ଡ୍ରିମ୍‌ସ ପଲିଟେକ୍‌ନିକକୁ ଏନ୍‌ବିଏ ମାନ୍ୟତା

କଟକ,୬।୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଗ୍ରୁପ୍‌ର ସହଯୋଗୀ ଅନୁଷ୍ଠାନ ଡ୍ରିମ୍‌ସ ପଲିଟେକ୍‌ନିକକୁ ନିକଟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ ବୋର୍ଡ ଅଫ ଆକ୍ରିଡିସନ୍‌ (ଏନ୍‌ବିଏ) ମାନ୍ୟତା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, କଟକ ଜିଲା ଟାଙ୍ଗୀସ୍ଥିତ ଡ୍ରିମ୍‌ସ ପଲିଟେକର ୩ ପ୍ରମୁଖ ପାଠ୍ୟକ୍ରମ ଯଥା ଇଲେକ୍ଟ୍ରିକାଲ, କମ୍ପ୍ୟୁଟର ସାଇନ୍ସ ଏବଂ ମେକାନିକାଲ ଇଞ୍ଜିିନିୟରିଂକୁ ଉକ୍ତ ମାନ୍ୟତା ଦିଆଯାଇଛି। ବିଶେଷକରି ଗୁଣାମତ୍କ ଶିକ୍ଷାଦାନ, ଉନ୍ନତ ଭିତ୍ତିଭୂମି, ନିର୍ଦ୍ଧାରିତ ନିୟମାବଳୀ ତଥା ମାର୍ଗଦର୍ଶିକା ଠିକ୍‌ ଅନୁପାଳନ, ଆବଶ୍ୟକତା ପୂରଣ କରୁଥିବା କୁଶଳୀ ମାନବସମ୍ବଳ ସୃଷ୍ଟି ନିମନ୍ତେ ଛାତ୍ରୀଛାତ୍ରଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି ସହିତ ଅନ୍ୟାନ୍ୟ ଦିଗକୁ ପର୍ଯ୍ୟାଲୋଚନା ଓ ଆକଳନ ଭିତ୍ତିରେ ଏହି ମାନ୍ୟତା ପ୍ରଦାନ କରାଯାଇଛି। ସେହିଭଳି ଏଭଳି ଏକ ମର୍ଯ୍ୟାଦାଜନକ ସ୍ବୀକୃତି ପାଇବାରେ ଡ୍ରିମ୍‌ସ ପଲିଟେକ୍‌ନିକ ଗ୍ରାମାଞ୍ଚଳରେ ଗଢ଼ି ଉଠିଥିବା ରାଜ୍ୟର ପ୍ରଥମ ଘରୋଇ ଶିକ୍ଷାନୁଷ୍ଠାନଭାବେ ଉକ୍ତ ସମ୍ମାନର ଅଧିକାରୀ ହୋଇପାରିଛି। ଏହା ପୂର୍ବରୁ ରାଜ୍ୟସ୍ତରୀୟ ଶ୍ରେଷ୍ଠତା ପର୍ଯ୍ୟାୟରେ ଡ୍ରିମ୍‌ସ ପଲିଟେକ୍‌ନିକ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ୩ୟ ଏବଂ ସରକାରୀ ସ୍ତରରେ ୬ଷ୍ଠ ସ୍ଥାନ ଅଧିକାର କରିଛି। ଏ ସମ୍ପର୍କରେ ଡ୍ରିମସ ସମୂହ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ କହିଛନ୍ତି, ଡ୍ରିମ୍‌ସ ଭଳି ଏକ ଅନୁଷ୍ଠାନକୁ ଏଭଳି ଏକ ଗୌରବପୂର୍ଣ୍ଣ ମାନ୍ୟତା ଦିଆଯାଇଥିବାରୁ ସେ ଏନ୍‌ବିଏ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କ ନିଷ୍ଠାପର କର୍ତ୍ତବ୍ୟ ଓ ଦାୟିତ୍ୱ ନିର୍ବାହ ପାଇଁ ବଧାଇ ଜଣାଇଛନ୍ତି। ଅପରପକ୍ଷରେ ଅନୁଷ୍ଠାନର ସମସ୍ତ ଛାତ୍ରୀଛାତ୍ରଙ୍କ ସ୍ବୀକୃତି ଓ ଫଳାଫଳ ଅନୁଷ୍ଠାନର ଗୌରବକୁ ଦ୍ୱିଗୁଣିତ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri