ଏଆର୍‌ସିରେ ଅଗ୍ନିକାଣ୍ଡ

ଚୌଦ୍ୱାର,୨୯।୧(ଡି.ଏନ୍‌.ଏ.): ଚୌଦ୍ୱାର ଚାରବାଟିଆ ସ୍ଥିତ ଆଭିଏସନ ରିସର୍ଚ୍ଚ ସେଣ୍ଟର(ଏଆର୍‌ସି) ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅପରାହ୍ନ ୨ଟା ଠାରୁ ନିଆଁ ଲାଗିଥିବାବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ଜଣାପଡିଛି। କଟକ, ଚୌଦ୍ୱାର ଓ ଏଆର୍‌ସିର ନିଜସ୍ବ ମୋଟ୍‌ ୫ଟି ଦମକଳ ଗାଡି ନିଆଁ ଲିଭାରେ ନିୟୋଜିତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଏଆର୍‌ସି ପରିସରରେ ଥିବା ଅନାବନା ଗଛ ଓ ଶୁଖିଲା କାଜୁ ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ପବନ ହେବାରୁ ଧୀରେଧୀରେ ଏହି ନିଆଁ ପ୍ରାୟ ୧୨ ଏକର ଅଞ୍ଚଳକୁ ବ୍ୟାପି ଯାଇଥିଲା। ଏଥି ସହିତ କର୍ମଚାରୀ ରହୁଥିବା କ୍ୱାର୍ଟର୍ସ ଆଡକୁ ମଧ୍ୟ ନିଆଁ ବ୍ୟାପିଥିବା ଜଣାପଡିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଏଥିରେ ଜୀବନ ହାନି ହୋଇ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଲେ ଡାକ୍ତର

କଟକ ଅଫିସ, ୨୨।୪: ବର୍ତ୍ତମାନ ସମୟରେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟକର୍ମୀମାନେ ଏକ ପ୍ରକାର...

ଦୁଇ ବାଇକ୍‌ ମୁହାଁମୁହିଁ: ଜଣେ ଆରୋହୀଙ୍କ ମୃତ୍ୟୁ

ପଦ୍ମପୁର,୧୩।୩(ଡି.ଏନ୍‌.ଏ.): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କେଦାରପୁର ଗ୍ରାମରେ ଶୁକ୍ରବାର ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍ତାରେ ଜଣେ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ...

ଜବରଦଖଲ ଉଚ୍ଛେଦ ନେଇ ଚାପା ଉତ୍ତେଜନା

ବାହାନଗା, ୪ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ଗ୍ରାମରେ ମୁଖ୍ୟ ରାସ୍ତା କଡରେ ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ଚାପା ଉତ୍ତେଜନା ଦେଖାଦେଇଛି।...

ସହକାରୀ ନିର୍ଦ୍ଦେଶକଙ୍କ ଗାଲେରି କଲେଜ ପରିଦର୍ଶନ:  ଅନୁପସ୍ଥିତ ଅଧ୍ୟକ୍ଷ,ଅଧ୍ୟାପକଙ୍କ ଦରମା ବନ୍ଦ

ଭଞ୍ଜନଗର,୩।୧୧(ଡି.ଏନ.ଏ)-ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ସହକାରୀ ନିର୍ଦ୍ଦେଶକ ବିଶ୍ୱମ୍ବର ଷଢ଼ଙ୍ଗୀ ଗୁରୁବାର ଅଚାନକ ଗାଲେରୀ ଦଣ୍ଡପାଣି ମହାର୍ଥା କଲେଜ ପରିଦର୍ଶନ କରିଥିଲେ। କଲେଜର ଅବ୍ୟବସ୍ଥା ନେଇ ସେ...

ପୂର୍ଣ୍ଣାଙ୍ଗ ହୋଇପାରିଲାନି ଜରାବ୍ୟାଧି ଚିକିତ୍ସା କେନ୍ଦ୍ର: ଅଧିକ ଅନୁଦାନକୁ ମନା କଲେ ସରକାର

ନୟାଗଡ଼ ଅଫିସ, ୩ା୨(ଲୋକନାଥ ମିଶ୍ର): ପରିବର୍ତ୍ତିତ ପ୍ଲାନକୁ ଅନୁମୋଦନ ନ କରି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜରାବ୍ୟାଧି ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯାଇଥିବା ଅଭିଯୋଗ...

ଅକ୍ଟୋବରର ପ୍ରତ୍ୟେକ ଶନିବାର, ରବିବାର ବନ୍ଦ ରହିବ ଜି. ଉଦୟଗିରି ବଜାର

ଜି. ଉଦୟଗିରି, ୩।୧୦(ଡି. ଏନ୍‌. ଏ .): କନ୍ଧମାଳ ଜିଲା ଜି. ଉଦୟଗିରି ସହର ସମେତ ଗ୍ରାମାଞ୍ଚଳରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ପୋଖରୀରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଛେଣ୍ଡିପଦା,୪ା୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ପଞ୍ଚାୟତର ଧୁଡ଼ାମାଳ ପୋଖରୀରୁ ଗୁରୁବାର ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଛେଣ୍ଡିପଦା ଗ୍ରାମର କିଛି...

ବଳାତ୍କାର ପରେ ନାବାଳିକା ୬ ମାସର ଗର୍ଭବତୀ

ଝାରସୁଗୁଡ଼ା ଅଫିସ,୧୫।୪: ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଝାରସୁଗୁଡ଼ା ଜିଲା ବଡମାଲ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ବଡମାଲ ଥାନା ଅଭିଯୁକ୍ତ ଯୁବକଙ୍କୁ...

Advertisement


Archives

Model This Week