Posted inଖେଳ

ଲକ୍ଷ୍ୟ, କୋଚ୍‌ ବିମଲଙ୍କ ବିରୋଧରେ ଏଫ୍‌ଆଇଆର୍‌

ନୂଆଦିଲ୍ଲୀ, ୪ା୧୨ (ପି.ଟି.): ବୟସ ଜାଲିଆତି ଓ ଠକେଇ ପାଇଁ ଭାରତର ନମ୍ବର ଓ୍ବାନ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ଓ ତାଙ୍କ ପରିବାର ଏବଂ ପୂର୍ବତନ ଜାତୀୟ କୋଚ୍‌ ବିମଲ କୁମାରଙ୍କ ବିରୋଧରେ ବେଙ୍ଗାଲୁରୁରେ ଏକ ମାମଲା ଦରଜ ହୋଇଛି। ଏଫ୍‌ଆଇଆର ଦରଜ କରିଥିବା ଏମ୍‌. ଗୋଭିଆପ୍ପା ନାଗରାଜା ଅଭିଯୋଗ କରିଛନ୍ତି, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଲକ୍ଷ୍ୟ ଏବଂ ତାଙ୍କ ଭାଇ ଚିରାଗ ବୟସ ଜାଲିଆତି କରି ୨୦୧୦ ଠାରୁ ବୟସବର୍ଗରେ ଟୁର୍ନାମେଣ୍ଟ ଖେଳି ଆସୁଛନ୍ତି। ଅଭିଯୋଗ ପତ୍ରରେ ଲକ୍ଷ୍ୟଙ୍କ ପିତା ଧୀରେନ୍ଦ୍ର, ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ଜଣେ କୋଚ୍‌, ମାତା ନିର୍ମଳା, ଦୁଇ ଜଣଙ୍କୁ ୧୦ ବର୍ଷ ହେଲା କୋଚିଂ ଦେଇ ଆସୁଥିବା କୁମାରଙ୍କ ନାମ ଉଲ୍ଲେଖ କରାଯାଇଛି। ସେନ୍‌ ଭ୍ରାତୃଦ୍ୱୟଙ୍କ ଘର ହେଉଛି ଉତ୍ତରାଖଣ୍ଡରେ। ବେଙ୍ଗାଲୁରୁସ୍ଥିତ ପ୍ରକାଶ ପାଦୁକୋନ୍‌ ବ୍ୟାଡ୍‌ମିଣ୍ଟନ ଏକାଡେମୀରେ କୁମାରଙ୍କ ଅଧୀନରେ ଟ୍ରେନିଂ ନେଉଥିଲେ। ଅଭିଯୋଗକାରୀ ଜଣକ ଦର୍ଶାଇଛନ୍ତି ଯେ, ଲକ୍ଷ୍ୟଙ୍କ ମାତାପିତା ସହ କୁମାର ୨୦୧୦ରେ ଜନ୍ମ ପ୍ରମାଣପତ୍ର ଜାଲିଆତି କରିଛନ୍ତି। ଅଭିଯୋଗ ଯଦି ସତ୍ୟ ପ୍ରମାଣିତ ହୁଏ ତେବେ ନିକଟରେ ଅର୍ଜୁନ ପୁରସ୍କାର ପାଇଥିବା ଏହି ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କ ରେକର୍ଡକୁ ରଦ୍ଦ କରିଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ…

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

Vaibhav Sooryavanshi: ଲଗାତାର ଦୁଇଟି ମ୍ୟାଚରେ ବିଫଳ, ଟିମ୍‌ରୁ ବାହାରି ଯିବେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୭: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଲଗାତାର ଦୁଇଟି ମ୍ୟାଚରେ ବ୍ୟାଟରେ ବିଫଳ ହୋଇଛନ୍ତି। ପ୍ରଶଂସକମାନେ ଟିମ ଇଣ୍ଡିଆ ପାଇଁ ତାଙ୍କର…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ଏହି ୫ ଜଣ ସାଜିଲେ ଦଳର ସବୁଠୁ ବଡ଼ ‘ଭଲେନ’! ବୈଭବ-ଆୟରଙ୍କ ସହ…

ନୂଆଦିଲ୍ଲୀ, ୮।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ତାର ଟି-୨୦ ଇତିହାସର ସବୁଠାରୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତୃତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ହାତରୁ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri