ନିଆଁ ପରେ ନିଆଁ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ୨୨ ଜୁନ୍‌ରେ ନିଅଁା ଲାଗିଯିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି। ୬ରୁ ୭ ପିଲା ଜୀବନ ବିକଳରେ ସେଠାରୁ ତଳକୁ ଡେଇଁ ପଡ଼ିଥିବା କୁହାଯାଉଛି। ଆହତମାନଙ୍କୁ କିଙ୍ଗ୍‌ ଜର୍ଜ ମେଡିକାଲ ୟୁନିଭର୍ସିଟି ଟ୍ରମା କେୟାରରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ପରେ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ସରକାରୀ ସହାୟତା ରାଶି ଘୋଷଣା କରାଯାଇଛି। ସ୍ଥିତିକୁ ଆୟତ୍ତକୁ ଆଣିବା ଲାଗି ସରକାରୀ ଭାବେ ଆର୍ଥିକ ପଦକ୍ଷେପ ସଙ୍ଗେ ସଙ୍ଗେ ନିଆଯିବା ସର୍ବଦା ଦେଖିବାକୁ ମିଳେ।
ଭାରତରେ କୌଣସି ଅଘଟଣ ଘଟିଲେ ଦାୟିତ୍ୱହୀନତା ବା କେଉଁମାନଙ୍କ ଅବହେଳା ଯୋଗୁ ଏଭଳି ଭୟଙ୍କର ଘଟଣା ଘଟୁଛି ତାହାକୁ ଆଦୌ ଗୁରୁତ୍ୱ ଦିଆଯାଉ ନ ଥିବା ଏକ ଜଣାଶୁଣା କଥା। କୋଚିଂ ସେଣ୍ଟରଗୁଡ଼ିକରେ ଅତ୍ୟଧିକ ପିଲା କିଭଳି ହେବେ ସେହି ଦିଗରେ ଏହାର ମାଲିକମାନେ ଯେତେ ଆଗ୍ରହ ଦେଖାଇଥାଆନ୍ତି, ସେହିଭଳି ତତ୍ପରତା ନିରାପତ୍ତାକୁ ଦେଇ ନ ଥାଆନ୍ତି। କୋଠା ଭିତରେ ଅଣଓସାରିଆ ଶିଡି, ଛୋଟିଆ କୋଠରିରେ ଖୁନ୍ଦାଖୁନ୍ଦି କରି ପିଲାଙ୍କୁ ବସାଇବା, ଜରୁରିକାଳୀନ ନିଷ୍କାସନ ପଥ ଅଭାବ, ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ରଖିବା ଆଦି ବ୍ୟବସ୍ଥାଗତ ବିଫଳତାକୁ ଦର୍ଶାଇଥାଏ। ଅଧିକାଂଶ କୋଚିଂ ସେଣ୍ଟର ସାଧାରଣ ନିୟମାବଳୀକୁ ସମ୍ମାନ ଦେଇ ପଞ୍ଜୀକରଣ କରି ନ ଥିବା ଦେଖିବାକୁ ମିଳେ। ଅଲିଗଞ୍ଜ ଅଞ୍ଚଳର ଏହି ଗୋଟିଏ ବିଲର୍ଡିଂରେ ଗେମିଂ ଜୋନ୍‌, ପୋଷା ଜୀବଜନ୍ତୁ ଦୋକାନ ସହ କୋଚିଂ ସେଣ୍ଟର ଚାଲୁଥିଲା। ଏଥିରୁ ବୁଝିବାକୁ ହେବ ଯେ, କୋଚିଂ ସେଣ୍ଟରଗୁଡ଼ିକ ପାରାଭାଡ଼ି ଭଳି ଯିିଏ ଯେଉଁଠି ପାରୁଛନ୍ତି କରିଦେଉଛନ୍ତି। ଦୀର୍ଘବର୍ଷ ଧରି ସୁରକ୍ଷା ଯାଞ୍ଚ ହେଉ ନ ଥିବାରୁ ମାଲିକମାନେ କେବଳ ମାଲାମାଲ ହେବା ନିଶାରେ ସବୁ ନିରାପତ୍ତା