ପ୍ରାପ୍ୟ ବଦଳରେ ମାଡ଼, ବନ୍ଧା ହେଲେ ବ୍ୟବସାୟୀ

କୋଲାବିରା,୩୧।୮(ଡି.ଏନ.ଏ.): ପ୍ରାପ୍ୟ ଦେବା ବଦଳରେ ମାଡ଼ ମାରି ଜଣେ ବ୍ୟବସାୟୀ ଗିରଫ ହୋଇଛନ୍ତି। ଏଭଳି ଘଟଣା ଘଟିଛି କୋଲାବିରା ଥାନା ସୋଢାମାଲ ପଞ୍ଚାୟତର ଅମନାପାଲି ଗ୍ରାମରେ। ଅମନାପାଲି ଗ୍ରାମର ଜିବର୍ଦ୍ଧନ ସାହୁ (ଜୀବନ) ପେଶାରେ ଜଣେ ବ୍ୟବସାୟୀ। ତାଙ୍କର ରାଶନ ଦୋକନଠୁ ଆରମ୍ଭ କରି ଧାନ ଓ ଅନ୍ୟ ବ୍ୟବସାୟ ରହିଛି। ତାଙ୍କ ନିକଟରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ଗ୍ରାମର ମହିଳା ସମ୍ବାରୀ କାଲୋ, ଦେଢସୁର ନରେନ କାଲୋ ଓ ବଡ ପୁଅ ବିଜୁ କାଲୋ ସୋମବାର ଜୀବନଙ୍କ ନିକଟକୁ ଯାଇଥିଲେ। ମାତ୍ର ପ୍ରାପ୍ୟ ପ୍ରଦାନ ନ କରି ଜୀବନ ସେମାନଙ୍କୁ ଗାଳି କରିବା ସହିତ ଜାତିଆଣ ଆକ୍ଷେପ କରି ମାଡ ମାରିଥିଲେ। ଏଥିରେ ବୃଦ୍ଧ ନରେନଙ୍କ ହାତ ଭାଙ୍ଗିଥିବାବେଳେ ସମ୍ବାରୀ ଓ ବିଜୁ ଆହତ ହୋଇଛନ୍ତି। ଏ ସଂକ୍ରାନ୍ତରେ ସମ୍ବାରୀ କୋଲାବିରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆହତଙ୍କୁ ଚିକିତ୍ସା ପାଇଁ ପ୍ରଥମେ କୋଲାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। କୋଲାବିରା ଥାନାଧିକାରୀ ସୁକୁମାର ତ୍ରିପାଠୀ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାଳକୃଷ୍ଣ କହର ସରଜମିନ ତଦନ୍ତ କରିଥିଲେ। ଏ ନେଇ ପୋଲିସ ଆଇପିସି ୩୪୧, ୨୯୪, ୩୨୩, ୩୨୫, ୨୫୪(ବି) ଦଫାରେ ମାମଲା (ନଂ.୧୨୨/୨୨) ରୁଜୁ କରି ଅଭିଯୁକ୍ତ ଜିବର୍ଦ୍ଧନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମରାମତି ହେଉନି ପାଇପ୍‌ ଲାଇନ୍‌:ବରିଡିହି ଗ୍ରାମବାସୀ ପାନୀୟ ଜଳରୁ ବଞ୍ଚିତ

ଖଣ୍ଡପଡ଼ା,୩୦ା୮(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରାଣୀପଡ଼ା ପଞ୍ଚାୟତସ୍ଥ ବିରିଡିହିରେ ଗତ ଏକ ମାସ ଧରି ପାଇପ୍‌ ଲାଇନ୍‌ ଖରାପ ହୋଇଯାଇଛି। ତେଣୁ ସମ୍ପ୍ରତି ବର୍ଷାଋତୁ ସମୟରେ ମଧ୍ୟ...

ରୁଗୁଡିପାଲି ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷିତ

ସୋନପୁର, ୬।୧(ନି.ପ୍ର.): ଗତବର୍ଷ ମୋ ନାତୁଣୀର ବାହାଘର ଠିକ୍‌ ହୋଇଥିଲା। ସେତେବେଳେ ତାକୁ ପ୍ରାୟ ୧୫ ବର୍ଷ ହୋଇଥିଲା। ଗାଁର ଅଙ୍ଗନଓ୍ବାଡି କର୍ମୀ ଗୀତାଞ୍ଜଳି ରଣା...

ନିରାଶ ହୋଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ତରବୋଡ/ନୂଆପଡ଼ା ଅଫିସ/ଖଡ଼ିଆଳ,୨୦।୨: ଟୋକନ ଲାପ୍ସ ଓ ବିଦ୍ୟୁତ୍‌ ସଂଯୋଗ କାଟିବାରୁ ମାନସିକ ଭାରସାମ୍ୟ ହରାଇ ଶୁକ୍ରବାର ନୂଆପଡା ଜିଲା ସିନାପାଲି ବ୍ଲକ ଧିଙ୍ଗିଆମୁଣ୍ଡା ଗ୍ରାମର ଚାଷୀ...

୫କି.ମି. ଖଟିଆରେ ବୁହା ହେଲେ ଗର୍ଭବତୀ

ଆର.ଉଦୟଗିରି,୧୫ା୯(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମ ପଞ୍ଚାୟତ କୁମୁଟିକଙ୍କାଳ ଗ୍ରାମକୁ ରାସ୍ତାଟିଏ ନ ଥିବାରୁ ପୁଣି ଜଣେ ଗର୍ଭବତୀଙ୍କୁ ଖଟିଆରେ ୫...

ସରପଞ୍ଚ ପ୍ରାର୍ଥୀଙ୍କ ଗୋଡ଼ ହାତ ଭାଙ୍ଗି ଦେଲେ

ଖଡ଼ିଆଳ,୧୯।୨: ରାଜନୈତିକ ଶତ୍ରୁତାକୁ ନେଇ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ କରି ଗୋଡ଼ ହାତ ଭାଙ୍ଗି ଫିଙ୍ଗି ଦିଆଯାଇଛି। ଏପରି ଏକ ଘଟଣା ଘଟିଛି...

ଡମ୍ପର ଧକ୍କାରେ ସାଇକେଲ ଆରୋହୀ ମୃତ

ଜଳେଶ୍ୱର, ୨୪।୧(ଡି.ଏନ.ଏ./ସ୍ବ.ପ୍ର)-ଜଳେଶ୍ୱର ଥାନା ଅନ୍ତର୍ଗତ ଧାନସିମୁଳିଆ ଛକରେ ଶୁକ୍ରବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଧାନସିମୁଳିଆ ଗ୍ରାମର ଅଜୟ ଭୂୟାଁଙ୍କ ମୃତ୍ୟୁ ଘଟିଛି। ଅଜୟ ସାଇକେଲରେ...

ଲକ୍‌ଡାଉନ୍‌ ନିୟମ ନମାନିବାରୁ ଦଣ୍ଡ: ଖୋର୍ଦ୍ଧାରେ ୩୬ ଗାଡ଼ି ଜବତ

ଖୋର୍ଦ୍ଧା ଅଫିସ,୨୪।୩: କୋଭିଡ-୧୯ ସହ ମୁକାବିଲା ନିମନ୍ତେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲାକୁ ସମ୍ପୂର୍ଣ୍ଣ ତାଲା ବନ୍ଦ ବା...

ମୌଳିକତା ହରାଇଛି ମୌଳିକ ବିଦ୍ୟାଳୟ

କେନ୍ଦ୍ରାପଡ଼ା ଅଫିସ, ୨।୧୨: ମାଧ୍ୟମିକସ୍ତରରେ ଗୁଣାତ୍ମକ ଶିକ୍ଷାର ବିକାଶ ଓ ଡ୍ରପ ଆଉଟ ରୋକିବାକୁ ରାଜ୍ୟର ସମସ୍ତ ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ କରାଯିବ ବୋଲି...

Advertisement
Archives

Model This Week