ଆଳିରେ ପ୍ରଥମ ବନ୍ୟା: ୧୫ରୁ ଊର୍ଦ୍ଧ୍ୱ ଗାଁ ଜଳବନ୍ଦୀ

ଆଳି,୫ା୮(ବନମାଳୀ ସେନାପତି ): ଆଳି ବ୍ଲକକୁ ଚତୁଃପାର୍ଶ୍ୱରେ ଘେରି ରହିଥିବା ବ୍ରାହ୍ମଣୀ, ଖରସ୍ରୋତା ଓ ଶାଖା କାଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ନଦୀ ଜଳସ୍ତର ବୃଦ୍ଧି ପାଇ ବ୍ଲକର ପେତପଡ଼ା ପଞ୍ଚାୟତର ପେତପଡ଼ା, ଖରଖରି, ବାରମାଣିଆ, ଠାକୁରପାଟଣା, କୋଳିଡିହ ପଞ୍ଚାୟତର ବିଜୟନଗର, ଚନ୍ଦନନଗର, ଦିନିଆରି, ଜାମୁଦଣ୍ଡା, ଇଛାପୁର, ତଅଁଳାଡିହା, ପତ୍ରପୁର ଓ ନରେନ୍ଦ୍ରପୁର ପଞ୍ଚାୟତର ଅନେକ ୱାର୍ଡରେ ବନ୍ୟାଜଳ ପଶି ଯାଇଥିବା ସୂଚନା ମିଳିଛି। ନଦୀରେ ବନ୍ୟା ଜଳ ଦେଖି ନଦୀକୂଳ ବର୍ତ୍ତୀ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଖରସ୍ରୋତା ଓ ଶାଖା କାଣୀ ନଦୀରେ ବନ୍ୟା ଆସିବା ଯୋଗୁ ଆଳି ଧୋୟାଞ୍ଚଳକୁ ଯୋଗାଯୋଗ ଠପ ହୋଇଯାଇଛି। ଆଳି ବ୍ଲକ ଧୋୟାଞ୍ଚଳକୁ ଗମନାଗମନ ନିମନ୍ତେ ଥିବା ମାନପୁର-ଗୋବିନ୍ଦପୁର ରାସ୍ତାର ମାନପୁର ଘୋଷରା ନିକଟରେ ଶୁକ୍ରବାର ସା ସୁଦ୍ଧା ପ୍ରାୟ ୩ ଫୁଟରୁ ଊର୍ଦ୍ଧ୍ୱ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଦିନ ସମୟରେ ଯାତାୟାତ ସମ୍ଭବ ଥିବା ବେଳେ ତାହା ସା ସମୟରୁ ଠପ ହୋଇଯାଇଛି। ଏହି ରାସ୍ତା ଉପରେ ଯାତାୟାତ ନିମନ୍ତେ ନିର୍ଭର କରୁଥିବା ଡ଼ିମିରିପାଳ, ଅରଗଳ, ଜୁଆଣିଆ, ଗୋବିନ୍ଦପୁର, କେତୁଆପାଳ, ଏରଡ଼ଙ୍ଗ, ପାଳିମି, ଦେସାହି, ପେତପଡା ଓ ସଂସିଧା ପଞ୍ଚାୟତର ଲୋକମାନେ ପ୍ରଭାବିତ ହୋଇଛନ୍ତି। ନଦୀରେ ବନ୍ୟା ଆସି ହଜାର ହଜାର ହେକ୍ଟର ଚାଷ ଜମିରେ ମାଡ଼ିଯିବା ଯୋଗୁ ଚାଷୀମାନେ ହତାଶ ହୋଇ ପଡିଛନ୍ତି।
ଚଳିତବର୍ଷ ବିଳମ୍ବରେ ଚାଷ ହୋଇଥିବା ବେଳେ ବନ୍ୟା ଚାଷୀମାନଙ୍କ ଚାଷକୁ ବୁଡାଇ ଦେଇଛି। ଅପରପକ୍ଷରେ ବନ୍ୟାଜଳ ଗ୍ରାମକୁ ପ୍ରବେଶ କରିଥିବା ବେଳେ ବିଷାକ୍ତ ସାପ, କୁମ୍ଭୀର ଭୟରେ ବନ୍ୟା ପ୍ରପୀଡ଼ିତମାନେ କାଳାତିପାତ କରୁଛନ୍ତି। ଧୋୟାଞ୍ଚଳ ସହ ସଂଯୋଗ କରୁଥିବା ମାନପୁର ଘୋଷରା ନିକଟରେ ସା ସୁଦ୍ଧା ପ୍ରଶାସନ ପକ୍ଷରୁ ଡ଼ଙ୍ଗାର ବ୍ୟବସ୍ଥା ହୋଇ ନ ଥିବାରୁ ସାଧାରଣ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ପାଞ୍ଚଣପଡ଼ା ନିକଟରେ ଥିବା ଦୁର୍ବଳ ସ୍ଲୁଇସ ଗେଟକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ତଟବନ୍ଧ ବିଭାଗ ପକ୍ଷରୁ ବାଲିବସ୍ତା ପକା ଯାଇଥିବାବେଳେ ଗ୍ରାମବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି। ଶୁକ୍ରବାର ସକାଳୁ ଆଳି ବିଡିଓ ମିନତି ଜଗଦେବ, ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟ ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ବନ୍ୟା ପରିସ୍ଥିତି ଉପରେ କଡା ନଜର ରଖିଥିବା ଜଣାପଡିଛି। ବନ୍ୟା ପ୍ରପୀଡ଼ିତମାନଙ୍କୁ ନିକଟସ୍ଥ ସ୍କୁଲ ଘର କିମ୍ବା ଉଚ୍ଚା ସ୍ଥାନକୁ ସ୍ଥାନାନ୍ତର ନିମନ୍ତେ ବିଭିନ୍ନ ସରପଞ୍ଚମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବନ୍ୟା ଅଞ୍ଚଳରେ ବିଭିନ୍ନ ପ୍ରକାର ମେଡ଼ିସିନ ସମେତ ସାପ କାମୁଡା ଭଳି ଇଞ୍ଜେକ୍ସନ ମହଜୁଦ କରି ରଖାଯାଇଥିବା ସୂଚନା ମିଳିଛି। ବନ୍ୟାପାଣି ଘେରରେ ଥିବା ଗ୍ରାମଗୁଡିକୁ ତୁରନ୍ତ ଶୁଖିଲା ଖାଦ୍ୟ, ପାନୀୟ ଜଳ, ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?