ପୁରୀ ଯାଉଥିଲେ ରାସ୍ତାରେ ଜାଣିଲେ ନିଆଁ ଲାଗି ଜଳିଗଲା ଝିଅ ବାହାଘର ପାଇଁ ରଖିଥିବା ସୁନାଗହଣା, ନଗଦ ଟଙ୍କା

ଔପଦା, ୨୭।୧୧(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଗରୁଡ଼ହତା ଗ୍ରାମର ବସନ୍ତ ରାଉତ ଓ ତାଙ୍କ ସାନ ଭାଇ ଶ୍ରୀକାନ୍ତଙ୍କ ଘରେ ନିଅଁା ଲାଗି ସୁନାଗହଣା, ନଗଦ ଟଙ୍କା ଓ ଜମି କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି। ଦୁଇ ଭାଇଙ୍କ ପରିବାର ଲୋକେ କାର୍ତ୍ତିକ ପୂର୍ଣ୍ଣିମା ଲାଗି ୨୬ ତାରିଖ ରାତି ୯ଟାରେ ଗାଡିରେ ବସି ପୁରୀ ଅଭିମୁଖେ ଯାଉଥିବା ବେଳେ ଅଧାବାଟରେ ତାଙ୍କ ଘରେ ନିଅଁା ଲାଗିଥିବା ଜାଣିବାକୁ ପାଇଥିଲେ। ସେଠାରୁ ଘରକୁ ଫେରି ନିଆଁରେ ପୋଡ଼ି ସବୁ ପାଉଁଶ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ତିନିଭାଇ ବସନ୍ତ, ଅନନ୍ତ ଓ ଶ୍ରୀକାନ୍ତଙ୍କର ଲାଗି କରି ଥିବା ପାଞ୍ଚ ବଖରା ଘର ପୋଡିଯାଇଥିବା ବେଳେ ବସନ୍ତଙ୍କ ଝିଅ ବାହାଘର ପାଇଁ ରଖିଥିବା ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ସୁନାଗହଣା ଓ ଜମି କାଗଜପତ୍ର ପୋଡ଼ି ଯାଇଥିବା ଜଣାଯାଇଛି। ଦମକଳ ବାହିନୀ ସେଠାରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ସର୍ଟସର୍କିଟରୁ ଏହି ନିଆଁ ଲାଗିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ଗ୍ରାହକ ସାବଧାନ! ଆଉ ମାତ୍ର ୪୮ ଘଣ୍ଟା, ବନ୍ଦ ହୋଇଯିବ ଏହି ଜରୁରୀ ସେବା; ତୁରନ୍ତ ଚେକ୍ କରନ୍ତୁ ସରକାରଙ୍କ ଗାଇଡଲାଇନ୍

ଯଦି ଆପଣଙ୍କ ଘରେ ମଧ୍ୟ ଇଣ୍ଡେନ୍ (Indane), ଏଚପି (HP) କିମ୍ବା ଭାରତ ଗ୍ୟାସ୍ (Bharat Gas) ର ଏଲପିଜି କନେକ୍ସନ ଅଛି, ତେବେ ଏହି ଖବର…

ଟ୍ରାକ୍ଟରରେ ବସି ଯାଉଥିଲେ ଶ୍ରମିକ, ଖସିପଡ଼ିବାରୁ…

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର (ନଂ-ଓଡି୧୫ଏଫ ୯୬୬୩) ଚାପାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।…

ସ୍କୁଲରେ ପଶି ଉର୍ଦ୍ଦୁ ଶିକ୍ଷକଙ୍କୁ ପିଟିଲେ BJP କର୍ମୀ

ହାଇଦ୍ରାବାଦ,୨୯।୬: ତେଲଙ୍ଗାନାର ନିଜାମାବାଦରେ ଏକ ଘଟଣା ସାମ୍ନାକୁ ଆସିଛି, ଯାହା କଂଗ୍ରେସ ନେତା ଡକ୍ଟର ଶମା ମହମ୍ମଦଙ୍କୁ ତାଙ୍କ ନିଜ ସରକାରଙ୍କ ନିକଟରେ ଦୃଢ଼ ଦାବି କରିବାକୁ…

ବ୍ରେନ୍‌ ଷ୍ଟ୍ରୋକ୍‌ରୁ ରକ୍ଷା ପାଇବାକୁ ହେଲେ…

ଆମ ଶରୀରରେ ସୁଗାର ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଏହାଦ୍ୱାରା ଆମେ ନିଜକୁ କେତେକ ସ୍ବାସ୍ଥ୍ୟ ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିପାରିବା। ଯଦି ରକ୍ତରେ ସୁଗାର…

ଜି ଉଦୟଗିରିରେ ମହାପ୍ରଭୁଙ୍କ ହାତୀବେଶ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ…

ଜି ଉଦୟଗିରି, ୨୯ା୬(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ଆଜି ଅର୍ଥାତ୍‌ ସୋମବାର ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା।  ସୋମବାର ଦିନ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ…

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା: ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତଙ୍କ ପ୍ରବଳ ଭିଡ଼

କୋରାପୁଟ,୨୯ା୬(ଅମିତାଭ ବେହେରା): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୋମବାର କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ପୂର୍ବାହ୍ନ ୧୦ଟା ୩୦ ମିନିଟ…

ପୁରୁଷୋତ୍ତମପୁରରେ ସ୍ନାନଯାତ୍ରା; ସ୍ନାନବେଦିରେ କଳାଠାକୁରଙ୍କୁ ପାଇ ଭାବବିହ୍ବଳ ଭକ୍ତ, ପରିଚାଳନା ତଦାରଖ କଲେ ତହସିଲଦାର

ପୁରୁଷୋତ୍ତମପୁର,୨୯।୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି ।ରଥସାହି ଜଗନ୍ନାଥ ମନ୍ଦିରରେ ସେବାୟତମାନେ ଶ୍ରୀଜୀଉଙ୍କୁ ରତ୍ନବେଦିରୁ ପହଣ୍ଡିକରାଇ ଆଣି ସ୍ନାନବେଦିରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ବୟାନ ଦେଲେ ସୁନୀଲ ଗାଭାସ୍କର, ଗମ୍ଭୀରଙ୍କୁ କଲେ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୨୯।୬: ଭାରତୀୟ କ୍ରିକେଟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଛି। ଏହା ପ୍ରଥମ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri