ସରିଲା ଖଣ୍ଡଗିରି କୁମ୍ଭମେଳା:ଆଉ ୫ଦିନ ଅପେରା, ମିନାବଜାର

ଭୁବନେଶ୍ୱର,୬।୨ (ବ୍ୟୁରୋ):ଗତ ୯ଦିନ ଧରି ଖଣ୍ଡଗିରି ପାହାଡ଼ରେ ଚାଲିଥିବା କୁମ୍ଭମେଳା ରବିବାର ଅଗ୍ନି ଉସତ୍ବ ସହ ଶେଷ ହୋଇଛି। ଅନନ୍ତ ଗୁମ୍ପା ସମ୍ମୁଖରେ ଚାଲିଥିତ୍ବା ମହାଯଜ୍ଞରେ ବିଳମ୍ବିତ ରାତିରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ରବିବାର ହୋଇଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଖଣ୍ଡଗିରିରେ ପହଞ୍ଚତ୍ଥିଲେ। ସାରା ଦେଶରୁ ଏଠାକୁ ଆସିଥିବା ସାଧୁ ସନ୍ନ୍ୟାସୀ ବିଦାୟ ନେବା ପୂର୍ବରୁ ସେମାନଙ୍କ ଦର୍ଶନ ତଥା ଆଶୀର୍ବାଦ ନେବା ପାଇଁ ପ୍ରବଳ ଭିଡ଼ ଜମିଥିତ୍ଲା। ଲମ୍ବା ଧାଡ଼ିରେ ଅପେକ୍ଷା କରି ଲୋକମାନେ ସ୍ବାସ୍ଥ୍ୟଗତ, ଆର୍ଥିକ, ବ୍ୟବସାୟିକ ଓ ପାରିବାରିକ ସମସ୍ୟା ସମ୍ପର୍କରେ ପରାମର୍ଶ ନେଇଥିଲେ। ଦିନସାରା ଏପରି ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ଅଗ୍ନି ଉସତ୍ବ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉସତ୍ାହ ପ୍ରକାଶ ପାଇଥିଲା। ସେହିପରି ୯ଦିନ ଧରି ବାରଭୂଜା ପୀଠସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ନବାହ୍ନ ପାରାୟଣ ଉଦଯାପିତ ହେବା ସହ ରାମାଭିଷେକ ଅନୁଷ୍ଠିତ ହୋଇଥିଲା। ମହାଯଜ୍ଞ ପୂର୍ଣ୍ଣାହୂତି ପାଇଁ ହଜାର ହଜାର ସଂଖ୍ୟାରେ ନଡ଼ିଆ ଦାନ କରିଥିଲେ। ରାତିରେ ହିଁ ଅନେକ ସାଧୁ ସନ୍ନ୍ୟାସୀ ଖଣ୍ଡଗିରି ପୀଠରୁ ବାହୁଡ଼ିଯାଇଥିଲେ। ଭିଡ଼ ମୁକାବିଲା ପାଇଁ ପୋଲିସ୍‌ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା।
କୁମ୍ଭମେଳା ସରିଥିଲେ ମଧ୍ୟ ଆଉ ୫ଦିନ ଅପେରା ଦେଖାସହ ମୀନାବଜାର ବୁଲା ଜମିବ। ୧୦ ତାରିଖ ପର୍ଯ୍ୟନ୍ତ ଯାତ୍ରା ମହାସମର ଜାରି ଥିବାବେଳେ ରବିବାର କୋଣାର୍କ ଗଣନାଟ୍ୟ ଓ ଯାତ୍ରା ସ୍ବର୍ଣ୍ଣମହଲ ସାମିଲ ହୋଇଛି। ପ୍ରଥମ ରାତିରେ କୋଣାର୍କ ଗଣନାଟ୍ୟ ପକ୍ଷରୁ ନାଟକ ‘ତୋ ବିନା ମୁଁ ଅଧା ଅଧା’ ଦର୍ଶକଙ୍କୁ ପ୍ରଶଂସା ସାଉଁଟିଥିଲା। ଯାତ୍ରା ସ୍ବର୍ଣ୍ଣମହଲରେ ‘ହାଟ ବସେଇଛି ହଟ ନାଗରୀ’ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଭରିଥିଲା। ତେବେ ଯାତ୍ରା ସ୍ବର୍ଣ୍ଣମନ୍ଦିର, ଅପେରା ସାଇ ସମ୍ରାଟ ଦ୍ୱିତୀୟ ଦିନରେ ମଧ୍ୟ ନାଟକ ଦୋହରାଇଥିଲା। ଯାତ୍ରା ରଙ୍ଗମହଲରେ ୫ ରାତି ସମାନ ନାଟକ ‘ଚାଲିବା ଆଗରୁ ବାଟ ସରିଲା’ ପରିବେଷଣ ହେଉଥିଲେ ମଧ୍ୟ ଦର୍ଶକଙ୍କ ଭିଡ଼ କମୁନାହିଁ। ଶିବାନୀ ଗଣନାଟ୍ୟରେ ମଧ୍ୟ ପୁଣିଥରେ ସମାନ ନାଟକ
‘ଆଖି ତୋର ଲୁହ ମୋର’ ଦର୍ଶକଙ୍କ ଆଖିରେ ଲୁହ ଭରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri