‘ଅସ୍ଥିରତାର ସର୍ବାଧିକ ଲାଭ ଉଠାଇବା ଉଚିତ’

ନୂଆଦିଲ୍ଲୀ,୬।୨: ଜାତୀୟ ଓ ଅନ୍ତର୍ଜାତୀୟ ବଜାର ଭୌଗୋଳିକ କାରଣରୁ ଆଶା ଓ ଆଶଙ୍କା ମଧ୍ୟରେ ଗତି କରୁଛି। ଏଭଳି ସମୟରେ ଜଣେ ଯତ୍ନଶୀଳ ନିବେଶକଭାବେ ବଜାରରେ ଥିବା ଅସ୍ଥିରତାଠାରୁ ନିଜ ପୋର୍ଟଫୋଲିଓକୁ ସୁରକ୍ଷିତ ରଖିବାକୁ ଚାହିଁଥାନ୍ତି। ତଥାପି ବଜାରର ଗତିବିଧିକୁ ନେଇ କେହି ବି ପୂର୍ବାନୁମାନ କରିପାରି ନ ଥାନ୍ତି। ତେଣୁ ସମ୍ପତ୍ତି ବର୍ଗ ମଧ୍ୟରେ ପାଣ୍ଠି ଏପଟସେପଟ କରିବା ପରିବର୍ତ୍ତେ ଅସ୍ଥିରତାକୁ ହରେଇବା ପାଇଁ ଜଣକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିନିଯୋଗ କରିବାକୁ ଲକ୍ଷ୍ୟ ରଖିବା ଉଚିତ। ଏ ସମ୍ପର୍କରେ ଆକ୍ସିସ ମ୍ୟୁଚୁଆଲ ଫଣ୍ଡର ଇକ୍ୱିଟି ପାଣ୍ଠି ପରିଚାଳକ ଅନୁପମ ତିୱାରୀ କହିଛନ୍ତି, ବଜାର ଉତ୍‌ଥାନ ପତନର ଲାଭ ଉଠାଇବା ପାଇଁ ଜଣେ ନିବେଶକ ବ୍ୟବସ୍ଥିତ ଭାବେ ବଜାରରେ ବିନିଯୋଗ କରିପାରିବେ। ଏପରିକି ବଜାରର ଦୁର୍ବଳତା ସମୟରେ ଜଣେ ନିବେଶକ ଅଧିକ ୟୁନିଟ୍‌ ପାଇଥାନ୍ତି। ହେଲେ ବଜାର ଉପରକୁ ଉଠିଲେ ତାହା ସେମାନଙ୍କ ସପକ୍ଷରେ ଯାଇଥାଏ। ବିଶେଷକରି ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ବିନିଯୋଗ ମଧ୍ୟରୁ ଗୋଟିଏ ଆଦର୍ଶ ଉପାୟ ହେଲା ଏସ୍‌ଆଇପି ମାଧ୍ୟମରେ ବିନିଯୋଗ କରିବା। ଫଳରେ ନିବେଶକଙ୍କୁ ତାଙ୍କ ବିନିଯୋଗର ମୂଲ୍ୟ ସମାନ ଏବଂ ସନ୍ତୁଳିତ ପରିମାଣ ଉପତ୍ନ୍ନ କରିବାକୁ ସକ୍ଷମ କରାଇବା ଏସ୍‌ଆଇପି ଅବଧି ଅନ୍ତରାଳରେ ନିୟମିତ ବିନିଯୋଗକୁ ସୁଗମ କରିଥାଏ। ନିବେଶ ପାଇଁ ପ୍ରତ୍ୟେକ ନିବେଶକଙ୍କ ଲକ୍ଷ୍ୟ ସହ ସଙ୍କଟ ଉଠାଇବା କ୍ଷମତା ଏବଂ ନିବେଶ ଅକ୍ଷତ ରଖିବା ଅବଧି ଭିନ ଭିନ୍ନ । ଏଭଳି କାରକଗୁଡିକ ଆଧାରରେ ଜଣେ ନିବେଶକ ସେମାନଙ୍କ ପ୍ରୋଫାଇଲ ଅନୁଯାୟୀ ବିଭିନ୍ନ ସମ୍ପତ୍ତିରେ ଇଚ୍ଛା ମୁତାବକ ଅନୁପାତରେ ନିବେଶ ଆବଣ୍ଟନ କରିପାରିବେ। ଏପରିକି ଋଣ, ଇକ୍ୱିଟି, ସୁନା, ଜମିବାଡ଼ି ଇତ୍ୟାଦି ବିଭିନ୍ନ ସମ୍ପତ୍ତି ବର୍ଗରେ ପୁଞ୍ଜି ବିନିଯୋଗ କରିବା ନିବେଶକମାନଙ୍କୁ ସେମାନଙ୍କର ପୋର୍ଟଫୋଲିଓଗୁଡିକୁ ବିଭିନ୍ନ ବଜାର ଅବସ୍ଥାରେ ଖୋଲିବାକୁ ସକ୍ଷମ କରିଥାଏ। ଏହାଦ୍ୱାରା ତାଙ୍କ ପୋର୍ଟଫୋଲିଓରେ ସାମଗ୍ରିକ ଅସ୍ଥିରତା ସୀମିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତି ସହୁଛନ୍ତି ତୈଳ କମ୍ପାନୀ

ନୂଆଦିଲ୍ଲୀ,୮।୮: ଗତ କିଛି ମାସ ହେବ ସାରା ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ଘଟିନାହିଁ। ଫଳରେ ଦେଶର ପ୍ରମୁଖ ତୈଳ ବିପଣନ...

