିନେ ପାଲାଗାୟକ ଭାବେ ବାପାଙ୍କର ଖୁବ୍‌ ନଁା ଥିଲା। କିନ୍ତୁ ପାରିବାରିକ ଜଞ୍ଜାଳ ଯୋଗୁ ସେ ବେଶି ଦିନ ପାଲା ଗାଇ ପାରିଲେ ନାହିଁ। ହୁଏତ ତାଙ୍କର ସେହି କଳାରୁ କିଞ୍ଚତ୍ତ୍‌ ମୋ ଭିତରେ ରହିଯାଇଛି; ଯେଉଁଥିପାଇଁ ମୋର ଲେଖାଲେଖିର ଧାରା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?