ଦିଗକୁ ଅଣଦେଖା କରିଚାଲୁଛନ୍ତି। କେବଳ କୋଚିଂ ସେଣ୍ଟର ନୁହେଁ, ଭାରତର ବିଭିନ୍ନ ଜାଗାରେ ଥିବା ହସ୍ପିଟାଲ, ହୋଟେଲ, ଶପିଂ କମ୍ପ୍ଲେକ୍ସ ଏପରିକି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ଯଦି ହିସାବକୁ ନିଆଯିବ, ତାହା ହେଲେ ପ୍ରାୟ ୯୦ ପ୍ରତିଶତରୁ ଅଧିକ ସଂସ୍ଥା ଅଗ୍ନି ନିରାପତ୍ତା ଦିଗଟିକୁ ଅଣଦେଖା କରିଥାଆନ୍ତି। ଠିକ୍‌ ଭାବେ ପଞ୍ଜୀକୃତ ହୋଇଥିବା ସଂସ୍ଥା ବ୍ୟବସ୍ଥିତ ଭାବେ ସୁରକ୍ଷା ଦିଗକୁ ଦେଖି ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା ସହ କୌଣସି ଅଘଟଣ ଘଟିଲେ ତତ୍‌କ୍ଷଣାତ କିଭଳି ସେଠାରୁ ପ୍ରସ୍ଥାନ କରିହେବ ତାହାକୁ ଦୃଷ୍ଟିରେ ରଖି ଉପଯୁକ୍ତ ଜାଗା ଛାଡ଼ିବାକୁ ବାଧ୍ୟ ହୋଇଥାଆନ୍ତି। କିନ୍ତୁ ଲୋଭର ବଶବର୍ତ୍ତୀ ହୋଇ ଅଧିକାଂଶ ସଂସ୍ଥାର ମାଲିକ ସରକାରୀ ପଦବୀଧାରୀଙ୍କୁ ଘୁସ୍‌ ଦେଇ ପଞ୍ଜୀକରଣ କାଗଜପତ୍ର ହାତେଇ ନେଉଛନ୍ତି। ୨୦୨୫ ଡିସେମ୍ବର ୭ରେ ଗୋଆର ଆର୍ପୋରାସ୍ଥିତ ନାଇଟ୍‌ କ୍ଲବ ‘ବର୍ଚ୍ଚ ବାଇ ରୋମିଓ ଲେନ୍‌’ରେ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କ ପ୍ରାଣହାନି ଘଟିଥିଲା। ଏହାର ମାଲିକ ଲୁଥ୍ରା ଭ୍ରାତାଦ୍ୱୟ (ସୌରଭ ଓ ଗୌରବ) ଅଘଟଣ ବିଷୟରେ ଶୁଣିବା ପରେ ଭାରତ ଛାଡ଼ି ପଳାଇଥିଲେ। ସେମାନଙ୍କୁ ଥାଇଲାଣ୍ଡରେ ଅଟକ ରଖାଯାଇ ପରେ ଭାରତ ଅଣାଯାଇଥିଲା। ଜାମିନ ପାଇବା ପରେ ସେମାନେ ରେଷ୍ଟୁରାଣ୍ଟ ଚେନ୍‌ ବ୍ୟବସାୟରେ ମାତିଛନ୍ତି। ଚଳିତ ମାସ ୩ ତାରିଖରେ ଦିଲ୍ଲୀର ମାଲବ୍ୟ ନଗର ‘ଫ୍ଲୋରିସ୍‌ ଷ୍ଟେ’ରେ ଅଗ୍ନିକାଣ୍ଡ ଘଟିବାରୁ ୧୨ ଜଣ ବିଦେଶୀ ନାଗରିକଙ୍କ ସହ ୨୧ ଜଣଙ୍କ ପ୍ରାଣହାନି ଘଟିଥିଲା। ଦୁର୍ଘଟଣା ପରେ ଜଣାପଡ଼ିଥିଲା ଯେ, ସେଠାରେ ସ୍ମୋକ୍‌ ଡିଟେକ୍ଟର, ସ୍ପ୍ରିଙ୍କଲର ଓ ସ୍ବୟଂଚାଳିତ ସତର୍କ ବ୍ୟବସ୍ଥା ଆଦି ନ ଥିଲା। ୬ କୋଠରିର ଲାଇସେନ୍ସ ଥିବା ଭବନକୁ ୨୫ କୋଠରିରେ ପରିଣତ କରି ଦିଆଯାଇଥିଲା। ଏପରି କି ସେହି ହୋଟେଲର ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି) ମଧ୍ୟ ନ ଥିଲା। ସମାନ ଅବସ୍ଥା ଅନେକ ହସ୍ପିଟାଲରେ ନ ଥିବା ବାରମ୍ବାର ଘଟୁଥିବା ଅଗ୍ନିକାଣ୍ଡ ପରେ ଜଣାପଡ଼ୁଛି। ଡିସେମ୍ବର ୨୦୧୧ରେ କୋଲକାତାର ଆମ୍ରିି ହସ୍ପିଟାଲରେ ନିଆଁ ଲାଗିବାରୁ ୮୯ ଜଣଙ୍କ ପ୍ରାଣହାନି ଘଟିଥିଲା ଓ ୨୦୧୬ ଅକ୍ଟୋବରରେ ଭୁବନେଶ୍ୱର ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ୨୧ ଜଣଙ୍କ ଜୀବନ ଯିବା କେତେ ଭୟଙ୍କର ଥିଲା ତାହା ଅନେକଙ୍କର ମନେଥିବ।
ଦେଶର ବିଭିନ୍ନ ହେଟେଲ, ମଲ୍‌, ହସ୍ପିଟାଲଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ନିୟମିତ ଅଡିଟ୍‌ ଓ ତତ୍‌କ୍ଷଣାତ୍‌ ଯାଞ୍ଚ ବା ସର୍ପରାଇଜ୍‌ ଚେକ୍‌ ହେଲେ ହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ ହୋଇପାରନ୍ତା। ଅଗ୍ନିଶମ ବିଭାଗ କେବଳ ଦୁର୍ଘଟଣା ପରେ ଘଟଣାସ୍ଥଳକୁ ଅଗ୍ନିଶମ ଗାଡ଼ି ପଠାଇ ନିଅଁା ଆୟତ୍ତ କରିବା ଦାୟିତ୍ୱରେ ସୀମିତ ରହିଯାଉଛି। ପ୍ରତିଷେଧକ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବା ସହ ସାଧାରଣରେ ସଚେତନତା ସୃଷ୍ଟି କରିବା ଦିଗକୁ ଅଣଦେଖା କରାଯାଉଛି। ଶତାଧିକ ବଡ଼ ବିଲ୍ଡିଂ ବିନା ଲାଇସେନ୍ସରେ ସୁରୁଖୁରୁରେ ଚାଲୁଥିଲେ ହେଁ ନିଅଁା ନ ଲାଗିବା ଯାଏ ସେଗୁଡ଼ିକ ଉପରେ ପ୍ରଶ୍ନ ଉଠି ନ ଥାଏ। ଭାରତର ସବୁ କ୍ଷେତ୍ରରେ ଅଘଟଣ ବା ଦୁର୍ଘଟଣା ପରବର୍ତ୍ତୀ ପୋଷ୍ଟମର୍ଟମ୍‌ ଓ କ୍ଷୟକ୍ଷତି ଆକଳନରେ ବ୍ୟବସ୍ଥା ଅଟକି ରହିଛି। ଏଥିସହିତ ବହୁଲୋକ ନିଜ ଅଞ୍ଚଳରେ ବେଆଇନ ଭାବେ କରାଯାଉଥିବା କାର୍ଯ୍ୟକୁ ବିରୋଧ କରିବା ସହ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କଠାରୁ ଉତ୍ତରଦାୟିତ୍ୱ ଚାହିଁଲେ ହୁଏତ ସ୍ଥିତିରେ ପରିବର୍ତ୍ତନ ଆସିପାରନ୍ତା। ସର୍ବଉପରେ ଏଭଳି କିଛି ଘଟଣାରେ କଡ଼ା ଦଣ୍ଡ ଦିଆଯାଉ ନ ଥିବାରୁ କିଛି ସମୟ ବ୍ୟବଧାନ ପରେ ଆଉ ଗୋଟେ ଅଘଟଣ ନଜରକୁ ଆସୁଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?