ଓଡ଼ିଶା ଫ୍ୟାଶନ୍‌ ଆଣ୍ଡ୍‌ ଲାଇଫ୍‌ଷ୍ଟାଇଲ୍‌ ଆୱାର୍ଡ

ଭୁବନେଶ୍ୱର,୨୪।୧୦: ଆଡିକ୍ସନ ଫ୍ୟାଶନ୍‌ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ ଭୁବନେଶ୍ୱର ରନ୍‌ୱେ ୱିକ୍‌ର ୭ମ ସଂସ୍କରଣ ଓ ଓଡ଼ିଶା ଫ୍ୟାଶନ୍‌ ଆଣ୍ଡ୍‌ ଲାଇଫ୍‌ଷ୍ଟାଇଲ୍‌ ଆୱାର୍ଡ଼ର ଆୟୋଜନ କରାଯାଇଥିଲା। ଏହି...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଓଏସ୍‌ବିସିଏଲ୍‌ ଦେଲା ୫ କୋଟି

ଭୁବନେଶ୍ୱର,୨୭। ୩:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ୍‌ ପାଣ୍ଠିକୁ ଓଡ଼ିଶା ଷ୍ଟେଟ ବେଭରେଜେସ କର୍ପୋରେଶନ ଲିମିଟେଡ(ଓଏସ୍‌ବିସିଏଲ୍‌)ପକ୍ଷରୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। କୋଭିଡ-୧୯ର ପ୍ରତିରୋଧ କରିବା...

ହିରୋର ପ୍ରିମିୟମ ମଡେଲ ‘ଜୁମ୍‌’ର ଅନାବରଣ

କଟକ,୧୬।୨:ଦେଶର ପ୍ରମୁଖ ମୋଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋକର୍ପର ପ୍ରିମିୟମ ମଡେଲ ‘ଜୁମ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ସ୍କୁଟର ବର୍ଗରେ ପରବର୍ତ୍ତୀ...

ଅନ୍ୟ ବୃହତ୍‌ ଦେଶରୁ ତେଲ କିଣାଯିବ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୪-୪: ଆସନ୍ତା ମେ’ ୨ ପରେ ଭାରତ ସମେତ ୮ଟି ଦେଶ ଇରାନରୁ ଅଶୋଧିତ ତେଲ କିଣିପାରିବେ ନାହିଁ। ଏ ସଂକ୍ରାନ୍ତରେ ପୂର୍ବରୁ ଆମେରିକା କଟକଣା...

ତେଲ ଦର ସହ ବୃଦ୍ଧି ହେଲା ଏଟିଏଫ ଦର

ନୂଆଦିଲ୍ଲୀ,୧୭।୬: ଦେଶରେ ତେଲ ଦର କ୍ରମାଗତ ଭାବେ ୧୦ ଦିନ ହେଲା ବୃଦ୍ଧି ପାଉଥିବା ବେଳେ ଏହି ସମୟରେ ବିମାନ ଇନ୍ଧନ(ଏଟିଏଫ)ର ଦର ପ୍ରାୟ ୧୬.୩%...

ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ

ମୁମ୍ବାଇ,୧୧।୧୧:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଜିଓ ଟ୍ରୁ-୫ଜି ସେବାର ସଫଳ ବିଟା ପରୀକ୍ଷଣର ଶୁଭାରମ୍ଭ ପରେ ରିଲାଏନ୍ସ ଜିଓ ପକ୍ଷରୁ ଗୁରୁବାର ବେଙ୍ଗାଲୁରୁ ଓ ହାଇଦ୍ରାବାଦଠାରେ...

ଜିଡ଼ିପି ଅଭିବୃଦ୍ଧି ୪.୬%କୁ ହ୍ରାସ କଲା ଫିଚ୍‌

ନୂଆଦିଲ୍ଲୀ,୨୧-୧୨: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଭାରତର ଜିଡ଼ିପି ଅଭିବୃଦ୍ଧି ପୂର୍ବାନୁମାନକୁ ଫିଚ୍‌ ରେଟିଙ୍ଗସ ୪.୬%କୁ ହ୍ରାସ କରିଛି। ବାଣିଜି୍ୟକ ସ୍ଥିତିରେ ଅବନ୍ନତି ଏବଂ ଖାଉଟିଙ୍କ...

Advertisement
Archives

Model This Week