‘ଅସ୍ଥିରତାର ସର୍ବାଧିକ ଲାଭ ଉଠାଇବା ଉଚିତ’

ନୂଆଦିଲ୍ଲୀ,୬।୨: ଜାତୀୟ ଓ ଅନ୍ତର୍ଜାତୀୟ ବଜାର ଭୌଗୋଳିକ କାରଣରୁ ଆଶା ଓ ଆଶଙ୍କା ମଧ୍ୟରେ ଗତି କରୁଛି। ଏଭଳି ସମୟରେ ଜଣେ ଯତ୍ନଶୀଳ ନିବେଶକଭାବେ ବଜାରରେ ଥିବା ଅସ୍ଥିରତାଠାରୁ ନିଜ ପୋର୍ଟଫୋଲିଓକୁ ସୁରକ୍ଷିତ ରଖିବାକୁ ଚାହିଁଥାନ୍ତି। ତଥାପି ବଜାରର ଗତିବିଧିକୁ ନେଇ କେହି ବି ପୂର୍ବାନୁମାନ କରିପାରି ନ ଥାନ୍ତି। ତେଣୁ ସମ୍ପତ୍ତି ବର୍ଗ ମଧ୍ୟରେ ପାଣ୍ଠି ଏପଟସେପଟ କରିବା ପରିବର୍ତ୍ତେ ଅସ୍ଥିରତାକୁ ହରେଇବା ପାଇଁ ଜଣକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିନିଯୋଗ କରିବାକୁ ଲକ୍ଷ୍ୟ ରଖିବା ଉଚିତ। ଏ ସମ୍ପର୍କରେ ଆକ୍ସିସ ମ୍ୟୁଚୁଆଲ ଫଣ୍ଡର ଇକ୍ୱିଟି ପାଣ୍ଠି ପରିଚାଳକ ଅନୁପମ ତିୱାରୀ କହିଛନ୍ତି, ବଜାର ଉତ୍‌ଥାନ ପତନର ଲାଭ ଉଠାଇବା ପାଇଁ ଜଣେ ନିବେଶକ ବ୍ୟବସ୍ଥିତ ଭାବେ ବଜାରରେ ବିନିଯୋଗ କରିପାରିବେ। ଏପରିକି ବଜାରର ଦୁର୍ବଳତା ସମୟରେ ଜଣେ ନିବେଶକ ଅଧିକ ୟୁନିଟ୍‌ ପାଇଥାନ୍ତି। ହେଲେ ବଜାର ଉପରକୁ ଉଠିଲେ ତାହା ସେମାନଙ୍କ ସପକ୍ଷରେ ଯାଇଥାଏ। ବିଶେଷକରି ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ବିନିଯୋଗ ମଧ୍ୟରୁ ଗୋଟିଏ ଆଦର୍ଶ ଉପାୟ ହେଲା ଏସ୍‌ଆଇପି ମାଧ୍ୟମରେ ବିନିଯୋଗ କରିବା। ଫଳରେ ନିବେଶକଙ୍କୁ ତାଙ୍କ ବିନିଯୋଗର ମୂଲ୍ୟ ସମାନ ଏବଂ ସନ୍ତୁଳିତ ପରିମାଣ ଉପତ୍ନ୍ନ କରିବାକୁ ସକ୍ଷମ କରାଇବା ଏସ୍‌ଆଇପି ଅବଧି ଅନ୍ତରାଳରେ ନିୟମିତ ବିନିଯୋଗକୁ ସୁଗମ କରିଥାଏ। ନିବେଶ ପାଇଁ ପ୍ରତ୍ୟେକ ନିବେଶକଙ୍କ ଲକ୍ଷ୍ୟ ସହ ସଙ୍କଟ ଉଠାଇବା କ୍ଷମତା ଏବଂ ନିବେଶ ଅକ୍ଷତ ରଖିବା ଅବଧି ଭିନ ଭିନ୍ନ । ଏଭଳି କାରକଗୁଡିକ ଆଧାରରେ ଜଣେ ନିବେଶକ ସେମାନଙ୍କ ପ୍ରୋଫାଇଲ ଅନୁଯାୟୀ ବିଭିନ୍ନ ସମ୍ପତ୍ତିରେ ଇଚ୍ଛା ମୁତାବକ ଅନୁପାତରେ ନିବେଶ ଆବଣ୍ଟନ କରିପାରିବେ। ଏପରିକି ଋଣ, ଇକ୍ୱିଟି, ସୁନା, ଜମିବାଡ଼ି ଇତ୍ୟାଦି ବିଭିନ୍ନ ସମ୍ପତ୍ତି ବର୍ଗରେ ପୁଞ୍ଜି ବିନିଯୋଗ କରିବା ନିବେଶକମାନଙ୍କୁ ସେମାନଙ୍କର ପୋର୍ଟଫୋଲିଓଗୁଡିକୁ ବିଭିନ୍ନ ବଜାର ଅବସ୍ଥାରେ ଖୋଲିବାକୁ ସକ୍ଷମ କରିଥାଏ। ଏହାଦ୍ୱାରା ତାଙ୍କ ପୋର୍ଟଫୋଲିଓରେ ସାମଗ୍ରିକ ଅସ୍ଥିରତା ସୀମିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?