Posted inଜାତୀୟ

ଗର୍ଭାଶୟ କର୍କଟ ପାଇଁ ପ୍ରଥମ ସ୍ବଦେଶୀ ଟିକାର ଗୁରୁବାର ଶୁଭାରମ୍ଭ…

ନୂଆଦିଲ୍ଲୀ, ୩୧।୮ : ଗର୍ଭାଶୟ କର୍କଟ ବିରୋଧରେ ଭାରତ ପ୍ରଥମ ସ୍ବଦେଶୀ ଟିକା ପାଇବାକୁ ଯାଉଛି। ଏହା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ବାୟୋଟେକ୍ନୋଲୋଜି ବିଭାଗ ଦ୍ୱାରା ସେପ୍ଟେମ୍ବର ୧ରେ ଶୁଭାରମ୍ଭ ହେବ। ସରକାରୀ ସୂତ୍ର ଅନୁଯାୟୀ, ଭାରତର ପ୍ରଥମ ସ୍ବଦେଶୀ ଟିକା କ୍ୱାଡ୍ରିଭେଲେଣ୍ଟ ହ୍ୟୁମାନ ପାପିଲୋମାଭାଇରସ ଟିକା (କ୍ୟୁଏଚପିଭି)ର ଗୁରୁବାର ଶୁଭାରମ୍ଭ କରାଯିବ।

ଏହି ଟିକା ୯ ରୁ ୧୪ ବର୍ଷ ବୟସର ବାଳିକାମାନଙ୍କୁ ଦିଆଯାଇପାରେ। ପ୍ରଥମେ ଏହି ଟିକା କେବଳ ବାଳିକାମାନଙ୍କୁ ଦିଆଯିବ। କିନ୍ତୁ ପରେ ଏହା ବାଳକମାନଙ୍କୁ ମଧ୍ୟ ଦିଆଯିବ। ଦେଶରେ ଟିକା ପ୍ରସ୍ତୁତ କରାଯାଉଥିବାରୁ ଏହାର ମୂଲ୍ୟ ଏକ ବଡ଼ ପ୍ରତିବନ୍ଧକ ହେବ ନାହିଁ।

ଦେଶରେ ବର୍ତ୍ତମାନ ଦୁଇଟି ଏଚପିଭି ଟିକା ଅଛି, ଯାହା ବିଦେଶୀ କମ୍ପାନୀ ଦ୍ୱାରା ନିର୍ମିତ । ଏହି ଟିକାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଗାର୍ଡାସିଲ, ଯାହା ମର୍କ ଦ୍ୱାରା ନିର୍ମିତ ହୋଇଥିବାବେଳେ ଅନ୍ୟଟି ହେଉଛି ସର୍ଭାରିକ୍ସ, ଯାହା ଗ୍ଲାକ୍ସୋ ସ୍ମିଥକାଇନ ଦ୍ୱାରା ନିର୍ମିତ। ବଜାରରେ ଏଚପିଭି ଟିକା ମୂଲ୍ୟ ପ୍ରାୟ ୨ ହଜାର ରୁ ୩ ହଜାର ଟଙ୍କା ରହିଛି। ଆଶାକରା ଯାଉଛି ଯେ ସେରମ ଏହି ସେଗମେଣ୍ଟରେ ପ୍ରବେଶ କଲାବେଳେ ଟିକାର ଦାମ୍‌ ହ୍ରାସ ପାଇବ। ଏହି ଟିକାକୁ ସରକାରଙ୍କ ଜାତୀୟ ଟିକାକରଣ ଅଭିଯାନରେ ଅନ୍ତର୍ଭୁକ୍ତ କରି ମହିଳାଙ୍କ ଗର୍ଭାଶୟ କର୍କଟ ସମସ୍ୟାକୁ ହ୍ରାସ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି କୁହାଯାଉଛି।

ଏଚପିଭି କେନ୍ଦ୍ରର ସଦ୍ୟତମ ଆକଳନ ଅନୁଯାୟୀ, ଭାରତରେ ପ୍ରତିବର୍ଷ ଏକ ଲକ୍ଷ ୨୩ ହଜାରରୁ ଅଧିକ ମହିଳା ଏହି କର୍କଟ ସମସ୍ୟାର ଶିକାର ହୁଅନ୍ତି ଏବଂ ଏଥିରୁ ୭୭ ହଜାରରୁ ଅଧିକ ମହିଳାଙ୍କର ମୃତ୍ୟୁ ଘଟିଥାଏ। ଉପଲବ୍ଧ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ପ୍ରାୟ ପାଞ୍ଚ ପ୍ରତିଶତ ମହିଳା ଏହି ସମସ୍ୟାରେ ପୀଡିତ ଅଛନ୍ତି। ପ୍ରାୟ ୮୩ ପ୍ରତିଶତ ଗର୍ଭାଶୟ କର୍କଟରେ ଏଚପିଭି ୧୬ କିମ୍ବା ୧୮ ସଂକ୍ରମଣ ଦ୍ୱାରା ହୋଇଥାଏ। ଏଚପିଭି ସଂକ୍ରମଣ ହେଉଛି ଗର୍ଭାଶୟ କର୍କଟର ମୁଖ୍ୟ କାରଣ। ସମଗ୍ର ବିଶ୍ୱରେ ପ୍ରାୟ ୭୦ ପ୍ରତିଶତ ଗର୍ଭାଶୟ କର୍କଟ ଏହା ଯୋଗୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri