ଫାୟାର ଷ୍ଟେଶନ ବାଇପାସ ଗୋଲେଇ ଛକ ମରଣଯନ୍ତା

ଯାଜପୁରରୋଡ୍‌,୨୧ା୮(ପବିତ୍ର ରଞ୍ଜନ ମହାନ୍ତି):ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟ ଅଭାବ ଯୋଗୁ ଫାୟାର ଷ୍ଟେଶନ ଗୋଲେଇ ଛକ ମରଣଯନ୍ତା ପାଲଟିଛି। ୨ ବର୍ଷ ପୂର୍ବରୁ ୨୧୫ ଜାତୀୟ ରାଜପଥର ନାମ ପରିବର୍ତ୍ତନ କରାଯାଇ ଏହାକୁ ୨୦ନଂ. ଜାତୀୟ ରାଜପଥ ନାମକରଣ କରାଯାଇଛି। ଏହି ରାଜପଥଟି ୧୬ନଂ. ଜାତୀୟ ରାଜପଥର ପାଣିକୋଇଲିଠାରୁ ରଜାମୁଣ୍ଡା ପର୍ଯ୍ୟନ୍ତ ଏକ ଠିକା ସଂସ୍ଥା ଦ୍ୱାରା ସମ୍ପ୍ରସାରଣ କରାଯାଇଥିଲା। ହେଲେ ଏହି ଜାତୀୟ ରାଜପଥ ଦେଇ ଯାଜପୁରରୋଡ୍‌ ସହରକୁ ସଂଯୋଗ କରୁଥିବା ୨ ପ୍ରବେଶ ଦ୍ୱାର ବେଣାପୁର ଓ ଫାୟାର ଷ୍ଟେଶନ ଗୋଲେଇ ଛକ ନକ୍ସାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହି ତ୍ରୁଟି ଯୋଗୁ ଉଭୟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟିବା ସହ ବହୁ ଧନଜୀବନ ହାନି ଘଟୁଛି। ସାମାଜିକ ସଂଗଠନଗୁଡ଼ିକ ଦ୍ୱାରା ବାରମ୍ବାର ଆନ୍ଦୋଳନ ପରେ ବେଣାପୁର ଛକଠାରେ ଏକ ଗଳିପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଫାୟାର ଷ୍ଟେଶନ ବାଇପାସ ଛକଟି ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁନାହିଁ।
କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ବିଜୁ ପଟ୍ଟନାୟକ ମାର୍ଗ, ଯାଜପୁରରୋଡ୍‌, କେନ୍ଦୁଝର ତଥା ପାଣିକୋଇଲି ସହ କୋରେଇ ବ୍ଲକ ଆଦି ୫ଟି ରାସ୍ତାର ସଂଯୋଗସ୍ଥଳକୁ ନେଇ ଛକଟି ସବୁବେଳେ ଚଳଚଞ୍ଚଳ। ଯାନବାହନ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍‌ ବ୍ୟବସ୍ଥା ନ ଥିବାରୁ ବହୁ ସମୟରେ ଏଠାରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ୨ ବର୍ଷ ମଧ୍ୟରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ବେପରୁଆ ଗାଡ଼ିଚାଳନା ପାଇଁ ଦୁର୍ଘଟଣା ଘଟୁଛି ବୋଲି ଅଭିଯୋଗ ହେଉଛି। ଦୈନିକ ସୁକିନ୍ଦା ଖଣି ଅଞ୍ଚଳ, କଳିଙ୍ଗନଗର ଶିଳ୍ପାଞ୍ଚଳ, କେନ୍ଦୁଝର ଖଣି ଅଞ୍ଚଳ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ହଜାରହଜାର ଭାରିଯାନ ଏହି ଛକ ଦେଇ ଚଳାଚଳ କରିଥାନ୍ତି। ବସ୍‌ ଯାତ୍ରୀଙ୍କୁ ବିଭିନ୍ନ ସ୍ଥାନକୁ ଯିବାଆସିବା ପାଇଁ ଏହି ଛକ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ତତ୍‌ସହିତ ବହୁ ଛୋଟ ଗାଡ଼ି, ବାଇକ୍‌ ଓ ସାଇକେଲ ଆରୋହୀ ଏହି ଛକ ଦେଇ ଯିବା ଆସିବା କରିଥାନ୍ତି। ନିକଟରେ ଥିବା ଯାଜପୁରରୋଡ୍‌ ଥାନା, ଶିକ୍ଷାନୁଷ୍ଠାନ, ଅଗ୍ନିଶମ ବିଭାଗ କାର୍ଯ୍ୟାଳୟକୁ ଲୋକେ ଏହି ବାଟେ ଯାତାୟାତ କରିଥାଆନ୍ତି, ଯଦ୍ଦ୍ବାରା ସବୁସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ। ମାତ୍ର ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ଏଭଳି ଏକ ଗୁରୁତପୂର୍ଣ୍ଣ ଛକରେ ରାଜପଥ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ଟ୍ରାଫିକ ସମସ୍ୟା ସମାଧାନ କ୍ଷେତ୍ରରେ ପଛଘୁଞ୍ଚା ଦେଉଥିବା ସାଧାରଣରେ ଅଭିଯୋଗ ହେଉଛି।
୪ ବର୍ଷ ତଳେ କୋରେଇ ସଂଗ୍ରାମ ସମିତି ବେଣାପୁର ଛକ ଓ ଫାୟାର ଷ୍ଟେଶନ ଛକରେ ଟ୍ରାଫିକ ପୋଷ୍ଟ ନିର୍ମାଣ ସହ ଗଳିପୋଲ ନିର୍ମାଣ ପାଇଁ ଧାରଣା ଦେଇଥିଲା। ପରେ ତତ୍‌କାଳୀନ କଳିଙ୍ଗନଗର ଏଡିଏମ୍‌ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସଂଗ୍ରାମ ସମିତି ସହ ମିଳିତ ଆଲୋଚନା କରିଥିଲେ। ଆଲୋଚନାରେ ୨ ଛକର ତ୍ରୁଟିପୂର୍ଣ୍ଣ ନକ୍ସାକୁ ପରିବର୍ତ୍ତନ କରିବା ସହ ନୂତନ ନକ୍ସା କରାଯାଇ ବେଣାପୁରଠାରେ ଗଳିପୋଲ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଗଳିପୋଲ ନିର୍ମାଣରେ ବିଳମ୍ବ କରିବାରୁ ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ଏଥିରେ ହସ୍ତକ୍ଷେପ କରିଥିଲେ। ପରେ ବେଣାପୁରଠାରେ ଗଳିପୋଲ କାର୍ଯ୍ୟ ଚାଲିଛି। ମାତ୍ର ଏହି ଛକଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଫାୟାର ଷ୍ଟେଶନ ଛକକୁ ଅଦ୍ୟାବଧି ପ୍ରାଧାନ୍ୟ ଦିଆଯାଉନାହିଁ। ଏଠାରେ ତୁରନ୍ତ ଅତ୍ୟାଧୁନିକ ଟ୍ରାଫିକ୍‌ ବ୍ୟବସ୍ଥା କରିବାକୁ ବାରମ୍ବାର ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଆସୁଛି। ତେଣୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ଏଦିଗରେ ପଦକ୍ଷେପ ନେଇ ସମସ୍ୟା ସମାଧାନ କରିବାକୁ କୋରେଇ ସଂଗ୍ରାମ ସମିତି ଦାବି କରିଛି। ଶୀଘ୍ର ସମସ୍ୟାର ସମାଧାନ କରା ନ ଗଲେ ସମିତି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଭାପତି ବିଦ୍ୟାଧର ମହାନ୍ତି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri