ଫାୟାର ଷ୍ଟେଶନ ବାଇପାସ ଗୋଲେଇ ଛକ ମରଣଯନ୍ତା

ଯାଜପୁରରୋଡ୍‌,୨୧ା୮(ପବିତ୍ର ରଞ୍ଜନ ମହାନ୍ତି):ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟ ଅଭାବ ଯୋଗୁ ଫାୟାର ଷ୍ଟେଶନ ଗୋଲେଇ ଛକ ମରଣଯନ୍ତା ପାଲଟିଛି। ୨ ବର୍ଷ ପୂର୍ବରୁ ୨୧୫ ଜାତୀୟ ରାଜପଥର ନାମ ପରିବର୍ତ୍ତନ କରାଯାଇ ଏହାକୁ ୨୦ନଂ. ଜାତୀୟ ରାଜପଥ ନାମକରଣ କରାଯାଇଛି। ଏହି ରାଜପଥଟି ୧୬ନଂ. ଜାତୀୟ ରାଜପଥର ପାଣିକୋଇଲିଠାରୁ ରଜାମୁଣ୍ଡା ପର୍ଯ୍ୟନ୍ତ ଏକ ଠିକା ସଂସ୍ଥା ଦ୍ୱାରା ସମ୍ପ୍ରସାରଣ କରାଯାଇଥିଲା। ହେଲେ ଏହି ଜାତୀୟ ରାଜପଥ ଦେଇ ଯାଜପୁରରୋଡ୍‌ ସହରକୁ ସଂଯୋଗ କରୁଥିବା ୨ ପ୍ରବେଶ ଦ୍ୱାର ବେଣାପୁର ଓ ଫାୟାର ଷ୍ଟେଶନ ଗୋଲେଇ ଛକ ନକ୍ସାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହି ତ୍ରୁଟି ଯୋଗୁ ଉଭୟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟିବା ସହ ବହୁ ଧନଜୀବନ ହାନି ଘଟୁଛି। ସାମାଜିକ ସଂଗଠନଗୁଡ଼ିକ ଦ୍ୱାରା ବାରମ୍ବାର ଆନ୍ଦୋଳନ ପରେ ବେଣାପୁର ଛକଠାରେ ଏକ ଗଳିପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଫାୟାର ଷ୍ଟେଶନ ବାଇପାସ ଛକଟି ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁନାହିଁ।
କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ବିଜୁ ପଟ୍ଟନାୟକ ମାର୍ଗ, ଯାଜପୁରରୋଡ୍‌, କେନ୍ଦୁଝର ତଥା ପାଣିକୋଇଲି ସହ କୋରେଇ ବ୍ଲକ ଆଦି ୫ଟି ରାସ୍ତାର ସଂଯୋଗସ୍ଥଳକୁ ନେଇ ଛକଟି ସବୁବେଳେ ଚଳଚଞ୍ଚଳ। ଯାନବାହନ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍‌ ବ୍ୟବସ୍ଥା ନ ଥିବାରୁ ବହୁ ସମୟରେ ଏଠାରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ୨ ବର୍ଷ ମଧ୍ୟରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ବେପରୁଆ ଗାଡ଼ିଚାଳନା ପାଇଁ ଦୁର୍ଘଟଣା ଘଟୁଛି ବୋଲି ଅଭିଯୋଗ ହେଉଛି। ଦୈନିକ ସୁକିନ୍ଦା ଖଣି ଅଞ୍ଚଳ, କଳିଙ୍ଗନଗର ଶିଳ୍ପାଞ୍ଚଳ, କେନ୍ଦୁଝର ଖଣି ଅଞ୍ଚଳ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ହଜାରହଜାର ଭାରିଯାନ ଏହି ଛକ ଦେଇ ଚଳାଚଳ କରିଥାନ୍ତି। ବସ୍‌ ଯାତ୍ରୀଙ୍କୁ ବିଭିନ୍ନ ସ୍ଥାନକୁ ଯିବାଆସିବା ପାଇଁ ଏହି ଛକ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ତତ୍‌ସହିତ ବହୁ ଛୋଟ ଗାଡ଼ି, ବାଇକ୍‌ ଓ ସାଇକେଲ ଆରୋହୀ ଏହି ଛକ ଦେଇ ଯିବା ଆସିବା କରିଥାନ୍ତି। ନିକଟରେ ଥିବା ଯାଜପୁରରୋଡ୍‌ ଥାନା, ଶିକ୍ଷାନୁଷ୍ଠାନ, ଅଗ୍ନିଶମ ବିଭାଗ କାର୍ଯ୍ୟାଳୟକୁ ଲୋକେ ଏହି ବାଟେ ଯାତାୟାତ କରିଥାଆନ୍ତି, ଯଦ୍ଦ୍ବାରା ସବୁସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ। ମାତ୍ର ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ଏଭଳି ଏକ ଗୁରୁତପୂର୍ଣ୍ଣ ଛକରେ ରାଜପଥ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ଟ୍ରାଫିକ ସମସ୍ୟା ସମାଧାନ କ୍ଷେତ୍ରରେ ପଛଘୁଞ୍ଚା ଦେଉଥିବା ସାଧାରଣରେ ଅଭିଯୋଗ ହେଉଛି।
୪ ବର୍ଷ ତଳେ କୋରେଇ ସଂଗ୍ରାମ ସମିତି ବେଣାପୁର ଛକ ଓ ଫାୟାର ଷ୍ଟେଶନ ଛକରେ ଟ୍ରାଫିକ ପୋଷ୍ଟ ନିର୍ମାଣ ସହ ଗଳିପୋଲ ନିର୍ମାଣ ପାଇଁ ଧାରଣା ଦେଇଥିଲା। ପରେ ତତ୍‌କାଳୀନ କଳିଙ୍ଗନଗର ଏଡିଏମ୍‌ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସଂଗ୍ରାମ ସମିତି ସହ ମିଳିତ ଆଲୋଚନା କରିଥିଲେ। ଆଲୋଚନାରେ ୨ ଛକର ତ୍ରୁଟିପୂର୍ଣ୍ଣ ନକ୍ସାକୁ ପରିବର୍ତ୍ତନ କରିବା ସହ ନୂତନ ନକ୍ସା କରାଯାଇ ବେଣାପୁରଠାରେ ଗଳିପୋଲ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଗଳିପୋଲ ନିର୍ମାଣରେ ବିଳମ୍ବ କରିବାରୁ ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ଏଥିରେ ହସ୍ତକ୍ଷେପ କରିଥିଲେ। ପରେ ବେଣାପୁରଠାରେ ଗଳିପୋଲ କାର୍ଯ୍ୟ ଚାଲିଛି। ମାତ୍ର ଏହି ଛକଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଫାୟାର ଷ୍ଟେଶନ ଛକକୁ ଅଦ୍ୟାବଧି ପ୍ରାଧାନ୍ୟ ଦିଆଯାଉନାହିଁ। ଏଠାରେ ତୁରନ୍ତ ଅତ୍ୟାଧୁନିକ ଟ୍ରାଫିକ୍‌ ବ୍ୟବସ୍ଥା କରିବାକୁ ବାରମ୍ବାର ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଆସୁଛି। ତେଣୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ଏଦିଗରେ ପଦକ୍ଷେପ ନେଇ ସମସ୍ୟା ସମାଧାନ କରିବାକୁ କୋରେଇ ସଂଗ୍ରାମ ସମିତି ଦାବି କରିଛି। ଶୀଘ୍ର ସମସ୍ୟାର ସମାଧାନ କରା ନ ଗଲେ ସମିତି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଭାପତି ବିଦ୍ୟାଧର ମହାନ୍ତି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?